ଅପରାଧ

ଅବସରପ୍ରାପ୍ତ ସୈନିକଙ୍କ ବାସଗୃହରୁ ଚୋରି: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ଜଗନ୍ନାଥ ପ୍ରସାଦ,୨୧।୧୦ (ଡି.ଏନ୍‌. ଏ.) ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୂତି ଗ୍ରାମରେ ଶନିବାର ମଧ୍ୟରାତ୍ରିରେ ଅବସରପ୍ରାପ୍ତ ସୈନିକ ସୁଦର୍ଶନ ନାୟକଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଘରେ ସମସ୍ତେ ଶୋଇବା ପରେ ଦୁର୍ବୃତ୍ତ…

୩ ନକଲି ମାଓବାଦୀ ଗିରଫ : ଦେଶୀ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ

କୋରାପୁଟ,୨୧।୧୦(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ ୩ ବର୍ଷ ଧରି ମାଓବାଦୀଙ୍କ ନାମରେ ଅର୍ଥ ଆଦାୟ ଅଭିଯୋଗରେ ସୋମବାର କାକିରିଗୁମ୍ମା ପୋଲିସ ୩ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ କୋରାପୁଟ ଜିଲା ସେମିଳିଗୁଡ଼ା ଥାନା ଉପରସାହିର ଶୁକଦେବ ମହାନନ୍ଦିଆ(୩୭),…

ବନ କର୍ମଚାରୀଙ୍କୁ ଆକ୍ରମଣ: ୨ ମହିଳା କର୍ମଚାରୀ, ପାରାଷ୍ଟାଫ୍‌ ଆହତ

ଖୁଣ୍ଟୁଣି,୨୧।୧୦(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣି ବନାଞ୍ଚଳ ଅନ୍ତର୍ଗତ ମହାଲକ୍ଷ୍ମୀପୁର ଜଙ୍ଗଲରେ ଚୋରା କାଠ, କୋଇଲା ଧରିବାକୁ ଯାଇ ବନ କର୍ମଚାରୀମାନେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏ ନେଇ ବନାଞ୍ଚଳ ଅଧିକାରୀ ସୋମବାର ମଧ୍ୟାହ୍ନରେ ଥାନାରେ ଏତଲା ଦେବା ପରେ ପୋଲିସ…

ଶ୍ରୀବନ୍ତପୁରରେ ଯୁବକଙ୍କୁ ହତ୍ୟା : ଦୁଇ ଅଭିଯୁକ୍ତ ଅଟକ

ରସୁଲପୁର,୨୧।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଅଚ୍ୟୁତ ସ୍ବାଇଁଙ୍କ ପୁଅ ଶ୍ୟାମସୁନ୍ଦର(୨୪)। ରବିବାର ରାତି ପ୍ରାୟ ୧୦ଟାରେ ରମେଶ ଓ ତାଙ୍କ ସ୍ତ୍ରୀ ବେଲମୁଣ୍ଡାଙ୍କୁ ଗାଳିଗୁଲଜ କରୁଥିଲେ।…

ଚେକ୍‌ ବାଉନ୍ସ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଏକ ଚେକ ବାଉନ୍ସ ମାମଲାରେ ଖଣ୍ଡଗିରି ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଜାଗମରା ଅଞ୍ଚଳର କାଶୀ ବିଶ୍ୱନାଥ ମହାପାତ୍ର। ଅଭିଯୁକ୍ତ କାଶୀ ଜରୁରୀ ଆବଶ୍ୟକତା ଥିବା କହି ସ୍ଥାନୀୟ ଅଞ୍ଚଳର ବିଶ୍ୱଭୂଷଣ ମହାରଣାଙ୍କଠାରୁ ୨…

୧୫ ଚୋରା ବାଇକ୍‌ ଜବତ, ୩ ଗିରଫ

ଖୋର୍ଦ୍ଧା ଅଫିସ,୨୦।୧୦: ଖୋର୍ଦ୍ଧା ଜିଲାର ବାଣପୁର ଥାନା ପୋଲିସ ୧୫ ଚୋରା ବାଇକ୍‌ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବାଣପୁର ଥାନା କୁଲେଇ ଗାଁର ସନ୍ତୋଷ କୁମାର ଜଗଦ୍ଦେବ…

୩ ପ୍ୟାକେଟ ଗଞ୍ଜେଇ ଜବତ: ୨ ଗିରଫ

ରାୟଗଡା ଅଫିସ,୨୦।୧୦: ରାୟଗଡ଼ା ରେଳ ଷ୍ଟେଶନର ୧ ନମ୍ବର ପ୍ଲାଟଫର୍ମରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ୨ଯୁବକଙ୍କୁ ରେଳବାଇ ସୁରକ୍ଷା ବଳ ପୋଲିସ ଗିରଫ କରି ସେମାନଙ୍କଠାରୁ ୩ ପ୍ୟାକେଟ ଗଞ୍ଜେଇ ଜବତ କରିଛି। ସେମାନେ ହେଲେ ଧୀରେନ୍ଦ୍ର ଏହିରୱାଲ (୩୦) ଓ…

ଭିଜିଲାନ୍ସ ଜାଲରେ ଫରେଷ୍ଟର

ଭବାନୀପାଟଣା,୨୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମ.ରାମପୁର ରେଞ୍ଜ ମୋହନଗିରି ଫରେଷ୍ଟର ରୁଦ୍ରପ୍ରସାଦ ଗହୀର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବିଭାଗର ଜଣେ ପୂର୍ବତନ କର୍ମଚାରୀଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବା ପାଇଁ ରୁଦ୍ରପ୍ରସାଦ ୧୦ ହଜାର ଟଙ୍କା ଲାଞ୍ଚ…

ଏଟିଏମ୍‌ କାର୍ଡ ଚୋରି କରି ୪.୧୫ ଲକ୍ଷ ଉଠାଣ: ବ୍ୟାଙ୍କ କର୍ମଚାରୀ ଗିରଫ

ବନ୍ତ,୧୯।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଜଣେ ଗ୍ରାହକଙ୍କ ଜମାଖାତାରୁ ୬୬ ହଜାର ୮୧୩ ଟଙ୍କା ଗାଏବ ନେଇ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଖବର ଗତ ୫ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଫଳରେ…

ବଲାଙ୍ଗୀରରେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଫୁ: ଶ୍ରମ ବିଭାଗ କିରାଣି ଖୋଲାଖୋଲି ଲାଞ୍ଚ ନେବାର ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୧୯।୧୦: ବଲାଙ୍ଗୀର ଜିଲାର ସରକାରୀ ଅଧିକାରୀଙ୍କ ୫-ଟି କିମ୍ବା ‘ମୋ ସରକାର’ କାର୍ଯ୍ୟକ୍ରମକୁ ଖାତିର ନାହିଁ। ବିଭିନ୍ନ ଯୋଜନାରେ ଦୁର୍ନୀତି ଚାଲିଛି। ଏପରିକି ଖୋଲାଖୋଲି ଲାଞ୍ଚ ନେଉଛନ୍ତି ସରକାରୀ କର୍ମଚାରୀ। ଏପରି ଏକ ଘଟଣାକ୍ରମେ ଜିଲା ଶ୍ରମ ବିଭାଗ କିରାଣି…

ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରେ କାଠମାଫିଆ ସକ୍ରିୟ: ଶାଳଗଣ୍ଡି ସହ ଟ୍ରାକ୍ଟର, କଟର ମେଶିନ ଜବତ କଲା ବନବିଭାଗ

ଛେଣ୍ଡିପଦା,୧୯।୧୦(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋଶଳା ବିଟ-୧ର ଜଳତାପ ଗ୍ରାମ ନିକଟସ୍ଥ ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରୁ ୫ ଖଣ୍ଡ ଶାଳଗଣ୍ଡି ସହିତ ଟ୍ରକ୍ଟର ଓ କଟର୍‌ ମେଶିନ ଶନିବାର ବନବିଭାଗ ଜବତ କରିଛି। ସୂଚନାନୁଯାୟୀ, ଛେଣ୍ଡିପଦା ବନାଞ୍ଚଳର କୋଶଳା…

ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ: ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

ବାଲେଶ୍ୱର ଅଫିସ, ୧୮।୧୦-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ବାଲେଶ୍ୱର ଜିଲା ଡ୍ରେନେଜ୍‌ ଡିଭିଜନ୍‌ର କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର ପଣ୍ଡା। ଶୁକ୍ରବାର ପୂର୍ବାହ୍ନରେ ଏକକାଳୀନ ତାଙ୍କ ଘର, ଅଫିସ୍‌, ସମ୍ପର୍କୀୟଙ୍କ ଘର ମୋଟ ୭ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri