ଡିସ୍‌କାଉଣ୍ଟ ଉପରେ ଲାଗିଛି କଟକଣା;ଇ-କମର୍ସ କମ୍ପାନୀଙ୍କ ବେପାର ମାନ୍ଦା

ନୂଆଦିଲ୍ଲୀ,୧୭-୫: ଗତ ତିନି ମାସ ହେବ ୨ ବଡ଼ ଇ-କମର୍ସ କମ୍ପାନୀରେ ବିକ୍ରି ଅନେକ ହ୍ରାସ ପାଇଛି। କାରଣ ସେମାନେ ଦେଉଥିବା ଭାରି ଡିସ୍‌କାଉଣ୍ଟ ଉପରେ ଏବେ କଟକଣା ଲାଗୁ କରାଯାଇଛି। ଏହି କାରଣରୁ ସ୍ଥାନୀୟ ବଜାରରେ ଏବେ ଭିଡ଼ ଜମିବା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଇ-କମର୍ସ କମ୍ପାନୀଙ୍କ ଉପରେ ଲଗାମ ଲଗାଇବାକୁ ଯାଇ ଚଳିତ ବର୍ଷ ଫେବୃୟାରୀରେ ନୂଆ ଏଫ୍‌ଡିଆଇ ନୀତି ଲାଗୁ କରିଛନ୍ତି। ଫଳରେ ଇ-କମର୍ସ କମ୍ପାନୀମାନେ ଆଉ ଭାରି ଡିସ୍‌କାଉଣ୍ଟ ଦେଇପାରୁନାହାନ୍ତି। ଏଥିଯୋଗୁ ସବୁଠାରୁ ଅଧିକ କ୍ଷତି ସହୁଛନ୍ତି ଫ୍ଲିପକାର୍ଟ ଓ ଆମାଜନ। ସେମାନେ ନିଜ ପ୍ଲାଟଫର୍ମରେ ସର୍ବାଧିକ ଛାଡ଼ ଘୋଷଣା କରୁଥିଲେ। ଫଳରେ ସେମାନଙ୍କ ବେପାର ବେଶ୍‌ ଜମୁଥିଲା। ସରକାରଙ୍କ ଉକ୍ତ ନିଷ୍ପତ୍ତି କାରଣରୁ ଇ-କମର୍ସ କମ୍ପାନୀମାନଙ୍କ କାରବାର ହ୍ରାସ ପାଇଥିବା ବେଳେ ଗତ ୩ ମାସ ହେବ କ୍ଷୁଦ୍ର ବେପାରୀ ଏବେ ବେଶ ଦିପଇସା ଆୟ କରିପାରୁଛନ୍ତି। ଏବେ ଉକ୍ତ ଦୁଇ ଇ-କମର୍ସ କମ୍ପାନୀ ନୂଆ ସରକାର ଆସିବା ଅପେକ୍ଷାରେ ରହିଛନ୍ତି। କାରଣ ନୂଆ ସରକାର ଆସିବା ପରେ ଇ-କମର୍ସ ନୀତିକୁ କୋହଳ କରାଯିବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଏନ୍‌ଡିଏ ସରକାର ଖୁଚୁରା ବ୍ୟବସାୟୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିଲେ। କାରଣ ସରକାରୀ ଦଳ ପାଇଁ ସେମାନେ ବଡ଼ ଭୋଟ୍‌ ବ୍ୟାଙ୍କ କୁହାଯାଉଛି। ସୂଚନାଯୋଗ୍ୟ, ଇ-କମର୍ସ କମ୍ପାନୀଗୁଡ଼ିକ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ, ମୋବାଇଲ ଫୋନ, ଫ୍ୟାଶନ ଏବଂ ଲାଇଫଷ୍ଟାଇଲ ଭଳି ସେଗମେଣ୍ଟରେ ଲୋକଙ୍କୁ ଭାରିମାତ୍ରାରେ ଛାଡ଼ ଘୋଷଣା କରୁଥିଲେ। ଏହି କାରଣରୁ ଲୋକେ ଅନ୍‌ଲାଇନରେ ସାମଗ୍ରୀ କିଣିବାକୁ ଅଧିକ ପସନ୍ଦ କରୁଥିଲେ। ଛାଡ଼ ମାତ୍ରା ଏତେ ଅଧିକ ରହୁଥିଲା ଯେ, ଖୁଚୁରା ବ୍ୟବସାୟୀ ତାହା ଦେଇପାରୁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri