ମନ୍ତ୍ରୀପଦ ମିଳିବାପରେ ଜ୍ୟୋତିପ୍ରକାଶଙ୍କ ପଞ୍ଚଲିଙ୍ଗେଶ୍ୱରରେ ପୂଜାର୍ଚ୍ଚନା
ସଜନାଗଡ଼,୨।୬:(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମନ୍ତ୍ରୀପଦ ( ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ) ମିଳିଛି। ଦାୟିତ୍ୱ ମିଳିବା ପରେ ରବିବାର ସେ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଦିନ୧୨ଟାରେ ପହଞ୍ଚିଥିଲେ। ପ୍ରଥମେ ଶୈବପୀଠକୁ ଯାଇ ଲିଙ୍ଗ ଦର୍ଶନ…
ରାତିପାହିଲେ ସାବିତ୍ରୀ: କେନ୍ଦୁଝର ବଜାରରେ ବଢ଼ୁଛି ଜଙ୍ଗଲୀ ଫଳର ଚାହିଦା
କେନ୍ଦୁଝର,୨।୬( ସ୍ବ.ପ୍ର.): ରାତିପାହିଲେ ସାବିତ୍ରୀ ବ୍ରତ। ଏହି ଉପଲକ୍ଷେ କେନ୍ଦୁଝର ସହରର ଫଳ ବଜାରରେ ଲୋକଙ୍କ ଭିଡ଼ ଲାଗିଛି। ଏହା ମଧ୍ୟରେ ଜଙ୍ଗଲୀ ଫଳର ଆସର ରାସ୍ତା କଡ଼ ତଥା ହାଟ ବଜାରରେ ଦେଖିବାକୁ ମିଳୁଛି। ବନବାସୀ ଜଙ୍ଗଲ ଓ ପାହାଡ଼ରୁ…
ଡାଇଭର୍ସନ ରାସ୍ତା ବିପଦସଙ୍କୁଳ
ଝୁମ୍ପୁରା, ୨।୬ (ଡି.ଏନ୍.ଏ.)-ଝୁମ୍ପୁରା ବଜାର ଅଞ୍ଚଳ ତଥା ସରକାରୀ କାର୍ଯ୍ୟାଳୟ, ବ୍ଲକ, ଡାକ୍ତରଖାନା, ସ୍କୁଲକୁ ସଂଯୋଗ କରୁଥିବା ୨ଟି ମୁଖ୍ୟରାସ୍ତା, ଝୁମ୍ପୁରା – ଉଖୁଣ୍ଡା ରାସ୍ତା ଏବଂ ୨୦ନଂ ଜାତୀୟ ରାଜପଥର ବାଇପାସ୍ ରାସ୍ତାରେ ଏବେ ୨ଟି ସ୍ଥାନରେ ପୋଲ ନିର୍ମାଣାଧୀନ…
ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ : ପାସ୍ ହାର ୯୨.୨୧%
କେନ୍ଦୁଝର, ୨ା୬(ସ୍ବ.ପ୍ର.)-ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି ା ପାସ ହାର ରହିଛି ୯୨.୨୧% ରହିଥିବା ଜଣାପଡିଛି। ସମୁଦାୟ ୪୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୪୦୩ ଜଣ ପାସ…
ଖଣି ଦୁର୍ନୀତି ମାମଲା : ହାଜର ହେଲେ ୯ରୁ ୮ କମ୍ପାନୀଜରିମାନା ଅର୍ଥ ନ ଦେଲେ ସମ୍ପତ୍ତି ବାଜ୍ୟାପ୍ତି
କେନ୍ଦୁଝର, ୨ା୬(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତିରେ ସମ୍ପୃକ୍ତ ଜିଲାର ଖଣି କମ୍ପାନୀ ଆଗାମୀ ୭ରୁ ୧୫ ଦିନ ମଧ୍ୟରେ ଜରିମାନା ପୈଠ ନ କଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ଶନିବାର କୋର୍ଟ…
ସ୍ବାମୀଙ୍କ ଚିହ୍ନା କହି ମହିଳାଙ୍କଠୁ ଲୁଟ୍
ଭଦ୍ରକ ଅଫିସ, ୨।୬ – ସ୍ବାମୀଙ୍କ ଚିହ୍ନା କହି ଜଣେ ଯୁବକ ମହିଳାଙ୍କଠାରୁ ୫୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ହୋଇଛି। ଲୁଟ୍ର ଶିକାର ହୋଇଥିବା ମହିଳା ହେଲେ ଧୂଷୁରୀ ଥାନା ଅନ୍ତର୍ଗତ ଛନ୍ଦାସାହି…
ଶିଖାଇଲେ, ନିଜେ ଶିଖିଲେନି : ୩୫ ପ୍ରତିଶତ ପୋଷ୍ଟାଲ ଭୋଟ ନାକଚ
ଭଦ୍ରକ ଅଫିସ, ୨।୬ – ପ୍ରତି ନିର୍ବାଚନରେ ପୋଷ୍ଟାଲ ଭୋଟକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଚଳିତ ସାଧାରଣ ନିର୍ବାଚନରେ ଭଦ୍ରକ ଜିଲାର ସଂସଦୀୟ କ୍ଷେତ୍ରରେ ୩୫ ପ୍ରତିଶତ ପୋଷ୍ଟାଲ ଭୋଟ ନାକଚ ହୋଇଛି। ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରୁଥିବା ସରକାରୀ କର୍ମଚାରୀ…
ପରଲୋକରେ ସ୍ବାଧୀନତା ସଂଗ୍ରାମୀ ରାହାସ ବିହାରୀ
ବାହାନଗା, ୧।୬(ଡି.ଏନ.ଏ.)-ବାହାନଗା ବ୍ଲକ ପଣପଣା ପଞ୍ଚାୟତର କହଁରାଗୋହିରୀ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ରାହାସ ବିହାରୀ ନାୟକ(୯୫)ଙ୍କ ଶନିବାର ସକାଳେ ପରଲୋକ ହୋଇଛି। ସେ ଦୀର୍ଘଦିନ ହେଲା ଆଜମ୍। ରୋଗରେ ଆକ୍ରାନ୍ତ ହୋଇଥିଲେ। କିଛିଦିନ ହେଲା ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର…
ସରିଲା ଜଉକଣ୍ଢେଇ ବାହାଘର : ବରଘର ପକ୍ଷରୁ ‘ରକ୍ତ ଦେବି ଜୀବନ ବଞ୍ଚାଇବି’ କାର୍ଯ୍ୟକ୍ରମ
ବାଲେଶ୍ୱର ଅଫିସ, ୧।୬-ବାଲେଶ୍ୱରର ଲୋକପର୍ବ ଜଉକଣ୍ଡେଇ ବାହାଘର ଉତ୍ସବ କମିଟି ପକ୍ଷରୁ ସମ୍ପନ୍ନ ହୋଇଛି। କନ୍ୟା ଟୁସୁକୁ ଧରି ବର ଶଙ୍କର ଗାନ୍ଧୀ ସ୍ମୃତିଭବନସ୍ଥିତ ଘରେ ପହଞ୍ଚତ୍ଛନ୍ତି। ସେଠାରେ ସେମାନଙ୍କୁ ଏକ ମଞ୍ଚରେ ସୁନ୍ଦର ଭାବେ ସଜାଯାଇ ବସା ଯାଇଛି। ବରଘରେ…
ସକାଳୁଆ ଆସୁନାହାନ୍ତି କର୍ମଚାରୀ
ହାଟଡିହୀ, ୧।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ସରକାରୀ ଅଫିସକୁ କର୍ମଚାରୀ ମାନେ ସକାଳୁ ଆସିବାର ନିୟମ ଥିଲେ ବି ତାହା ଏଠାରେ ପାଳନ ହେଉ ନ ଥିବା ଦେଖିବାକୁ ମିଳୁଛି। କର୍ମଚାରୀ ମାନେ ସକାଳ ୭ଟାରେ ଅଫିସ ଆସିବା କଥା।…
ଶ୍ୱଶୁରଘର ଅଞ୍ଚଳରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ବାପା
ଧାମନଗର, ୧।୬ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀନଗରୀ ନିକଟ ରେବ ନଦୀ କୂଳରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ଶନିବାର ସକାଳେ ବଣଘେରା ସ୍ଥାନରେ ମୃତଦେହ ଦେଖି…
କେନ୍ଦୁଝରରେ ଘନ ଘନ ବିଦ୍ୟୁତ୍ କାଟ: ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ବାଧାପ୍ରାପ୍ତ, ଶୀଘ୍ର ସମାଧାନ ଦାବି
କେନ୍ଦୁଝର,୧।୬( ସ୍ବ.ପ୍ର.): ଘନ ଘନ ବିଦ୍ୟୁତ୍ କାଟ ଯୋଗୁ ଶନିବାର କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ମେଡିକାଲରେ ଜେନେରେଟର ବ୍ୟବସ୍ଥା ଥିଲେ ସୁଦ୍ଧା ଆବଶ୍ୟକତା ପୂରଣ ହୋଇପାରୁନାହିଁ। ଫଳରେ ଗରମରେ ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡୁଛି।…
Archives


