ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଶହ ଟପିଲା

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ରହିଥିବା ବେଳେ ୧୫ଜଣ ସ୍ଥାନୀୟ ଅଞ୍ଚଳର।
ସ୍ଥାନୀୟ ସଂକ୍ରମିତମାନେ ହେଲେ ବରମୁଣ୍ଡା ଅଞ୍ଚଳର ୮ ବର୍ଷର ବାଳକ, ଗଙ୍ଗନଗରର ୩୩ ବର୍ଷୀୟ ବ୍ୟକ୍ତି, ଖାରବେଳ ନଗରର ୬୦ ବର୍ଷୀୟ ବୃଦ୍ଧ, ଏଜି ଛକ ନିକଟ ଏକ ସରକାରୀ ଅଫିସର ୩୮ ବର୍ଷୀୟ କର୍ମଚାରୀ, ୟୁନିନ-୩ର ୫୬ ବର୍ଷୀୟ ବ୍ୟକ୍ତି, ବିଜେବି ନଗରର ୪୦ ବର୍ଷୀୟ ବ୍ୟକ୍ତି । ସେହିପରି ନୟାପଲ୍ଲୀ ନୂଆସାହିର ୬୦ ବର୍ଷୀୟ ବୃଦ୍ଧ, ଟଙ୍କପାଣି ରୋଡର ୫୧ ବର୍ଷୀୟ ବ୍ୟକ୍ତି, ପୋଖରୀପୁଟର ୨୦ ବର୍ଷର ଯୁବକ, ଲକ୍ଷ୍ମୀସାଗରର ୨୪ ବର୍ଷୀୟ ଯୁବକ, ଖଣ୍ଡଗିରିର ୪୬ ବର୍ଷୀୟ ବ୍ୟକ୍ତି, ନୟାପଲ୍ଲୀ ମହିମା ଢାବା ନିକଟରେ ଜଣେ ୩୫ ବର୍ଷୀୟ ଯୁବକ, ଭରତପୁରର ୩୭ ବର୍ଷୀୟ ବ୍ୟକ୍ତି ଓ ଖଣ୍ଡଗିରି ପ୍ଲାଜାର ୬୯ ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏବେ ସୁଦ୍ଧା ୧୨୩୧ ଜଣ କରୋନା ପଜିଟିଭ ଚୁିହ୍ନଟ ହୋଇଥିବା ବେଳେ ୫୭୬ଜଣ ସୁସ୍ଥ ହୋଇଛନ୍ତି। ୬୪୨ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ପିଲାଙ୍କୁ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି: ଘରୁ ବାହାରିବାବେଳେ…

ବାରିପଦା,୨୦।୬: ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଏହି ଅବସରରେ ସେ ନିଜ ଜନ୍ମମାଟି ମୟୁରଭଞ୍ଜରେ ଅଛନ୍ତି। ସକାଳୁ ସକାଳୁ ଘରୁ ବାହାରିବାବେଳେ ପିଲାମାନେ ତାଙ୍କୁ…

୫ ବର୍ଷରେ ୫୦୦ରୁ ଅଧିକ ସାପ ଉଦ୍ଧାର କଲେଣି ଲୋକନାଥ, ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରଶଂସା

ଅମରପାଲି,୨୦।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ପୁଲେଶ୍ୱର ଗ୍ରାମର ଲୋକନାଥ ଜଗଦଲା (୩୩) ବର୍ତ୍ତମାନ ଅଞ୍ଚଳରେ ଜଣେ ପରିଚିତ ସାପ ଉଦ୍ଧାରକାରୀ…

ପାଷ୍ଟିକୁଡି ଜମି ଉଚ୍ଛେଦ: ପ୍ରଶାସନ-ସ୍ଥାୟୀ ବାସିନ୍ଦା ମୁହାଁମୁହିଁ, ବିଧାୟକ କହିଲେ…

କେସିଙ୍ଗା,୨୦।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ଦେଇ ଜାତୀୟ ରାଜପଥ-୨୬ ଭବାନୀପାଟଣା ଅଭିମୁଖେ ଯାଇଛି। ଏହି ପାଷ୍ଟିକୁଡ଼ି ଗ୍ରାମର ଚାରିଛକ ଠାରେ…

ଡିଜେ ଗାଡିର ସାଉଣ୍ଡରେ ମହିଳା ମୃତ: ଶବ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକେ

ପାଟଣାଗଡ଼ ୨୦।୬ (ସଚ୍ଚିଦାନନ୍ଦ ମହାକୁର) ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଏନଏସି ବ୍ରାହ୍ମପୁରା ସ୍ଥିତ ସଅଁରା ପଡ଼ାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।…

ବହୁଚର୍ଚ୍ଚିତ ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡ: ୨ ଅଭିଯୁକ୍ତଙ୍କୁ ଏନକାଉଣ୍ଟର

ରାଉରକେଲା,୨୦।୬(ସଙ୍ଗୀତା ଜେନା): ରାଉରକେଲାର ବହୁଚର୍ଚ୍ଚିତ ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଶନିବାର ଭୋର ସମୟରେ ଝିରପାଣି ଥାନା ଅଞ୍ଚଳରେ ପୋଲିସ ଓ…

ଅନିଲଙ୍କ ଅକାଳ ବିୟୋଗ: ରୋଜଗାରିଆ ପୁଅକୁ ହରାଇ କାନ୍ଧୁଛନ୍ତି ମା’ ବାପା

ଗଞ୍ଜାମ,୨୦।୬(ବିଦ୍ୟାଧର ସାହୁ ): ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ । ରୋଜଗାରିଆ ପୁଅକୁ ହରାଇ ଚିନ୍ତାରେ ମା’ ବାପା । ଏଭଳି ଏକ ସମ୍ବେଦନଶୀଳ ଘଟଣା…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା: ବଢ଼ିଲା ଜନ ଅସନ୍ତୋଷ

ବରଗଡ଼,୨୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ। ଆସନ୍ତା ଅଗଷ୍ଟ ୧୯ରୁ ଏହାକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରି…

କାମ କରିବାକୁ ଯାଇ ସ୍ବାମୀ ନିଖୋଜ, ଖୋଜି ଆଣିବାକୁ ଜିଲା ପ୍ରଶାସନ ନିକଟରେ ଗୁହାରୀ କଲେ ସ୍ତ୍ରୀ

ଛତ୍ରପୁର,୨୦।୬(ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲା ବେଗୁନିଆପଡା ଥାନା ଅନ୍ତର୍ଗତ ପି. ନୂଆଗାଁ ଗ୍ରାମର ମହେନ୍ଦ୍ର ଦାସ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଫେରିନଥିବାରୁ ତାଙ୍କୁ ଖୋଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri