ଅପରାଧ

ଜୁଆଆଡ୍ଡାରେ ଚଢ଼ାଉ: ୫ ବାଇକ୍‌, ୧୧ ହଜାର ଟଙ୍କା ଜବତ, ୬ କୋର୍ଟ ଚାଲାଣ

ହିଞ୍ଜିଳିକାଟୁ,୧୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରି ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଜୁଆଆଡ୍ଡା ଉପରେ ପୋଲିସ ଟିମ୍‌ ଚଢ଼ାଉ କରି ୬ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୧୧ ହଜାର ଶହେ ଟଙ୍କା, ୫ ବାଇକ୍‌ ଓ ୫…

ପାଟ୍ରୋଲିଂ ସମୟରେ ଚୋରା ଗାଡ଼ି ଧରିଲା ପୋଲିସ

ଆଠଗଡ଼,୧୩।୩(ସ୍ବ.ପ୍ର.): ଚୋରଙ୍କୁ ଅଡୁଆ ଏବେ ପୋଲିସର ଚେକିଂ। ଏହାର ପ୍ରଭାବ ଆଠଗଡ଼ରେ ଦେଖିବାକୁ ମିଳିଛି। ଗୁରୁବାର ରାତିରେ ଏକ ଚାରିଚକିଆ ଚୋରା ଗାଡ଼ିକୁ ଦୁର୍ବୃତ୍ତମାନେ ଆଠଗଡ଼ ରଥଗଡ଼ା ଛକଠାରେ ଛାଡ଼ି ଫେରାର ହୋଇଯାଇଥିଲେ। ଏହାକୁ ପାଟ୍ରୋଲିଂ କରୁଥିବା ପୋଲିସ ଉଦ୍ଧାର କରିଛି।…

ଗଞ୍ଜେଇ ଧରିବାକୁ ଯାଇ ପୋଲିସ ହଟହଟା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ପୋଲିସ ଗୁରୁବାର ନୀଳାଦ୍ରିବିହାର ଏଟିଏମ୍‌ ଛକରେ ଗଞ୍ଜେଇ ଓ ବ୍ରାଉନସୁଗାର ବେପାରୀଙ୍କୁ ଧରିବାକୁ ଯାଇ ହଟହଟା ହୋଇଥିବା ଜଣାପଡ଼ିଛି। ଏପରି କି ପୋଲିସ ଚଢ଼ାଉ କରିବା ଜାଣି ନିଶା ମାଫିଆ ଦୋକାନରେ ସ୍ତ୍ରୀକୁ ରଖି ଦେଇଥିଲେ। ଫଳରେ…

ଆନ୍ତଃରାଜ୍ୟ ହାଇଓ୍ବା, ଜେସିବି ଚୋର ଗ୍ୟାଙ୍ଗ ଠାବ

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରୁ ଜେସିବି ଓ ହାଇଓ୍ବା ଟ୍ରକ ଚୋରି କରୁଥିବା ଆନ୍ତଃରାଜ୍ୟ ଚୋରି ଗ୍ୟାଙ୍ଗକୁ ଠାବ କରିଛି କମିଶନରେଟ ପୋଲିସ। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ସମେତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରଛି ସ୍ପେଶାଲ ସ୍କ୍ବାଡ୍‌। ଏଥିସହ…

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ ସୁଗାର ଜବତ: ୨ ଛାତ୍ର ସମେତ ୩ ଗିରଫ

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ନିଶା କାରବାର ବଢ଼ି ଚାଲିଥିବାବେଳେ ସେଥିରେ ଛାତ୍ରଙ୍କ ସମ୍ପୃକ୍ତି ନଜରକୁ ଆସୁଛି। ବୁଧବାର ରାତିରେ ପିପିଲି ଅଞ୍ଚଳରୁ ୨ଜଣ ଛାତ୍ର ସମେତ ୩ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ସେମାନଙ୍କଠାରୁ ୧କିଲୋ ୭୪୯ ଗ୍ରାମ…

ଧାର ଟଙ୍କା ମାଗିବାକୁ ଯାଇ ବଳାତ୍କାରର ଶିକାର ହେଲେ ମହିଳା: ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି,୧୨।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ପଡ଼ିଶା ଘରକୁ ଧାର ଦେଇଥିବା ଟଙ୍କା ମାଗିବାକୁ ଯାଇ ବଳାତ୍କାରର ଶିକାର ହୋଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ…

ମାମୁଘରେ ମସ୍ତିଷ୍କ ବିକୃତ ପୁତୁରାର ଉନ୍ମତ୍ତକାଣ୍ଡ, ମାଉସୀଙ୍କୁ କୁରାଢ଼ିରେ ହାଣି ହତ୍ୟା

ରାଇରଙ୍ଗପୁର,୧୨।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବହଳଦା ଥାନା ଅନ୍ତର୍ଗତ ଦଲଡ଼ିହା ଗ୍ରାମରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମରେ ଥିବା ନିଜ ମାମୁ ଘରକୁ ବୁଲିବାକୁ ଆସିଥିବା ଉକ୍ତ ଥାନା ଅନ୍ତର୍ଗତ ଅସଦା ନିକଟ ଚହଲାପଦା ଗ୍ରାମର କାନ୍ଦରା…

ଅଧାବାଟରୁ ବରଙ୍କୁ ଉଠାଇ ନେଲା ପୋଲିସ, ମଙ୍ଗୁଳା ରହିଲେ କନ୍ୟା

ଆଠଗଡ଼,୧୨।୩(ସ୍ବ.ପ୍ର.): କଟକ ଜିଲା ବାଙ୍କି ଥାନା ଅନ୍ତର୍ଗତ କଦଳୀବାଡ଼ି ଗ୍ରାମରେ ଜମିଜମା ଗଣ୍ଡଗୋଳକୁ ନେଇ ୨୦୧୮ ଫେବୃୟାରୀ ୭ ତାରିଖରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଉକ୍ତ ହତ୍ୟାକାଣ୍ଡରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତାଳବରକୋଟ ଗ୍ରାମର ରମେଶ ସ୍ବାଇଁଙ୍କ ପୁଅ ପ୍ରକାଶ…

ହତ୍ୟା କରି ପୋତିଦେଲେ: ମାଟି ତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କଲା ତିହିଡ଼ି ପୋଲିସ

ତିହିଡ଼ି,୧୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଥାନା ଅଧୀନ କୋହ୍ଲ ଗ୍ରାମରୁ ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହକୁ ଗୁରୁବାର ପୂର୍ବାହ୍ନରେ ତିହିଡି ପୋଲିସ ଉଦ୍ଧାର କରିଛି। ପିରହାଟ ଚାରିବାଟିଆ ରାସ୍ତାର ସାହାପୁର ଛକଠାରୁ କିଛିଦୂରରେ ଥିବା ଏକ ଜୋର ପାର୍ଶ୍ୱର ମାଟି…

ମଦ ଦୋକାନ ଆଗରେ ଗଣ୍ଡଗୋଳ: ଆକ୍ରମଣରେ ୨ ପୋଲିସ ଅଧିକାରୀ ସମେତ ୭ ଗୁରୁତର

ବାହାନଗା, ୧୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁରଠାରେ ଥିବା ଏକ ସରକାରୀ ମଦ ଦୋକାନ ଆଗରେ ମଙ୍ଗଳବାର ଅପରାହ୍ନରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳରେ ଗୋପାଳପୁର ଫାଣ୍ଡି ପୋଲିସ ପହଞ୍ଚି ଦୁଇଗୋଷ୍ଠୀଙ୍କୁ ବୁଝାଶୁଝା କରୁଥିବା ବେଳେ ଗୋଟିଏ ଗୋଷ୍ଠୀର…

ବ୍ରାଉନ୍‌ସୁଗାର ବିକି ୨ଜଣ ବନ୍ଧା ହେଲେ

ଖୋର୍ଦ୍ଧା ଅଫିସ,୧୦।୩: ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ମଙ୍ଗଳବାର ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଉକ୍ତ ଥାନା ଅଧୀନ କେରଙ୍ଗ ମସିନଗର ଗ୍ରାମର ଏସ୍‌.କେ. ଅମନ(୪୨) ଏବଂ ଏସ୍‌.କେ. ହବିବ୍‌(୫୦)। ପୋଲିସଠାରୁ ମିଳିଥିବା…

ହୋଲିରେ ପୋଲିସର ଚଢାଉ: ୪ ଲକ୍ଷ ଟଙ୍କାର ମଦ ଜବତ, ୫ ଗିରଫ

ଆନନ୍ଦପୁର, ୧୦।୩(ସ୍ବ.ପ୍ର.)-ହୋଲିରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ କରାଯାଇ ଚୋରା ମଦ ବ୍ୟବସାୟୀଙ୍କ ଘରେ ଏବଂ ମଦ ବିକ୍ରି ସ୍ଥାନରେ ଚଢାଉ କରାଯାଇଛି। ରାମଚନ୍ଦ୍ରପୁର ଥାନା ଏସ୍‌ଆଇ ବିଶ୍ୱଜିତ୍‌ ବେହେରାଙ୍କ ନେତୃତ୍ୱରେ ଗୋଟିଏ ସ୍ବତନ୍ତ୍ର ସ୍କ୍ବାଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?