ବଲାଙ୍ଗୀର

ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଅନୁରୋଧ କଲେ ମମିତାଙ୍କ ମାଆ

ବଲାଙ୍ଗୀର ଅଫିସ/ କଣ୍ଟାବାଞ୍ଜି, ୨୯ା୧୦ (ଡି.ଏନ୍‌.ଏ.): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ଶୁଣାଣି ପ୍ରକ୍ରିୟାରେ ଶୁକ୍ରବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମୃତା ମମିତା ମେହେରଙ୍କ ମା’ ତୁଳସୀ ମେହେର ଏବଂ ଜଣେ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି। କୋର୍ଟକୁ…

ପ୍ରଶାସନିକ ଅବହେଳା: ବ୍ଲକ ଘେରାଉ

ଟିଟିଲାଗଡ,୨୮ା୧୦(ଡି.ଏନ.ଏ.): ଟିଟିଲାଗଡ ବ୍ଲକ ପ୍ରଶାସନ ସାଧାରଣ ଜନତାଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ କରି ଗରିବ ସେନା ଟିଟିଲାଗଡ଼ ପକ୍ଷରୁ ଶୁକ୍ରବାର ବ୍ଲକ ଘେରାଉ କରାଯାଇଛି । ସଂଗଠନର ସଭାପତି ବୀରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଗ୍ରାମାଞ୍ଚଳର ମହିଳା ପୁରୁଷମାନେ…

ବିଷ ପିଇଲେ ଅଧ୍ୟାପକ

ଲୋଇସିଂହା,୨୪।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ରାମପୁର-ଡୁଡୁକା ରାସ୍ତାରେ ବିଷ ପିଇ ଗୁରୁତର ଅବସ୍ଥାରେ ପଡିଥିବା ଜଣେ ଅଧ୍ୟାପକଙ୍କୁ ସ୍ଥାନୀୟ କିଛି ଯୁବକ ଉଦ୍ଧାର କରି ସୋମବାର ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଅବସ୍ଥା ଗୁରୁତର ହେବାରୁ…

ସପ୍ତାହରେ ୪୦୦ ଉଦ୍ଧାର

୧୯୮୦ ଓ ୯୦ ଦଶକର ପ୍ରାରମ୍ଭରେ ଅବିଭକ୍ତ ବଲାଙ୍ଗୀର ଦେଶର ଦରିଦ୍ରତମ ଜିଲାଗୁଡ଼ିକ ମଧ୍ୟରେ ପରିଗଣିତ ହେଉଥିଲା। ବିଗତ ୨ ଦଶନ୍ଧି ହେଲା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାରେ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଏହାସତ୍ତ୍ୱେ ଗ୍ରାମାଞ୍ଚଳରେ ସରକାରୀ ସ୍ତରରେ…

ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ କଲେ ପ୍ରକଳ୍ପ ଲୋକାର୍ପଣ, ଶିଳାନ୍ୟାସ

ବଲାଙ୍ଗୀର ଅଫିସ, ୨୨।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବଲାଙ୍ଗୀର ଜିଲାର ୨ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଗୋଟିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୧ କୋଟି ୮୮ ଲକ୍ଷ…

ହାଇକୋର୍ଟ ଥିଲା, ସ୍ଥାୟୀ ବେଞ୍ଚ ଫେରାଅ

ବଲାଙ୍ଗୀର ଅଫିସ, ୨୧ା୧୦: ଓଡିଶା ସହ ଗଡଜାତ ମିଶ୍ରଣ ପୂର୍ବରୁ ବଲାଙ୍ଗୀରରେ ହାଇକୋର୍ଟ କାର୍ଯ୍ୟ କରୁଥିଲା। ଗଡଜାତ ମିଶ୍ରଣ ପରେ ବଲାଙ୍ଗୀରରୁ ହାଇକୋର୍ଟ ଉଠାଇ ଦିଆଯାଇ କଟକ ହାଇକୋର୍ଟ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ଇତିହାସ ହୋଇପାରେ, ମାତ୍ର ଏହାହିଁ ସତ୍ୟତା। ଐତିହାସିକ…

ବଲାଙ୍ଗୀରରେ ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବି

ବଲାଙ୍ଗୀର ଅଫିସ, ୨୦।୧୦- ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବି ନେଇ ବଲାଙ୍ଗୀରରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି। ଗୁରୁବାର ବଲାଙ୍ଗୀରର ସମସ୍ତ ସରକାରୀ ଅଫିସ ବନ୍ଦ କରାଯାଇଛି। ସକାଳ ୬ଟାରୁ ଡାକଘର ସମ୍ମୁଖରେ ପିକେଟିଂ କରିଥିଲେ।…

ଅଭିନବ ଉପାୟରେ ନିଶା କାରବାର: କୋଲ୍ଡ ଡ୍ରିଙ୍କ୍‌ସରେ ମିଶାଉଥିଲେ ନିଶା

ବଲାଙ୍ଗୀର ଅଫିସ, ୨୦ା୧୦: ଅଭିନବ ଉପାୟରେ ନିଶା କାରବାର ଚଳାଇଥିବା ଜଣେ ବ୍ୟକ୍ତି ଓ ତାଙ୍କ ନାବାଳକ ପୁଅକୁ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ମଙ୍ଗଳବାର ରାତିରେ ଧରିଛି। କୋଲ୍ଡ ଡ୍ରିଙ୍କ୍‌ସରେ ନିଶା ମିଶାଇ ଏହାକୁ ସେମାନେ ସହରରେ ବିକ୍ରି କରୁଥିଲେ।…

ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓରୁ ୯୩ କେଜି ଗଞ୍ଜେଇ ଜବତ

ଲୋଇସିଂହା,୧୯।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ବସଷ୍ଟାଣ୍ଡରେ ଏକ ସ୍କର୍ପିଓ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ସ୍କୁଟିରେ ଥିବା ନିକଟସ୍ଥ ପତ୍ରାପାଲି ଗାଁର ୩ ଜଣ ଯୁବକ ରଞ୍ଜନ ପଧାନ, ବ୍ରଜ ପଧାନ ଓ ରମେଶ…

ବଲାଙ୍ଗୀରରେ ତେଜୁଛି ରୋପ୍‌ଓ୍ବେ ଆନ୍ଦୋଳନ

ବଲାଙ୍ଗୀର ଅଫିସ,୧୮।୧୦: ବଲାଙ୍ଗୀର ଜିଲାରେ ବଢ଼ିବାରେ ଲାଗିଛି ରୋପ୍‌ୱେ ଟେନ୍‌ସନ। ହରିଶଙ୍କରରୁ ନୃସିଂହନାଥ ପ୍ରସ୍ତାବିତ ରୋପ୍‌ୱେ ଯୋଜନା ବାତିଲ ହେବା ଜଣାପଡ଼ିବା ପରେ ସପ୍ତାହେ ହେଲା ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି । ଗତ ୧୦ ତାରିଖରେ କୋଶସଲ ରାଜ୍ୟ…

ବାଲିମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର, ରାଜସ୍ବ ନୀରିକ୍ଷକ ଆହତ

ଲୋଇସିଂହା,୧୭।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଆଗଲପୁରରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ବାଲିମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ପ୍ରଭାକର ପଧାନ ଏବଂ ରାଜସ୍ବ ନୀରିକ୍ଷକ ସୁଶାନ୍ତ ପଟେଲ ଆହତ ହୋଇଛନ୍ତି । ଏପରିକି ଉଭୟ ଅଧିକାରୀଙ୍କୁ ଆକ୍ରମଣକାରୀ ୧…

ଦୁର୍ଘଟଣାରେ ଆହତଙ୍କୁ ଉଠାଇ ଡାକ୍ତରଖାନା ପଠାଇଲେ ବିଧାୟକ

ଲୋଇସିଂହା,୧୬।୧୦(ଡି.ଏନ୍‌.ଏ): ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ଲୋଇସିଂହା ଥାନା ଅଧୀନ ପୁଟାପାଲି କୁଶଙ୍ଗାଇ ପୋଲ ନିକଟରେ ଏକ ବୋଲେରୋ ପିକ୍‌ଅପ୍‌ (ନଂ.ଓଡି ୧୫ ଇ୪୨୬୩) ଜଣେ ଫାଇନାନ୍ସ କର୍ମଚାରୀଙ୍କ ବାଇକ୍‌ (ନଂ.ସିଜି ୦୬ ଜିୟୁ ୪୨୪୯)କୁ ଶନିବାର ରାତିରେ ଧକ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri