ଅନୁଗୋଳ

ସଫେଇ ବାହାନାରେ ଜମିଲା ଭୋଜି

ଅନୁଗୋଳ ଅଫିସ, ୩୦।୪ – ଲକ୍‌ଡାଉନ୍‌ କଟକଣାକୁ ଉଲ୍ଲଂଘନ କରିଛନ୍ତି ଅନୁଗୋଳ ପୌରପାଳିକାର କେତେଜଣ କର୍ମଚାରୀ। ଡିସ୍‌ ସଫେଇ ବାହାନାରେ ସେମାନେ କଳାକେନ୍ଦ୍ରରେ ବୁଧବାର ଭୋଜିର ଆୟୋଜନ କରିଥିବା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଭୋଜିରେ ବିଜେଡିର କିଛି…

ଫେରାର ଭାଟି ମ୍ୟାନେଜରଙ୍କୁ ଖୋଜୁଛି ପୋଲିସ

ଅନୁଗୋଳ ଅଫିସ, ୨୯।୪ – ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆରେ ଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ ବେଳେ ଫେରାର ହୋଇଯାଇଥିବା ମ୍ୟାନେଜରଙ୍କୁ ଗିରଫ କରିବାକୁ ଅନୁଗୋଳ ପୋଲିସ ଉଦ୍ୟମ ଜାରି ରଖିଛି। ଏହି ଘଟଣାରେ ଭାଟି ମାଲିକ ବିକ୍ରମ…

ସଙ୍ଗରୋଧ କେନ୍ଦ୍ର ପାର୍ଶ୍ୱରେ ଚାଲିଛି ପରିବା ବିକ୍ରି

ଅନୁଗୋଳ ଅଫିସ, ୨୯।୪ – ଅନୁଗୋଳ ପୌର ପ୍ରଶାସନ ପକ୍ଷରୁ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଟାଉନ୍‌ ହାଇସ୍କୁଲ ଠାରେ କ୍ୱାରାଣ୍ଟାଇନ ସେଣ୍ଟର କରାଯାଇଛି। କିନ୍ତୁ ଉକ୍ତ ସେଣ୍ଟର ପାର୍ଶ୍ୱରେ ଦୈନିକ ପରିବା ବ୍ୟବସାୟୀମାନେ ବେପାର କରୁଛନ୍ତି। କରୋନା ସନ୍ଦିଗ୍ଧମାନଙ୍କୁ ସେଠାରେ…

ବସ୍‌ରେ ଘରକୁ ଗଲେ ୧୭୯ ଜଣ

ଅନୁଗୋଳ ଅଫିସ, ୨୯।୪ – ଅନୁଗୋଳ ଜିଲାର ବିଭିନ୍ନ ବ୍ଲକରେ କ୍ୱାରାଣ୍ଟାଇନ୍‌ରେ ଥିବା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ କଳାହାଣ୍ଡି ଜିଲାର ୧୭୯ ଜଣ ଲୋକଙ୍କୁ ମଙ୍ଗଳବାର ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। କ୍ୱାରାଣ୍ଟାଇନ ଅବଧି ଶେଷ ହୋଇଯାଇଥିବାରୁ ପ୍ରଶାସନ ପକ୍ଷରୁ…

ଏଫ୍‌ଇଏସ୍‌ ଦେଲା ସୁରକ୍ଷା ସାମଗ୍ରୀ

ଅନୁଗୋଳ ଅଫିସ, ୨୮।୪ କରୋନା ବିରୋଧୀ ସଂଗ୍ରାମରେ ପ୍ରମୁଖ ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗର ହାତ ବଢ଼ାଇଛି ଅନୁଗୋଳ ଜିଲାର ଫାଉଣ୍ଡେଶନ ଫର୍‌ ଇକୋଲୋଜିକାଲ ସିକ୍ୟୁରିଟି (ଏଫ୍‌ଇଏସ୍‌)। ସୋମବାର ଅନୁଷ୍ଠାନ ପକ୍ଷରୁ ୨୫୦ଟି ବ୍ୟକ୍ତିଗତ ସୁରକ୍ଷା କିଟ୍‌ ଜିଲା ପ୍ରଶାସନକୁ ପ୍ରଦାନ…

୫୦ ହଜାର ଦେଲା ବସ୍‌ ମାଲିକ ସଂଘ

ତାଳଚେର, ୨୮ା୪(ନି.ପ୍ର.) କରୋନା ମୁକାବିଲା ପାଇଁ ତାଳଚେର ବସ୍‌ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘ ସଭାପତି ଶ୍ରୀକାନ୍ତ କୁମାର ପାଣି, ସାଧାରଣ ସମ୍ପାଦକ ସୁମନ ବେହେରା, କୋଷାଧ୍ୟକ୍ଷ ମଦନ ମୋହନ…

ଜିଲାପାଳଙ୍କୁ ରିପୋର୍ଟ ଦେଲା ଅବକାରୀ ବିଭାଗ

ଅନୁଗୋଳ ଅଫିସ, ୨୮।୪ ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆରେ ଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ ସହ ୪୩ ଜଣଙ୍କୁ ଗିରଫ କରାଯିବା ମାମଲାର ରିପୋର୍ଟ ଅବକାରୀ ବିଭାଗ ପକ୍ଷରୁ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। ଲକ୍‌ଡାଉନ୍‌…

ପୋଲିସର ସହଯୋଗକୁ ଆଇଜିଙ୍କ ପ୍ରଶଂସା

ଅନୁଗୋଳ ଅଫିସ, ୨୮।୪ ଲକ୍‌ଡାଉନ୍‌ କଟକଣାକୁ ଅନୁଗୋଳରେ କଡ଼ାକଡ଼ି କରିବା ସହ ଭୋକିଲା ଓ ସହଯୋଗ ଲୋଡ଼ୁଥିବା ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇପାରୁଥିବା ଅନୁଗୋଳ ପୋଲିସକୁ ପ୍ରଶଂସା କରିଛନ୍ତି ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ସୋସିଆଲ ମିଡିଆ ପୋଷ୍ଟରେ ଆଇଜି ଲେଖିଛନ୍ତି…

ରାଜ୍ୟ ବାହାରୁ ଆସିବେ ୧୭ ହଜାର ଶ୍ରମିକ

ଅନୁଗୋଳ ଅଫିସ, ୨୮।୪ ଅନୁଗୋଳ ଜିଲାକୁ ରାଜ୍ୟ ବାହାରୁ ଆସିବାକୁ ଥିବା ୧୭ ହଜାର ଲୋକଙ୍କୁ କିପରି ସଙ୍ଗରୋଧରେ ରଖାଯିବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବୈଠକ ସୋମବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…

ବେଲ୍‌ ଖାରଜ, ଗଲେ ଜେଲ

ଅନୁଗୋଳ ଅଫିସ, ୨୭।୪: ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ମଦ ଭାଟିର ମାଲିକ ବିକ୍ରମ କିଶୋର ସାହୁଙ୍କୁ ରବିବାର ପୋଲିସ ଜେଲ୍‌ ପଠାଇ ଦେଇଛି। ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଡିସ୍‌ଚାର୍ଜ ହେବା ପରେ ତାଙ୍କୁ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଜେଏମ୍‌)ଙ୍କ…

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ଛେଣ୍ଡିପଦା,୨୭।୪(ସ୍ବ.ପ୍ର.) ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା କ୍ୱାରାଣ୍ଟାଇନ କେନ୍ଦ୍ରକୁ ରବିବାର ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ପରିଦର୍ଶନ କରିଛନ୍ତି। ଜିଲାପାଳଙ୍କ ସହ ଛେଣ୍ଡିପଦା ବିଡିଓ ସୁନିଲ କେର୍କେଟା ଓ ତହସିଲଦାର ଡାନିଏଲ ଏକ୍କା ପରଙ୍ଗ, ନିଶା, କଙ୍କରାଇ, ରାଇଝରଣ, କୋଶଳା…

ଶଢ଼ୁଛି ଫସଲ, ବଢ଼ୁଛି କ୍ଷତି

ଛେଣ୍ଡିପଦା,୨୭।୪(ସ୍ବ.ପ୍ର.) କରୋନା କଟକଣା ପାଇଁ କ୍ଷତି ସହୁଛନ୍ତି ପରିବା ଚାଷୀ। ଏକର ଏକର ଜମିରେ ସେମାନେ କରିଥିବା ପରିବା ବିକ୍ରି କଷ୍ଟକର ହୋଇପଡୁଥିବାରୁ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଲକ୍‌ଡାଉନ୍‌ ଯୋଗୁ ମାର୍କେଟ ସମ୍ପୂର୍ଣ୍ଣ ଖୋଲୁ ନ ଥିବା ବେଳେ ଦୂର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri