ବାଲେଶ୍ୱର

କ୍ୟୁଆର-ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର ଅଫିସ,୨୩।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର(ସମନ୍ବିତ ପରୀକ୍ଷଣ କେନ୍ଦ୍ର) ପରିସର ୩ ନମ୍ବର ଲଞ୍ଚପ୍ୟାଡରୁ ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ସ୍ବଳ୍ପ ଦୂରଗାମୀ କ୍ୟୁଆର-ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ଏକ ଟ୍ରକ୍‌ରେ ଲାଗିଥିବା କାନିଷ୍ଟରରୁ ଏହି କ୍ଷେପଣାସ୍ତ୍ରକୁ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ…

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲଦଣ୍ଡ

ବାଲେଶ୍ୱର ଅଫିସ, ୨୩।୧୨-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସୋମବାର ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ଅଦାଲତର ବିଚାରପତି ଗିରିଜା ମହାପାତ୍ର ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲଦଣ୍ଡ ସହ ୨୫ହଜାର ଟଙ୍କା ଜରିମାନା କରିଛନ୍ତି। ସୋର ଥାନା ଅଞ୍ଚଳର ଜଣେ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଖଇରା,୨୩।୧୨(ଡି.ଏନ.ଏ): ବାଲେଶ୍ବର ଜିଲା ଖଇରା ଥାନା ଗୋଳିହା ପଞ୍ଚାୟତ ଅଧୀନ ଗୋଳିହା ମାଧବ ଗ୍ରାମର ଭରତ ଦାସ(୨୮)ଙ୍କ ରବିବାର ରାତିରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ଭରତ ଅତ୍ୟଧିକ ମଦ୍ୟପାନ କରି ମୃତ୍ୟୁବରଣ କରିଥିବା ନେଇ ସ୍ତ୍ରୀ ତୁଳସୀ ଓ ବାପା କରୁଣାକର…

୧୨ ବର୍ଷ ହେଲା ବିଛଣାରେ ନିବେଦିତା: ଆଶାରେ ଦିନ ବିତାଉଛନ୍ତି ମା’ବାପା

ବାଲେଶ୍ୱର ଅଫିସ, ୨୩।୧୨-ମା’ ବାପା ଗରିବ ହୋଇଥିଲେ ବି ମନୋବଳ ହରାଇନାହାନ୍ତି। ଦୀର୍ଘ ୧୨ବର୍ଷ ଧରି ନିଜ ରୋଗଣା ଝିଅ ନିବେଦିତାକୁ ଯତ୍ନର ସହ ଲାଳନପାଳନ କରିଆସୁଛନ୍ତି। ଅର୍ଥାଭାବ କାରଣରୁ ତା’ର ଚିକିତ୍ସା କରାଇପାରୁନାହାନ୍ତି। ଜନ୍ମ ହେବାପରଠାରୁ ନିବେଦିତା ସବୁବେଳେ ଶଯ୍ୟାଶାୟୀ…

ଚାନ୍ଦିପୁର ବେଳାଭୂମିରେ ସଫେଇ: ଜିଲାପାଳ, ଏସ୍‌ପି ଓ ଛାତ୍ରୀଛାତ୍ର ସାମିଲ

ବାଲେଶ୍ୱର ଅଫିସ, ୨୩।୧୨: ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ବର୍ଣ୍ଣିମ ବେଳାଭୂମିରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଜିଲା ପ୍ରଶାସନ ଓ ହୋଟେଲ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଏକ ମେଗା ସଫେଇ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହର ସମେତ…

ଚାନ୍ଦିପୁର ବେଳାଭୂମି ସଫେଇ: ଜିଲାପାଳଙ୍କ ନେତୃତ୍ୱରେ ସାମିଲ ହେଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୨୨।୧୨-ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ବର୍ଣ୍ଣିମ ବେଳାଭୂମିରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଜିଲା ପ୍ରଶାସନ ଓ ହୋଟେଲ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଏକ ମେଗା ସଫେଇ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହର ସମେତ ସ୍ଥାନୀୟ ବିଦ୍ୟାଳୟଗୁଡ଼ିକର…

ବିଭିନ୍ନ କଲେଜରେ ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଯାଞ୍ଚ

ବାଲେଶ୍ୱର ଅଫିସ, ୨୨।୧୨-ଭାରତ ସରକାରଙ୍କ ଯୁବନୀତି ୨୦୧୩ ଅନୁଯାୟୀ ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା ଏଫଏମ୍‌ କନିଷ୍ଠ ମହାବିଦ୍ୟାଳୟ ତରଫରୁ ଯୁକ୍ତ ୨ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରୀ ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଜିଲାସ୍ତରୀୟ ଯାଞ୍ଚ ହୋଇଥିଲା। ନୋଡ଼ାଲ…

କୋର୍ଟରୁ ଫାଇଲ୍‌ ଚୋରି: ଅଭିଯୁକ୍ତ ଅଟକ, ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ,୨୧।୧୨: ବାଲେଶ୍ୱର ସିଭିଲ ଜଜ୍‌ ଜୁନିୟର ଡିଭିଜନ୍‌ (ମୁନସିଫ୍‌) କୋର୍ଟର ନିର୍ବାଚନ ମିସ୍‌ କେସ୍‌ (ନଂ. ୧୬/୧୭)ର ଫାଇଲ୍‌ ଚୋରି ହୋଇଯାଇଥିବା ଶନିବାର ଜଣାପଡ଼ିଥିଲା। ସିସିଟଭି ଫୁଟେଜ୍‌କୁ ଆଧାର କରି ଅଭିଯୁକ୍ତଙ୍କୁ ଆଇନଜୀବୀମାନେ ଅଟକାଇଥିଲେ। ଦୀର୍ଘସମୟ ପଚରାଉଚରା ପରେ ଅଭିଯୁକ୍ତ…

ବାରିପଦାରେ ଶୀତ ବଢ଼ୁଛି

ବାରିପଦା ଅଫିସ,୨୧ା୧୨- ମୟୂରଭଞ୍ଜ ଜିଲା ବାରିପଦାରେ ଗତ ୨ ଦିନ ହେବ ଶୀତ ପ୍ରକୋପ ବଢ଼ିଛି। ପାଣି ପାଗ ବିଭାଗ ସୂଚନା ଅନୁଯାୟୀ ବୁଧବାର ଏଠାରେ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ଥିବା ବେଳେ ଗୁରୁବାର ଏହା ୧୧ ଡିଗ୍ରୀକୁ ଖସିଥିଲା।…

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ଧାରଣା

ବାଲିଆପାଳ, ୨୧।୧୨(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ସମ୍ମୁଖରେ ବାଲିଆପାଳ ଅବସରପ୍ରାପ୍ତ ଶିକ୍ଷକମାନେ ୫ ଦଫା ଦାବି ପୂରଣ ପାଇଁ ଶୁକ୍ରବାର ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। କେନ୍ଦ୍ର ସରକାର ୨୫ଟି ରାଜ୍ୟରେ ଶିକ୍ଷକ, କର୍ମଚାରୀମାନଙ୍କୁ ଚିକିତ୍ସା ଭତ୍ତା ଓ ସହାୟତା ଯୋଗାଇ ଆସୁଥିବା ବେଳେ…

ଶୂନ୍ୟ ହେଉଛି କୁପାରୀ ପୁଣ୍ୟଭୂମି: ଏବେ ମାଙ୍କଡ଼ା ଖଣି ଉପରେ ଲୋଲୁପ ଦୃଷ୍ଟି

ଖଇରା, ୨୧।୧୨ – ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ସାଂସ୍କୃତିକ ପୀଠ ପୁଣ୍ୟଭୂମି ଭାବେ ସାରା ଓଡିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଶୂନ୍ୟ ମଣ୍ଡପ, ନୃସିଂହ ମଠ, ଅମ୍ବିକା ମନ୍ଦିର, ବୌଦ୍ଧ ଓ ଜୈନ କୀର୍ତ୍ତି…

କଳା, ସଂସ୍କୃତି, ପରମ୍ପରାର ପ୍ରତୀକ ‘ଝୋଟିଚିତା’: ଜାତୀୟସ୍ତରୀୟ ଝୋଟି ମହୋତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୨୦।୧୨-ବାଲେଶ୍ୱର ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଉତ୍କଳୀୟ ଝୋଟି ପ୍ରତିଷ୍ଠାନ ତରଫରୁ ଗୁରୁବାର ଦିବାରାତ୍ର ଜାତୀୟସ୍ତରୀୟ ଝୋଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜ୍ୟରୁ ୧୬୫ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri