ପୁରୀରେ ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ : ଜିଲାରେ ମୋଟ ପଜିଟିଭ ସଂଖ୍ୟା ୧୪ ଛୁଇଁଲା
ପୁରୀ ଅଫିସ, ୧୫।୫: ପୁରୀ ଜିଲାରେ ଶୁକ୍ରବାର ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ଏମାନଙ୍କ…
ବିମାନ, ଟ୍ରେନ୍ରୁ ଏକାଥରକେ ଓହ୍ଲାଇବେନି ଯାତ୍ରୀ
ଭୁବନେଶ୍ୱର,୧୫।୫(ବ୍ୟୁରୋ): ରେଳ ବା ବିମାନ ଯୋଗେ ଫେରୁଥିବା ଲୋକଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ବିମାନ ବନ୍ଦରରେ ୨ଟି ଓ ଭୁବନେଶ୍ୱର ରେଳ ଷ୍ଟେଶନରେ ୭ଟି ପଞ୍ଜୀକରଣ କାଉଣ୍ଟର କରାଯାଇଛି। ସେମାନେ…
ଚେନ୍ନାଇରୁ ସାଇକେଲରେ ୧୯୦୦ କିମି ଯାତ୍ରା: ୧୧ ଦିନ ପରେ ହାଟଡ଼ିହୀ ବ୍ଲକରେ ପହଞ୍ଚିଲେ ବିମଳ
ହାଟଡ଼ିହୀ, ୧୫।୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଗୋପ ଗ୍ରାମର ସୁବାଷ ଘୋଷଙ୍କ ପୁଅ ବିମଳ(୨୫) ଚେନ୍ନାଇରୁ ପ୍ରାୟ ୧୯୦୦ କିଲୋମିଟର ସାଇକେଲରେ ଯାତ୍ରା କରି ନିଜ ଗ୍ରାମରେ ଗତ ଗୁରୁବାର ରାତିରେ ପହଞ୍ଚିଛନ୍ତି। ହାଟଡିହୀ ପଞ୍ଚାୟତ ତରଫରୁ ତାଙ୍କୁ କ୍ୱାରାଣ୍ଟାଇନ…
CORONAVIRUS UPDATE: ରାଜ୍ୟରେ ଆଉ ୮ ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୧୬୬କୁ ବୃଦ୍ଧି
ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ଶୁକ୍ରବାର ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଯାଜପୁରର ୪ଜଣ, ଭଦ୍ରକରୁ ୨ ଏବଂ ବାଲେଶ୍ୱର ଓ କେନ୍ଦୁଝର ଜିଲାର ଜଣେ ଲେଖାଏ ଥିବା ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୬୬ଜଣ ଆକ୍ରାନ୍ତ…
୨୪ ଘଣ୍ଟାରେ ଶହେ ମୁଣ୍ଡ ନେଲା କରୋନା
ନୂଆଦିଲ୍ଲୀ,୧୫।୫: ଦେଶରେ ଅଣାୟତ ହେଲାଣି କରୋନା ସ୍ଥିତି। ବେଳକୁ ବେଳ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଛି ୮୧,୯୭୦ରେ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୩,୯୬୭ ନୂଆ ରୋଗୀ ଚିହ୍ନଟ ହୋଇଥିବା…
କରୋନା ବଢ଼ାଉଛି ମାନସିକ ଯନ୍ତ୍ରଣା
ଜାତିସଂଘ,୧୫।୫: କରୋନା ମହାମାରୀ ଯୋଗୁ ମାନସିକ ଯନ୍ତ୍ରଣା ବୃଦ୍ଧି ପାଉଥିବା ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ସତର୍କ କରାଇଦେଇଛନ୍ତି। ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ସରକାର, ସିଭିଲ୍ ସୋସାଇଟି ଏବଂ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନଙ୍କୁ…
ନୂଆ ୪୮ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଅଧିକାଂଶ ଥିଲେ କ୍ୱାରାଣ୍ଟାଇନ ସେଣ୍ଟରରେ
ଭୁବନେଶ୍ୱର, ୧୫।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଚିହ୍ନଟ ନୂଆ ୪୮ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଆଜି ଚିହ୍ନଟ ହୋଇଥିବା ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ୧୨, ବାଲେଶ୍ୱରର ୧୨, ନୟାଗଡ଼ ୩, ଯାଜପୁର ୨, ପୁରୀ ୧୦,…
ଦିନକରେ ଗଡ଼ିଲା ୯୨ ମୁଣ୍ଡ
ନୂଆଦିଲ୍ଲୀ, ୧୫।୫ : ପ୍ରାଣଘାତୀ କରୋନା ଭୂତାଣୁ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି। ଦେଶରେ ଗୁରୁବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୮୧, ୬୫୮କୁ ବୃଦ୍ଧି ପାଇଥିବା ବେଳେ ୨,୬୪୪ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟାରେ ୯୨ ଜଣ ପ୍ରାଣ…
ସିମୁଳିଆ ବ୍ଲକରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ
ସିମୁଳିଆ,୧୫ା୫(ଡି.ଏନ୍.ଏ.): ବାଲେଶ୍ବର ଜିଲା ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତରେ ଶୁକ୍ରବାର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଗତ ୩ ତାରିଖରେ ସୁରଟରୁ ଆସି ସ୍ଥାନୀୟ କ୍ବାରାଣ୍ଟାଇନରେ ସେଣ୍ଟରରେ ଥିଲେ। ତାଙ୍କୁ ଆଜି ଚିକିତ୍ସା ପାଇଁ ପଠାଯିବ ବୋଲି ବ୍ଲକ…
ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ପହଞ୍ଚିଲା
ଭଦ୍ରକ ଅଫିସ,୧୫ା୫: ଶୁକ୍ରବାର ଭଦ୍ରକରେ ଆଉ ୬ ଜଣ କରୋନା ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ଛୁଇଁଛି। ଚି଼ହ୍ନଟ ହୋଇଥିବା ଆକ୍ରାନ୍ତମାନେ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଥିଲେ। ସମସ୍ତେ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଛି।
CORONAVIRUS UPDATE: ରାଜ୍ୟରେ ଆଉ ୪୮ ପଜିଟିଭ୍ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଲା
ଭୁବନେଶ୍ୱର,୧୫ା୫(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ପୁଣି ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର…
ମୁମ୍ବାଇରୁ ୩ ଟ୍ରକ୍ରେ ଗଜପତି ଫେରୁଛନ୍ତି ପ୍ରବାସୀ
ପାରଳାଖେମୁଣ୍ଡି, ୧୪ା୫ (ସ୍ବ.ପ୍ର.): ମହାରାଷ୍ଟ୍ରର ନଭି ମୁମ୍ବାଇରୁ ଗଜପତି ଜିଲାକୁ ଟ୍ରକ୍ ଯୋଗେ ୧୫୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରୁଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଗଜପତି ଜିଲାର ଗୁମ୍ମା ଓ ରାୟଗଡ଼ା ଜିଲାର ଶ୍ରମିକ ଅଛନ୍ତି। ଗୁମ୍ମା ବ୍ଲକର ବାବୁଲୁ…
Archives


