ଡିସ୍‌କାଉଣ୍ଟ ଉପରେ ଲାଗିଛି କଟକଣା;ଇ-କମର୍ସ କମ୍ପାନୀଙ୍କ ବେପାର ମାନ୍ଦା

ନୂଆଦିଲ୍ଲୀ,୧୭-୫: ଗତ ତିନି ମାସ ହେବ ୨ ବଡ଼ ଇ-କମର୍ସ କମ୍ପାନୀରେ ବିକ୍ରି ଅନେକ ହ୍ରାସ ପାଇଛି। କାରଣ ସେମାନେ ଦେଉଥିବା ଭାରି ଡିସ୍‌କାଉଣ୍ଟ ଉପରେ ଏବେ କଟକଣା ଲାଗୁ କରାଯାଇଛି। ଏହି କାରଣରୁ ସ୍ଥାନୀୟ ବଜାରରେ ଏବେ ଭିଡ଼ ଜମିବା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଇ-କମର୍ସ କମ୍ପାନୀଙ୍କ ଉପରେ ଲଗାମ ଲଗାଇବାକୁ ଯାଇ ଚଳିତ ବର୍ଷ ଫେବୃୟାରୀରେ ନୂଆ ଏଫ୍‌ଡିଆଇ ନୀତି ଲାଗୁ କରିଛନ୍ତି। ଫଳରେ ଇ-କମର୍ସ କମ୍ପାନୀମାନେ ଆଉ ଭାରି ଡିସ୍‌କାଉଣ୍ଟ ଦେଇପାରୁନାହାନ୍ତି। ଏଥିଯୋଗୁ ସବୁଠାରୁ ଅଧିକ କ୍ଷତି ସହୁଛନ୍ତି ଫ୍ଲିପକାର୍ଟ ଓ ଆମାଜନ। ସେମାନେ ନିଜ ପ୍ଲାଟଫର୍ମରେ ସର୍ବାଧିକ ଛାଡ଼ ଘୋଷଣା କରୁଥିଲେ। ଫଳରେ ସେମାନଙ୍କ ବେପାର ବେଶ୍‌ ଜମୁଥିଲା। ସରକାରଙ୍କ ଉକ୍ତ ନିଷ୍ପତ୍ତି କାରଣରୁ ଇ-କମର୍ସ କମ୍ପାନୀମାନଙ୍କ କାରବାର ହ୍ରାସ ପାଇଥିବା ବେଳେ ଗତ ୩ ମାସ ହେବ କ୍ଷୁଦ୍ର ବେପାରୀ ଏବେ ବେଶ ଦିପଇସା ଆୟ କରିପାରୁଛନ୍ତି। ଏବେ ଉକ୍ତ ଦୁଇ ଇ-କମର୍ସ କମ୍ପାନୀ ନୂଆ ସରକାର ଆସିବା ଅପେକ୍ଷାରେ ରହିଛନ୍ତି। କାରଣ ନୂଆ ସରକାର ଆସିବା ପରେ ଇ-କମର୍ସ ନୀତିକୁ କୋହଳ କରାଯିବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଏନ୍‌ଡିଏ ସରକାର ଖୁଚୁରା ବ୍ୟବସାୟୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିଲେ। କାରଣ ସରକାରୀ ଦଳ ପାଇଁ ସେମାନେ ବଡ଼ ଭୋଟ୍‌ ବ୍ୟାଙ୍କ କୁହାଯାଉଛି। ସୂଚନାଯୋଗ୍ୟ, ଇ-କମର୍ସ କମ୍ପାନୀଗୁଡ଼ିକ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ, ମୋବାଇଲ ଫୋନ, ଫ୍ୟାଶନ ଏବଂ ଲାଇଫଷ୍ଟାଇଲ ଭଳି ସେଗମେଣ୍ଟରେ ଲୋକଙ୍କୁ ଭାରିମାତ୍ରାରେ ଛାଡ଼ ଘୋଷଣା କରୁଥିଲେ। ଏହି କାରଣରୁ ଲୋକେ ଅନ୍‌ଲାଇନରେ ସାମଗ୍ରୀ କିଣିବାକୁ ଅଧିକ ପସନ୍ଦ କରୁଥିଲେ। ଛାଡ଼ ମାତ୍ରା ଏତେ ଅଧିକ ରହୁଥିଲା ଯେ, ଖୁଚୁରା ବ୍ୟବସାୟୀ ତାହା ଦେଇପାରୁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତା ଏଏସ୍‌ଆଇସିର ନୂଆ ଅଧ୍ୟକ୍ଷା

ଭୁବନେଶ୍ୱର,୧୬।୪: ଏସିଆ ସୋସାଇଟି ଇଣ୍ଡିଆ ସେଣ୍ଟର (ଏଏସ୍‌ଆଇସି)ର ନୂତନ ଅଧ୍ୟକ୍ଷା ଭାବେ ଶିଳ୍ପପତି ସଙ୍ଗୀତା ଜିନ୍ଦଲ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଏସ୍‌ଆଇସି ବୋର୍ଡ ପକ୍ଷରୁ...

ଏଚ୍‌ସିଆଇଏଲର ନୂତନ ଓ୍ବେୟାରହାଉସ କାର୍ଯ୍ୟର ଶୁଭାରମ୍ଭ

ଭୁବନେଶ୍ୱର,୧୬।୪: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ନୂତନ ପ୍ରକଳ୍ପ ‘ନ୍ୟୁ ସ୍ପେୟାର ପାର୍ଟସ ଓ୍ବେୟାରହାଉସ ଫାସିଲିଟି (ନୂତନ ଓ୍ବେୟାରହାଉସ) କାର୍ଯ୍ୟର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି...

ମଉଳୁଛି ଶସ୍ତା ଇଏମ୍‌ଆଇ ଆଶା

ଭୁବନେଶ୍ୱର,୧୬।୪(ଅନୁରାଧା ମହାରଣା): ମହଙ୍ଗା ଇଏମ୍‌ଆଇରୁ ରକ୍ଷା ପାଇବାକୁ ଆଶା ବାନ୍ଧିଥିବା ଲୋକମାନେ ଚଳିତବର୍ଷର ଦ୍ୱିତୀୟାର୍ଦ୍ଧରେ ଏଥିରୁ ମୁକ୍ତି ପାଇବାକୁ ଆଶା କରୁଥିଲେ। ମାତ୍ର ମାର୍ଚ୍ଚ ମାସରେ...

ସୁନା ଦର ୭୩ ହଜାର ପାର

ଭୁବନେଶ୍ୱର,୧୬।୪: କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଗତ ଦୁଇ ସପ୍ତାହ ମଧ୍ୟରେ ଭୁବନେଶ୍ୱରରେ ସୁନା ଦର ୨୨କ୍ୟାରେଟ ଉପରେ...

ଇଶା-ଦୀପିକାଙ୍କ ମଧ୍ୟରେ ବ୍ୟବସାୟିକ ସହଭାଗିତା

ଭୁବନେଶ୍ୱର,୧୬।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପର ପ୍ରମୁଖ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆର୍‌ଆର୍‌ଭିଏଲ୍‌)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଏମ୍‌ ଅମ୍ବାନୀ...

ମାର୍ଚ୍ଚ ମାସରେ ବୃଦ୍ଧି ପାଇଲା ହୋଲସେଲ୍ ମହଙ୍ଗା ହାର

ଚେନ୍ନାଇ,୧୫।୪: ମାର୍ଚ୍ଚ ମାସରେ ହୋଲସେଲ ମହଙ୍ଗା(ମୁଦ୍ରାସ୍ଫୀତି) ହାର ବୃଦ୍ଧି ପାଇ ୦.୫ ପ୍ରତିଶତରେ ପହଞ୍ଚିଛି। ଫେବୃଆରୀ ମାସରେ ଏହା ୦.୨ ପ୍ରତିଶତ ଥିଲା। ଏହି ରିପୋର୍ଟ...

ଆପଲ୍ କୁ ପଛରେ ପକାଇ ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ହେଲା ସାମସଙ୍ଗ, ହ୍ରାସ ପାଇଲା ଆଇଫୋନ୍ ବିକ୍ରି

ମୁମ୍ବାଇ,୧୫।୪: ଆଇଡିସିର ରିପୋର୍ଟ ଅନୁଯାୟୀ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ମାନ୍ୟତା ପାଇଛି ସାମସଙ୍ଗ। ଏଥିସହିତ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ଭାବରେ...

ଟେସଲା ସହିତ ସେମିକଣ୍ଡକ୍ଟର ଚିପ୍ସ ପାଇଁ ଚୁକ୍ତି ସ୍ଵାକ୍ଷର କଲା ଟାଟା ଇଲେକ୍ଟ୍ରୋନିକ୍ସ

ମୁମ୍ବାଇ,୧୫।୪: ଆମେରିକାର ଅଟୋମେକର୍ ଟେସଲା ଟାଟା ଇଲେକ୍ଟ୍ରୋନିକ୍ସ ସହିତ ସେମିକଣ୍ଡକ୍ଟର ଚିପ୍ସ ପାଇଁ ଏକ ରଣନୀତିକ ଚୁକ୍ତି ସ୍ୱାକ୍ଷର କରିଛି। ରିପୋର୍ଟ ଅନୁଯାୟୀ ଟେସଲା ଭାରତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri