ଇଣ୍ଡିଗୋର ନିୟନ୍ତ୍ରଣ ପାଇଁ ଦୁଇ ପ୍ରମୋଟରଙ୍କ ମଧ୍ୟରେ ଲଢ଼େଇ
ନୂଆଦିଲ୍ଲୀ,୧୭-୫: ଜେଟ୍ ଏୟାରଓ୍ବେଜ୍ ପରେ ବେସାମରିକ ବିମାନ ଚଳାଚଳ ସେକ୍ଟରର ଦୁର୍ଦ୍ଦିନ ବଢ଼ିବାରେ ଲାଗିଛି। ଦେଶର ସବୁଠାରୁ ସଫଳ ଏବଂ ଲାଭଜନକ ଏୟାରଲାଇନ୍ସ କୁହାଯାଉଥିବା ଇଣ୍ଡିଗୋର ଦୁଇ ପ୍ରମୋଟର ତଥା ସହ ପ୍ରତିଷ୍ଠାତାଙ୍କ ମଧ୍ୟରେ କମ୍ପାନୀର ନିୟନ୍ତ୍ରଣକୁ ନେଇ ଲଢ଼େଇ ଆରମ୍ଭ…
ଡିସ୍କାଉଣ୍ଟ ଉପରେ ଲାଗିଛି କଟକଣା;ଇ-କମର୍ସ କମ୍ପାନୀଙ୍କ ବେପାର ମାନ୍ଦା
ନୂଆଦିଲ୍ଲୀ,୧୭-୫: ଗତ ତିନି ମାସ ହେବ ୨ ବଡ଼ ଇ-କମର୍ସ କମ୍ପାନୀରେ ବିକ୍ରି ଅନେକ ହ୍ରାସ ପାଇଛି। କାରଣ ସେମାନେ ଦେଉଥିବା ଭାରି ଡିସ୍କାଉଣ୍ଟ ଉପରେ ଏବେ କଟକଣା ଲାଗୁ କରାଯାଇଛି। ଏହି କାରଣରୁ ସ୍ଥାନୀୟ ବଜାରରେ ଏବେ ଭିଡ଼ ଜମିବା…
ଆଇଟି ସେକ୍ଟରରେ ବଢ଼ୁଛି ନିଯୁକ୍ତି
ନୂଆଦିଲ୍ଲୀ,୧୭-୫: ଇନ୍ଫର୍ମେଶନ ଟେକ୍ନୋଲୋଜି(ଆଇଟି) କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିରେ ଦକ୍ଷତା ଥିବା ବ୍ୟକ୍ତିବିଶେଷଙ୍କୁ ଭାରି ମାତ୍ରାରେ ନିଯୁକ୍ତି ଦିଆଯାଉଛି। ଗତ ଆର୍ଥିକ ବର୍ଷରେ ନିଯୁକ୍ତି କ୍ଷେତ୍ର ମାନ୍ଦା ଥିବା ବେଳେ ଚଳିତବର୍ଷ ଦେଶର ଶୀର୍ଷ ୪ ଆଇଟି କମ୍ପାନୀ ଟିସିଏସ୍, ଇନ୍ଫୋସିସ୍, ଓ୍ବିପ୍ରୋ…
ବିତ୍ତୀୟ ପରିଚାଳନା ନେଇ ଅର୍ଥ ମନ୍ତ୍ରଣାଳୟ ସହ ଅର୍ଥ କମିଶନଙ୍କ ଆଲୋଚନା
ନୂଆଦିଲ୍ଲୀ,୧୭-୫: ଅର୍ଥ ଆୟୋଗ ବୁଧବାର ଏଠାରେ ଅର୍ଥ ମନ୍ତ୍ରଣାଳୟ ସହ ହୋଇଥିବା ବୈଠକରେ ବିତ୍ତୀୟ ତଥା ଆର୍ଥିକ ପରିଚାଳନା ନେଇ ଆଲୋଚନା କରିଛି। ଏଥିସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାଗୁଡ଼ିକରେ ହେଉଥିବା ଖର୍ଚ୍ଚକୁ ତର୍କସଙ୍ଗତ କରିବା ଲାଗି ମଧ୍ୟ ଆଲୋଚନା…
ଆମେରିକାରେ ଚାଇନା କମ୍ପାନୀ ହୁଏଇ ବ୍ୟାନ୍
ଓ୍ବାଶିଂଟନ,୧୭-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାର ଟେଲିକମ୍ କମ୍ପାନୀ ହୁଏଇ ଓ ଏହାର ସହଯୋଗୀ କମ୍ପାନୀଗୁଡ଼ିକୁ ବ୍ୟାନ କରିଦେଇଛନ୍ତି। ଏଣିକି ରାଷ୍ଟ୍ରୀୟ ସୁରକ୍ଷା ହିତରେ ବିଦେଶରେ ନିର୍ମିତ ଟେଲିକମ୍ ଉପକରଣ ବ୍ୟବହାର ନ କରିବା ଲାଗି ଆମେରିକା କମ୍ପାନୀଗୁଡ଼ିକୁ ପରାମର୍ଶ…
ଅଧିକ ସୁବିଧାଜନକ ହେବ ଡିଜିଟାଲ ନେଣଦେଣ;ଆର୍ବିଆଇ ଜାରି କଲା ଭିଜନ ୨୦୨୧ ଡକ୍ୟୁମେଣ୍ଟ
ମୁମ୍ବାଇ,୧୭-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ସୁରକ୍ଷିତ, ସୁବିଧାଜନକ, ଦ୍ରୁତ ଏବଂ ଶସ୍ତା ଡିଜିଟାଲ ଦେୟ ପ୍ରଣାଳୀକୁ ନେଇ ଏକ ଭିଜନ ଡକ୍ୟୁମେଣ୍ଟ ଜାରି କରିଛି। ଆସନ୍ତା ୨ ବର୍ଷ ଭିତରେ ଅନ୍ଲାଇନ ଦେୟ ବ୍ୟବସ୍ଥାରେ ଆସିବାକୁ ଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି…
ଆମାଜନରେ ବିକ୍ରି ହେଉଛି ହିନ୍ଦୁ ଦେବାଦେବୀଙ୍କ ଛବି ଥିବା ସାମଗ୍ରୀ;ଜୋର ଧରିଲା ସୋସିଆଲ ମିଡିଆରେ ବିରୋଧ
ନୂଆଦିଲ୍ଲୀ,୧୭-୫: ଅନ୍ଲାଇନ ସପିଂ ପ୍ଲାଟଫର୍ମ ଆମାଜନରେ ହିନ୍ଦୁ ଦେବାଦେବୀଙ୍କ ଛବି ଥିବା ସାମଗ୍ରୀ ବିକ୍ରି ହେବାକୁ ନେଇ ଦେଶରେ ବିରୋଧ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ କମ୍ପାନୀକୁ ବଏକଟ କରିବାକୁ ଆହ୍ବାନ ଦିଆଯାଉଛି। ଟୁଇଟରରେ #ବଏକଟଆମାଜନ ହ୍ୟାଶ୍ଟ୍ୟାଗ୍ ସହିତ…
କୋଟିଏ ଲୋକଙ୍କୁ ନିଯୁକ୍ତି ଲାଗି ବ୍ଲୁପ୍ରିଣ୍ଟ
ନୂଆଦିଲ୍ଲୀ,୧୬।୫: ଦେଶରେ ଇଲେକ୍ଟ୍ରିକ ଯାନ ପ୍ରଚଳନକୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର କର୍ମବଳ ସୃଷ୍ଟି କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି ମିଶନକୁ ସଫଳତା ପୂର୍ବକ ଲାଗୁ କରାଗଲେ ଦେଶରେ ପ୍ରାୟ ୧ କୋଟି ନୂଆ ନିଯୁକ୍ତି…
ମାଲ୍ୟା, ମୋଦିଙ୍କ ପ୍ରତ୍ୟର୍ପଣ ତଥ୍ୟ ଦେଲାନି ଏମ୍ଇଏ
ନୂଆଦିଲ୍ଲୀ,୧୬।୫: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଏବଂ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ତଥ୍ୟ ଦେବାକୁ ମନା କରିଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ(ଏମ୍ଇଏ)। ଏ ସମ୍ପର୍କରେ ଆର୍ଟିଆଇରେ ପ୍ରଶ୍ନ ପଚାରାଯାଇଥିଲା ବେଳେ ଏହି ଆଇନର ଦ୍ୱାହି ଦେଇ ବୈଦେଶିକ…
ବ୍ୟାଙ୍କିଙ୍ଗ୍ ସିଷ୍ଟମରେ ନଗଦ ସଙ୍କଟ
ନୂଆଦିଲ୍ଲୀ,୧୬।୫: ଦେଶରେ ସାଧାରଣ ନିର୍ବାଚନ କାରଣରୁ କେନ୍ଦ୍ର ସରକାର ଖର୍ଚ୍ଚ କମାଇ ଦେଇଛନ୍ତି। ଫଳରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଲିକ୍ୟୁଡିଟି(ନଗଦ) କମିଗଲାଣି। ଏବେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ୪୦,୮୫୯ କୋଟି ଟଙ୍କାର ନଗଦ ସଙ୍କଟ ଦେଖାଦେଇଛି। ପୂର୍ବବର୍ଷ ଏହି ଅବଧିରେ ୧୫,୮୫୭ କୋଟି ଟଙ୍କା…
ଘର କ୍ରେତା ବକେୟା ଉପରେ ଦେବେ ୧୨% ଜିଏସ୍ଟି
ନୂଆଦିଲ୍ଲୀ,୧୬।୫: ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ବିଲ୍ଡରଙ୍କ ଦ୍ୱାରା ନିର୍ମିତ ପ୍ରକଳ୍ପକୁ ଯଦି ନିର୍ମାଣ ଶେଷ ହୋଇଥିବା ସାର୍ଟିଫିକେଟ ମିଳିଯାଏ, ତେବେ ଘର କ୍ରେତା ବକେୟା ଅର୍ଥ ଉପରେ ୧୨% ଜିଏସ୍ଟି ଦେବାକୁ ବାଧ୍ୟ ରହିବେ ବୋଲି ସିବିଆଇସି ସ୍ପଷ୍ଟ…
ଅଂଶଧନ କିଣିବାକୁ ଅନୁରୋଧ କଲା ଏଟିହାଦ, ବ୍ୟାଙ୍କ ସମୁହ; ଜେଟ୍ ପାଇଁ ହିନ୍ଦୁଜା ଭ୍ରାତାଙ୍କୁ ଗୁହାରି
ନୂଆଦିଲ୍ଲୀ,୧୬।୫: ଜେଟ୍ ଏୟାରଓ୍ବେଜ ପାଇଁ ଏନ୍ଆର୍ଆଇ ହିନ୍ଦୁଜା ଭ୍ରାତା ଏବେ ଶେଷ ଆଶା ହୋଇଛନ୍ତି। କମ୍ପାନୀ ବଡ଼ ଆକାରର ଅଂଶଧନ କିଣିବା ଲାଗି ଏଟିହାଦ ଏୟାରଓ୍ବେଜ ଏବଂ ଏସ୍ବିଆଇ ନେତୃତ୍ୱାଧୀନ ବ୍ୟାଙ୍କ ସମୂହ ପକ୍ଷରୁ ସେମାନଙ୍କୁ ଅନୁରୋଧ କରାଯାଇଛି। ପ୍ରାପ୍ତ ସୂଚନାରୁ…
Archives


