ବାଲେଶ୍ୱର

ପ୍ରେମ ବିବାହକୁ ନେଇ ଗଣ୍ଡଗୋଳ: ପୋଲିସକୁ ଆକ୍ରମଣ

ବାଲେଶ୍ୱର ଅଫିସ, ୨୪।୩: ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅନ୍ତର୍ଗତ ଶଗଡ଼ା ସାହି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୫ଜଣ ଗୁରୁତର ହୋଇଛନ୍ତି। ଉଦ୍ଧାର କରିବାକୁ ଯାଇଥିବା ପୋଲିସ…

ବାଲେଶ୍ୱର ଲକ୍‌ଡାଉନ୍‌: ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ଯାତାୟାତ କରିବାକୁ ଲୋକଙ୍କୁ ଅନୁମତି

ବାଲେଶ୍ୱର ଅଫିସ,୨୪।୩: କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ ନେଇ ସୋମବାର ୯ଟି ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହି ୯ ଜିଲାର ତାଲିକାରେ ଥିବା ବାଲେଶ୍ୱର ସହରକୁ ମଙ୍ଗଳବାର ପୂର୍ବାହ୍ନରୁ ଲକ୍‌ଡାଉନ୍‌ କରାଯାଇଛି…

ଆନ୍ଧ୍ରରେ ଫଶି ରହିଛନ୍ତି ଓଡ଼ିଆ ଯୁବକ : ସହାୟତା ପାଇଁ ଉପଜିଲାପାଳଙ୍କୁ ଗୁହାରି କଲେ ବାପା

ସଜନାଗଡ଼, ୨୪।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଔପଦା ବ୍ଲକ ଢ଼ୋଲପୁର ଗ୍ରାମର କେଶବ ଚନ୍ଦ୍ର ନାୟକଙ୍କ ପୁଅ କମଳାକାନ୍ତ ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲାର ଏକ ଗ୍ରାନାଇଟ୍‌ କମ୍ପାନୀରେ କାମ କରିବାକୁ ଯାଇ ସେଠାରେ ଫଶି ରହିଛନ୍ତି।…

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସିଲ୍‌

ଭୋଗରାଇ, ୨୪।୩(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ସୋମବାର ସନ୍ଧ୍ୟାଠାରୁ ପଶ୍ଚିମବଙ୍ଗକୁ ଲାଗିଥିବା ବାଲେଶ୍ୱର ଜିଲା ଭୋଗରାଇ ଓ ଜଳେଶ୍ୱର ସୀମାନ୍ତକୁ ସିଲ୍‌ କରି ଦେଇଛନ୍ତି। ପଶ୍ଚିମବଙ୍ଗରୁ କୌଣସି ଯାତ୍ରୀବାହୀ ଗାଡ଼ି ଓଡ଼ିଶା ମଧ୍ୟକୁ ପଶିବାକୁ ଦିଆଯାଉନାହିଁ ା…

ବାଲିଆପାଳକୁ ଲକ୍‌ଡାଉନ ଘୋଷଣା

ବାଲିଆପାଳ,୨୩।୩(ସ୍ବ.ପ୍ର/ଡି.ଏନ.ଏ.)-କରୋନା ଭୂତାଣୁର ଭୟାବହତାକୁ ଦେଖି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ରବିବାର ଜନତା କର୍ଫ୍ୟୁକୁ ବାଲେଶ୍ୱର ଜିଲା ସମେତ ବାଲିଆପାଳ ବ୍ଲକରେ ବିପୁଳ ସମର୍ଥନ…

ସୁବର୍ଣ୍ଣପୁର ଦ୍ୱୀପରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ

ଭୋଗରାଇ, ୨୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ସମୁଦ୍ର କୂଳ ତାଳସାରୀ ନିକଟସ୍ଥ ସୁବର୍ଣ୍ଣପୁର ଦ୍ୱୀପରେ ଗୋଟିଏ ଅଲିଭ୍‌ ରିଡ୍‌ଲେ କଇଁଛ ସୋମବାର ପ୍ରତ୍ୟୁଷରୁ ୭୫ଟି ଅଣ୍ଡା ଦେଇ ପରେ ସମୁଦ୍ରମୁହଁା ହୋଇଛି। ଆସନ୍ତା ମଙ୍ଗଳବାର ଅମାବାସ୍ୟା ତିଥିରେ ଭରାଜୁଆର ସହିତ ପାଗ ଅନୁକୂଳ…

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ରସାଳପୁର,୨୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ଅମ୍ବିକା ନାମ୍ନୀ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶାଶୁଘର ଲୋକେ ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଗଡ଼ିଆରେ ପକାଇ ଏହାକୁ ଆତ୍ମହତ୍ୟା ରୂପ ଦେବା…

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଜାଇଲୋ: ୪ ମୃତ, ୫ ଗୁରୁତର

ବାଲେଶ୍ୱର ଅଫିସ, ୨୩।୩: ପଶ୍ଚିମବଙ୍ଗ ଦାନ୍ତୁନ୍‌ ଥାନା ଅନ୍ତର୍ଗତ ନେକୁରସୁନି ଏନ୍‌ଏଚ୍‌ ୬୦ରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଗୁରୁତର ହୋଇଛନ୍ତି । ପ୍ରକାଶ ଯେ, ଏକ ଜାଇଲୋ ଯୋଗେ ୯ଜଣ…

ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନ: ଶୋଇଯାଇଛି ବାଲେଶ୍ୱର ସହର

ବାଲେଶ୍ୱର ଅଫିସ,୨୩।୩: ବିଶ୍ୱରେ ଦେଖାଦେଇଥିବା ମହାମାରୀ କରୋନା ରୋଗର ମୁକାବିଲା ପାଇଁ ଚାରିଆଡ଼େ ସଚେତନତା ସୃଷ୍ଟି କରାଯାଉଛି। ଏହି ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନରେ ବାଲେଶ୍ୱର ଖାଁ…

ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ: ଶିକାରୀ ଗିରଫ

ସଜନାଗଡ଼,୨୩।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ରବିବାର ରାତିରେ ଏହି ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଇଥିବା ନୀଳଗିରି ଥାନା ଅଧିନସ୍ଥ ଶିଆଡ଼ିମାଳ ପଞ୍ଚାୟତ ବାବନ୍ଧ ଗ୍ରାମର ପବନ ସିଂଙ୍କୁ ବନବିଭାଗ…

ବିଦେଶରୁ ବାଲେଶ୍ୱରକୁ ଫେରିଲେ ୫: ପ୍ରଶାସନ ପକ୍ଷରୁ କରାଗଲା ସ୍ବାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର ଅଫିସ,୨୩।୩: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବାବେଳେ ସବୁଦିଗରୁ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଏହି ପରିସ୍ଥିତିରେ ସୋମବାର ବିଦେଶରୁ ବାଲେଶ୍ୱର ଜିଲାକୁ ପୁଣି ୫ ଜଣ ଫେରିଛନ୍ତି। ଏମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା।…

ଗ୍ରାମବାସୀଙ୍କ ସହିତ ଥାଳି, ଘଣ୍ଟ ବଜାଇଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୨୨।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ରବିବାର ସବୁଠି ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଥିଲା। କରୋନା ମୁକାବିଲା ଲାଗି ଲୋକେ ସ୍ବତଃସ୍ଫୁର୍ତ୍ତ ଭାବେ ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଥିଲେ। ଫଳରେ ରାସ୍ତାଘାଟ ପରିବେଶ ଶୂନଶାନ୍‌ ହୋଇ ପଡିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri