ରାସ୍ତାରେ ପିଲେଟ ନେଉଛି ଜୀବନ: ଲୋକେ ଅସନ୍ତୋଷ
ଯୋଡ଼ା, ୩୦।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଯୋଡ଼ା-ବାମେବାରୀ ରାଜ୍ୟରାଜପଥ ନଂ ୨ରେ ପ୍ରବଳମାତ୍ରାରେ ପିଲେଟ ପଡ଼ି ରାସ୍ତାଟି ଏକ ମରଣଯନ୍ତାରେ ପାଲଟିଛି। କ୍ରମାଗତ ଭାବେ ଏହିପରି କେନ୍ଦୁଝର ଜିଲାରେ ଘଟିଚାଲିଛି। ବାରମ୍ବାର ଏହି ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ…
କୌଳିକ ବୃତ୍ତିକୁ ମିଳୁନି ପ୍ରୋତ୍ସାହନ
ହାଟଡିହୀ, ୩୦।୫(ସ୍ବ.ପ୍ର.)-ହାଟଡିହୀ ବ୍ଲକର ବହୁ ଗାଁରେ କାରିଗର ମାନେ ନିଜର ବାପଗୋସାପ କରିଆସୁଥିବା କୌଳିକ ବୃତ୍ତିକୁ ପେଷାକରି ଚଳିଆସୁଥିଲେ। ପୂର୍ବରୁ ହାତ ତିଆରି ଜିନିଷର ଆଦର ଥିଲା। ମେଳା ମଉଛ ବାହାଘର ବ୍ରତଘର ଆଦି ପର୍ବପର୍ବାଣୀରେ ଭଲ କାରବାର ହେଉଥିଲା ଏସବୁ…
ପୋତି ହୋଇ ପଡୁଛି ପୂରାତନ ପର୍ଶଳା ରଜାବନ୍ଧ
ଚମ୍ପୁଆ,୩୦ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ପର୍ଶଳା ପଞ୍ଚାୟତରେ ଥିବା ପୂରାତନ ପର୍ଶଳା ରଜାବନ୍ଧ ଏବେ ପୋାତି ହୋଇ ସଙ୍କୁଚିତ ହୋଇଯାଇଥିବା ବେଳେ ଚାଷୀମାନେ କେବଳ ଇନ୍ଦ୍ର ଦେବତାଙ୍କ କୃପାରେ ଚାଷ କରୁଥିବା ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ଏହି…
ହାତୀକୁ ସୁରକ୍ଷା ଦେବା ଲାଗି ଖଣିକମ୍ପାନୀକୁ ତାଗିଦ: ଜୁରୁଡ଼ି ଅଞ୍ଚଳରେ ବୁଲୁଛନ୍ତି ୧୭ ହାତୀ
ଯୋଡ଼ା, ୩୦।୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ବନପାଳଙ୍କ ଅଞ୍ଚଳରେ ୧୭ଟି ହାତୀ ଘୁରିବୁଲୁଥିବା ଖବର ହସ୍ତଗତ ହୋଇଛି। ଯୋଡ଼ା ବନପାଳ ପିଅନ ନାଏକଙ୍କ ସୂଚନା ମୁତାବିକ ଜୁରୁଡ଼ି ଖଣି ଅଞ୍ଚଳରେ ୧୭ଟି ହାତୀ ପ୍ରାୟ ଏକ ମାସ ଧରି ବିଭିନ୍ନ ଖଣି…
କାଳ ବୈଶାଖୀରେ ଭାଙ୍ଗିଲା ଘର
ଚମ୍ପୁଆ,୨୯ା୫(ଡି.ଏନ.ଏ.): କାଳ ବୈଶାଖୀ ତାଣ୍ଡବ ଯୋଗୁଁ ବାସୁଦେବପୁର ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବର୍ଷା ସହ ପ୍ରବଳ ବେଗରେ ପବନ ହେବାରୁ ଗ୍ରାମର ତ୍ରିବନ ମୁଣ୍ଡା, ଗୀତା ତିହୁ, ଦାଶରଥି କାରୁଆଙ୍କର ଘର ଭାଙ୍ଗି ଯାଇଛି। ଏପରିକି ବଡ ବଡ…
ଦୁର୍ଘଟଣାରେ ନାବାଳକଙ୍କ ଜୀବନ ଗଲା
ବାସୁଦେବପୁର, ୨୯।୫(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମରା-ବାସୁଦେବପୁର ରାସ୍ତାର କଇଥଖୋଲା ନିକଟ ସିଙ୍ଗାପୁର ଛକଠାରେ ବୁଧବାର ମଧ୍ୟାହ୍ନରେ ଏକ ବାଇକ୍ ଧକ୍କାରେ ଅଶୋକ କୁମାର କର ନାମକ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଅଶୋକ ହେଲେ କନକପ୍ରସାଦ ଗ୍ରାମର ଝାଡ଼େଶ୍ୱର କରଙ୍କ…
ବାସୁଦେବପୁର ବ୍ଲକ ଜିଆର୍ଏସ୍ଙ୍କୁ ମରଣାନ୍ତକ ଆକ୍ରମଣ: ଆକ୍ରମଣକାରୀ ମହିଳାଙ୍କୁ ପିଟିଲେ ଗ୍ରାମବାସୀ
ବାସୁଦେବପୁର, ୨୯।୫(ଡି.ଏନ୍.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ କାର୍ଯ୍ୟରତ ଜିଆର୍ଏସ୍ ଲମ୍ବୋଦର ଦାସଙ୍କୁ ମଙ୍ଗଳବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କର ଜଣେ ପଡୋଶୀ ମହିଳା ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଗୁୁରୁତର ଅବସ୍ଥାରେ ତାଙ୍କୁ କଟକ ମେଡିକାଲକୁ ପଠାଯାଇଛି।…
ଯୋଗାଣ ସାମଗ୍ରୀରେ ଅନିୟମିତତା, ତଦନ୍ତ ଦାବି
ହାଟଡିହୀ,୨୯।୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଓରାଳି ପଞ୍ଚାୟତରେ ଯୋଗାଣ ସାମଗ୍ରୀ ବଣ୍ଟନରେ ଅନିୟମିତତା ହେଉଥିବା କେତେକ ହିତାଧିକାରୀ ଅଭିଯୋଗ ଆଣିଛନ୍ତି। ଏହି ପଞ୍ଚାୟତରେ ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ହିତାଧିକାରୀଙ୍କୁ ଯୋଗାଣ ସାମଗ୍ରୀ ବଣ୍ଟନ ହୋଇଥାଏ। ମାତ୍ର କେତେକ ହିତାଧିକାରୀଙ୍କୁ ଯୋଗାଣ…
ହିତାଧିକାରୀଙ୍କୁ ଅନୁଦାନ ମିଳିବାରେ ବିଳମ୍ବ: ଅସନ୍ତୋଷ ପ୍ରକାଶ କଲେ ହାଟଡ଼ିହୀ ବିଡିଓ
ହାଟଡିହୀ,୨୯।୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଓରାଳୀ ପଞ୍ଚାୟତରେ ପାଇଖାନା ନିର୍ମାଣ କରିସାରିବା ପରେ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଧାର୍ଯ୍ୟ ଅନୁଦାନ ପ୍ରଦାନ କରିବାରେ ବିଳମ୍ବ ଘଟୁଥିବାରୁ ବିଡିଓ ସୁଶାନ୍ତ କୁମାର ବାରିକଙ୍କ ନିକଟରେ ଅଭିଯୋଗ ହୋଇଛି । ସମ୍ପୃକ୍ତ ବିଭାଗୀୟ…
ସବର୍ଣ୍ଣ, ଅସବର୍ଣ୍ଣଙ୍କ ମଧ୍ୟରେ ସଂଘର୍ଷ ଘଟଣା: ୩ ଦିନ ବିତିଥିଲେ ସୁଦ୍ଧା ଗିରଫ ହୋଇପାରିଲେନି ଅଭିଯୁକ୍ତ, ଚଢ଼ାଉ ଜାରି
ହାଟଡିହୀ,୨୯।୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ଏଥିରେ ସବର୍ଣ୍ଣ ସାହିର ପ୍ରସନ୍ନ ନାୟକ ଗୁରୁତର ଆହତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ଘଟଣାକୁ…
ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ
ହାଟଡିହୀ,୨୯ା୫(ସ୍ବ.ପ୍ର): ହାଟଡିହୀ ବ୍ଲକ ଅନ୍ତର୍ଗତ ସୁନ୍ଦରାପାଳ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ା ମୃତ ଯୁବକ ଜଣଙ୍କ ହାଟଡିହୀ ବ୍ଲକର ସୋସୋ ଥାନା ଅନ୍ତର୍ଗତ ବରାଙ୍ଗ ଗା୍ରମର ପ୍ରକାଶ ଜେନା (୨୭)…
ଡମ୍ପର ଧକ୍କାରେ ଅଙ୍ଗନଓ୍ବାଡି ଛାତ୍ରୀଙ୍କ ଜୀବନଗଲା
ବନ୍ତ,୨୯ା୫(ଡି.ଏନ୍.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ଆଗରପଡ଼ା-କୁପାରୀ ରାସ୍ତାର କାଣ୍ଡବା ପୋଲ ନିକଟସ୍ଥ ପେଟ୍ରୋଲ ଟାଙ୍କି ଛକ ନିକଟରେ ବୁଧବାର ସକାଳ ସାଢ଼େ ୬ଟାରେ ଏକ ଡମ୍ପର ଧକ୍କାରେ ଜଣେ ଅଙ୍ଗନଓ୍ବାଡି ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ…
Archives


