ବାଣିଜ୍ୟ

ଭାରତର ମୁଦ୍ରାସ୍ଫୀତି ଅନୁମାନ ହ୍ରାସ କଲା ଏଡିବି

ନୂଆଦିଲ୍ଲୀ,୨୨ା୭: ଏସିଆନ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ଚଳିତ ଆର୍ଥିକ ବର୍ଷରେ ଭାରତର ମୁଦ୍ରାସ୍ଫୀତି ଅନୁମାନକୁ ୪.୧୦ ପ୍ରତିଶତକୁ ହ୍ରାସ କରିଛି। ଟଙ୍କାର ମୂଲ୍ୟ ବୃଦ୍ଧି ପାଇବା ତଥା ଦେଶର ଜିଡିପି ପୂର୍ବାନୁମାନ ହ୍ରାସ କରିବା ଯୋଗୁ ଅନ୍ତର୍ଜାତୀୟ ବ୍ୟାଙ୍କ ମୁଦ୍ରାସ୍ଫୀତି ଅନୁମାନ ହ୍ରାସ…

ଏୟାର ଇଣ୍ଡିଆର ବିକ୍ରି ପ୍ରୟାସ: ପଦୋନ୍ନତି, ନୂଆ ନିଯୁକ୍ତି ବନ୍ଦ

ନୂଆଦିଲ୍ଲୀ,୨୨ା୭: ଋଣରେ ବୁଡ଼ି ରହିଥିବା ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ସରକାରଙ୍କ ପ୍ରୟାସ ଜୋର୍‌ଦାର ହୋଇଛି। ଏହି ରାଷ୍ଟ୍ରୀୟ ବିମାନ କମ୍ପାନୀରେ କର୍ମଚାରୀଙ୍କୁ ପଦନ୍ନୋତି ଓ ନୂଆ ନିଯୁକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଅଧିକାରୀ ରବିବାର…

୨୫ରେ ଜିଏସ୍‌ଟି କାଉନ୍‌ସିଲ ବୈଠକ

ନୂଆଦିଲ୍ଲୀ,୨୨ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୫ରେ ଜିଏସ୍‌ଟି କାଉନସିଲ୍‌ର ୩୬ତମ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଇଲେକ୍ଟ୍ରିକ୍‌ ଗାଡ଼ି(ଇ-ଯାନ) ଉପରେ ଆଦାୟ କରାଯାଉଥିବା ଟିକସ ହ୍ରାସ କରିବା ନେଇ ନିଷ୍ପତ୍ତି ନିଆଯିବ। ଭିଡ଼ିଓକନ୍‌ଫରେନ୍ସିଂ ମାଧ୍ୟମରେ ହେବାକୁ…

ଡ. ଅର୍ଥୋ ଆୟୁର୍ବେଦିକ ତେଲ, ସୁପର-୩୦ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ, ୨୨ା୭: ସୁପର-୩୦ ଚଳଚ୍ଚିତ୍ରର ପ୍ରମୋଶନ ଲାଗି ଏସ୍‌ବିଏସ୍‌ ବାୟୋଟେକ୍‌ର ଲୋକପ୍ରିୟ ପ୍ରଡକ୍ଟ ଡ. ଅର୍ଥୋ ଆୟୁର୍ବେଦିକ ତୈଳ ଚୁକ୍ତିରେ ସାମିଲ ହୋଇଛି। ଚଳଚ୍ଚିତ୍ରର ସଫଳତା ଲାଗି କମ୍ପାନୀ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଏଭଳି ପଦକ୍ଷେପ ନେଇଥିବାରୁ ଖୁସି ବୋଲି…

ରେଳ ଯାତ୍ରୀ ବୀମା: ୨ ବର୍ଷରେ ୪୬ କୋଟି ପ୍ରିମିୟମ ସଂଗ୍ରହ

ନୂଆଦିଲ୍ଲୀ,୨୨ା୭: ରେଲଓ୍ବେ ଯାତ୍ରୀ ବୀମା ଯୋଜନା ଅଧୀନରେ ଗତ ଦୁଇବର୍ଷରେ ଘରୋଇ ବୀମା କମ୍ପାନୀ ପ୍ରାୟ ୪୬ କୋଟି ଟଙ୍କାର ପ୍ରିମିୟମ ଅର୍ଜନ କରିଛନ୍ତି। ଏହି ଅବଧିରେ ସେମାନେ ୭ କୋଟି ବୀମା ଦାବି ସମାଧାନ କରିଛନ୍ତି ବୋଲି ଆର୍‌ଟିଆଇ ସୂଚନାରୁ ଜଣାପଡିଛି।…

ପଓ୍ବନହଂସ ବିକ୍ରି ସର୍ତ୍ତ କୋହଳ

ନୂଆଦିଲ୍ଲୀ,୨୨ା୭: କେନ୍ଦ୍ର ସରକାର ହେଲିକପ୍ଟର ସେବା କମ୍ପାନୀ ପଓ୍ବନହଂସର ବିକ୍ରି ଲାଗି ସର୍ତ୍ତକୁ ଅଧିକ କୋହଳ କରିଛନ୍ତି। ଗତବର୍ଷ ସରକାର ଏହି କମ୍ପାନୀକୁ ବିକ୍ରି ଉଦ୍ୟମ କରି ବିଫଳ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ଉକ୍ତ ପଦକ୍ଷେପ ନେଇଛନ୍ତି। କର୍ମଚାରୀ ଛଟେଇ,…

ଭୁବନେଶ୍ୱରରେ ବିକ୍ରି ହୋଇଛି ୩୧୫.୭୬ କୋଟିର ନିର୍ବାଚନୀ ବଣ୍ଡ୍‌

ନୂଆଦିଲ୍ଲୀ,୨୨ା୭: ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ଲାଗି ୨୦୧୮ ମେ’ରୁ ୨୦୧୯ ମେ’ ମଧ୍ୟରେ ମୋଟ ୫୮୫୧.୪୧ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ ବିକ୍ରି କରାଯାଇଛି ବୋଲି ଆର୍‌ଟିଆଇ ସୂଚନାରୁ ଜଣାପଡିଛି। ତନ୍ମଧ୍ୟରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୩୧୫.୭୬ କୋଟି ଟଙ୍କାର ବଣ୍ଡ୍‌…

ବିପିଏଲ୍‌ ର଼୍ୟାଙ୍କରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର,୨୨ା୭: ରାଜ୍ୟରେ ଦାରିଦ୍ର୍ୟ କମୁଛି ବୋଲି ସରକାର ଡିଣ୍ଡିମ ପିଟୁଥିଲେ ମଧ୍ୟ ନୀତି ଆୟୋଗ ରିପୋର୍ଟରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ଆୟୋଗ ପକ୍ଷରୁ ବିପିଏଲ୍‌ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ୩୩.୭୪%…

ଛୋଟ ସହରରେ ଚାଲିବ ମେଟ୍ରୋଲାଇଟ୍‌ ଟ୍ରେନ୍‌

ନୂଆଦିଲ୍ଲୀ,୨୨ା୭: ମେଟ୍ରୋ ଟ୍ରେନ ପ୍ରଚଳନର ସଫଳତାକୁ ଦୃଷ୍ଟିରେ ରଖି ଛୋଟ ସହରରେ ଅର୍ବାନ୍‌ ରେଲ୍‌ ଟ୍ରାଞ୍ଜିଟ୍‌ ସିଷ୍ଟମ ‘ମେଟ୍ରୋଲାଇଟ୍‌’ ଟ୍ରେନ ଚଳାଇବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ମାତ୍ର ୨୫ କିମି ବେଗରେ ଗତି କରିପାରୁଥିବା ଏହି ଟ୍ରେନ୍‌ରେ ମାତ୍ର ୩ କୋଚ୍‌…

ବନ୍ଦ ହୋଇଯିବ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ ବ୍ୟାଙ୍କ

ନୂଆଦିଲ୍ଲୀ,୨୧-୭: ନୂଆ ଯୁଗର ପେମେଣ୍ଟ ବ୍ୟାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଭୋଡ଼ାଫୋନର ଏମ୍‌ ପୈସା ପରେ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ ବ୍ୟାଙ୍କ ବନ୍ଦ ହୋଇଯିବ। ମାତ୍ର ୧୭ ମାସ ପୂର୍ବେ ଆରମ୍ଭ ହୋଇଥିବା ଏହି ବ୍ୟାଙ୍କ ଆସନ୍ତା ୨୬ରୁ…

କ୍ରମାଗତ ୧୧ ବର୍ଷ ଧରି ନିଜ ଦରମା ବଢ଼ାଇଲେନି ମୁକେଶ

ନୂଆଦିଲ୍ଲୀ,୨୧-୭: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ କ୍ରମାଗତ ୧୧ ବର୍ଷ ଧରି ନିଜ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ନିଜର ଦରମା ନ ବଢ଼ାଇ ୧୫ କୋଟି ଟଙ୍କାରେ ସ୍ଥିର ରଖିଛନ୍ତି। ତେବେ ଚଳିତବର୍ଷ ମାର୍ଚ୍ଚରେ ଶେଷ ହେଉଥିବା ଆର୍ଥିକ…

ଜୁଲାଇ ସୁଦ୍ଧା ପିଏମ୍‌ କିଷାନରେ ୭୦ ମିଲିୟନ ଚାଷୀ ଯୋଡି ହେବେ

ନୂଆଦିଲ୍ଲୀ,୨୧-୭: କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା ହୋଇଛି। ତେବେ ଏହି ଯୋଜନାରେ ଏବେ ଅଧିକ ଜମି ଥିବା ଚାଷୀ ମଧ୍ୟ ଯୋଡି ହେଉଛନ୍ତି। ଫଳରେ ଏହି ଯୋଜାନରେ ସାମିଲ ହେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri