ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ: ବାସିଖାଦ୍ୟ ଜବତ
ଅନୁଗୋଳ ଅଫିସ୍,୮।୧୦: ପାର୍ବଣ ସମୟରେ ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ଥିବା ଜଳଖିଆ ଦୋକାନ ଏବଂ ହୋଟେଲ ଉପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ସମୟରେ ୧୫ଟି ଦୋକାନରେ ୧୦ କିଲୋଗ୍ରାମ ବାସିଖାଦ୍ୟ ଜବତ କରି ନଷ୍ଟ...
ପୂର୍ତ୍ତ ବିଭାଗ ରାସ୍ତାରେ ଏନ୍ଟିପିସି ପ୍ରକଳ୍ପ ପାଉଁଶ ପାଣି
କଣିହଁା, ୭।୧୦(ଡି.ଏନ.ଏ.)-କଣିହଁା ବ୍ଲକ ଅଞ୍ଚଳରେ ୨ଦିନ ହେଲା ବଜ୍ରପାତ ସହ ପ୍ରବଳ ବର୍ଷା ହେଉଛି। ଏହି କାରଣରୁ ଏନ୍ଟିପିସି ପ୍ରକଳ୍ପରୁ ପାଉଁଶପାଣି ପ୍ରବାହିତ ହୋଇ ମାଡୁଆ ଦେବୀଙ୍କ ପୀଠ ନିକଟ ପୂର୍ତ୍ତ ବିଭାଗ ରାସ୍ତା ଉପରୁ ପିଚୁ ଉଠିଯାଇ ଖାଲଖମା...
ବଳଦଯାତ୍ରା ପାଇଁ ଚଳଚଞ୍ଚଳ ଭୁବନ
ଭୁବନ, ୭।୧୦(ଡି.ଏନ.ଏ.)-ମଙ୍ଗଳବାର ଐତିହାସିକ ବଳଦଯାତ୍ରା। ଏହାକୁ ଆଉ କେଇଘଣ୍ଟା ବାକି। ବାଣିଜ୍ୟ ପରମ୍ପରାକୁ ନେଇ ସମୃଦ୍ଧ ଏହି ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନ ସହର। ଉଜ୍ଜ୍ୱଳ ଆଲୋକମାଳା, ସୁଉଚ୍ଚ ତୋରଣରେ ନୂଆବୋହୂ ପରି ଅଞ୍ଚଳ ସଜେଇ ହେଉଥିବାବେଳେ ଘରେ...
ମତ୍ସ୍ୟଜୀବୀଙ୍କ ଜାଲରେ ସାଙ୍କୁଚ
ମାଧପୁର, ୭।୧୦: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ ବେଲଦୁଲା ଗ୍ରାମର ଜଣେ ମତ୍ସ୍ୟଜୀବୀ ରବିବାର ମହାନଦୀରୁ ବିରଳ ପ୍ରଜାତିର ସାଙ୍କୁଚ ମାଛ ଧରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସନ୍ଧ୍ୟା ୫ଟାରେ ମତ୍ସ୍ୟଜୀବୀ ପତି ଲୋଇ...
ବିପଦସଙ୍କୁଳ ଅବସ୍ଥାରେ ଅଙ୍ଗନଓ୍ବାଡି କେନ୍ଦ୍ର: ସହାୟିକାଙ୍କ ବାରଣ୍ଡାରେ ଶିକ୍ଷାଦାନ
ବଇଣ୍ଡା,୬।୧୦(ଡି.ଏନ.ଏ.) – କୁନି ଶିଶୁଙ୍କୁ ଶିକ୍ଷା ସହ ଜଡ଼ିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଛି ଅଙ୍ଗନଓ୍ବାଡି କେନ୍ଦ୍ର। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ସହ ଅଙ୍ଗନଓ୍ବାଡି କର୍ମୀ, ସହାୟିକା ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ସରକାର କରିଛନ୍ତି। ହେଲେ ଅନେକ...
ହୃଦ୍ଘାତରେ ବ୍ୟକ୍ତିଙ୍କ ମୃତ୍ୟୁ: ସତ୍କାରବେଳେ ମହୁମାଛି ଆକ୍ରମଣ, ୬ ଗୁରୁତର
ବନ୍ତଳା,୬।୧୦(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମ ପାଟଣାସାହିର ଦାମୋଦର ସାମଲ(୫୮)ଙ୍କ ଶନିବାର ହୃଦଘାତରେ ମୃତ୍ୟୁ ଘଟିଛି। ତାସ ଖେଳୁଥିବାବେଳେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା...
ଦୁଇ ଦିନିଆ ଗ୍ରାହକ ସେବା ମେଳା ଉଦ୍ଯାପିତ: ୩୧ କୋଟି ୯୧ ଲକ୍ଷ ଋଣ ପ୍ରଦାନ
ଅନୁଗୋଳ ଅଫିସ, ୬।୧୦ – ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଦୁଇ ଦିନିଆ ଗ୍ରାହକ ସେବା ମେଳା ଶନିବାର ଉଦ୍ଯାପିତ ହୋଇଯାଇଛି। ଏହି ଦୁଇ ଦିନରେ ମୋଟ ୩୩ଟି ବ୍ୟାଙ୍କ ୧୩୯୧ ଜଣ ଲୋକଙ୍କୁ ୩୧ କୋଟି ୯୧ ଲକ୍ଷ...
ଫାଇନାନ୍ସ କମ୍ପାନୀରୁ ୧୫ ଲକ୍ଷ ହଡ଼ପ
ଅନୁଗୋଳ ଅଫିସ, ୬।୧୦ – ଅନୁଗୋଳର ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ଟଙ୍କା ହଡ଼ପ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି। ସେ ହେଲେ ଉକ୍ତ ସଂସ୍ଥାରେ ଆକାଉଣ୍ଟାଣ୍ଟ ଭାବେ କାମ...
ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି
ବଅଁରପାଳ,୫।୧୦(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ଦିହସାହିର ଧୁଳିଆ ଗୋଚ୍ଛାୟତଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ଘରର ଝରକା ତାଡି ଘରେ ପଶି ଲକ୍ଷେ ୮୫ ହଜାର ଟଙ୍କା ସହିତ ସୁନାଗହଣା ଲୁଟି...
ଅବକାରୀ ଚଢାଉ, ୪ ଗିରଫ
ବଇଣ୍ଡା,୫।୧୦(ଡି.ଏନ.ଏ.): ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶନିବାର ଠାକୁରଗଡ଼ ଥାନା ତଲେଇପଥର ଓ ଖମାର ଗ୍ରାମରେ ଚଢାଉ କରାଯାଇ ୭୮ ଲିଟର ଚୋରା ଦେଶୀ ମହୁଲି ମଦ ଜବତ କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ...
ଅବକାରୀ ବିଭାଗର ଚଢ଼ାଉ ବେଳେ ଢ଼େଲାପଥର ମାଡ଼: ଭାଙ୍ଗିଲା ଗାଡ଼ି, ଡ୍ରାଇଭର ଆହତ
ଛେଣ୍ଡିପଦା,୫।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ରଥ ସାହିରେ ଶନିବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ମଦ ମାଫିଆମାନେ ଢ଼େଲାପଥର ମାଡ଼କରି ଅବକାରୀ ବିଭାଗ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଏଥିରେ ଗାଡ଼ି ଡ୍ରାଇଭର...
ଆଜି ବନ୍ଦ ହେବ ରେଙ୍ଗାଳି ଡ୍ୟାମ୍ ଗେଟ୍
କଣିହାଁ,୪।୧୦(ଡି.ଏନ.ଏ.): କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀ ନଦୀର ରେଙ୍ଗାଳି ଡ୍ୟାମ୍ରୁ ୩ୟ ଥର ପାଇଁ ବନ୍ୟାଜଳ ନିଷ୍କାସନ ପାଇଁ ମଙ୍ଗଳବାର ପୂର୍ବାହ୍ନଠାରୁ ୮ ନଂ. ଗେଟ ଖୋଲାଯାଇଥିଲା। ଉକ୍ତ ଗେଟକୁ ଶୁକ୍ରବାର ବନ୍ଦ କରାଯିବ ବୋଲି ସୂଚନା ମିଳିଛି। ଡ୍ୟାମ୍ ଅବବାହିକା...
Archives


