କରୋନା ଭାଇରସ୍‌

ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ୧୬ ଲୋକ କରୋନା ପଜିଟିଭ୍‌

ପାଟନା, ୨୬।୭: ଅନ୍ତିମ ସଂସ୍କାରରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ୧୬ ଜଣଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ବିହାରର ପାଟନାଠାରୁ ୩୦ କିମି ଦୂରରେ ଥିବା ମନେରର ଦେବୀସ୍ଥାନଠାରେ ଏଭଳି ଘଟିଛି। ଅନ୍ତିମ ସଂସ୍କାରରେ ୩୮ ଜଣ ଲୋକ ଯୋଗଦେଇଥିଲେ।…

୬ ସହରରେ କୋଭିଡ୍‌ ଟିକାର ମାନବ ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ,୨୬ା୭: ଭାରତ ବାୟୋଟେକ୍‌ ଏବଂ ଜାଇଡସ କାଡିଲା ଦ୍ୱାରା ପ୍ରସ୍ତୁତ ଦୁଇଟି ଟିକାର ମାନବ ଶରୀରରେ ପରୀକ୍ଷା ୬ଟି ସହରରେ ଆରମ୍ଭ ହୋଇଛି। ଏଥିପାଇଁ ଉକ୍ତ ସହରର ୫୦୦ ସ୍ବେଚ୍ଛାସେବୀଙ୍କୁ ଚୟନ କରାଯାଇଛି। ଶୁକ୍ରବାର ଦିଲ୍ଲୀ ଏମ୍ସରେ ପ୍ରଥମେ ଜଣେ ବ୍ୟକ୍ତିକୁ…

ସଂକ୍ରମଣ ସତ୍ତ୍ୱେ ସ୍କୁଲ ଖୋଲୁ

ଓ୍ବାଶିଂଟନ,୨୬ା୭: ଆମେରିକାରେ କରୋନା ଭୟଙ୍କର ରୂପ ନେଇଥିବାବେଳେ ସ୍କୁଲ୍‌ ଖୋଲିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାହୁଁଛନ୍ତି। ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ପିଲାଙ୍କ ପାଠପଢ଼ା ଗୁରୁତର ପ୍ରଭାବିତ ହୋଇଛି। ସଂକ୍ରମଣ ସତ୍ତ୍ୱେ ପିଲାମାନେ ସ୍କୁଲ ଯିବା ଆବଶ୍ୟକ ବୋଲି…

କରୋନାକୁ ହରାଇଲେ ୧୦୦ ବର୍ଷିୟା ମହିଳା: କହିଲେ…

ବାଙ୍ଗାଲୋର,୨୫।୭-ସାରା ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ହଜାର ହଜାର କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ତେବେ ଏପରିସ୍ଥିତିରେ କର୍ଣ୍ଣାଟକ ବେଲାରୀ ଜିଲାର ଜଣେ ୧୦୦ ବର୍ଷୀୟା ବୃଦ୍ଧା କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କ…

ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୫।୭(ବ୍ୟୁରୋ)-ରାଜ୍ୟରେ ଶନିବାର ପୁଣି ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୩୯୧ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୯, କଟକରୁ ୪୩, ବାଲେଶ୍ୱରରୁ ୩୩, ଯାଜପୁରରୁ ୩୨, ଗଜପତିରୁ ୨୩, ମୟୂରଭଂଜରୁ ୧୯, ଅନୁଗୋଳରୁ ୧୮, ଜଗତସିଂହପୁର ଓ…

ବୁଗୁଡ଼ାରେ ପଜିଟିଭ, ଭୁବନେଶ୍ୱରରେ ନେଗେଟିଭ

ବୁଗୁଡ଼ା,୨୫ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଜଣେ ବ୍ୟକ୍ତି ଗତ ୧୬ ତାରିଖରେ ବୁଗୁଡାରେ ସ୍ବାବ୍‌ ଦେଇଥିବାବେଳେ ଶନିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ମାତ୍ର ୧୭ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ସ୍ବାବ୍‌ ଦେଇଥିବାବେଳେ ଉକ୍ତ ଦିନ ରିପୋର୍ଟ ନେଗେଟିଭ ଆସିଥିଲା। ଏହି…

କରୋନାରେ ମୃତକଙ୍କ ସତ୍କାର ନେଇ ଗାଇଡଲାଇନ ଜାରି କଲେ ସରକାର

ଭୁବନେଶ୍ୱର,୨୫।୭(ବ୍ୟୁରୋ)-କୋଭିଡ-୧୯ ମୃତକଙ୍କ ଶବ ସତ୍କାରକୁ ନେଇ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ସତ୍କାର ନ ହୋଇ ଶବ ବହୁ ସମୟ ଧରି ପଡି ରହୁଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। କରେନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବ ସତ୍କାରକୁ…

ଏଠାରେ କରୋନା ଭୟ ଶୂନ: ମାତ୍ର ୭୫ ଟଙ୍କାରେ ଘର କିଣି ରହିପାରିବେ

କରୋନା ଭାଇରସ ସମଗ୍ର ବିଶ୍ୱର ହଇଚଇ ସୃଷ୍ଟି କରିଛି। ଚାଇନାରୁ ଆରମ୍ଭ ହୋଇଥିଲା ଏହି ମରାମାରୀ ଯୋଗୁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାଦ୍ୱାରା ୟୂରୋପର ଇଟାଲୀ ସବୁଠାରୁ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କୁ କରୋନା

ଝାରସୁଗୁଡ଼ା ଅଫିସ,୨୫ା୭: ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସଙ୍କ ବ୍ୟକ୍ତିଗତ କର୍ମଚାରୀ ଶନିବାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଜଗଦୀଶ…

କରୋନା ଆରମ୍ଭରୁ ସୂଚନା ଦେବ ହାତ ବ୍ୟାଣ୍ଡ: ମୂଲ୍ୟ ମାତ୍ର ୩, ୫୦୦ ଟଙ୍କା

ନୂଆ ଦିଲ୍ଲୀ, ୨୫।୭: କରୋନା ବିିଷୟରେ ସୂଚନା ଦେବ ହାତ ବ୍ୟାଣ୍ଡ। ଆଇଆଇଟି ମାଡ୍ରାସ କରୋନା ଜୀବାଣୁ ସଂକ୍ରମଣ ଚିହ୍ନଟ ପାଇଁ ଏପରି ଏକ ବ୍ୟାଣ୍ଡ ତିଆରି କରିଛି। ଏହା ସଂକ୍ରମଣ ଆରମ୍ଭ ହେବାମାତ୍ରେ ସୂଚନା ଦେବ। ଆଗାମୀ ମାସ ସୁଦ୍ଧା…

ରାଜଧାନୀରେ ସଙ୍ଗୀନ ହେଉଛି ସ୍ଥିତି: ଆଜି ଚିହ୍ନଟ ହେଲେ ଆଉ ୧୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ରାଜଧାନୀରେ ଶନିବାର ଆଉ ୧୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୨୮ରେ ପହଞ୍ଚିଛି। ସେଥିରୁ ୮୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୫୨ ଆକ୍ଟିଭ୍‌ କେସ୍‌ ରହିଛି। ସେହିଭଳି ୧୧ଜଣଙ୍କ…

କାନ ଦ୍ୱାରା ମଧ୍ୟ ହୋଇପାରେ କରୋନା ସଂକ୍ରମଣ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୫।୭: କରୋନା ସଂକ୍ରମଣ ଆଖି,ନାକ ଏବଂ ପାଟି ଦ୍ୱାରା ହୋଇଥାଏ ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏବେ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କରୋନା ସଂକ୍ରମଣ କାନ ଦ୍ୱାରା ମଧ୍ୟ ହେବାର ଆଶଙ୍କା ରହିଛି। ଫଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri