ଅନୁଗୋଳ

‘ଜାତୀୟସ୍ତରୀୟ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କର’

ଅନୁଗୋଳ ଅଫିସ୍‌, ୨୪ା୧ ଅନୁଗୋଳ ଫରେଷ୍ଟ ରେଞ୍ଜର କଲେଜରେ ରାଜ୍ୟସ୍ତରୀୟ ବନ ବିଭାଗ ସ୍ପୋଟର୍‌ସ ମିଟ୍‌ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ରାଜ୍ୟର ୮ଟି ସର୍କଲର ବନ ବିଭାଗ ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି। ଦୁଇଟି ସ୍ଥାନରେ ଅନୁଷ୍ଠିତ ହେଉଥିବା ଏହି କ୍ରୀଡ଼ାରେ…

ଚିକିତ୍ସା ସେବା ଅନୁଧ୍ୟାନ କଲେ ଜିଲାପାଳ

ଅନୁଗୋଳ ଅଫିସ୍‌, ୨୪ା୧ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇ ଚିକିତ୍ସା ସେବା ଅନୁଧ୍ୟାନ କରିଛନ୍ତି। ମେଡିକାଲରେ ରୋଗୀଙ୍କୁ କିପରି ସେବା ପ୍ରଦାନ କରାଯାଉଛି ସେ ସମ୍ପର୍କରେ ରୋଗୀଙ୍କ ଠାରୁ ପଚାରି ବୁଝିଛନ୍ତି।…

ତାଳଚେର ପୁସ୍ତକ ମେଳା ଉଦ୍‌ଘାଟିତ

ତାଳଚେର,୨୪ା୧(ନି.ପ୍ର.) ପୁସ୍ତକ ବନ୍ଧୁ ଭାବେ କାର୍ଯ୍ୟ କରେ। ତାହାର ବିକଳ୍ପ ନାହିଁ। ପୁସ୍ତକ ଜ୍ଞାନ ବିକାଶ ଓ ରୋଜଗାରର ମାଧ୍ୟମ ହେବା ଆବଶ୍ୟକ ବୋଲି ହାଟତୋଟା ପ୍ରଜାମଣ୍ଡଳ ଭବନ ପରିସରରେ ୧୭ତମ ତାଳଚେର ପୁସ୍ତକ ମେଳାର ଉଦ୍‌ଘାଟନ ଅବସରରେ ଅତିଥିମାନେ ମତବ୍ୟକ୍ତ…

ଲିନ୍ସଲରୀ ପ୍ରୋଜେକ୍ଟ କାର୍ଯ୍ୟ ତଦାରଖ

ବଅଁରପାଳ,୨୪ା୧(ଡି.ଏନ.ଏ.) ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂତନ ଅଧ୍ୟକ୍ଷ ଶ୍ରୀଧର ପାତ୍ର ଦୁଇ ଦିନିଆ ଅନୁଗୋଳ ଗସ୍ତରେ ଆସି ଗୁରୁବାର ନାଲ୍‌କୋ ସ୍ମେଲଟର ଓ ପାୱାର ପ୍ଲାଣ୍ଟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ସିଏମ୍‌ଡି ନାଲ୍‌କୋରେ କାର୍ଯ୍ୟରତ ସମସ୍ତ…

ଗଁ। ଗଁ। ବୁଲି ଖୋଜୁଛନ୍ତି କ୍ରୀଡ଼ା ପ୍ରତିଭା

ଛେଣ୍ଡିପଦା, ୨୪ା୧ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ସହ ନୂଆ ନୂଆ ପ୍ରତିଭା ସୃଷ୍ଟି କରିବାର ଆଗ୍ରହ ୭୩ ବର୍ଷ ବୟସରେ ବି ତାଙ୍କୁ ଯୁବକ କରି ରଖିଛି। ଖାସ୍‌ ଏହି କାରଣରୁ ସେ ଦୈନିକ ସାଇକେଲରେ ଘୂରି ବୁଲୁଛନ୍ତି ଏ ଗଁାରୁ…

ଜଙ୍ଗଲରେ ଯୁବତୀଙ୍କ ମୃତଦେହ ପଡ଼ିବା ଘଟଣା: ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ

ମାଧପୁର,୨୩।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ମାନଯୋର ଜଳସେଚନ ଉପରମୁଣ୍ଡ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ପଡ଼ିଥିବା ଖବର ବୁଧବାର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ପରେ ଗୁରୁବାର ଆଠମଲ୍ଲିକ ପୋଲିସ ଘଟଣାସ୍ଥଳକୁ ଆସି ବହୁତ ଖୋଜାଖୋଜି ପରେ ମୃତଦେହର ସନ୍ଧାନ…

ଖାଦ୍ୟ ମାନ ଯାଞ୍ଚ କରିବେ ଡାକ୍ତରୀ ଦଳ

ଅନୁଗୋଳ ଅଫିସ,୨୩।୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ୧୯୨ ରୁ…

ବିଖଣ୍ଡିତ ଚଲାପଥ ସଂଯୋଗ ଉପରେ ଗୁରୁତ୍ୱ

ଅନୁଗୋଳ ସହର,୨୩।୧ – ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେଶନ ଟ୍ରଷ୍ଟ ଆନୁକୂଲ୍ୟରେ ଓଡ଼ିଶା ପରିବେଶ ସମିତି ଓ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ସହଯୋଗରେ ଚାଲିଥିବା ହାତୀ ଚଲାପଥ ପଦଯାତ୍ରା ବୁଧବାର ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ାଠାରେ ଉଦ୍‌ଯାପିତ ହୋଇଯାଇଛି। ଅବସରପ୍ରାପ୍ତ…

୮ମ ଜିଲା ମହୋତ୍ସବ ପାଇଁ ସଜବାଜ

ଅନୁଗୋଳ ଅଫିସ, ୨୩।୧ – ଅଷ୍ଟମ ଜିଲା ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ମଶାଲ ଶୋଭାଯାତ୍ରା ଚଳିତ ମାସ ୩୦ ତାରିଖରେ ଅନୁଷ୍ଠିତ ହେବ। ଏହି ଶୋଭାଯାତ୍ରାର ସୁପରିଚାଳନା ପାଇଁ ବୁଧବାର ଏକ ପ୍ରସ୍ତୁତି ବୈଠକ…

ଶାରିରୀକ ବିକାଶ ପାଇଁ ଖେଳକୁଦ ଆବଶ୍ୟକ

ବଅଁରପାଳ,୨୨।୧(ଡି.ଏନ.ଏ.): ବଅଁରପାଳ ପିଏସଏସଜେ ଡିଗ୍ରୀ କଲେଜ ପରିସରରେ ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ କଲେଜ ଅଧ୍ୟକ୍ଷ ଗୋକୁଳା ନନ୍ଦ ପ୍ରଧାନ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏଥିରେ ୧୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।…

ଶେଷରେ କପିଳାସ ଗଲା ନରହନ୍ତା ହାତୀ

ବନ୍ତଳା/ତାଳଚେର,୨୨।୧(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ଚଳାଇଥିବା ନରହନ୍ତା ଦନ୍ତା ହାତୀକୁ ଶେଷରେ କପିଳାସ ପଠାଯାଇଛି। ସୋମବାର ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲେ ବି ରାତିରେ ସ୍ଥାନାନ୍ତର କରିବାରେ ବିଫଳ ହୋଇଛି। ଢେଙ୍କାନାଳ…

ପିଲା ଆସିଲେନି, ବସି ବସି ଫେରିଲେ ଶିକ୍ଷୟିତ୍ରୀ

ପବିତ୍ରନଗର,୨୨ା୧(ଡି.ଏନ.ଏ.) – ଅନୁଗୋଳ ଜିଲା କଣିହାଁ ବ୍ଲକ ପରାବିଲ ଗ୍ରାମର ନିମ୍ନ ପ୍ରାଥମିକ ବିଦ୍ୟାଳୟକୁ ପବିତ୍ରନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ନେଇ ବିବାଦ ଲାଗିରହିଛି। ଫଳରେ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମ ପରିଚାଳନା କମିଟି ନିଷ୍ପତ୍ତି କ୍ରମେ ଅଭିଭାବକମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri