ଷ୍ଟକ୍‌ ମାର୍କେଟକୁ ଆସିବ ଏଲ୍‌ଆଇସି

ନୂଆଦିଲ୍ଲୀ,୩୦-୭: ମୋଦି ସରକାର ଦେଶର ସର୍ବବୃହତ ଜୀବନ ବୀମା କମ୍ପାନୀ(ଏଲ୍‌ଆଇସି)କୁ ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ କରିବାକୁ ଯୋଜନା କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ପୁଞ୍ଜିପ୍ରତ୍ୟାହାରରୁ ଅଧିକ ମାତ୍ରାରେ ଅର୍ଥ ଯୋଗାଡ କରିବା ଲାଗି ସରକାର ବଦ୍ଧ ପରିକର। ଏହାର ଅଂଶ ସ୍ବରୂପ ଏଲ୍‌ଆଇସିର ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଆସିବ। ଏହା ଆସିବା ପରେ ମାର୍କେଟ କ୍ୟାପିଟାଲାଇଜେଶନ ହିସାବରେ ଏହା ଟିସିଏସ୍‌, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡକୁ ପଛରେ ପକାଇ ଦେଶର ସର୍ବବୃହତ ତାଲିକାଭୁକ୍ତ କମ୍ପାନୀ ହେବ।
ପ୍ରାପ୍ତ ସୂଚନାନୁଯାୟୀ, ଏହି ପ୍ରକ୍ରିୟା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ସରକାରଙ୍କ ଉଚ୍ଚ ଅଧିକାରୀମାନେ ଏହାକୁ ନେଇ ବିଚାର ଆଲୋଚନା ଚଳାଇଛନ୍ତି। ତେବେ ଆଇପିଓ ଆଣିବା ପୂର୍ବରୁ ସରକାରଙ୍କୁ ଏଥିପାଇଁ ପାର୍ଲାମେଣ୍ଟର ଅନୁମୋଦନ ନେବାକୁ ହେବ। କାରଣ ଏଲ୍‌ଆଇସି ଆଇନ ୧୯୫୬ରେ ସଂଶୋଧନ ନ ହେବା ପର୍ଯ୍ୟନ୍ତ କମ୍ପାନୀର ଆଇପିଓ ବଜାରକୁ ଆସିପାରିବ ନାହିଁ। କମ୍ପାନୀ ଗତ ଆର୍ଥିକ ବର୍ଷରେ ପ୍ରାୟ ୪୮,୪୩୬ କୋଟି ଟଙ୍କାର ଶୁଦ୍ଧ ଲାଭ କରିଛି। ମୋଟ ୩୧.୧୦ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି କମ୍ପାନୀ ପରିଚାଳନାରେ ରହିଛି। ୨୦୧୮-୧୯ରେ କମ୍ପାନୀ ଇକ୍ୟୁଟି ନିବେଶରୁ ୨୩,୬୨୧ କୋଟି ଟଙ୍କା ଲାଭ କରିଛି। ୨୦୧୭-୧୮ରେ ଏହା ୨୫,୬୪୬ କୋଟି ଟଙ୍କା ଥିଲା। ୨୦୧୮-୧୯ରେ ଏଲ୍‌ଆଇସି ଷ୍ଟକ୍‌ ବଜାରରେ ୬୮,୬୨୧ କୋଟି ଟଙ୍କା ନିବେଶ କରିଛି। ଏହାଛଡ଼ା କମ୍ପାନୀ ୨୦୧୮ ମାର୍ଚ୍ଚ ସୁଦ୍ଧା ଡିବେଞ୍ଚର ଓ ବଣ୍ଡ୍‌ରେ ୪,୩୪,୯୫୯ କୋଟି ଟଙ୍କା ଟଙ୍କା ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣରେ ୩,୭୬,୦୯୭ କୋଟି ଟଙ୍କା ନିବେଶ କରିଛି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସ, ଆଇସିଆଇସିଆଇ ଲୋମ୍ବାର୍ଡ, ଜେନେରାଲ ଇନ୍‌ସ୍ୟୁରାନ୍ସ, ଏସ୍‌ବିଆଇ ଇନ୍‌ସ୍ୟୁରାନ୍ସ, ଜେନେରାଲ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଏବଂ ଏଚ୍‌ଡିଏଫ୍‌ସି ଲାଇଫ୍‌ ଇନ୍‌ସ୍ୟୁରାନ୍ସ ଇତିମଧ୍ୟରେ ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ ହୋଇସାରିଛି। ଜୁନ୍‌ ଡାଟା ଅନୁଯାୟୀ ଏଲ୍‌ଆଇସିର ପ୍ରିମିୟମ ଆଦାୟ ଦୁଇଗୁଣା ବଢ଼ି ୨୬,୦୩୦.୧୬ କୋଟି ଟଙ୍କାରେ ପହଞ୍ଚତ୍ଛି। ଗତବର୍ଷ ଏହି ସମୟରେ ଏହା ୧୧,୧୬୭.୮୨ କୋଟି ଟଙ୍କା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri