ଅପରାଧ

ଅଭିନବ ଉପାୟ: ସ୍କୁଲ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ୪ ଗିରଫ

କୋରାପୁଟ,୨୧ା୧(ସ୍ବ.ପ୍ର.): କୋରାପୁଟ ଜିଲାର ବିଶେଷ କରି ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ କରାଯାଉଥିବାବେଳେ ଏହାକୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଗଞ୍ଜେଇ ମାଫିଆ ବିଭିନ୍ନ ଉପାୟ ଅବଳମ୍ବନ କରୁଥିବା ବହୁବାର ନଜିର ରହିଛି। କେତେବେଳେ ମାଛ...

ପୋଷା କୁକୁରକୁ ‘କୁକୁର’ କହିବାରୁ ବୃଦ୍ଧଙ୍କୁ ହତ୍ୟା କଲେ ପଡ଼ୋଶୀ

ଚେନ୍ନାଇ,୨୧ା୧: ପୋଷା କୁକୁରକୁ ଜଣେ ବୃଦ୍ଧ କୁକୁର କହିବାରୁ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ଡିନଡିଗୁଲ ଜିଲାରେ। ପୋଲିସର ସୂଚନାନୁସାରେ, ତାମିଲନାଡୁର ଡିଣ୍ଡିଗୁଲ ଜିଲାର ତାଡିକମ୍ବୁ ଥାନା ଅନ୍ତର୍ଗତ...

ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ

କେନ୍ଦୁଝର,୨୧ା୧(ସ୍ବ.ପ୍ର.): ନିଜ ସହକର୍ମୀଙ୍କ ସହ ଗତ ୩୧ ତାରିଖ ରାତିରେ ଜିରୋ ନାଇଟ୍‌ ସେଲିବ୍ରେଶନ କରିଥିବା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ବାସଭବନରୁ ବନ୍ଦ୍‌ କୋଠରିରୁ ଉଦ୍ଧାର କରାଯାଇଥିଲା। ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି...

ନକଲି ସୁନା ଶଙ୍ଖ ଦେଇ ଫସିଲେ ଯୁବକ, ଅପହରଣ ପରେ ଜଣାପଡ଼ିଲା ସବୁ ସତ

ପାପଡ଼ାହାଣ୍ଡି,୨୧ା୧(ଡି.ଏନ୍‌.ଏ.): ନକଲି ସୁନା ଶଙ୍ଖକୁ ଅସଲି କହି ଅଧିକ ଟଙ୍କା ପାଇବା ଆଶାରେ ଅନ୍ୟକୁ ବିକ୍ରି କରି ନିଜେ ଫସିଛନ୍ତି ଯୁବକ। ସଫଳ ହେଇ ପାରିଲାନି ତାଙ୍କ ସ୍ବପ୍ନ। ନକଲି ସୁନା ଶଙ୍ଖ ଜାଣିବା ପରେ ଶେଷରେ କିଣିଥିବା ଲୋକ...

କାଠଫାଳିଆରେ ପିଟି ସାଙ୍ଗଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସମ୍ପର୍କୀୟ ଭାଇ ଗିରଫ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ୱର ମୈତ୍ରୀବିହାର ଥାନା ଅନ୍ତର୍ଗତ ଇଡ୍‌କୋ ବସ୍ତିରେ ଜଣେ ଯୁବକଙ୍କୁ କାଠଫାଳିଆରେ ପିଟି ହତ୍ୟା କରିବା ଘଟଣାରେ ଗୁରୁବାର ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମ୍ପର୍କୀୟ ଭାଇଙ୍କୁ ଗିରଫ କରିଛି। ସେ ହେଲେ ଏଠାରେ...

ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର

କଟକ ଅଫିସ,୧୯।୧: ମହିଳା ଥାନାରେ ହାଜର ହେଲେ ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ତାଙ୍କ ବିରୋଧରେ ସ୍ତ୍ରୀ ଶ୍ରେୟା ମିଶ୍ର ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ଆପୋସ ବୁଝାମଣା ଲାଗି ଗୁରୁବାର ସେ ହାଜର ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ,...

୫୦ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ୯ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ, ୧୯ା୧(ସ୍ବ.ପ୍ର.): ରାୟଗଡ଼ା ସହରସ୍ଥିତ ବ୍ୟାଙ୍କ କଲୋନୀର ଜଣେ ବ୍ୟବସାୟୀଙ୍କ ଘରୁ ସୁନା ଏବଂ ରୁପା ଅଳଙ୍କାର ସହିତ ୯ ଲକ୍ଷ ଟଙ୍କାର ନଗଦ ରାଶି ଚୋରି ହୋଇଛି। ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଓ ୫...

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗଜପତି,୧୯ା୧(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରରେ ମାତିଛନ୍ତି ଚୋର। ଗୁରୁବାର ପୁଣି ଏକ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରର ଝରକା ଖୋଲି ଆଲମାରୀ ତାଡ଼ି ପ୍ରାୟ ୧୦ କିଲୋ ରୁପା ଓ ୫ ଭରି ସୁନା ଓ ୨...

ବାଘ ଛାଲ ଜବତ, ୩ କୋର୍ଟ ଚାଲାଣ

ମାଲକାନଗିରି,୧୯ା୧(ଡି.ଏନ୍‌.ଏ.): ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ମୋଟୁ ବନାଞ୍ଚଳର ପୋଟେରୁକୋଲେଠାରେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହି ଚମଡ଼ାର ଲମ୍ବର ପ୍ରାୟ ୧.୧୩ ମିଟର। ମୋଟୁ ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀଙ୍କ ସହଯୋଗ ଏବଂ ବନାଞ୍ଚଳ ଅଧିକାରୀ ରଶ୍ମୀରଞ୍ଜନ...

ଡକାୟତି ଯୋଜନା ଘଟଣା: ୩ ମାସ ପରେ ଜଣେ ଫେରାର ଅଭିଯୁକ୍ତ ଗିରଫ, ଏବେ ବି ଫେରାର ଅଛନ୍ତି ୬ ଜଣ

ବଡ଼ବିଲ,୧୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ଡକାୟତି ଯୋଜନାରେ ସଂପୃକ୍ତ ଥାଇ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଯୋଡ଼ା ଥାନା ଅନ୍ତର୍ଗତ ମହାଦେବନସା ଅଞ୍ଚଳର...

ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ମହିଳା ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ

କଟକ ଅଫିସ,୧୮।୧: ପୁଣି ବିବାଦରେ ଫସିଛନ୍ତି ଓଲିଉଡ ଗାୟକ ହ୍ୟୁମାନ ସାଗର। ହ୍ୟୁମାନ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ପତ୍ନୀ। ସେ ଏଥିରେ ଅତିଷ୍ଠ ହୋଇ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଗୁରୁବାର...

୨ ବର୍ଷର ଝିଅକୁ କଚାଡ଼ି ମାରିଲେ ବାପା

ଦେବଗଡ଼,୧୬ା୧(ଡି.ଏନ୍‌.ଏ.): ଦୁଇ ବର୍ଷର ଝିଅକୁ କଚାଡ଼ି ମାରିଛନ୍ତି ବାପା। ଏପରି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜଲା ନବଗଠିତ ଲଇମୁରା ଥାନା ଅନ୍ତର୍ଗତ ଲମ୍ବଡୁରା ଗ୍ରାମରେ। ବାପା ବିଜୁ କିଷାନଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି। ଖବର ଅନୁଯାୟୀ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri