ଶନିବାରରୁ ଟିକାକରଣ: ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା
ଭୁବନେଶ୍ୱର, ୧୫।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ଶନିବାର ଆରମ୍ଭ ହେବ ବହୁ ପ୍ରତିକ୍ଷିତ କୋଭିଡ୍ ଟିକାକରଣ। ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ତେବେ ତାଙ୍କର ପରିଚୟ ମିଳିପାରିନି। ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ବାସ୍ଥ୍ୟକର୍ମୀ…
ଆଜି ରାଜ୍ୟରେ ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୨ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର,୧୫।୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୧୮୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୯୪୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୦୮ ଜଣ ଚିହ୍ନଟ…
ଆଜି ରାଜ୍ୟରୁ ୨୨୨ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୪।୧(ବ୍ୟୁରୋ): ଗୁରୁବାର ରାଜ୍ୟରେ ୨୨୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୭୬୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୨୭ ଜଣ ଚିହ୍ନଟ…
ଭାରତୀୟମାନେ ଗିନି ପିଗ୍ ନୁହନ୍ତି
ନୂଆଦିଲ୍ଲୀ,୧୪ା୧: ମହାମାରୀ କରୋନାରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ଭାକ୍ସିନ ଆମଦାନୀ କରି ବିଭିନ୍ନ ସହରକୁ ପଠାଉଥିବାବେଳେ ଏହାର ରିଲିଜ୍କୁ ନେଇ ବିବାଦ ଆରମ୍ଭ ହୋଇଛି। ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ସହଭାଗିତାରେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ ପକ୍ଷରୁ…
ଆଜି ଭୁବନେଶ୍ୱରରୁ ୧୧ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ
ଭୁବନେଶ୍ୱର,୧୩।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୪ ଜଣ ରହିଥିବା ବେଳେ ଲୋକାଲ କେସ୍ ୭ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
କେନ୍ଦ୍ର ସରକାର ନ ଦେଲେ ବି ଆମେ ମାଗଣାରେ ଦେବୁ କରୋନା ଟିକା: କେଜରିୱାଲ
ନୂଆଦିଲ୍ଲୀ,୧୩ ।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର ଏକ ବଡ ଘୋଷଣା କରିଛନ୍ତି । କରୋନା ଭାଇରସଠାରୁ ଦୂରେଇ ରହିବାକୁ ଏବେ କରୋନା ଭ୍ୟାକ୍ସିନ ଆମ ନିକଟରେ ପହଞ୍ଚିଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଏହା କେବଳ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର…
ଜାନୁୟାରୀ ୧୮ରୁ ରାଜଧାନୀରେ ଖୋଲିବ ସ୍କୁଲ: ଉପସ୍ଥାନ ବାଧ୍ୟତାମୂଳକ ନୁହେଁ
ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୮ଠାରୁ ରାଜଧାନୀ ଦିଲ୍ଲୀରେ ସ୍କୁଲ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ସ୍କୁଲକୁ ଅଭିଭାବକଙ୍କ ଅନୁମତି ନେଇ ଆସିପାରିବେ। ତେବେ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ। ଛାତ୍ରୀଛାତ୍ରମାନେ ଚାହିଁଲେ…
ଜାନୁୟାରୀ ୧୬ରେ କୋ-ଓ୍ବିନ୍ ଆପ୍ର ଲୋକାର୍ପଣ କରିବେ ମୋଦି
ନୂଆଦିଲ୍ଲୀ,୧୩।୧: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଏନେଇ ସାର୍ବଜନୀକ ପ୍ରତିଷେଧକ ଟିକାକରଣ ଜାନୁୟାରୀ ୧୬ରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ। ଏହି ଦିନ ମୋଦି କୋ-ଓ୍ବିନ୍ ଆପ୍ର…
ଏପ୍ରିଲ୍ ସୁଦ୍ଧା ଭାରତକୁ ମିଳିପାରେ ୫ ନୂଆ କରୋନା ଟିକା
ନୂଆଦିଲ୍ଲୀ,୧୩।୧: ଏବେ ଭାରତକୁ ଦୁଇଟି କରୋନା ଟିକା ମିଳିଛି। କୋଭିଶିଲ୍ଡ୍ ଏବଂ କୋଭାକ୍ସିନ୍ ଟିକାର ସାର୍ବଜନୀକ ଟିକାକରଣ ଜାନୁୟାରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଆସନ୍ତା ଏପ୍ରିଲ୍ ସୁଦ୍ଧା ଦେଶରେ ୫ଟି ନୂଆ ଟିକା ଉପଲବ୍ଧ ହେବ ବୋଲି କୁହାଯାଉଛି।…
ରାଜ୍ୟରେ ୨୧୦ କରୋନା ପଜିଟିଭ ଚିହ୍ନଟ, ୧ ମୃତ
ଭୁବନେଶ୍ୱର, ୧୩।୧(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ବୁଧବାର ଦିନ ରାଜ୍ୟରୁ ନୂଆ ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ୨୧୦ ଜଣଙ୍କ ମଧ୍ୟରୁ ୧୨୨…
କାହାକୁ କେଉଁ ଟିକା ଦିଆଯିବ ସରକାର ନେବେ ନିଷ୍ପତ୍ତି
ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୬ରୁ ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏବେ ଦେଶରେ କୋଭିଶିଲ୍ଡ୍ ଏବଂ କୋଭାକ୍ସିନ୍ କରୋନା ଟିକା ଉପଲବ୍ଧ ହେଉଛି। ତେବେ ଲୋକେ କେଉଁ ଟିକା ନେବେ ତାହାକୁ ପସନ୍ଦ କରିପାରିବେ ନାହିଁ। ସରକାର…
ଟିକା ନେବା ତାଲିକାରେ ମୃତ ନର୍ସଙ୍କ ନାମ
ଲକ୍ଷ୍ନୌ,୧୩।୧: ପ୍ରଥମ ପର୍ଯ୍ୟାୟରେ କରୋନା ଟିକାକରଣ ପାଇଁ ପ୍ରସ୍ତୁତ ହୋଇଥିବା ତାଲିକାରେ କେତେକ ଅନିୟମିତତା ସମ୍ପର୍କରେ ଜଣାପଡ଼ିଛି। ଉତ୍ତରପ୍ରଦେଶରେ ଟିକା ନେବା ତାଲିକାରେ ମୃତ ନର୍ସଙ୍କ ନାମ ରହିଛି। ସେହିପରି ଅବସର ଗ୍ରହଣ କରିଥିବା ଡାକ୍ତରଙ୍କ ନାମ ମଧ୍ୟ ରହିଛି। ଏହାକୁ…
Archives


