ବାଲେଶ୍ୱର

ରୋଡ୍‌ ଟ୍ୟାକ୍ସ ଫାଙ୍କିଥିବା ବସ୍‌କୁ ୧୩ ଲକ୍ଷ ଜରିମାନା

ବାଲେଶ୍ୱର ଅଫିସ୍‌, ୭ା୩(ଡି.ଏନ୍‌.ଏ.): ବାଲେଶ୍ୱର ପୋଲିସ ଲାଇନ ଛକରେ ଶନିବାର ପୂର୍ବାହ୍ନରେ ଏକ ଘରୋଇ ବସ୍‌କୁ ସିଜ୍‌ କରାଯିବା ସହିତ ଲକ୍ଷାଧିକ ଟଙ୍କାର ଜରିମାନା କରାଯାଇଛି। ପୋଲିସ ସହାୟତାରେ ବାଲେଶ୍ୱର ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀମାନେ ଶ୍ରୀଲୋକନାଥ ନାମକ ଏକ...

ଚାଇନା ଫେରନ୍ତା ବ୍ୟକ୍ତି ଅସୁସ୍ଥ: ଖଇରାରେ କରୋନା ଆତଙ୍କ

ଖଇରା,୭।୩(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ସାରକୋଣା ପଞ୍ଚାୟତ ସୋଜାଗଡ଼ ଗ୍ରାମରେ କରୋନା ଆତଙ୍କ ଦେଖାଦେଇଛି। ଚାଇନା ଫେରନ୍ତା ଯୁବକ ଜଗନ୍ନାଥ ଜେନାଙ୍କୁ କରୋନା ସଂକ୍ରମିତ ଥିବା ସନ୍ଦେହ କରାଯାଉଛି। ଖଇରା ମେଡିକାଲର ଏକ ଟିମ୍‌ ଶୁକ୍ରବାର ଜଗନ୍ନାଥଙ୍କ ଘରକୁ...

୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ୨ ଗିରଫ

ବାଲେଶ୍ୱର ଅଫିସ,୭।୩- କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ଟିମ୍‌ ଶୁକ୍ରବାର ବାଲେଶ୍ୱର ସହରର ଅରଡ ବଜାରରେ ଚଢାଉ କରି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିବା ସହ ୨ ବେପାରୀଙ୍କୁ ଗିରଫ କରିଛି। ଧରାପଡ଼ିଥିବା ୨ ବେପାରୀ କୁଖ୍ୟାତ ନିଶା...

ରାସ୍ତା କାମ ବିଳମ୍ବ ନେଇ ଅସନ୍ତୋଷ

ବାଲେଶ୍ୱର ଅଫିସ, ୭।୩-ବାଲେଶ୍ୱର ପୌରପାଳିକା ଅଧୀନ ୪୦ ରାସ୍ତା କାର୍ଯ୍ୟ ଆରମ୍ଭରେ ଅହେତୁକ ବିଳମ୍ବ କରାଯାଉଛି। ଏନେଇ ଶୁକ୍ରବାର ଜିଲା ଭାଜପା କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ସଦର ବିଧାୟକ ମଦନମୋହନ ଦତ୍ତ ଉଦ୍‌ବେଗ ପ୍ରକାଶ କରିଛନ୍ତି।...

ସ୍ବାସ୍ଥ୍ୟସେବା ଉପରୁ ତୁଟୁଛି ଭରସା

ଭୋଗରାଇ, ୭।୩(ଡି.ଏନ.ଏ.)-ରାଜ୍ୟରେ ସର୍ବବୃହତ ବ୍ଲକ ଭାବେ ପରିଚିତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ହୋଇରହିଛି। ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାଠାରୁ ଏହାର ଦୂରତା ୧୦୦ କି.ମି.। ଏହି ଉପାନ୍ତ ଇଲାକାରେ ଉନ୍ନତ ସ୍ବାସ୍ଥ୍ୟସେବା ମିଳୁ ନ ଥିବାବେଳେ...

‘ନଁ। ପଛରେ ଲୁଚିଛି କିମ୍ବଦନ୍ତୀ’

ଲଙ୍ଗଳେଶ୍ୱର, ୭।୩(କମଳାକାନ୍ତ ଦାସ)-ବିଭିନ୍ନ ଗ୍ରାମ ବା ଜନପଦର ନାମକରଣକୁ ନେଇ ରହିଛି ଅନେକ ଜନଶ୍ରୁତି। ବାଲେଶ୍ୱର ଜିଲା ସଦର ମହକୁମାଠାରୁ ୫୦ କି.ମି.ଦୂର ଗଲେ ପଡ଼େ ଲଙ୍ଗଳେଶ୍ୱର ବଜାର। ସେଠାରୁ ଅନତି ଦୂରରେ ପୁରାତନ ଶୈବପୀଠ ଲଙ୍ଗଳେଶ୍ୱର। ମନ୍ଦିର ପଛପଟେ...

କୁଲଡିହା ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ: ଜଣେ ଗିରଫ, ଦୁଇ ଫେରାର

ସଜନାଗଡ଼,୬।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟ ଭିତରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଗୁରୁବାର ବିଳମ୍ବିତ ରାତିରେ ଶିଆଡ଼ିମାଳ ପଞ୍ଚାୟତର ବଡ଼ନାଳ ଗ୍ରାମର ନାଲୁ ସିଂ ଓ ତାଙ୍କର ଦୁଇ ସହଯୋଗୀ କୁଲଡିହାକୁ ଶିକାର...

ଏମାନେ କଲେଜ ବେଳର ବନ୍ଧୁ

ରୂପ୍‌ସା, ୬।୩(ବାଞ୍ଛାନିଧି ଦେ)-ସେମାନେ ଥିଲେ କଲେଜ ବେଳର ବନ୍ଧୁ। ବିଏ ପାସ୍‌ ପରେ ଚାକିରି କରିବାକୁ ମନ ବଳାଇଥିଲେ। ମାତ୍ର ପରିବାରର ଅଭାବ, ଅନଟନ ସେମାନଙ୍କୁ ରୋଜଗାର କରିବାକୁ ବାଧ୍ୟ କଲା। ସେମାନେ ପ୍ରଥମେ କଦଳୀ ଚାଷ କରିବାକୁ ସ୍ଥିର...

ଜିଲାସ୍ତରୀୟ ବିଜ୍ଞାନଭିତ୍ତିକ ଗବେଷଣା, ଅନ୍ବେଷଣ ପ୍ରତିଯୋଗିତା: ଏଫଏମ୍‌ କଲେଜର ପ୍ରିୟା, ଅନନ୍ୟା ପ୍ରଥମ

ବାଲେଶ୍ୱର ଅଫିସ, ୬।୩-ବାଲେଶ୍ୱର ସହରସ୍ଥିତ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ବିଜ୍ଞାନ ଭିତ୍ତିକ ଗବେଷଣା ଓ ଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ପ୍ରଦର୍ଶନୀ ପ୍ରତିଯୋଗିତାରେ ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟାପିକା ମନସ୍ବିନୀ ବେହେରାଙ୍କ ତତ୍ତ୍ୱାବଧାନରେ ଯୁକ୍ତ ୨...

ଅପହୃତା ନାବାଳିକାଙ୍କୁ ଉଦ୍ଧାର ପାଇଁ ସୋର ଥାନାରେ ଧାରଣା

ସୋର, ୬ା୩(ଡି.ଏନ୍‌.ଏ.)-ଅପହୃତ ନାବାଳିକାଙ୍କୁ ଉଦ୍ଧାର ପାଇଁ ମା’, ବାପା ସମ୍ପର୍କୀୟଙ୍କ ସହ ଥାନା ଆଗରେ ଧାରଣା ଦେଇଥିଲେ। ତୁରନ୍ତ କାଯର୍‌ୟାନୁଷ୍ଠାନ ଗ୍ରହଣ କରି ଝିଅକୁ ଫେରାଇ ଦେବାକୁ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଯାଇଛି। ସୋର ଥାନା ଅଞ୍ଚଳର ଯୁକ୍ତ...

ପାଲା ମାଧ୍ୟମରେ ବିକାଶର ବାର୍ତ୍ତା

ଖଇରା, ୫।୩(ଡି.ଏନ.ଏ.)-ଗୁରୁବାର ଖଇରା ବ୍ଲକ ପରିସରରେ ବିଜୁ ପଟ୍ଟନାୟକ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ପାଲା ପରିବେଷଣ କରାଯାଇଥିଲା। ଯୁବ ପାଲାଗାୟକ ଛାୟାକାନ୍ତ ମହାନ୍ତି ଓ ସାଥୀ ଏହି ପାଲା ପରିବେଷଣ କରି କଳିଙ୍ଗ ବୀର ବିଜୁ...

ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ

ସଜନାଗଡ଼, ୫।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଅଭୟାରଣ୍ୟ ଭିତରେ ଦିନକୁ ଦିନ ଶିକାରୀମାନଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ରଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ବୁଧବାର ରାତି ୮ଟା ବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri