୨୨ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ବ୍ୟବସାୟୀ ଗିରଫ
ଖୋର୍ଦ୍ଧା ଅଫିସ, ୧।୧୧: ଖୋର୍ଦ୍ଧା ଅବକାରୀ ସ୍କ୍ବାର୍ଡ ଖୋର୍ଦ୍ଧା ସହରର ସ୍ବପ୍ବେଶ୍ୱର ସାହି ଉପରେ ଶୁକ୍ରବାର ଚଢ଼ାଉ କରି ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥିରେ ସମ୍ପୃକ୍ତ ମହିଳା ବ୍ରାଉନସୁଗାର ବ୍ୟବସାୟୀ ଲକ୍ଷ୍ମୀପ୍ରିୟା ପରିଡା ଓରଫ ବବିତା(୪୨)ଙ୍କୁ ଗିରଫ କରି…
ଶେରଗଡ଼ ଛକରେ ଚୋରି: ଶଟର ଭାଙ୍ଗି କଳାକନା ବୁଲାଇଲେ ଦୁର୍ବୃତ୍ତ
ରେମୁଣା,୧।୧୧(ଡି.ଏନ.ଏ.)-ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ଛକରେ ଲୁଟେରାମାନେ ଆତଙ୍କ ଖେଳାଇଛନ୍ତି। ପୋଲିସକୁ ଚ୍ୟାଲେଞ୍ଜ କରି ଅପରାଧୀମାନେ ଗୋଟିଏ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ଗତ ମାସରେ ଦିନ ଦ୍ୱିପ୍ରହର ସମୟରେ ଜଣେ ଦୋକାନୀଙ୍କୁ ଗୁଳି ମାରି ୫ଜଣ ଯୁବକ…
ସଂରକ୍ଷିତ ଜଙ୍ଗଲରୁ ବ୍ୟାପକ ଗଞ୍ଜେଇ ଗଛ ଜବତ କଲା ଛେଣ୍ଡିପଦା ପୋଲିସ
ଛେଣ୍ଡିପଦା,୧।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କଣଲୋଇ ପଞ୍ଚାୟତ କର୍ଣ୍ଣପାଳ କଦମଘାଟ ନିକଟରେ ଶୁକ୍ରବାର ବନବିଭାଗ ଓ ଛେଣ୍ଡିପଦା ପୋଲିସ ମିଳିତ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଗଛ ଜବତ କରିଛି। ଥାନାଧିକାରୀ ସତ୍ୟବ୍ରତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘାଟି ନିକଟସ୍ଥ…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ପୂର୍ବତନ ଖଣି ଅଧିକାରୀଙ୍କୁ ଜେଲ୍ଦଣ୍ଡ
କଟକ ଅଫିସ,୧।୧୧ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ଅବସରପ୍ରାପ୍ତ ଖଣି ଅଧିକାରୀଙ୍କୁ ଜେଲ୍ ଓ ଜରିମାନା ଦଣ୍ଡାଦେଶ ହୋଇଛି। ସେ ହେଲେ କେନ୍ଦୁଝର ଜିଲା ବଡ଼ବିଲ୍ଠାରେ ଥିବା ଓଡ଼ିଶା ଖଣି ନିଗମ ସେଣ୍ଟ୍ରାଲ ୱାର୍କସପ୍ର ପୂର୍ବତନ ଡେପୁଟି…
ଖଣି ମାଫିଆ ମହମ୍ମଦ ତାବ୍ରେଜଙ୍କୁ ମାରାଥନ ଜେରା : ମିଳିଲା ଟିଟୋ ଲିଙ୍କ୍, ଦୁବାଇରେ ଲେଡି ଡନ୍
ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଖୋର୍ଦ୍ଧା ବେଆଇନ ପଥରଖଣି କାରବାର ଅନ୍ୟତମ ମାଷ୍ଟରମାଇଣ୍ଡ୍ ମହମ୍ମଦ ତାବ୍ରେଜଙ୍କୁ ଏସ୍ଟିଏଫ୍ କଲିକତାରୁ ଗିରଫ କରିବା ପରେ ୨ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି। ଜେରାବେଳେ ଏସ୍ଟିଏଫ୍ ହାତରେ ବହୁ ବଡ଼ ତଥ୍ୟ ଲାଗିଛି। ତାବ୍ରେଜ ଖୋର୍ଦ୍ଧାର ଲେଡି…
ସୁନ୍ଦରଗଡ଼ରେ ଲଜ୍ଜା: ଯୁବତୀଙ୍କୁ ଗଣବଳାତ୍କାର, ୩ ଗିରଫ
କୁଆଁରମୁଣ୍ଡା,୩୧।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳର ଖୁଖୁଣ୍ଡୁବାହାଲ ନିକଟ ଘଞ୍ଚ ଜଙ୍ଗଲରେ ଗତ ୨୯ ତାରିଖ ବିଳମ୍ବିତ ରାତିରେ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ୩ ଜଣ ଯୁବକ ରାତିତମାମ ବଳାତ୍କାର କରିଛନ୍ତି। ଏହାପରେ ୩୦…
ନୟାଗଡ଼ ଆର୍ଟିଓ କାର୍ଯ୍ୟାଳୟରୁ ଦଲାଲ୍ ଗିରଫ: ଟଙ୍କା, କାଗଜପତ୍ର ଜବତ
ନୟାଗଡ଼ ଅଫିସ,୩୧ା୧୦: ନୟାଗଡ଼ ଜିଲା ଆରଟିଓ କାର୍ଯ୍ୟାଳୟରୁ ଗୁରୁବାର ଜଣେ ଦଲାଲକୁ ଗିରଫ କରାଯାଇଛି। ସେ ହେଲେ ନୟାଗଡ଼ ସଦର ଥାନା ଜାମୁସାହି ଗ୍ରାମର ମୁରଲୀଧର ରାଉତ। ତାଙ୍କ ନିକଟରୁ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା, ବିଭିନ୍ନ କାଗଜପତ୍ର, ପାସପୋର୍ଟ ଏବଂ…
ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା, ଭଣଜା ଅଟକ
ଆନନ୍ଦପୁର,୩୦।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହରିପୁରା ଗ୍ରାମରେ ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା କରିଛନ୍ତି। ସେହିଭଳି ଉକ୍ତ ବ୍ୟକ୍ତିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନେଇ ପୋଲିସ ଭଣଜାଙ୍କୁ ଅଟକ ରଖି ପଚରାଉଚରା କରିବା ଘଟଣାକୁ ନେଇ ଚର୍ଚ୍ଚା ଜୋର…
୧୮ ଲକ୍ଷ ଟଙ୍କା ଲୁଟ୍ର ପର୍ଦ୍ଦାଫାଶ: ଅଭିଯୋଗକାରୀ ନିଜେ ଲୁଟେରା
ଖୁଣ୍ଟୁଣୀ, ୩୦।୧୦(ଡି.ଏନ୍.ଏ.): କଟକ ଜିଲା ଖୁଣ୍ଟୁଣୀ ଥାନାଠାରୁ ମାତ୍ର ୩ଶହ ମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ଓଭରବ୍ରିଜ୍ ଉପରୁ ଜର୍ଦ୍ଦା କାରଖାନା କର୍ମଚାରୀ ସନ୍ତୋଷ ରାଜ ମଙ୍ଗଳବାର ୧୮ ଲକ୍ଷ ଟଙ୍କା ଲୁଟ୍ର ଶିକାର ହୋଇଥିଲେ। ତେବେ…
ବାବୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ସୁବାସ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ହତ୍ୟା, ୪ ଗିରଫ
ଶେରଗଡ଼/ଧରାକୋଟ,୨୯ା୧୦ (ଡି.ଏନ୍.ଏ.)- ଶେରଗଡ ବ୍ଲକ ଧରାକୋଟ ଥାନା ବାଦଗଡ ଗ୍ରାମରେ ଗତ ୨୩ ତାରିଖରେ ଖଣ୍ଡାରେ ହାଣି ବାବୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଧରାକୋଟ ପୋଲିସ। ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି ମଙ୍ଗଳବାର ଶେରଗଡ…
କାଠ ଫାଳିଆରେ ପୁଅକୁ ପିଟି ହତ୍ୟା ଘଟଣା: ଜେଲ ଗଲେ ବାପା
ଶେରଗଡ,୨୯ା୧୦(ଡି.ଏନ.ଏ.)- ଶେରଗଡ ବ୍ଲକ କେରିକେରି ଝୋଳା ଗ୍ରାମରେ ମଙ୍ଗଳବାର ରାତିରେ ବାପା ଶିବ ଗୌଡ ତାଙ୍କ ପୁଅ ପିଣ୍ଟୁଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିଲେ। ଶେରଗଡ ପୋଲିସ ନଂ.୧୦୩/୧୯ରେ ଏକ ମାମଲା ରୁଜୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମଙ୍ଗଳବାର…
ହୋଟେଲରେ ଚାଲିଥିଲା ଜୁଆଆଡ୍ଡା: ଚଢ଼ାଉ କରି ୮ଜଣଙ୍କୁ ଗିରଫ କଲା ରାୟଗଡ଼ା ପୋଲିସ
ରାୟଗଡ଼ା ଅଫିସ,୨୯। ୧୦-ରାୟଗଡ଼ା ଏସପି ଶର୍ବଣା ବିବେକଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ନିଆର ରନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍ କୌଣସି ସୂତ୍ରରୁ ଖବର ପାଇ ଏକ ହୋଟେଲ ରୁମ୍ରେ ଚାଲିଥିବା ଜୁଆଅଡ୍ଡା ଉପରେ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲେ।…
Archives


