କରୋନା ଭାଇରସ୍‌

ଦିଲ୍ଲୀ: ଗୋଟିଏ ବିଲ୍ଡିଂରେ ୪୧ରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨।୫: ଦିଲ୍ଲୀ କପାଶେରାର ‘ଠେକେ ଓ୍ବାଲି ଗଲି’ ସ୍ଥିତ ଗୋଟିଏ ବିଲ୍ଡିଂରେ ୪୧ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ଗୋଟିଏ ସ୍ଥାନରୁ ଏତେ ପରିମାଣରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି…

ଗ୍ରୀନ୍‌ ଜୋନ୍‌ରେ ଗଞ୍ଜାମ, ଏଣୁ ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ ହେବ: ଜିଲାପାଳ

ଛତ୍ରପୁର, ୨।୫(ଡି.ଏନ୍‌.ଏ.)- କରୋନା ମୁକାବିଲାକୁ ନେଇ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ତେବେ ଏହି ସମୟରେ ଗ୍ରୀନ, ଅରେଞ୍ଜ, ରେଡ ଜୋନ୍‌ ପାଇଁ ଗାଇଡଲାଇନ୍‌ ଅଲଗା ରହିଛି। ଗ୍ରୀନ ଜୋନ୍‌ ପାଇଁ…

ଚିନ୍ତା ବଢାଉଛନ୍ତି ଲକ୍ଷଣ ନ ଥିବା କରୋନା ସଂକ୍ରମିତ

ଝାନ୍ସି,୨।୫: ଉତ୍ତରପ୍ରଦେଶ ଝାନ୍ସିର ଓରଛା ଗେଟ ଅଞ୍ଚଳରେ କରୋନା ଭାଇରସ ସଂକ୍ରମଣକୁ ଦେଖି ଏହାକୁ ହଟ୍‌ସ୍ପଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏବେ ଏଠାରେ ସାମ୍ନାକୁ ଆସୁଥିବା ନୂଆ ସଂକ୍ରମିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଓରଛାରେ ୨ ବର୍ଷର ଶିଶୁଙ୍କଠାରୁ…

ଘରକୁ ଫେରିବେ ଫସି ରହିଥିବା ଓଡ଼ିଆ: କର୍ଣ୍ଣାଟକ-ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା

ଭୁବନେଶ୍ୱର, ୨।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁୟୁରପ୍ପା ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗମୋହନ ରେଡ୍ଡିୀଙ୍କ ସହ କଥା ହୋଇଛନ୍ତି। ଉଭୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଏଥିରେ ଆଲୋଚନା…

ମେ’୩ରୁ ୬ ମଧ୍ୟରେ କୋଟାରୁ ଫେରିବେ ବିହାର ଛାତ୍ରୀଛାତ୍ର

ପାଟନା,୨।୫: ରାଜସ୍ଥାନର କୋଟାରେ କୋଚିଂ ପାଇଁ ଯାଇଥିବା ବିହାରର ଛାତ୍ରୀଛାତ୍ରଙ୍କ ଘରକୁ ଫେରିବା ଇଛା ଶେଷରେ ପୂରଣ ହୋଇଛି। ମେ’ ୩ରୁ ୬ ମଧ୍ୟରେ କୋଟାରେ ଥିବା ବିହାରର ସମସ୍ତ ଛାତ୍ରୀଛାତ୍ରଙ୍କୁ ଘରକୁ ପଠାଯିବ। ଏନେଇ କୋଟାର ଜିଲା ପ୍ରଶାସନ ସମସ୍ତ…

୭ ସ୍ବତନ୍ତ୍ର ଟ୍ରେନ୍‌: ୬ ହଜାରରୁ ଅଧିକ ଶ୍ରମିକଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ଯୋଜନା କରାଯାଇଛି। ୯ଟି ରାଜ୍ୟର ୧୧ଟି ସହରରେ ଏଥିପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ହେଉଛି।…

ବ୍ରଜରାଜନଗର କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପ୍ରଶାସନ ନିର୍ଦ୍ଦେଶକୁ ମାନୁନାହାନ୍ତି ଲୋକେ: ଅମାନିଆଙ୍କୁ ଆମ୍ବୁଲାନ୍ସରେ ଉଠାଇ ନେଉଛି ପୋଲିସ

ଝାରସୁଗୁଡ଼ା ଅଫିସ,୨।୫- ଝାରସୁଗୁଡା ଜିଲା ବ୍ରଜରାଜନଗର ମୁନିସିପାଲିଟି ଅଧୀନ ବୁଢ଼ୀଜାମରେ ଗତ ବୁଧବାର ଜଣେ ଯୁବତୀଙ୍କୁ କରୋନା ପଜିଟିଭ୍‌ ହୋଇଥିବା ଜଣାପଡିଥିଲା। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ବ୍ରଜରାଜନଗର ମୁନିସିପାଲିଟିର ବୁଢ଼ୀଜାମ ଅଞ୍ଚଳ ସମେତ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ…

ଚଳନ୍ତା ଲ୍ୟାବରେ ହେବ କରୋନା ପରୀକ୍ଷା!

ମୁମ୍ବାଇ,୨।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୁମ୍ବାଇରେ ସର୍ବାଧିକ ସଂକ୍ରମିତଙ୍କୁ ଏଯାବତ୍‌ ଚିହ୍ନଟ କରାଗଲାଣି। ଏବେ କରୋନା ସଂକ୍ରମଣକୁ କମ୍‌ କରିବାକୁ ମହାରାଷ୍ଟ୍ର ସରକାର ଚଳନ୍ତା ଲ୍ୟାବରେ କରୋନା ଟେଷ୍ଟ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା…

ଖୁସି ଖବର: ଏପ୍ରିଲ ୩ ପରେ ଗୋଆରେ ଚିହ୍ନଟ ହୋଇନାହାନ୍ତି ଜଣେ ବି କରୋନା ସଂକ୍ରମିତ

ପଣଜୀ,୨।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗୋଆରୁ କିନ୍ତୁ ଆସିଛି ଖୁସି ଖବର। ଏଠାରେ ଏପ୍ରିଲ ୩ ପରେ ଆଉ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ…

ଯାଜପୁରର ୨ ନୂଆ ଆକ୍ରାନ୍ତ କୋଲକାତା ଫେରନ୍ତା: ସମସ୍ତେ ବରୀ ବ୍ଲକ ଅଞ୍ଚଳର, ଲକ୍ଷଣ ନ ଥିଲା

ଭୁବନେଶ୍ୱର (ବ୍ୟୁରୋ)/ ବରି(ସ୍ବ.ପ୍ର.)/ରତ୍ନଗିରି(ଡି.ଏନ୍‌.ଏ.), ୨।୫: ଯାଜପୁରରେ ଚିହ୍ନଟ ହୋଇଥିବା ୨ ନୂଆ ଆକ୍ରାନ୍ତଙ୍କ ବିଷୟରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ପଜିଟିଭ୍‌ ବରୀ ବ୍ଲକ ଅଞ୍ଚଳର ୪୮ ଏବଂ ୫୫ ବର୍ଷୀୟ ପୁରୁଷ। ସେମାନେ…

ଲକ୍‌ଡାଉନ ୩.୦: ଉତ୍ତରପ୍ରଦେଶରେ ମଦ ଦୋକାନ ଖୋଲିବା ନେଇ ଯୋଗୀ ନେବେ ଅନ୍ତିମ ନିଷ୍ପତ୍ତି

ଲକ୍ଷ୍ନୌ,୨।୫: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୪ରୁ ୧୭ଯାଏଁ ଆହୁରି ୨ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ ବୃଦ୍ଧି କରିଛନ୍ତି। ହେଲେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ସମୟରେ କେତେକ କଟକଣାକୁ କୋହଳ କରାଯାଇଛି। ଏହି…

CORONAVIRUS UPDATE: ଯାଜପୁରରୁ ଆଉ ୨ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୬କୁ ବୃଦ୍ଧି

ଭୁବନେଶ୍ୱର, ୨।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କ୍ରମରେ ଶନିବାର ଅପରାହ୍ନରେ ଯାଜପୁରରୁ ଆଉ ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି। ସେହିଭଳି ଯାଜପୁରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri