ଅନୁଗୋଳ

ବ୍ରାହ୍ମଣବିଲ ବାଲୁଙ୍କେଶ୍ୱର ମନ୍ଦିରରୁ ହୁଣ୍ଡି ଚୋରି, ଛେଣ୍ଡିପଦା ଥାନାରେ ମାମଲା

ଛେଣ୍ତିପଦା,୧୦।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ଥାନା ବ୍ରାହ୍ମଣବିଲ ଗାଁର ବରାଳ ବାଲୁଙ୍କେଶ୍ବର ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ହୁଣ୍ଡି ବାକ୍ସ ଚୋରି ହୋଇଯାଇଛି। ଉକ୍ତ ହୁଣ୍ଡିରେ ସୁନା ସହ ୫୦ ହଜାରରୁ ଊଦ୍ଧର୍‌ବ ଟଙ୍କା ଥିବା ଗ୍ରାମବାସୀ କହିଛନ୍ତି। ଘଟଣା ସମ୍ପର୍କରେ…

ଧରାପୃଷ୍ଠରୁ ବିଦାୟ ନେଲେ ମା’ ଦଶଭୁଜା: ସିନ୍ଦୂର ଖେଳରେ ବିଭୋର ହେଲେ ମହିଳା

ଅନୁଗୋଳ ଅଫିସ, ୧୦।୧୦- ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା’ ଦୁର୍ଗା। ୫ ଦିନର ପୂଜାର୍ଚ୍ଚନା ପରେ ବୁଧବାର ଅଶ୍ରୁଭରା ନୟନରେ ମା’ଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳବାସୀ। ସକାଳୁ ସହରରେ ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନରେ ଅନେକ ପୂଜା ମଣ୍ଡପରେ…

ପୁଅ, ୩ ସହଯୋଗୀ ଗିରଫ

ଅନୁଗୋଳ ଅଫିସ,୧୦।୧୦ – ବାପାଙ୍କୁ ମାଡ଼ ମାରି ଟଙ୍କା ଲୁଟିବା ଅଭିଯୋଗରେ ଅନୁଗୋଳ ପୋଲିସ ଜଣେ ପୁଅ ସହ ତାଙ୍କର ୩ ସହଯୋଗୀଙ୍କୁ ସୋମବାର ଗିରଫ କରିଛି। ଲୁଟ୍‌ର ଶିକାର ହୋଇଥିବା ପଞ୍ଚାନନ ଘୋଷଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ.…

ଦୁଦୁରୁକୋଟରେ ମହାମାୟାଙ୍କ ମହାପାର୍ବଣ: ବୀରତ୍ୱ ଦେଖାଇଲେ ପାଇକ

ସାତମାଇଲ, ୧୦।୧୦(ଡି.ଏନ୍‌.ଏ.) – ସ୍ବାଧୀନତା ସଂଗ୍ରାମରେ ବ୍ରିଟିଶ ବିରୋଧରେ ଲଢ଼େଇ କରି ପରାକ୍ରମ ଦେଖାଇଥିଲେ ବୀର ପାଇକ। ଦେଶମାତୃକା ସେବାରେ ପ୍ରାଣବଳି ଦେଇଥିବା ଏହି ଦୁର୍ଦ୍ଦଶ ଜାତିର ଇତିହାସ ଆଜି ବି ସାଇତା ହୋଇରହିଛି। ମହାପାର୍ବଣ ଅବସରରେ ବୀର ପାଇକମାନେ ପୁଣିଥରେ…

କନ୍ଧପଡ଼ାରେ ଦଶହରା: ପୂଜାରେ ଯୋଗଦାନ ପାଇଁ ୬ଜଣ ସମ୍ମାନିତ

ମାଧପୁର, ୯।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡାରେ ମା’ ଦୁର୍ଗାଙ୍କ ୪୮ତମ ଦଶହରା ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଅଷ୍ଟମୀରେ ଆଠମଲ୍ଲିକର ଯୁବରାଜ ତଥା ଭାଜପା ଯୁବନେତା ପରେଶ ଦେଓ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ…

ବାର୍ଷିକ ଦଶହରା କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ତାଳଚେର, ୮।୧୦(ନି.ପ୍ର.)-ତାଳଚେର କିଶୋର କ୍ଲବର ୫୪ତମ ବାର୍ଷିକ ଦଶହରା କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଏମ୍‌ପି ମହେଶ ସାହୁ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଉପଲକ୍ଷେ ଏକ ମଶାଲ…

ଆରମ୍ଭ ହେଲା ବନ୍ଧୁକ ଚାଳନା ପ୍ରତିଯୋଗିତା

ତାଳଚେର, ୮।୧୦(ନି.ପ୍ର.)-ତାଳଚେର ରାଇଫଲ କ୍ଲବ୍‌ ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ୫୫ତମ ବନ୍ଧୁକ ଚାଳନା ପ୍ରତିଯୋଗିତା। ବିଧାୟକ ବ୍ରଜକିଶୋର ପ୍ରଧାନ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଦିବସରେ ପଏଣ୍ଟ ୨୨ ବୋର୍‌ ରାଇଫଲ ଷ୍ଟାଣ୍ଡିଂ, ପ୍ରୋନ୍‌ (୫୦ମିଟର), ୧୭୭…

ମନମୋହିଲା ପାଇକ ସମରକଳା

କଣିହଁ।, ୮।୧୦(ଡି.ଏନ.ଏ.)-କଣିହଁ। ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ବିଜୟାଦଶମୀ ଓ ଦଶହରା ଉତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ବଜ୍ରକୋଟ ଗ୍ରାମରେ ଦେବୋତ୍ତର କମିଟି ସଭାପତି ଫକୀରମୋହନ ସାମଲ ପାଇକକଳା ପ୍ରଦର୍ଶନ କରି ସମସ୍ତଙ୍କ ମନୋରଞ୍ଜନ କରିଥିଲେ। ସେହିପରି ଜମାନିଅଁ।, ସାନକାକୁଡ଼ିଆ, କୁଲୁଇ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ସମ୍ପର୍କକୁ ନେଇ ହତ୍ୟା ସନ୍ଦେହ

ବନ୍ତଳା,୮।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ପୁରୁଣା କୋଟ ଥାନା ସାରଧାପୁର ପଞ୍ଚାୟତର ଗୁରୁଧି ଗ୍ରାମ ଆମ୍ବ ତୋଟାରେ ମଙ୍ଗଳବାର ସକାଳେ ସୁଶୀଲ ଦାସ (୧୯) ଓରଫ ଟିନୁଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତାଙ୍କୁ ଚାରିରୁ ପାଞ୍ଚଜଣ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା…

ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ: ବାସିଖାଦ୍ୟ ଜବତ

ଅନୁଗୋଳ ଅଫିସ୍‌,୮।୧୦: ପାର୍ବଣ ସମୟରେ ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ଥିବା ଜଳଖିଆ ଦୋକାନ ଏବଂ ହୋଟେଲ ଉପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ସମୟରେ ୧୫ଟି ଦୋକାନରେ ୧୦ କିଲୋଗ୍ରାମ ବାସିଖାଦ୍ୟ ଜବତ କରି ନଷ୍ଟ କରିଥିବା…

ପୂର୍ତ୍ତ ବିଭାଗ ରାସ୍ତାରେ ଏନ୍‌ଟିପିସି ପ୍ରକଳ୍ପ ପାଉଁଶ ପାଣି

କଣିହଁା, ୭।୧୦(ଡି.ଏନ.ଏ.)-କଣିହଁା ବ୍ଲକ ଅଞ୍ଚଳରେ ୨ଦିନ ହେଲା ବଜ୍ରପାତ ସହ ପ୍ରବଳ ବର୍ଷା ହେଉଛି। ଏହି କାରଣରୁ ଏନ୍‌ଟିପିସି ପ୍ରକଳ୍ପରୁ ପାଉଁଶପାଣି ପ୍ରବାହିତ ହୋଇ ମାଡୁଆ ଦେବୀଙ୍କ ପୀଠ ନିକଟ ପୂର୍ତ୍ତ ବିଭାଗ ରାସ୍ତା ଉପରୁ ପିଚୁ ଉଠିଯାଇ ଖାଲଖମା ସୃଷ୍ଟି…

ବଳଦଯାତ୍ରା ପାଇଁ ଚଳଚଞ୍ଚଳ ଭୁବନ

ଭୁବନ, ୭।୧୦(ଡି.ଏନ.ଏ.)-ମଙ୍ଗଳବାର ଐତିହାସିକ ବଳଦଯାତ୍ରା। ଏହାକୁ ଆଉ କେଇଘଣ୍ଟା ବାକି। ବାଣିଜ୍ୟ ପରମ୍ପରାକୁ ନେଇ ସମୃଦ୍ଧ ଏହି ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନ ସହର। ଉଜ୍ଜ୍ୱଳ ଆଲୋକମାଳା, ସୁଉଚ୍ଚ ତୋରଣରେ ନୂଆବୋହୂ ପରି ଅଞ୍ଚଳ ସଜେଇ ହେଉଥିବାବେଳେ ଘରେ ଘରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri