ବାଲେଶ୍ୱର

ନିଶ୍ଚିହ୍ନ ହୋଇଗଲା ୬୨ବର୍ଷ ତଳର ଫରେଷ୍ଟ ଚେକ ଗେଟ୍‌

ଖଇରା,୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀଠାରେ ଥିବା ୬୨ବର୍ଷ ତଳର ଫରେଷ୍ଟ ଚେକ ଗେଟକୁ ଉଠାଇ ଦିଆଯାଇଛି। ଏଥିଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶାରିଶୂଆ ପାହାଡରୁ ଆସୁଥିବା ଲଘୁ ଖଣିଜ ଦ୍ରବ୍ୟ, ବନ୍ୟଜାତ ସାମଗ୍ରୀ ଇତ୍ୟାଦି…

ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କ ଘର ଉପରେ ଚଢ଼ାଉ

ବାଲେଶ୍ୱର ଅଫିସ,୧୮।୯: ବାଲେଶ୍ୱରର ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ହାତରେ ଧରାପଡିବା ପରେ ଅନେକ ଗୁମର ଫିଟିବାରେ ଲାଗିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ରାଜସ୍ଥାନ, ନେପାଳ, ବାଂଲାଦେଶ, ଗୋଆ ମାଫିଆଙ୍କ ସହ ତାଙ୍କର ନେଟ୍‌ୱର୍କ…

୧୨ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର

ସଜନାଗଡ଼,୧୮।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ କାଣ୍ଡଗରଡ଼ିହି ପଞ୍ଚାୟତ ଶିକିରିଆ ଗ୍ରାମରୁ ବୁଧବାର ୧୨ ଫୁଟ୍‌ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟି ଖାଦ୍ୟ ଅନ୍ବେଷଣରେ ଅଭୟାରଣ୍ୟରୁ ଜନବସତି ଆଡ଼କୁ ପଶି ଆସିଥିବା ଗ୍ରାମବାସୀ…

‘ବଂଶୀ’କୁ ଟାର୍ଗେଟ କଲା ‘ଅସ୍ତ୍ର’

ବାଲେଶ୍ୱର ଅଫିସ,୧୮।୯: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ବୁଧବାର ପୂର୍ବାହ୍ନ ୧୦ଟା ୧ ମିନିଟ୍‌ ସମୟରେ ଆକାଶରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ସ୍ବଳ୍ପ ଦ୍ରୁତଗାମୀ କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା।…

ଯୁକ୍ତ ୩ ପରୀକ୍ଷା ଫି’ ବୃଦ୍ଧି ପ୍ରତିବାଦ: କଲେଜ ପରିସରରେ ନିଆଁ

ବସ୍ତା,୧୮।୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣ କଲେଜରେ ବୁଧବାର ଛାତ୍ର ଅଶାନ୍ତି ଦେଖାଦେଇଛି। କଲେଜର ଯୁକ୍ତ ୩ ପରୀକ୍ଷା ଫି’ ଅହେତୁକ ବୃଦ୍ଧି ପ୍ରତିବାଦରେ କଲେଜ ଛାତୀଛାତ୍ର ମୁଖ୍ୟ ଫାଟକ ବନ୍ଦ କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି।…

ଆତଙ୍କବାଦୀ ପ୍ରବେଶ ପ୍ରତିହତ ଲାଗି ସାଗର କବଚ ସମରାଭ୍ୟାସ

ଭୋଗରାଇ,୧୮।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ମେରାଇନ ଥାନା ପକ୍ଷରୁ ବୁଧବାର ସାଗର କବଚ ସମରାଭ୍ୟାସ ଆରମ୍ଭ ହୋଇଛି। ଏଥିରେ ଚନ୍ଦନେଶ୍ୱର ଫାଣ୍ଡିର ଏକ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ହୋଇ ଆତଙ୍କବାଦୀ ପ୍ରବେଶ ପ୍ରତିହତ ପାଇଁ ସମୁଦ୍ରରେ ତଲାସି ଅଭିଯାନ…

ମଦ ନେଲା ଜୀବନ: ନିଶାରେ ସ୍ତ୍ରୀଙ୍କୁ ପିଟି ମାରିଦେଲେ ସ୍ବାମୀ

ରେମୁଣା,୧୮।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ସେରଗଡ଼ ପଞ୍ଚାୟତ ୯ନଂ ଓ୍ବାର୍ଡରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ଜଣେ ସ୍ବାମୀ ସ୍ତ୍ରୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଲେ ବାସନ୍ତି ସିଂ(୩୦)। ଖବର ପାଇ ପୋଲିସ…

‘କୃଷି କାର୍ଯ୍ୟ ସହ ଜଙ୍ଗଲକୁ ସମନ୍ବିତ କରାଯାଉ’

ସିମୁଳିଆ/ବାଲେଶ୍ୱର ଅଫିସ, ୧୮।୯(ଡି.ଏନ.ଏ.)-ସଚେତନତା ଅଭାବରୁ ପରିବେଶରେ ଅସନ୍ତୁଳନ ବଢିଚାଲିଛି। ଦିନକୁ ଦିନ ଗଛ ସଂଖ୍ୟା କମି ଯାଉଛି। ଫଳରେ ଜଳବାୟୁ ପରିବର୍ତ୍ତନ, ଭୂତାପନ ଓ ସମୁଦ୍ରର ଜଳସ୍ତର ବୃଦ୍ଧି ପରି ବିଭିନ୍ନ ସମସ୍ୟା ମୁଣ୍ଡ ଟେକୁଛି ା ଗଛ ଲଗାଇ ପରିବେଶକୁ…

ଭୁଶୁଡ଼ିଲା କୋର୍ଟ ପାଚେରି, ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ

ବସ୍ତା, ୧୭।୯(ସ୍ବ.ପ୍ର.)-ବସ୍ତା ବ୍ଲକର ବାହାର୍ଦ୍ଦାଠାରେ ଥିବା କୋର୍ଟ ପାଚେରି ଭୁଶୁଡି ପଡ଼ିଛି। ଗତ ୬ ମାସ ପୂର୍ବରୁ ଏହି ପାଚେରି ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ ହୋଇଥିଲା। ନିମ୍ନମାନର କାର୍ଯ୍ୟ ଯୋଗୁ ଏହି ପାଚେରି ଭୁଶୁଡ଼ି ପଡ଼ିଥିବା ବାର୍‌ ଆସୋସିଏଶନର ଉପସଭାପତି…

ସ୍ପନ୍ଦନ କର୍ମଚାରୀଙ୍କଠାରୁ ୩୧ହଜାର ଲୁଟ୍‌

ରୂପ୍‌ସା,୧୭।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ଼ ବରୁଣଗଡ଼ିଆ ମଝି ୬୦ନମ୍ବର ଜାତୀୟ ରାଜପଥରୁ ମଙ୍ଗଳବାର ସ୍ପନ୍ଦନ ଫାଇନାନ୍ସ କର୍ମଚାରୀଙ୍କଠାରୁ ୩୧ହଜାର ଟଙ୍କା ଲୁଟ୍‌ ହୋଇଛି। ପୋଲିସ ଏ ସଂକ୍ରାନ୍ତରେ ବସ୍ତା ଥାନାରେ ଏକ ମାମଲା (ନଂ. ୨୪୬/୧୯) ରୁଜୁ କରି ତଦନ୍ତ…

ବିପର୍ଯ୍ୟୟ ବେଳେ ଭରସା ‘ଆଞ୍ଚଳିକ ପ୍ରଶମନ କେନ୍ଦ୍ର’

ବାଲେଶ୍ୱର ଅଫିସ,୧୭-୯:ପ୍ରାକୃତିକ ବିପର୍ଯ୍ୟୟର ତତ୍କାଳ ମୁକାବିଲା ଲାଗି ବାଲେଶ୍ୱରଠାରୁ ୧୨କି.ମି. ଦୂର ଚାନ୍ଦିପୁର ନିକଟବର୍ତ୍ତୀ ହିଡିଙ୍ଗା ଅଞ୍ଚଳରେ ସୋମବାର ରିଜିଓନାଲ ରେସପନ୍ସ ସେଣ୍ଟର (ଆର୍‌ଆର୍‌ସି) ବା ଆଞ୍ଚଳିକ ପ୍ରଶମନ କେନ୍ଦ୍ର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କେନ୍ଦ୍ର ଜରିଆରେ…

ଏସ୍‌ଏଚ୍‌ଜି ଅର୍ଥ ହଡ଼ପ ମାମଲା: ସ୍ବାମୀ ଜେଲ୍‌ ଗଲେ, ସ୍ତ୍ରୀ ଫେରାର

ରୂପ୍‌ସା, ୧୭।୯(ଡି.ଏନ.ଏ.)-ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚଜି)ରୁ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ବାଲେଶ୍ୱର ଜିଲା ରୂପ୍‌ସା ଥାନା ବାଖରାବାଦ ଗ୍ରାମର ଅଭିଯୁକ୍ତ ରମେଶ ରାଉତଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଥିବା ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କୁ ରବିବାର ରାତିରେ କୋର୍ଟଚାଲାଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri