ଉତ୍ତରପ୍ରଦେଶରେ କରୋନା ରୋଗୀଙ୍କୁ ମିଳିବ ହୋମ ଆଇସୋଲେଶନ ସୁବିଧା: ମାନିବାକୁ ପଡ଼ିବ ଏହି ସବୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଧିଷ୍ଟ ପ୍ରୋଟୋକଲର ସର୍ତ୍ତାବଳୀ ସହିତ କରୋନା ରୋଗୀଙ୍କୁ ହୋମ ଆଇସୋଲେଶନ୍‌ ପାଇଁ ରାଜ୍ୟ ସରକାର ଅନୁମତି ଦେବେ। ବିନା ଲକ୍ଷଣ ଥିବା କରୋନା ରୋଗୀଙ୍କୁ ହୋମ ଆଇସୋଲେଶନରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁମତି ଦେବା ସହ ସୋମବାର ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ରୋଗୀ ଏବଂ ତାଙ୍କ ପରିବାର ହୋମ ଆଇସୋଲେଶନର ସମସ୍ତ ପ୍ରୋଟୋକଲ ପାଳନ କରିବା ବାଧ୍ୟତାମୂଳକ। କାରଣ କରୋନାର ଲକ୍ଷଣ ନ ଥିବା ବହୁ ସଂଖ୍ୟକ ଲୋକ ହସ୍ପିଟାଲରେ ଭର୍ତ୍ତି ହେବାକୁ ଇଛା ପ୍ରକାଶ କରୁ ନ ଥିବା ବେଳେ ଏହି ରୋଗକୁ ଲୁଚାଉଛନ୍ତି, ଯାହା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ଆହୁରି ବଢ଼ାଇଦେଇଛି। ଅନ୍ୟପଟେ କୋଭିଡ କେୟାର ହସ୍ପିଟାଲରେ ଶର୍ଯ୍ୟା ସବୁ ପୂର୍ଣ୍ଣ ହୋଇଯାଇଥିବାରୁ ଯୋଗୀ ଆଦିତ୍ୟନାଥ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅପରପକ୍ଷେ କୋଭିଡ-୧୯ କାରଣରୁ ମୃତ୍ୟୁ ହାର ହ୍ରାସ କରିବାକୁ ସ୍ବାସ୍ଥ୍ୟ ବିଭାଗ ଏବଂ ଚିକିତ୍ସା ଶିକ୍ଷା ବିଭାଗ ଉଚିତ୍‌ ପଦକ୍ଷେପ ନେବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନକୁ ଡାକ୍ତରଙ୍କ ଏକ ସ୍ବତନ୍ତ୍ର ଟିମ୍‌ ଯାଇ କଣ୍ଟାକ୍ଟ ଟ୍ରେସିଂ କରିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡରେ ଖଣି ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ରାୟପୁର,୨।୧୨: ଛତିଶଗଡର ମାଲଗାଓଁରେ ଶୁକ୍ରବାର ଚୂନ ପଥର ଖଣି ଭୁଶୁଡି ପଡିଛି। ପ୍ରଥମେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ୭ଜଣଙ୍କ ମୃତ୍ୟୁ ଘଟିଥିବା...

ସ୍ବତନ୍ତ୍ର କାର୍ଗୋ ବିମାନରେ ଆସିଲା କୋଭିଡ୍‌-୧୯ କିଟ୍‌

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାରୁ କାର୍ଗୋ ବିମାନ ଯୋଗେ ଓଡ଼ିଶାକୁ ଔଷଧ ଓ ମେଡିକାଲ ସାମଗ୍ରୀ ପରିବହନ ଜାରି ରହିଛି। ତେବେ ବୁଧବାର ଏକ...

ଆଜି ଆଉ ୧୬ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୪୪୧କୁ ବୃଦ୍ଧି

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୪୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ନିର୍ବାଚନରେ ୨ ହଜାର ନଗଦ ଖର୍ଚ୍ଚ କରିପାରିବେ ପ୍ରାର୍ଥୀ…

ନୂଆଦିଲ୍ଲୀ,୬।୧୧ : ନିର୍ବାଚନ ସମୟରେ ଅଧିକ ସ୍ବଚ୍ଛତା ଆଣିବା ଏବଂ ନଗଦ କାରବାରରେ ରୋକ ଲଗାଇବା ପାଇଁ ନିର୍ବାଚନ ଆୟୋଗ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି।...

‘ସାମାଜିକ ଦୂରତ୍ୱ କଡ଼ାକଡ଼ି ପାଳନ କର’

ନୂଆଦିଲ୍ଲୀ,୧୭।୪(ପି.ଟି.): ଲକ୍‌ଡାଉନ ବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ...

ପାକିସ୍ତାନ ଜେଲରୁ ମୁକୁଳିବେ କି କୁଳଭୂଷଣ, ଆଜି ଆସିବ ରାୟ

ନୂଆଦିଲ୍ଲୀ, ୧୭।୭: ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ ଇଣ୍ଟନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ(ଆଇସିଜେ)ରେ ବୁଧବାର ପ୍ରକାଶ ପାଇବ।...

ଚିଦାମ୍ବରମ୍‌ଙ୍କୁ ଝଟକା: ସୁପ୍ରିମ୍‌କୋର୍ଟରେ ଅଗ୍ରୀମ ଜାମିନ୍‌ ଆବେଦନ ଖାରଜ; ଇଡ଼ି ଗିରଫ କରିବା ଆଶଙ୍କା ବଢ଼ିଲା

ନୂଆଦିଲ୍ଲୀ,୫।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଯୋଗୁ ବଡ଼ ଝଟକା ଲାଗିଛି। ଗୁରୁବାର ସୁପ୍ରିମ୍‌କୋର୍ଟରେ ତାଙ୍କର ଅଗ୍ରୀମ ଜାମିନ୍‌ ଆବେଦନ ଖାରଜ ହୋଇଯାଇଛି।...

ଘୋଡ଼ା ବଦଳରେ ଜେସିବିରେ ଗଲେ ଇଞ୍ଜିନିୟର ବର

କସଡୋଲ,୧୭।୫: ଛତିଶଗଡ଼ର କସଡୋଲ ଗାଁର ଏକମାତ୍ର ଇଞ୍ଜିନିୟର ହେଉଛନ୍ତି ଅମିଶ କୁମାର ଡହରିଆ। ଏବେ ସେ ଖୁବ୍‌ ଚର୍ଚ୍ଚାରେ। କାରଣ ଏହି ଯୁବ ଇଞ୍ଜିନିୟର ଜଣକ...

Advertisement
Archives

Model This Week