କରୋନା ଭାଇରସ୍‌

ଇଟାଲିରେ ଥିବା ଭାରତୀୟଙ୍କୁ ଆଣିବାକୁ ବାହାରିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ବିଦେଶରେ ଥିବା ଆଉ କେତେଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ସରକାର ଯୋଜନା କରିଛନ୍ତି। ରୋମରେ ଥିବା ଭାରତୀୟଙ୍କୁ ଆଣିବାକୁ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ…

ଶନିମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି: ପୋଲିସ,ମାଜିଷ୍ଟ୍ରେଟଙ୍କ ହସ୍ତକ୍ଷେପ ପରେ ଖାଲି ହେଲା ମନ୍ଦିର

ଦେବଗଡ଼, ୨୧।୩ (ଡି.ଏନ.ଏ .): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି l ଆସନ୍ତା ଏପ୍ରିଲ ୧ ପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ଧର୍ମାନୁଷ୍ଠାନରେ କେବଳ ଦୈନନ୍ଦିନ ରୀତିନୀତି ପରେ ବନ୍ଦ ପାଇଁ ସରକାର ନିର୍ଦ୍ଦେଶ…

ଗଞ୍ଜାମ ବ୍ଲକରେ ୪ କେରଳ ଫେରନ୍ତା, ଘରୁ ନ ବାହାରିବାକୁ ବିଡିଓଙ୍କ ପରାମର୍ଶ

ଗଞ୍ଜାମ,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଗୋଖରକୁଦା ଗ୍ରାମର କେତେଜଣ ବ୍ୟକ୍ତି ରୋଜଗାର ପାଇଁ କେରଳ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ନିଜ ଗ୍ରାମକୁ ଫେରିଛନ୍ତି। ଏ ନେଇ ଗ୍ରାମରେ ଆତଙ୍କ ଖେଳିଯାଇଛି l ଖବର ପ୍ରଚାରିତ ହେବା ପରେ ଗଞ୍ଜାମ ବ୍ଲକ ବିଡିଓ…

ରାଜନଗରର ୩୭ ପ୍ରବାସୀ ଆଇସୋଲେଶନରେ

ରାଜନଗର,୨୧।୩(ଡି.ଏନ୍‌.ଏ.): କରୋନା ଭୟରେ ଆତଙ୍କିତ ସାରା ପୃଥିବୀ। ଏ ନେଇ ରାଜ୍ୟ ସରକାର ଅନେକ ପ୍ରତିକାରାତ୍ମକ ପଦକ୍ଷେପମାନ ନେବାରେ ଲାଗିଛନ୍ତି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ୩୭ ପ୍ରବାସୀ ଏବେ ଆଇସୋଲେଶନରେ ଅଛନ୍ତି। ୧୪ ଜଣ ନାଗରିକ ଗତ…

କରୋନା ମୁକାବିଲା ପାଇଁ କେନ୍ଦୁଝରରେ ସ୍ବତନ୍ତ୍ର ଅଧିବେଶନ: ହଲ୍‌କୁ ପ୍ରବେଶ ପୂର୍ବରୁ ସମସ୍ତେ ହ୍ୟାଣ୍ଡଓ୍ବାଶ୍‌ରେ ଧୋଇଲେ ହାତ

କେନ୍ଦୁଝର,୨୧ା୩(ସ୍ବ.ପ୍ର.): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଜିଲା ପରିଷଦ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍‌ଠାରେ ସ୍ବତନ୍ତ୍ର ଅଧିବେଶନ ଶନିବାର ଅନୁଷ୍ଠିତ ହୋଇଯାଇଛି। କରୋନା ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ଏବଂ ଆଗାମୀ ଦିନରେ…

କରୋନା ଭାଇରସ୍‌ ମୁକାବିଲା: ନିମୋନିଆ ରୋଗୀଙ୍କ ହେବ ଯାଞ୍ଚ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ୍‌ ବିରୋଧରେ ଜାରି ରହିଥିବା ଲଢ଼େଇରେ ଭାରତ ସରକାର ନିଜର ରଣନୀତିରେ ପରିବର୍ତ୍ତନ ଆଣିଛନ୍ତି। ଏବେ ସମସ୍ତ ହସ୍ପିଟାଲରେ ନିମୋନିଆ ରୋଗୀଙ୍କର ମଧ୍ୟ କରୋନା ଭାଇରସ୍‌ ସଂକ୍ରମଣ ନେଇ ଯାଞ୍ଚ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ…

ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିନିୟମ: ମାସ୍କ୍‌-ସାନିଟାଇଜର ଅଧିକ ଦାମରେ ବିକିଲେ ଜେଲଦଣ୍ଡ

ନୂଆଦିଲ୍ଲୀ,୨୧।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପି ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିନିୟମ-୧୯୫୫ ଜାରି କରାଯାଇଛି। ଏହି ଅଧିନିୟମ ଅନ୍ତର୍ଗତ ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିକ ଦାମରେ ବିକିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲଦଣ୍ଡାଦେଶ କରାଯିବାର ବ୍ୟବସ୍ଥା ରହିଛି। ଦେଶରେ କରୋନା…

ଭିଡ଼ିଓ ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ଶାହାରୁଖ, ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ କରୋନା ଭାଇରସ ସଂକ୍ରମଣକୁ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି। କରୋନା ଭାଇରସ ଏବେ ମହାମାରୀରେ ପରିଣତ ହୋଇଥିବା ବେଳେ ଆବଶ୍ୟକ ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ ବୋଲି କହିଛନ୍ତି ଶାହାରୁଖ। ଏହାସହ…

ଭାରତୀୟ ସେନାର କରୋନା ମୁକାବିଲା: ପ୍ରଥମଥର ପାଇଁ ୩୫% ଅଧିକାରୀ-୫୦% ଜେସିଓ ସପ୍ତାହେ ପାଇଁ ଘରେ ରହି କରିବେ କାମ

ନୂଆଦିଲ୍ଲୀ,୨୧।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ପ୍ରଥମଥର ପାଇଁ ୩୫ ପ୍ରତିଶତ ଅଧିକାରୀୟ ଏବଂ ୫୦ ପ୍ରତିଶତ ଜେସିଓ ମାର୍ଚ୍ଚ ୨୩ରୁ ସପ୍ତାହେ…

କରୋନା ଭୟ: ରାଜପଥରେ ବସ୍‌ ଅଟକାଇ ୫୧ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ସମସ୍ତ ଯାତ୍ରୀ ସୁସ୍ଥ

ସିମୁଳିଆ,ଛତ୍ରପୁର,୨୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଅଞ୍ଚଳର ୫୧ ଜଣ ତାମିଲନାଡୁରେ ବସବାସ କରୁଥିଲେ। ଶନିବାର ସେମାନେ ଘରୋଇ ବସ୍‌ ସାଡୋ (କେଏଲ୦୭ ସିଟି ୯୫୮୪) ଯୋଗେ ବାଲେଶ୍ୱର ଫେରୁଥିଲେ। ୧୬ ନଂ. ଜାତୀୟ ରାଜପଥର ସିମୁଳିଆ ଥାନା ଅଧୀନ ଜାମୁଝାଡି ନିକଟରେ ପ୍ରଶାସନ ପକ୍ଷରୁ…

୨୦ରୁ ଅଧିକ ଦେଶରେ ଲକ୍‌ଡାଉନ୍‌: ୧୨୦କୋଟି ଲୋକ ଘରେ ବନ୍ଦ

ଓ୍ବାଶିଂଟନ,୨୧।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୃଥିବୀରେ ୨୦ଟିରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛ। ଚାଇନା, ଇଟାଲି, ସ୍ପେନ୍‌, ଫ୍ରାନ୍ସ୍‌, ଅୟାରଲାଣ୍ଡ୍‌, ଡେନମାର୍କ, ଅଲ୍‌-ସାଲଭାଡୋର, ଜର୍ମାନୀ, ବ୍ରିଟେନ୍‌, ବେଲଜିଅମ୍‌, ଆର୍ଜେଣ୍ଟିନା, ଭଟିକାନ୍‌ ସିଟି, ନରଓ୍ବେ, ଇରାନ, ଦକ୍ଷିଣକୋରିଆ, ହଂକଂ,…

ଗଣମାଧ୍ୟମ ପ୍ରତିନିଧିଙ୍କୁ ସାନିଟାଇଜର, ମାସ୍କ କିଟ୍‌ ବାଣ୍ଟିଲେ ଡିଏମ୍‌କେ ମୁଖ୍ୟ

ଚେନ୍ନାଇ,୨୧।୩: ଡରାଉଚି କରୋନା। ହେଲେ ଏହାକୁ ନେଇ ଭୟଭୀତ ନ ହେବାକୁ ସରକାର କହିଛନ୍ତି। ସାବଧାନତା ଏବଂ ସତର୍କତା ଆମକୁ କରୋନା ଦାଉରୁ ରକ୍ଷା କରିବ ବୋଲି କୁହାଯାଉଛି। ବିଶେଷ ଭାବେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ଭଲଭାବେ ଧୋଇବାକୁ କୁହାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?