କରୋନା ପ୍ରଭାବ: ନିଜେ ଟାଇପ୍‌ କରୁଛନ୍ତି ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୨୧।୭: ମହାମାରୀ କରୋନା ସଂକ୍ରମଣକୁ ନେଇ ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବା ବେଳେ ଏହାର ପ୍ରଭାବ ସବୁ କାର୍ଯ୍ୟରେ ପଡ଼ିଥିବା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ବିଚାରପତି ଶୁଣାଣି କରିବା ସମୟରେ ଏବେ ସମସ୍ତ ନିର୍ଦ୍ଦେଶକୁ ନିଜେ ଟାଇପ୍‌ କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଭର୍ଚୁଆଲ ଶୁଣାଣି ସମୟରେ ସୁପ୍ରିମକୋର୍ଟର ବିଚାରପତି ଧନଞ୍ଜୟ ଓ୍ବାଇ ଚନ୍ଦ୍ରଚୂଡ ନିଜର ଅନୁଭୂତିକୁ ବଖାଣିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଣାଣି କରିବା ସମୟରେ ସେ ଦେଉଥିବା ନିର୍ଦ୍ଦେଶକୁ ନିଜେ ଲ୍ୟାପଟପ୍‌ରେ ଟାଇପ କରନ୍ତି ବୋଲି କହିଛନ୍ତି। ମଙ୍ଗଳବାର ସମାନ କାର୍ଯ୍ୟ କରୁଥିବା ବେଳେ ସେ କହିଛନ୍ତି, କୋର୍ଟ ମାଷ୍ଟରଙ୍କୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ସେ ନିଜେ ଲ୍ୟାପଟପ୍‌ରେ ଏହି ନିର୍ଦ୍ଦେଶ ଲେଖନ୍ତି। କାରଣ ନିର୍ଦ୍ଦେଶ ଦେବା ଅପେକ୍ଷା ଏହା ସହଜ ଓ ସରଳ ହୋଇଥାଏ। ଲ୍ୟାପଟପ୍‌ରେ ନିଜର ନିର୍ଦ୍ଦେଶ ଟାଇପ୍‌ କରିବା ଦ୍ୱାରା ସଠିକ୍‌ ଓ ନିଭୁର୍ର୍ଲ ହୋଇଥାଏ। କୌଣସି ନିର୍ଦ୍ଦେଶକୁ ଟାଇପ କରିବା ପରେ ଟାଇପିଂ ଭୁଲ କିମ୍ବା ସଂଶୋଧନର ଆବଶ୍ୟକତା ନ ଥାଏ ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି। ତେବେ ତାଙ୍କର ଏଭଳି କାର୍ଯ୍ୟ ପ୍ରଣାଳୀ ଦ୍ୱାରା ଭବିଷ୍ୟତରେ ଅନ୍ୟ ବିଚାରପତିମାନେ ଗ୍ରହଣ କରିପାରନ୍ତି ଆଶା କରାଯାଉଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ସୁପ୍ରିମକୋର୍ଟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ କମୁୁଛି, ଖୋର୍ଦ୍ଧାରେ ବଢୁଛି

ଭୁବନେଶ୍ୱର,୯।୮(ବ୍ୟୁରୋ): ଗଞ୍ଜାମ ପରେ ଏବେ ଚିନ୍ତା ବଢ଼ାଇଲାଣି ଖୋର୍ଦ୍ଧା ଜିଲା। କିଛିଦିନ ଧରି ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ...

କେକ୍‌ ପ୍ରଦର୍ଶନୀରେ ଚନ୍ଦ୍ରୟାନ-୨ ଏବଂ ସେଣ୍ଟ୍‌ ବାସିଲ୍‌ କାଥେଡ୍ରଲ୍‌ ଚର୍ଚ୍ଚ ମଡେଲ

ବେଙ୍ଗାଲୁରୁ,୧୮।୧୨: ବେଙ୍ଗାଲୁରୁରେ ଜାରି ରହିଥିବା କେକ୍‌ ପ୍ରଦର୍ଶନୀରେ ଚନ୍ଦ୍ରୟାନ-୨ ଏବଂ ସେଣ୍ଟ୍‌ ବାସିଲ୍‌ କାଥେଡ୍ରଲ୍‌ ଚର୍ଚ୍ଚ ମଡେଲ ପ୍ରଦର୍ଶିତ ହୋଇଛି। ଏଠାରେ ୨୩ ପ୍ରକାର ଭିନ୍ନ...

ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି

ଉଦୟପୁର,୧୪।୫(ପି.ଟି.): ରାଜସ୍ଥାନର ଉଦୟପୁରଠାରେ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିରକୁ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର ଉଦ୍‌ଘାଟନ କରିବା ସହ ଭାଜପା ଏବଂ ପ୍ରଧାନମନ୍ତ୍ରୀ...

ଭବାନୀପୁର ଆସନରୁ ଉପ-ନିର୍ବାଚନ ଲଢିବେ ମମତା

କୋଲକତା,୫।୯: ପଶ୍ଚିମବଙ୍ଗରେ ଉପ-ନିର୍ବାଚନ ଘୋଷଣା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭବାନୀପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପ୍ରାର୍ଥୀପତ୍ର ଉପସ୍ଥାପନ...

କରୋନା: ଆଜିଠୁ ଘରକୁ ଘର ବୁଲି ସର୍ଭେ

ଭୁବନେଶ୍ୱର, ୨୪।୫(ବ୍ୟୁରୋ): କରୋନା ସଂକ୍ରମଣର ଚେନ୍‌ରେ ବ୍ରେକ୍‌ ଲଗାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ଘରକୁ ଘର ବୁଲି...

କରୋନା ନେଲାଣି ୧୯୬ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ, ୯ା୮: ମହାମାରୀ କରୋନା ଉଗ୍ର ରୂପ ଧାରଣ କରିଥିବାବେଳେ ଦେଶରେ କରୋନା ଯୋଦ୍ଧା ସାଜି ରୋଗୀସେବା କରୁଥିବା ଡାକ୍ତରଙ୍କ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ରୋଗୀଙ୍କୁ...

ମୋଦିଙ୍କ ପାଇଁ ନିଆରା ଉପହାର

ନୂଆଦିଲ୍ଲୀ, ୨।୬: ୨୦୧୪ ଲୋକ ସଭା ନିର୍ବାଚନଠାରୁ ଚା’ରେ ଚର୍ଚ୍ଚା ଏତେ ମାତ୍ରାରେ ବ୍ୟାପିଛି ଯେ, ଯାହା ଆଜି ପର୍ଯ୍ୟନ୍ତ ଥମିନି। ଚା’କୁ ନେଇ ଚର୍ଚ୍ଚା,...

ସ୍ପାଇସଜେଟ୍‌ର ବଦାନ୍ୟତା: ୫ଶହ ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ଦେଲା ଚାକିରି

ନୂଆଦିଲ୍ଲୀ,୨୦।୪: ଆର୍ଥିକ ମାନ୍ଦାବସ୍ଥା କାରଣରୁ ବନ୍ଦ ହୋଇଯାଇଛି ଜେଟ୍‌ ଏୟାରଓ୍ବେଜ୍‌। ଫଳରେ ହଜାର ହଜାର କର୍ମଚାରୀ ରୋଜଗାର ହରାଇଛନ୍ତି। ଏତିକିବେଳେ କିନ୍ତୁ ସହାୟତାର ହାତ ବଢାଇଛି...

Advertisement
Archives

Model This Week