ଔପଦାରୁ ଚୋରି ଟ୍ରାକ୍ଟର ଯଶିପୁରରୁ ଉଦ୍ଧାର: ୪ ଜିଲାକୁ ଲମ୍ବିଛି ର଼୍ୟାକେଟ
ଔପଦା, ୫।୧୨-ବାଲେଶ୍ୱର ଜିଲା ଔପଦା ଥାନାରୁ ୧୪ ମାସ ତଳେ ଚୋରି ହୋଇଥିବା ଏକ ଟ୍ରାକ୍ଟରକୁ ଔପଦା ପୋଲିସ ମୟୂରଭଞ୍ଜ ଜିଲାର ଯଶିପୁର ଥାନା ଟଙ୍ଗାବିଲା ଅଞ୍ଚଳରୁ ଉଦ୍ଧାର କରିଛି। ବାଲେଶ୍ୱର ,ମୟୂରଭଞ୍ଜ,କେନ୍ଦୁଝର,ଅନୁଗୋଳ ଆଦି ଜିଲାରେ ସକ୍ରିୟ ଥବବା ଏକ ର଼୍ୟାକେଟ…
ତହସିଲଦାରଙ୍କୁ ୬ଘଣ୍ଟା ଅଟକ ରଖି ରାସ୍ତାରୋକୋ
ସଜନାଗଡ଼,୫।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନ ମିତ୍ରପୁର କାଠପାଳ ଅଞ୍ଚଳରେ ବୁଧବାର ଏକ ବାଲିବୋଝେଇ ଗାଡ଼ିକୁ ଜବତ କରାଯିବା ବେଳେ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁଙ୍କୁ ପୁଣି ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ବାଲିଗାଡି ଚାଳକ ଚାଲାଣ ଦେଖାଇବା ସତ୍ତ୍ୱେ…
ଦୋଷୀଙ୍କୁ ଦଣ୍ଡ ଦାବିରେ ସଙ୍କଳ୍ପ ପଦଯାତ୍ରା
ଖଇରା,୪।୧୨(ଡି.ଏନ.ଏ.): ହାଇଦ୍ରାବାଦ ସମେତ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଗଣବଳାତ୍କାର ଓ ନାରୀ ନିର୍ଯାତନା ଘଟଣା ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦ ଜଣାଇବା ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି। ବୁଧବାର ବାଲେଶ୍ୱର ଜିଲା ଖଇରା ବ୍ଲକ…
ମଧ୍ୟାହ୍ନଭୋଜନ ଦିଗହରା: ଭାତ ବଦଳରେ ମିଳିଲା ବିସ୍କୁଟ
ସଜନାଗଡ଼, ୪।୧୨(ଡି.ଏନ.ଏ.)-ରାଜ୍ୟ ସରକାର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କ ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ଏପରିକି ବିଦ୍ୟାଳୟର ରୋଷେଇ ହେଲେ ଶିକ୍ଷାଦାନରେ ବାଧା ଉପୁଜିବା ଆଶଙ୍କା କରି ଏକ ମାସ ହେବ ବାହାରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏହି…
ସୁବର୍ଣ୍ଣରେଖା ବାଲିସୈରାତ ଅନୁଧ୍ୟାନ କଲେ ଏନଜିଟି, ଇଏନଭି ଟିମ୍
ଜଳେଶ୍ୱର, ୪।୧୨(ଡି.ଏନ.ଏ./ସ୍ବ.ପ୍ର)-ଓଡ଼ିଶା ଓ ପଶ୍ଚିମବଙ୍ଗର ସୀମାରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଲୁଟ୍ ଘଟଣା ଥମିବାର ନାଁ ଧରୁ ନାହିଁ। ପଶ୍ଚିମବଙ୍ଗ ମାଫିଆମାନେ ନାଲି ଆଖି ଦେଖାଇ ନୌକାରେ ଶକ୍ତିଶାଳୀ ସ୍ବମ୍ପପମ୍ପ ବ୍ୟବହାର କରି ବାଲି ଲୁଟ୍ କରିବାକୁ…
ପୃଥ୍ବୀ-୨ର ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ
ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼୍ରୁ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର ମଙ୍ଗଳବାର ରାତ୍ରୀକାଳିନ ପରୀକ୍ଷଣ କରାଯାଇଥିଲା। ସନ୍ଧ୍ୟା ୭ଟା ୪୮ ମିନିଟ୍ ସମୟରେ କ୍ଷେପଣାସ୍ତ୍ରର ଉତ୍କ୍ଷେଣ…
ଶୋଇଥିଲାବେଳେ ଜଳିଗଲେ ବ୍ୟକ୍ତି
ବାଲେଶ୍ୱର ଅଫିସ୍, ୩।୧୨: ବାଲେଶ୍ୱର ଜିଲା ସଦର ଥାନା ଅଧୀନସ୍ଥ ସୁନ୍ଧୁରି ଛକରେ ଥିବା ଏକ କୋଠା ଘରେ ସୋମବାର ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିଯାଇଛି। ଫଳରେ ଘର ମାଲିକ କୁଶ ଭାରତୀ(୫୧)ଙ୍କ ଶୋଇଥିବା ଅବସ୍ଥାରେ ନିଆଁରେ ପୋଡିହୋଇ ମୃତ୍ୟୁ…
‘ଥାଲାସେମିଆ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉ’ : ରକ୍ତଭଣ୍ଡାର ସମ୍ମୁଖରେ ଆମରଣ ଅନଶନ
ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଜିଲାରେ ଥିବା ଥାଲାସେମିଆ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ଲାଗି ସେମାନଙ୍କ ମାତାପିତାମାନେ ସୋମବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ଜିଲାରେ ୯୬୭ ଜଣ ଥାଲାସେମିଆ ରୋଗୀ…
‘ବୁଲ୍ବୁଲ୍’ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି: ସମିତି କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା
ରୂପ୍ସା, ୨।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କସିପଦା ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଚାଷୀମାନେ ଆନ୍ଦୋଳନ କରିଛନ୍ତି। ‘ବୁଲ୍ବୁଲ୍’ କ୍ଷତିଗ୍ରସ୍ତଙ୍କୁ ସମିତିରୁ ଋଣ ଛାଡ଼ କରିବା ସହ ସରକାରୀ ସହାୟତା ଦାବିରେ ଧାରଣା ଦିଆଯାଇଥିଲା। ସମିତି ଅନ୍ତର୍ଗତ କସିପଦା,…
ଜଳେଶ୍ୱର ତହସିଲ: ଆଜିଠୁ ସୌରାତରୁ ବାଲି ପରିବହନ ବନ୍ଦ
ଜଳେଶ୍ୱର, ୨।୧୨(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧୀନ ସମସ୍ତ ସୌରାତରୁ ବାଲି ପରିବହନ ୩ତାରିଖଠାରୁ ବନ୍ଦ ରହିବ ବୋଲି ସୌରାତ ମାଲିକ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଏକ ହୋଟେଲ ସଭାଗୃହରେ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇ…
ଭିତ୍ତିଭୂମି ବିକାଶକୁ ଅପେକ୍ଷା
ଖଇରା, ୨।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମରେ ରହିଛି କେଶବ ପୁରସ୍ତମ ମାନସିକ ଅନଗ୍ରସର ବିଦ୍ୟାଳୟ ା ଏଠାରେ ରହୁଥିବା ପ୍ରତ୍ୟେକଟି ଅନ୍ତେବାସୀ ମାନସିକ ବିକାରଗ୍ରସ୍ତ। ଏବେ ଏହି ବିଦ୍ୟାଳୟ ଅନେକ ସମସ୍ୟା ଦେଇ ଗତି କରୁଛି।…
ସହରରେ ଟ୍ରାଫିକ ନିୟମ କଡ଼ାକଡ଼ି: ୨ ମଦ୍ୟପ ଚାଳକ ଗିରଫ
ବାଲେଶ୍ୱର ଅଫିସ, ୧।୧୨-ବାଲେଶ୍ୱର ସହର ପୋଲିସ ଲାଇନ୍ ଛକରେ ଟ୍ରାଫିକ୍ ଥାନା କର୍ମଚାରୀଙ୍କ ଦ୍ୱାରା ରବିବାରଠାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ପାଳନ କରାଯାଇଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍ ଥାନା ଇନ୍ସପେକ୍ଟର ପ୍ରଶାନ୍ତ ରଣସିଂହଙ୍କ ତତ୍ତ୍ୱାବଧାନରେ ଏକ ଟିମ୍…
Archives


