ପଶ୍ଚିମବଙ୍ଗରେ ପ୍ରତି ସପ୍ତାହରେ ୨ଦିନ ହେବ ପୂର୍ଣ୍ଣ ଲକ୍ଡାଉନ
କୋଲକାତା,୨୦।୭: କରୋନା ଭାଇରସ୍ ସଂକ୍ରମଣ ସାରା ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପଶ୍ଚିମବଙ୍ଗରେ ମହାମାରୀ କରୋନା ଭୟାବହ ରୂପ ନେବାରେ ଲାଗିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ପ୍ରତି ସପ୍ତାହରେ ୨ ଦିନ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରିବାକୁ…
ଉତ୍ତରପ୍ରଦେଶରେ କରୋନା ରୋଗୀଙ୍କୁ ମିଳିବ ହୋମ ଆଇସୋଲେଶନ ସୁବିଧା: ମାନିବାକୁ ପଡ଼ିବ ଏହି ସବୁ ନିର୍ଦ୍ଦେଶ
ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଧିଷ୍ଟ ପ୍ରୋଟୋକଲର ସର୍ତ୍ତାବଳୀ ସହିତ କରୋନା ରୋଗୀଙ୍କୁ ହୋମ ଆଇସୋଲେଶନ୍ ପାଇଁ ରାଜ୍ୟ ସରକାର ଅନୁମତି…
ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଶହ ଟପିଲା
ଭୁବନେଶ୍ୱର, ୨୦।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪ଜଣ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ରହିଥିବା ବେଳେ ୧୫ଜଣ ସ୍ଥାନୀୟ ଅଞ୍ଚଳର। ସ୍ଥାନୀୟ ସଂକ୍ରମିତମାନେ ହେଲେ ବରମୁଣ୍ଡା ଅଞ୍ଚଳର ୮ ବର୍ଷର ବାଳକ,…
କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଏଭଳି ଉପାୟ ଆପଣାଇଲେ ଶାହରୁଖ
ମୁମ୍ବାଇ: ମହାରାଷ୍ଟ୍ର ଓ ମୁମ୍ବାଇରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତି ଧିରେ ଧିରେ ଉଦ୍ବେଗଜନକ ହେବାରେ ଲାଗିଛି। ବଲିଉଡ୍ର ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଏହା କବଳରୁ ବର୍ତ୍ତିପାରି ନାହାନ୍ତି। ନିକଟରେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା…
ଚାପ ମୁକ୍ତ ପାଇଁ କୋଭିଡ କେୟାର ସେଣ୍ଟରରେ ଡ୍ୟାନ୍ସ କଲେ କରୋନା ରୋଗୀ: ଭିଡିଓ ଭାଇରାଲ
ବେଙ୍ଗାଲୁରୁ,୨୦।୭: ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କିନ୍ତୁ ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନେ କରୋନାକୁ ହରାଇ ସମସ୍ତ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କିଛି ଏଭଳି କରିଦେଖାଇଛନ୍ତି କର୍ନାଟକର କୋଭିଡ ହସ୍ପିଟାଲର ସଂକ୍ରମିତ…
କଟକ ସହରରୁ ୧୬ ନୂଆ ପଜିଟିଭ ଚିହ୍ନଟ
କଟକ ଅଫିସ, ୨୦।୭: କଟକ ସହରରୁ ସୋମବାର ୧୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬ଜଣ ସରକାରୀ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୮ଜଣ ହୋମ୍ କ୍ୱାରାଣ୍ଟାଇନ୍ରୁ ଅଛନ୍ତି। ଏହାବ୍ୟତୀତ ୨ଟି ଲୋକାଲ କେସ୍ ରହିଛି। କଟକ ସହରର…
ଗଞ୍ଜାମ ଜିଲା ରେଡ୍ଜୋନରେ ଚାଲିଛି ସ୍ବାସ୍ଥ୍ୟ ସ୍କ୍ରିନିଂ: ୧.୫୦ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିଲାଣି ଡାକ୍ତରୀ ଟିମ୍
ଛତ୍ରପୁର, ୨୦।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ସହ ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏଥିସହ ସଂକ୍ରମଣ ବ୍ୟାପୁଥିବାରୁ ଜ଼ିଲାବାସୀ…
ଦେଶର ଏହି ୫ଟି ରାଜ୍ୟରେ କରୋନାଜନିତ ହୋଇନାହିଁ ମୃତ୍ୟୁ
ନୂଆଦିଲ୍ଲୀ,୨୦।୭: ଭାରତରେ କରୋନା ସଙ୍କଟ ଦିନକୁ ଦିନ ଉଦ୍ବେଗଜନକ ସ୍ଥିତି ହେବାରେ ଲାଗିଛି। ଇତିମଧ୍ୟରେ ଭାରତରେ କୋଭିଡ-୧୯ ଜନିତ ମୃତ୍ୟୁ ହାର ପ୍ରଥମ ଥର ପାଇଁ ୨.୫ ପ୍ରତିଶତ ତଳକୁ ଖସି ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ସାରା…
କାଲିଙ୍ଗା ପଞ୍ଚାୟତରେ ବାପା-ପୁଅଙ୍କୁ କରୋନା, ଗାଁ ହେଲା ସାନିଟାଇଜ୍
ଜି.ଉଦୟଗିରି,୨୦ା୭: କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକର କାଲିଙ୍ଗା ପଞ୍ଚାୟତରୁ ୨ କରୋନା ଅକ୍ରାନ୍ତ ଚିହ୍ନଟ ହେବା ପରେ କାଲିଙ୍ଗା ପଞ୍ଚାୟତର ତାରାବାଡ଼ି ନଦୀସାହି ସମେତ ଆଖପାଖ ଗ୍ରାମକୁ ସାନିଟାଇଜ୍ କରାଯିବା ସହିତ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇଛି। ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍…
ଟ୍ରମ୍ପ୍ ପୁଣି କହିଲେ ମିଛ: ଆମେରିକାରେ କରୋନା ମୃତକଙ୍କ ସଂଖ୍ୟା ନୁହେଁ ଅଧିକ
ଓ୍ବାଶିଂଟନ, ୨୦।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ଥରେ ମିଛ କହିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମ୍ ଥିବା ସେ କହିଛନ୍ତି। ଏହାପୂର୍ବରୁ ଜନ୍ସ୍ ହପିକିନ୍ସ୍ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା…
ଛତ୍ରପୁରରେ କରୋନା ସ୍ଥିତି ଅସମ୍ଭାଳ: ୩ ଦିନରେ ଚିହ୍ନଟ ହେଲେଣି ୮୭ ପଜିଟିଭ୍
ଛତ୍ରପୁର,୨୦ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହର ଓ ବ୍ଲକ ଅଧୀନ ଗ୍ରାମାଞ୍ଚଳରେ କରୋନା ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଜିଲା ହେଡକ୍ୱାର୍ଟରରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ…
କରୋନାକୁ ହରାଇଲେଣି ୯୫ ପୋଲିସ କର୍ମଚାରୀ: ହିରୋ କହି ପ୍ରଶଂସା କଲେ ଡିଜିପି ଅଭୟ
କଟକ ଅଫିସ,୨୦ା୭: କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ୯୫ ଜଣ ପୋଲିସ କର୍ମଚାରୀ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେଣି। ଏହି କରୋନା ଯୋଦ୍ଧାଙ୍କ କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରିଛନ୍ତି ଡିଜି ତଥା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଜନସେବା ପ୍ରତି…
Archives


