ବରଗଡ଼

ଭିଜିଲା ଧାନ: ୯୨ ମଣ୍ଡିରେ ପଡ଼ିଛି ୮୧୦୭ ପ୍ୟାକେଟ ଧାନ

ପଦ୍ମପୁର,୨।୧୨  (ପ୍ରଦୀପ୍ତ ଦାଶ) :ପଦ୍ମପୁର ଉପଖଣ୍ଡରେ ଗତ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ସୋମବାର ୪ ଦିନ ବିତି ଯାଇଛି। ସୋମବାର ଭୋରରୁ ବର୍ଷା ହୋଇଛି। ଫଳରେ ଅନେକ ସ୍ଥାନରେ କ୍ଷେତ,...

ଗୋପପୁର ବିନା ଧନୁଯାତ୍ରା ମହୋତ୍ସବର ପରିକଳ୍ପନା ଅସମ୍ଭବ

ବରଗଡ଼,୨।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ ଚାଲିବ। ଗୋପପୁର ବିନା ଧନୁଯାତ୍ରା ମହୋତ୍ସବର ପରିକଳ୍ପନା ଅସମ୍ଭବ। ଏହି ଦୃଷ୍ଟିରୁ ଧନୁଯାତ୍ରା ମହୋତ୍ସବ ଚାଲିଥିବାବେଳେ...

ମଣ୍ଡିରୁ ଉଠିନି ଧାନ: ଦାବି ପୂରଣ ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା ହେବ ଧାନ

ବରଗଡ଼,୨।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ଗତମାସ ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଗୋଡଭଗା ମଣ୍ଡିରୁ କେବଳ ୭୫କୁଇଣ୍ଟାଲ ଧାନ ଉଠାଯାଇଛି। ନାନା ଆଳ ଦେଖାଇ ଧାନକିଣାକୁ ବିଳମ୍ବିତ...

ରାତି ଅଧିଆ ଧାନ ଉଠାଣ: ଏହି ମଣ୍ଡିରୁ ଉଠିଲା ଜଣେ ଚାଷୀଙ୍କ ଧାନ

ଅତାବିରା,୧।୧୨(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖା ଦେଇଥିବା ଅଚଳାବସ୍ଥାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଏହାକୁ ନେଇ ଚାଷୀ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି। ତେବେ ସୋମବାର ଅତାବିରା ନିୟନ୍ତ୍ରିତ ବଜାର କମିଟି...

ଧାନବିକ୍ରିରେ ଅଚଳାବସ୍ଥା, ମୁଣ୍ଡ ଟେକିଛି ଆନ୍ଦୋଳନ, ମଣ୍ଡି ଜଗିଛି ପୋଲିସ

ବରଗଡ଼,୧ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ମଣ୍ଡି ଖୋଲିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣି ଭର୍ତ୍ତି କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ବସ୍ତାଟିଏ ଧାନ ମଧ୍ୟ ବିକ୍ରି ହୋଇପାରି...

ନଭେମ୍ବର ସରିଲା, ବିକ୍ରି ହେଲାନି ବସ୍ତାଏ ଧାନ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ ୨୮ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ରବିବାର ୩ଦିନ ବିତି ଯାଇଛି। ଆଜି ଭୋରରୁ ବର୍ଷା ହୋଇଛି। ଅନେକ ସ୍ଥାନରେ କ୍ଷେତ, ଖଳାରେ ପଡ଼ିଥିବା ଅମଳ...

ବରଗଡ଼ ଧନୁଯାତ୍ରା: ସରିଲା ଗୋପପୁର କଳାକାର ଚୟନ

ବରଗଡ଼,୩୦।୧୧(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ରବିବାର ଗୋପପୁର କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ୨୦୨୬ ମସିହା ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଏହି ୧୧ ଦିନିଆ...

CISF ଜବାନ ଶହୀଦ: ଜନ୍ମମାଟିକୁ ବାହାରିଲା ଶୋଭାଯାତ୍ରା

ଅତାବିରା,୨୯।୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ସୋଢାପାଲି ଗ୍ରାମର ଦୂର୍ବାଦଳ ଭୁଏ। ତାମିଲନାଡୁର ମହେନ୍ଦ୍ରଗିରିରେ କାର୍ଯ୍ୟରତ ସମୟରେ ଶହୀଦ ହୋଇଛନ୍ତି। ଆଜି ଆଉ କିଛି ସମୟ ପରେ ତାଙ୍କ ଗ୍ରାମକୁ ତାଙ୍କର ପାର୍ଥିବଶରୀର ପହଞ୍ଚତ୍। ସେଠାରେ ତାଙ୍କୁ CISF...

ବିକ୍ରି ହେଲାନି ଧାନ: ଆନ୍ଦୋଳନ ପାଇଁ ସଜବାଜ ଚାଷୀ

ବରଗଡ଼,୨୯।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଶୁକ୍ରବାରରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ମଣ୍ଡି ଖୋଲିଛି। ଗୁରୁବାର ରାତି ସୁଦ୍ଧା ଜିଲାର ପ୍ରାୟ ୭୭ହଜାର ଚାଷୀଙ୍କ...

ଧାନଦରକୁ ନେଇ ଦ୍ବନ୍ଦ୍ବରେ ଚାଷୀ: ରାତାରାତି ଫଳକରୁ ହଟିଗଲା ବର୍ଦ୍ଧିତ ୬୯ ଟଙ୍କା

ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶୁକ୍ରବାରରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଜିଲାରେ ରହିଥିବା ମଣ୍ଡି ଗୁଡିକ ଖୋଲାଯାଇଛି। ଚାଷୀମାନେ ଧାନ ଧରି ମଣ୍ଡିକୁ ମଧ୍ୟ ପହଞ୍ଚିଛନ୍ତି। ତେବେ ଚାଷୀଙ୍କ ଧାନ କିଣାଯିବା ତ...

ଖୋଲିଲା ମଣ୍ଡି, କର୍ମଚାରୀଙ୍କ ଦେଖାନାହିଁ

ବରଗଡ଼,୨୮ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶୁକ୍ରବାରରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଜିଲାରେ ରହିଥିବା ମଣ୍ଡିଗୁଡ଼ିକ ଖୋଲାଯାଇଛି। ଧାନ ଧରି ମଣ୍ଡିରେ ଚାଷୀମାନେ ମଧ୍ୟ ପହଞ୍ଚିଛନ୍ତି। ମଣ୍ଡିଗୁଡ଼ିକରେ ହଜାର ହଜାର ବସ୍ତା ଧାନ ବିକ୍ରି...

ଆଜିଠୁ ବରଗଡ଼ରେ ଧାନକିଣା: ଧାନବିକ୍ରି ଟୋକନ୍ ଧର୍ମକୁ ଆଖିଠାର

ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶୁକ୍ରବାରରୁ ଧାନ ସଂଗ୍ରହ ପ୍ରକ୍ରିୟା ହେବ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଲାରେ ପ୍ରଥମଥର ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଏଭଳି ବିଳମ୍ବ ହୋଇଛି। ଏହାସତ୍ତ୍ୱେ ଏପର୍ଯ୍ୟନ୍ତ ଚାଷୀମାନଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri