ପ୍ରବେଶିକା ପରୀକ୍ଷା ଦେବାକୁ ଯାଇଥିବା ୨ଜଣ ଛାତ୍ର କରୋନା ପଜିଟିଭ୍: ଚିନ୍ତାରେ ପ୍ରଶାସନ
ଥିରୁଭାନନ୍ତପୁରମ,୨୧।୭: କେରଳ ଇଞ୍ଜିନିୟରିଂ ଆର୍କିଟେକ୍ଚର ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିବା ଥିରୁଭାନନ୍ତପୁରମର ୨ଜଣ ଛାତ୍ର ଓ ଜଣେ ଅଭିଭାବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ।…
କରୋନା କାଳରେ ଲୋକଙ୍କୁ ଏଭଳି ସହାୟତା କରୁଛି ରୋବର୍ଟ
ଚାଇନାରୁ ଆରମ୍ଭ ହୋଇଛି ବ୍ୟବହାର କରୋନା ମହାମାରୀ ଯୋଗୁ ଜାରି ହୋଇଥିବା ଲକ୍ଡାଉନ୍ ଯୋଗୁ ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନଶୈଳୀ ସହ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏହି ସମୟରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଛି ରୋବର୍ଟକୁ। ୟୁରୋପର ଅନେକ ଦେଶରେ…
ରାୟଗଡ଼ାରୁ ୩ ନାବାଳିକା, ୯ କରୋନା ଯୋଦ୍ଧା ଆକ୍ରାନ୍ତ
ରାୟଗଡ଼ା ଅଫିସ,୨୧।୭: ରାୟଗଡ଼ା ଜିଲାରେ ମଙ୍ଗଳବାର ସର୍ବାଧିକ ୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୪ ଜଣ ପୁରୁଷ ଥିବାବେଳେ ୧୩ ମହିଳା ଅଛନ୍ତି। ତେବେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ବୟସ୍କ ବ୍ୟକ୍ତି,…
ଜୁଲାଇ ୩୧ ଯାଏ ସମ୍ବଲପୁର ଶଟ୍ଡାଉନ୍
ସମ୍ବଲପୁର, ୨୧।୭(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସମ୍ବଲପୁର ଜିଲାକୁ ୧୦ ଦିନ ସଟ୍ଡାଉନ ଘୋଷଣା କରିଛନ୍ତି ଜିଲାପାଳ। ବୁଧବାରଠାରୁ ଜୁଲାଇ ୩୧ ଯାଏ ଏହି ସଟ୍ଡାଉନ ବଳବତ୍ତର ରହିବ। ଦୁଇଟି ପର୍ଯ୍ୟାୟରେ ସଟ୍ଡାଉନ ଲାଗୁ ହେବ। ୨୨ରୁ ୨୫ ତାରିଖ…
ପ୍ରବାସୀ ପରେ ଏବେ ବିଦେଶରେ ଫସିଥିବା ଛାତ୍ରଙ୍କୁ ସ୍ବଦେଶ ଆଣିବେ ସୋନୁ
ମୁମ୍ବାଇ: କରୋନା ଭାଇରସ୍ ଲକ୍ଡାଉନରେ ଫସିରହିଥିବା ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ଛାତ୍ରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ବିଦେଶରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ଆଣିବାକୁ ସୋନୁ ଯୋଜନା କରୁଥିବା ଜଣାପଡ଼ିଛି।…
୩ ମାସ ପୂର୍ବରୁ ଧନୀଙ୍କୁ ମିଳିଛି କରୋନା ଟୀକା: ଗରିବଙ୍କୁ ମିଳିବ କେବେ
ମସ୍କୋ, ୨୧।୭: କରୋନା ମହାମାରୀ ନେଇ ପୃଥିବୀରେ ସଙ୍କଟ ଜାରି ରହିଛି। ରୁଷ୍ରେ କରୋନା ସଂକ୍ରମଣ ସ୍ଥିତି ମଧ୍ୟ ଜଟିଳ ହେବାରେ ଲାଗିଛି। ତେବେ ଗଣମାଧ୍ୟମ ସଂସ୍ଥା ବ୍ଲୁମ୍ବର୍ଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।…
ଶ୍ରାଦ୍ଧ ଭୋଜିକୁ ବାହାଘର ପରି କଲେ ପାଳନ: ଷ୍ଟେଜ୍ରେ ନାଚିଲେ ଡ୍ୟାନ୍ସର
ନୂଆଦିଲ୍ଲୀ, ୨୧।୭: ଏବେ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଶ୍ରାଦ୍ଧ ଭୋଜିକୁ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି। ଷ୍ଟେଜ୍ରେ ଜଣେ ଡ୍ୟାନ୍ସର ମଧ୍ୟ ନାଚୁଛନ୍ତି। ଏହି ଶ୍ରାଦ୍ଧ ଭୋଜି…
କରୋନା ପ୍ରଭାବ: ନିଜେ ଟାଇପ୍ କରୁଛନ୍ତି ସୁପ୍ରିମକୋର୍ଟ ବିଚାରପତି
ନୂଆଦିଲ୍ଲୀ,୨୧।୭: ମହାମାରୀ କରୋନା ସଂକ୍ରମଣକୁ ନେଇ ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବା ବେଳେ ଏହାର ପ୍ରଭାବ ସବୁ କାର୍ଯ୍ୟରେ ପଡ଼ିଥିବା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ବିଚାରପତି ଶୁଣାଣି କରିବା ସମୟରେ ଏବେ ସମସ୍ତ ନିର୍ଦ୍ଦେଶକୁ ନିଜେ ଟାଇପ୍ କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,…
ଚଳିତ ବର୍ଷ ମାତ୍ର ହଜାରେ ତୀର୍ଥଯାତ୍ରୀ କରିପାରିବେ ହଜ୍ଯାତ୍ରା
ରିୟାଦ,୨୧।୭: ସାଉଦି ଆରବର ମକ୍କା ସହରକୁ ପ୍ରତିବର୍ଷ ବିଭିନ୍ନ ଦେଶରୁ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ହଜ୍ଯାତ୍ରା ପାଇଁ ଆସିଥାନ୍ତି। ହେଲେ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରାର ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ଜୁଲାଇ ୨୯ରୁ ଆରମ୍ଭ ହେବାକୁ…
ଗଞ୍ଜାମରେ ଆରମ୍ଭ ହେଲା ପ୍ଲାଜ୍ମା ଥେରାପି
ବ୍ରହ୍ମପୁର ଅଫିସ,୨୧।୭: ଓଡ଼ିଶାରେ ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ଘଟିସାରିଛି। ଏପରିସ୍ଥିତିରେ କରୋନାରୁ ଗୁରୁତର ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ଗଞ୍ଜାମ ଜିଲାରେ ଆରମ୍ଭ…
୭ ଦିନରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ଟପିବା ଆଶଙ୍କା
ନୂଆଦିଲ୍ଲୀ, ୨୧।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ହଜାର ୧୯୧ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨୮ ହଜାର ୮୪ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ…
କରୋନା ସଂକ୍ରମଣ ମହାରାଷ୍ଟ୍ରରେ ନେଲାଣି ୧୨ ହଜାରରୁ ଅଧିକ ଜୀବନ
ମୁମ୍ବାଇ,୨୧।୭: କରୋନା ଭାଇରସ ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢି ଚାଲିଛି। ଏବେସୁଦ୍ଧା ସେଠାରେ କରୋନା ସଂକ୍ରମଣରେ ୧୨ ହଜାରରୁ ଅଧିକ ଜୀବନ ଗଲାଣି। ସୋମବାର ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୨ ହଜାର ୩୦ରେ ପହଞ୍ଚିଥିଲା। ସେହିପରି…
Archives


