ରାଜଧାନୀରେ ୩୦ ମହିଳାଙ୍କଠାରୁ ଲୁଟ୍ ଘଟଣା: ଧରାପଡ଼ିଲା ୨ଜଣିଆ ଲୁଟେରା ଗ୍ୟାଙ୍ଗ୍; ୧୫ ମୋବାଇଲ, ୩୦ ଭ୍ୟାନିଟି, ସୁନା ଅଳଙ୍କାର, ବାଇକ୍ ଜବତ
ଭୁବନେଶ୍ୱର, ୧୧।୮(ବ୍ୟୁରୋ): ରାଜଧାନୀରେ ଗତ କିଛିମାସ ହେବ ମାତିଥିବା ଭ୍ୟାନିଟି ଓ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗ୍କୁ ଠାବ କରିଛି କମିଶନରେଟ ପୋଲିସ। ଏହି ୨ଜଣିଆ ଗ୍ୟାଙ୍ଗ୍ର ସଦସ୍ୟ କଳା ପଲ୍ସରରେ ଆସି ମହିଳାଙ୍କଠାରୁ ଲୁଟ୍ପାଟ କରୁଥିଲେ। ଇତିମଧ୍ୟରେ ୩୦ ମହିଳାଙ୍କଠାରୁ…
ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଧାରୁଆ ଅସ୍ତ୍ରରେ ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ
ବଡ଼ବିଲ,୧୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଗାଢ଼ା ହଟିଂ ଅଞ୍ଚଳରେ ରହୁଥିବା ମନୋଜ ରାଜପୁତ ନାମକ ଯୁବକ ଶୁକ୍ରବାର ରାତିରେ ଗାଢ଼ା ହଟିଂ ଓ ସୁନ୍ଦରାବସ୍ତି ଅଞ୍ଚଳରେ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ଅଭିଯୁକ୍ତ ମନୋଜ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ…
୧୧ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ : ଜଣେ ଗିରଫ
ଖୋର୍ଦ୍ଧା ଅଫିସ,୧୦ା୮ : ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ପୋଲିସ ଶନିବାର ଜୟମଙ୍ଗଳ ଛକରୁ ୧୧ କେଜି ୮୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହା ସହ ବ୍ରାଉନସୁଗାର ବିକ୍ରି ଟଙ୍କା ୪ ହଜାର ୩ ଶହ ଜବତ ହୋଇଛି। ଏଥିରେ…
ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ମିଳିଲା ପରିଚୟ, ଅଭିଯୁକ୍ତ ସ୍ବାମୀ ଫେରାର
ହାଟଡ଼ିହୀ, ୧୦।୮ (ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ଗ୍ରାମର ପ୍ରଦୀପ ମଲ୍ଲିକଙ୍କ ଘର ପଛପଟ ବାଡ଼ିର ମାଟିତଳୁ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିବା ପରେ ଶନିବାର ତାଙ୍କର ପରିଚୟ ମିଳିଛି। ସେ ହେଉଛନ୍ତି ବାଲେଶ୍ୱର ଜିଲା…
ଅପହୃତା ଯୁବତୀ ଉଦ୍ଧାର: ଅପହରଣକାରୀ ଗିରଫ
ଦିଗପହଣ୍ଡି,୧୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ଅପହୃତା ଯୁବତୀଙ୍କୁ କେ. ନୂଆଗାଁ ପୋଲିସ ଉଦ୍ଧାର କରିଛି। ଅପହରଣକାରୀ ଯୁବକଙ୍କୁ ପୋଲିସ ଥାନାରେ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ, ଜାନୁୟାରୀ ୫ ତାରିଖରେ ଯୁବତୀଙ୍କ ବାପା ଝିଅଙ୍କୁ ଅପହରଣ କରାଯାଇଥିବା…
ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ଲୁଟ୍
ଆସିକା, ୧୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା-କବିସୂର୍ଯ୍ୟନଗର ମୁଖ୍ୟ ରାସ୍ତାର କଲେଜ ଛକ ନିକଟରୁ ଶନିବାର ପୂର୍ବାହ୍ନରେ ଜଣେ ମିଠା ବ୍ୟବସାୟୀଙ୍କ ଠାରୁ ୮ ହଜାର ଟଙ୍କା ଲୁଟ୍ ହୋଇଛି। ମିଠା ବ୍ୟବସାୟୀ ଜଣକ ହେଲେ ଆସିକା ବ୍ଲକ ଅନ୍ତର୍ଗତ ନିମିନା ଗ୍ରାମର…
ମୂକ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଫେରାର
ନୀଳଗିରି, ୯।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳର ଜଣେ ମୂକ ଯୁବତୀ ବଳାକତ୍ାର ଶୀକାର ହୋଇଥିବା ଗୁରୁବାର ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ମାମଲା (ନଂ. ୧୭୯/୧୯) ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ନଳିତା…
ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ସ୍ବାମୀ
ଧାମନଗର,୯।୮(ଡି.ଏନ୍.ଏ) : ଭଦ୍ରକ ଜିଲା ଧୁଷୁରୀ ଥାନା କୋଠାର ଦାସ ସାହିର ସଞ୍ଜୟ ଦାସ ତାଙ୍କ ସ୍ତ୍ରୀ ରଶ୍ମିତାଙ୍କୁ ଟାଙ୍ଗିଆରେ ହାଣି ଦେବାରୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଭଦ୍ରକ ମେଡିକାଲ ନିଆଯାଇଥିଲା। ଡାକ୍ତର ସେଠାରେ ରଶ୍ମିତାଙ୍କୁ ମୃତ ଘୋଷଣା କରିଛନ୍ତି। ଅଭିଯୁକ୍ତ…
ରାଜଧାନୀରେ ଏନ୍କାଉଣ୍ଟର ମାମଲା : ଗ୍ୟାଙ୍ଗ୍ର ୯ ସଦସ୍ୟ ଗିରଫ
ଭୁବନେଶ୍ୱର,୯।୮(ବ୍ୟୁରୋ) : ଲୁଟପାଟ ଓ ଡକାୟତି ଗ୍ୟାଙ୍ଗ୍ର ୯ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ୫ଜଣଙ୍କୁ ଏନ୍କାଉଣ୍ଟର କରିଥିବାବେଳେ ଅନ୍ୟ ୪ଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି। ଏନ୍କାଉଣ୍ଟରରେ ଆହତ ୫ଜଣ କଟକ ବଡ ମେଡିକାଲରେ ଚିକିସତ୍ିତ ହେଉଛନ୍ତି। ଅନ୍ୟ ୪ଜଣଙ୍କୁ…
ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା : ପୋଲିସକୁ ତଥ୍ୟ ମାଗିଲେ ଶ୍ରମ ଅଧିକାରୀ
ପୁରୀ ଅଫିସ, ୯।୮: ରଥଯାତ୍ରା ସମୟରେ ଗତ ଜୁଲାଇ ୮ତାରିଖ ରାତିରେ ପୁରୀ ବସ୍ଷ୍ଟାଣ୍ଡରେ ଏକ ଯାତ୍ରୀବାହୀ ବସ୍ରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ କୁମ୍ଭାରପଡ଼ା ଥାନା ପୋଲିସ ସମ୍ପୃକ୍ତ ବସ୍ ହେଲ୍ପରଙ୍କୁ ଗିରଫ…
୧୨ କୋଟି ଜିଏସ୍ଟି ଠକି ବ୍ୟବସାୟୀ ଗିରଫ
କଟକ ଅଫିସ, ୮।୮: ଜିଏସ୍ଟି ଠକେଇ ମାମଲାରେ ବଲାଙ୍ଗୀରର ଜଣେ ବ୍ୟବସାୟୀଙ୍କୁ ଗୁରୁବାର ଗିରଫ କରାଯାଇଛି। ସେ ହେଲେ ଟିଟଲାଗଡ଼ର ତୀର୍ଥଙ୍କର ପଟେଲ। ତୀର୍ଥଙ୍କର ୧୨ କୋଟି ୮୪ ଲକ୍ଷ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ରାଜ୍ୟ ଜିଏସ୍ଟି କମିଶନଙ୍କ ନିର୍ଦ୍ଦେଶକ୍ରମେ…
ବରିଷ୍ଠ ଆଇପିଏସ୍ ବି.କେ. ଶର୍ମାଙ୍କୁ ଇନ୍ଚାର୍ଜ ଡିଜିପି ଦାୟିତ୍ୱ
ଭୁବନେଶ୍ୱର, ୭।୮(ବ୍ୟୁରୋ): ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍ ବିଜୟ କୁମାର ଶର୍ମାଙ୍କୁ ବୁଧବାର ଇନ୍ଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ନୂତନ ନିଯୁକ୍ତି ଦିଆଯିବା ହେତୁ ବିଜୟଙ୍କୁ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ମିଳିଛି।…
Archives


