Advertisement

ବିଷ ପିଇଲେ ଅଧ୍ୟାପକ

ଲୋଇସିଂହା,୨୪।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ରାମପୁର-ଡୁଡୁକା ରାସ୍ତାରେ ବିଷ ପିଇ ଗୁରୁତର ଅବସ୍ଥାରେ ପଡିଥିବା ଜଣେ ଅଧ୍ୟାପକଙ୍କୁ ସ୍ଥାନୀୟ କିଛି ଯୁବକ ଉଦ୍ଧାର କରି ସୋମବାର ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ଆଣ୍ଡ କଲେଜକୁ ପଠାଯାଇଛି। ଗୁରୁତର ଅଧ୍ୟାପକ ଜଣକ ହେଲେ ବଲାଙ୍ଗୀର ଚନ୍ଦନଭାଟି କଲେଜର ଇତିହାସ ବିଭାଗ ଅଧ୍ୟାପକ ହୃଦୟାନନ୍ଦ ଦାସ ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ତାଙ୍କ ମାନସିକ ସ୍ଥିତି ଭଲନାହିଁ। ସୋମବାର ସକାଳେ ସେ ଜଳଖିଆ ଖାଇଥିଲେ । ସ୍ତ୍ରୀ ଔଷଧ ଖାଇବାକୁ କହିବାରୁ ସ୍କୁଟି ଧରି ବାହାରି ଯାଇଥିଲେ। ପୂବାହ୍ନରେ ଲୋଇସିଂହା ଥାନା ଅନ୍ତର୍ଗତ ଝାରବନ୍ଧଲି ଗ୍ରାମର ସୁଜିତ କର୍ଣ୍ଣ, ରମାକାନ୍ତ ମାଝିଙ୍କ ସହ କେତେକ ଯୁବକ ଡ୍ୟାମରୁ ଗାଧୋଇ ଆସୁଥିବା ବେଳେ ଅଧ୍ୟାପକଙ୍କୁ ମୁମୂର୍ଷୁ ଅବସ୍ଥା ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ସେମାନେ ପଚାରିବାରୁ ସେ ବିଷ ପିଇ ଦେଇଥିବା କହିଥିଲେ। ତୁରନ୍ତ ତାଙ୍କୁ ଯୁବକମାନେ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନା ଆଣିଥିଲେ । ଖବର ପାଇ ପରିବାର ଲୋକେ ଡାକ୍ତର ଖାନାରେ ପହଞ୍ଚିଛନ୍ତି । ଲୋଇସିଂହା ପୋଲିସ ଘଟଣାସ୍ଥଳରୁ ସ୍କୁଟିକୁ ଜବତ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ଆରମ୍ଭ ହେଲା କାମ

ଦାରିଙ୍ଗବାଡ଼ି,୧୮।୪(ଡି.ଏନ.ଏ)- କରୋନା ଯୋଗୁ ଶ୍ରମିକମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ରୋଜଗାରକ୍ଷମ ଏବଂ ବ୍ଲକର ବିଭିନ୍ନ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ...

ଚିକିତ୍ସାରେ ଅର୍ଥ ବାଧକ

ପଦ୍ମପୁର,୧୮।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ ଅଧୀନ ରୁକୁଣାଦେଇପୁର ଗ୍ରାମର ବୈକୁଣ୍ଠ ଦାସଙ୍କ ପୁଅ ଆଦିତ୍ୟ(୧୧)। ହାଡ଼ ଓ ମାଂସପେଶୀ ଅବକ୍ଷୟଜନିତ ରୋଗ(ଡିଏମ୍‌ଡି)ରେ...

ବଜ୍ରପାତ ନେଲା ଜଣଙ୍କ ଜୀବନ

ବୌଦ୍ଧ,୬।୧୦: ବୌଦ୍ଧ ଥାନା ଅନ୍ତର୍ଗତ ବନ୍ଧାପଥର ଗ୍ରାମରେ ରବିବାର ସକାଳ ୭ଟାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ବନ୍ଧାପଥର ଗ୍ରାମର ନୀଳା ଲୋହିତ ବେହେରା...

ବନ୍ଧୁକ ଦେଖାଇ ମହିଳା ଏଜେଣ୍ଟଙ୍କଠାରୁ ଲୁଟ୍‌

ଆସିକା,୨ା୮(ଡି.ଏନ୍‌.ଏ.)- ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଭେଟନଈ ପଲ୍ଲୀମାଳ ନିକଟରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ ମହିଳା ଏଜେଣ୍ଟଙ୍କଠାରୁ...

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଝାରସୁଗୁଡ଼ା ଅଫିସ,୨୭ା୬(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ  ନାଏକଙ୍କୁ ରବିବାର ତାଙ୍କ ଗ୍ରାମର ରମିତ ଧୁରୁଆ (୧୯) ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ହତ୍ୟାକାରୀ...

ଭୋଜି ରନ୍ଧାକୁ ବନ୍ଦ କଲା ପ୍ରଶାସନ, ୫ ହଜାର ଟଙ୍କା ଜରିମାନା

ଦାରିଙ୍ଗବାଡ଼ି,୨୫।୫(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ତ୍ତମାହା ପଞ୍ଚାୟତ କେର୍କେବାଡ଼ିର ଏକ ଜଙ୍ଗଲ ପାହାଡ଼ ନିକଟରେ ଭୋଜି ଚାଲିଥିବା ଖବର ପାଇ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ...

ଭସାଣି ଶୋଭାଯାତ୍ରାରେ ବିଦ୍ୟୁତ୍‌ ତାର ଲାଗି ଜଣେ ମୃତ

ମାର୍ଶାଘାଇ, ୧୯ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ କଣକଷଟି ଗଁାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଶୋଭଯାତ୍ରା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ଶୋଭାଯାତ୍ରାରେ...

ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗାଗଲା ଇଟା ଭାଟି

ମାଧପୁର,୩।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ଟୁସର ଆର୍‌ଆଇ ସର୍କଲ ବାସୁଦେବପୁର ପଞ୍ଚାୟତର ସୁବର୍ଣ୍ଣପୁର ଏବଂ ମୁଚ୍ଛପୁରରେ ବେଆଇନ ଭାବରେ ନିିର୍ମାଣ କରାଯାଉଥିବା ମାଟି...

Advertisement
Archives

Model This Week