ତୁକୁଡ଼ା-ମଝିକା ରାସ୍ତା ସମ୍ପ୍ରସାରଣ ଦାବି
ଛେଣ୍ଡିପଦା,୧୯ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନ ତୁକୁଡା-ମଝିକା ରାସ୍ତା ସମ୍ପ୍ରସାରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ, ପ୍ରାୟ ୨୫ କିମି ବିଶିଷ୍ଟ ଏହି ରାସ୍ତା ଉପରେ ତୁକୁଡା, ସଦାନନ୍ଦପୁର, ଓଡ଼କପା, ଜାମୁଣ୍ଡା, ଜାମୁଣ୍ଡା ଜଙ୍ଗଲ, ବଡକେରେଜାଙ୍ଗ,…
କାରଖାନା ସମ୍ମୁଖରେ ଠିକା ସଫେଇ କର୍ମଚାରୀଙ୍କ ଗଣାଧାରଣା
ତାଳଚେର,୧୮।୮(ନି.ପ୍ର.): ବିକ୍ରମପୁର ସ୍ଥିତ ଭାରି ଜଳ କାରଖାନା ସମ୍ମୁଖରେ ଗୁରୁବାର ଠିକା ସଫେଇ କର୍ମଚାରୀମାନେ ଗଣଧାରଣା ଦେଇଛନ୍ତି। ଗତ ୩ମାସ ହେଲା ସେମାନଙ୍କୁ ପାରିଶ୍ରମିକ ମିଳିନାହିଁ। ଠିକା ସଂସ୍ଥା କିମ୍ବା ଭାରିଜଳ କାରଖାନା କର୍ତ୍ତୃପକ୍ଷଙ୍କ ଏନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ…
ଟ୍ୟୁମର ନ ଥାଇ କାଟିଦେଲେ ପେଟ
ଅନୁଗୋଳ ଅଫିସ, ୧୮।୭ – ଅନୁଗୋଳ ସହରରେ ଥିବା ଏକ ନର୍ସିଂହୋମ୍ରେ ଜଣେ ମହିଳା ରୋଗୀଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରାଯାଇଥିବା ଅଭିଯୋଗ ହୋଇଛି। ୪ ମାସ ତଳର ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଖି ବୁଧବାର ନର୍ସିଂହୋମର ଡାକ୍ତର ସମ୍ପୃକ୍ତା ମହିଳାଙ୍କ ଅପରେଶନ କରିଥିଲେ…
ବଜ୍ରପାତରେ ୨୩ ଗୋରୁ ମୃତ
ପାଲଲହଡ଼ା, ୧୮ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ନଗିରା ପଞ୍ଚାୟତ ବାଲିବାହାଳ ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ୨୩ ଗୋରୁଙ୍କ ମୃତ୍ୟୁ ଘଟିଛି। ଅପରାହ୍ନ ପ୍ରାୟ ୨ଟାରେ ପାଲଲହଡ଼ାର ବିଭିନ୍ନ ଅଞ୍ଚଳରେ ଝିପିଝିପି ବର୍ଷା ସାଙ୍ଗକୁ ପ୍ରବଳ ଘଡଘଡି…
ଅନୁଗୋଳ ବଜାରରେ କେଟିଏମ୍ ଆର୍ସି ୧୨୫
ଅନୁଗୋଳ ଅଫିସ, ୧୮।୭ – କେଟିଏମ୍ ପକ୍ଷରୁ ନୂଆ ଆର୍ସି ୧୨୫ ମଡେଲ ଅନୁଗୋଳ ବଜାର ପ୍ରବେଶ କରିଛି। ଏହି ମଡେଲ ଆର୍ସି ୧୬ କେଟିଏମ୍ ମୋଟୋ ଜିପି ମେଶିନରୁ ଅନୁପ୍ରାଣିତ ହୋଇ ନିର୍ମାଣ ହୋଇଛି। ଏଥିରେ ଷ୍ଟିଲ ଟ୍ରେଲିସ୍ ଫ୍ରେମ୍…
ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ର ପୁରସ୍କୃତ
ଅନୁଗୋଳ ଅଫିସ, ୧୮।୭ – ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରକୁ ପୂର୍ବ ଜୋନାଲରେ ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର ଭାବେ ବିବେଚିତ କରାଯାଇ ପଣ୍ଡିତ ଦୀନଦୟାଲ କୃଷି ବିଜ୍ଞାନ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହ…
କଚ୍ଛପ ଗତିରେ ଚାଲିଛି ଟିକିରା ସେତୁ ନିର୍ମାଣ : ୧୫ ମାସରେ ୧୦ ପ୍ରତିଶତ କାର୍ଯ୍ୟ
ତାଳଚେର, ୧୮ା୭(ନି.ପ୍ର.) – କଣିହଁ। ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀଙ୍କ ଲାଇଫ୍ ଲାଇନ କୁହାଯାଉଥିବା ଟିକରା ସେତୁ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ନିର୍ମାଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ୨ ବର୍ଷରେ ଏହା ଶେଷ କରିବାକୁ ଚୁକ୍ତି କରିଥିଲେ ବି ଗତ…
୨୫ରୁ ଊର୍ଦ୍ଧ୍ୱ ଦିନ ହେବ ଏଟିଏମ୍ ଅଚଳ: ୬ ପଞ୍ଚାୟତ ଲୋକେ ହନ୍ତସନ୍ତ
ମାଧପୁର, ୧୭।୭(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ବଜାର ଉପକଣ୍ଠରେ ଥିବା ଏକମାତ୍ର ଗ୍ରାମ୍ୟବ୍ୟାଙ୍କ ଏଟିଏମ୍ ଦୀର୍ଘ ୨୫ ଦିନରୁ ଊର୍ଦ୍ଧ୍ୱ ହେବ ଖରାପ ହୋଇପଡ଼ିଛି। ଫଳରେ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି…
ଅନୁଗୋଳ ସହରରେ ପରୀକ୍ଷାମୂଳକ ସିସିଟିଭି କାର୍ଯ୍ୟ ଆରମ୍ଭ: ଥାନା ଛକ ହେବ ଜିରୋ ଟଲରେନ୍ସ ଜୋନ
ଅନୁଗୋଳ ଅଫିସ, ୧୭।୭-ଅନୁଗୋଳ ସହରକୁ ସିସିଟିଭି ନଜରରେ ରଖିବା କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ପରୀକ୍ଷା ମୂଳକ ଭାବେ ଏହା କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଏହାକୁ ଉଦ୍ଘାଟନ କରିବା ପରେ ସହରରେ ସିସିଟିଭି ଜରିଆରେ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ…
କଣିହାଁ ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ
କଣିହାଁ,୧୭।୭(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଦୀର୍ଘ ୧୫ ଦିନ ହେବ ଦେବଗଡ ଜିଲା ଅଞ୍ଚଳରୁ ଆସିଥିବା ୩ ହାତୀ ବ୍ଲକ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। କଣିହାଁ ବନାଞ୍ଚଳ ଅଧୀନ ଜଙ୍ଗଲ ଛାଡ଼ି ଉକ୍ତ ହାତୀ…
ମହିଳାଙ୍କୁ ଦୁର୍ବ୍ୟବହାର ସହ ଲୁଟ୍: ଅଭିଯୁକ୍ତଙ୍କୁ କାବୁ କରି ଛେଚିଲେ ଲୋକେ
ଅନୁଗୋଳ ଅଫିସ, ୧୭।୭-ଅନୁଗୋଳ ରେଳ ଷ୍ଟେଶନରେ ଟ୍ରେନ୍କୁ ଅପେକ୍ଷା କରିଥିବା ଜନୈକା ମହିଳାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସୋମବାର ବିଳମ୍ବିତ ରାତିରେ ଦୁର୍ବ୍ୟବହାର କରିବା ସହ ତାଙ୍କଠାରୁ ଟଙ୍କା ଲୁଟି ନେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଷ୍ଟେଶନରେ ଥିବା ଅନ୍ୟ…
ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ପରେଡ୍ରେ ଅଂଶଗ୍ରହଣ କରିବେ ୫୦ ଦଳ
ଅନୁଗୋଳ ଅଫିସ, ୧୭।୭- ଅନୁଗୋଳ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ ଉପରେ…
Archives


