କରୋନା କାଳରେ ଲୋକଙ୍କୁ ଏଭଳି ସହାୟତା କରୁଛି ରୋବର୍ଟ

ଚାଇନାରୁ ଆରମ୍ଭ ହୋଇଛି ବ୍ୟବହାର
କରୋନା ମହାମାରୀ ଯୋଗୁ ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନଶୈଳୀ ସହ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏହି ସମୟରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଛି ରୋବର୍ଟକୁ। ୟୁରୋପର ଅନେକ ଦେଶରେ ରୋବର୍ଟକୁ ନିତିଦିନିଆ ଜୀବନରେ ବ୍ୟବହାର କରାଗଲାଣି। ରୋବର୍ଟ କେତେବେଳେ ପୋଲିସ ତ ଆଉ କେତେବେଳେ ଡେଲିଭରି ବୟ ସାଜି ଲୋକଙ୍କ ସେବା କରୁଛି।
କରୋନା ମୁକାବିଲା ପାଇଁ ଚାଇନା ସର୍ବପ୍ରଥମେ ରୋବର୍ଟକୁ ବ୍ୟବହାର କରିଥିଲା। ବିଶେଷକରି ସହରକୁ ସାନିଟାଇଜ୍‌ କରିବାରେ ରୋବର୍ଟକୁ ସେ ବ୍ୟବହାର କରୁଛି। ସିଙ୍ଗାପୁରରେ ମଧ୍ୟ ରୋବର୍ଟକୁ ବହୂଳଭାବେ ବ୍ୟବହାର କରାଯାଉଛି।
ଲକ୍‌ଡାଉନ୍‌ ଯୋଗୁ ଲୋକେ ଯେତେବେଳେ ଘରେ ରହିବାକୁ ଲାଗିଲେ ଘରର ସମସ୍ତ କାମ କରିବା ପାଇଁ ରୋବର୍ଟକୁ ବ୍ୟବହାର କଲେ। ଯୁକ୍ତରାଷ୍ଟ୍ର ଆମେରିକାରେ ଏକାପଣ ଦୂର କରିବା ପାଇଁ ଲୋକେ ରୋବର୍ଟ କିଣି ଘରେ ରଖିଲେ। ରୋବର୍ଟ ଗୀତ ଶୁଣାଇବା,ରୋଷେଇ କରିବା ସହ ଘରର ସସ୍ତ କାମ କଲା।
ଟ୍ୟୁନିସିଆର ରାଜଧାନୀରେ ପୋଲିସମାନେ ପାଟ୍ରୋଲିଂ ସମୟରେ ରୋବର୍ଟକୁ ବ୍ୟବହାର କରୁଛନ୍ତି। ଏହି ସମୟରେ ରୋବର୍ଟ କରୋନା ପୀଡିତଙ୍କ ଗତିବିଧି ଉପରେ ନଜର ରଖିବା ଠାରୁ ସେମାନଙ୍କୁ ସଚେତନ କରାଇବା ଏବଂ ରୋଗୀଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିବା କାମ କରୁଛି।
ଇଷ୍ଟୋନିଆର ଏକ କମ୍ପାନୀ ଷ୍ଟାରସିପ୍‌ ଲକ୍‌ଡାଉନ୍‌ରେ ଏପରି ଏକ ରୋବର୍ଟ ତିଆରି କରିଛି ଯାହାକି ଗ୍ରୋସରୀଠାରୁ ଆରମ୍ଭକରି ପାଣି ସବୁକିଛି ଆଣି ଘରେ ପହଞ୍ଚାଉଛି। ରୋବର୍ଟକୁ କେଉଁଠାକୁ ଯିବା ଆସିବାରେ କଟକଥା ନ ଥିବାରୁ ଇଷ୍ଟୋନିଆର ଏହି କାମ ଅତି ସୁବିଧାରେ ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri