ବାଣିଜ୍ୟ

ରାଜ୍ୟଗୁଡିକର ଜିଏସ୍‌ଟି ସଂଗ୍ରହ ୫.୧୮ ଲକ୍ଷ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ,୧୬-୭: ୨୦୧୮-୧୯ ଆର୍ଥତ୍କ ବର୍ଷରେ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ପରିମାଣ ୫.୧୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ଏହା ୨୦୧୭-୧୮ରେ ୯ ମାସରେ ୨.୯୧ ଲକ୍ଷ…

ରେନୋ ଭୁବନେଶ୍ୱରରେ ଶୋ’ରୁମରେ ନୂଆ ‘ଡଷ୍ଟର’ ମଡେଲର ବଜାର ପ୍ରବେଶ

ଭୁବନେଶ୍ୱର,୧୬-୭(ବ୍ୟୁରୋ): ପ୍ରମୁଖ କମ୍ପାନୀ ରେନୋ ପକ୍ଷରୁ ନୂଆ ‘ଡଷ୍ଟର’ ମଡେଲ ଯାନର ସ୍ଥାନୀୟ ରେନୋ ଭୁବନେଶ୍ୱର ଶୋ’ରୁମରେ ବଜାର ପ୍ରବେଶ କରାଯାଇଛି। ଯାନଟିକୁ ଗର୍ଗସନ ଅଟୋମୋବାଇଲର ଏମ୍‌ଡି ସତୀଶ ଗର୍ଗ ଏବଂ ଡାଇରେକ୍ଟର ସିଦ୍ଧାର୍ଥ ଗର୍ଗ ଉନ୍ମୋଚନ କରିଥିଲେ। ରେନୋ ଡଷ୍ଟର…

ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂ ହବ୍‌;ଚାଇନାକୁ ଟକ୍କରଦେବାର ଯୋଜନା

ନୂଆଦିଲ୍ଲୀ,୧୬-୭: ଦେଶକୁ ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂ ହବ୍‌ ଭାବେ ତିଆରି କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏଥିଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ପକ୍ଷରୁ ଆପଲ୍‌, ସାମସଙ୍ଗ, ସିସ୍କୋ, ସିମେନ୍ସ,…

ଚାଷୀଙ୍କ ଲାଗି ସ୍ବେଚ୍ଛାକୃତ ହେବ ଫସଲ ବୀମା ଯୋଜନା

ନୂଆଦିଲ୍ଲୀ,୧୬-୭: କେନ୍ଦ୍ର ସରକାର ଖୁବଶୀଘ୍ର ପିଏମ୍‌ କିଷାନ ଫସଲ ବୀମା ଯୋଜନାରେ ଏକାଧିକ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଯୋଜନାରେ ସାମିଲ ହେବା ଏଣିକି ଚାଷୀଙ୍କ ଲାଗି ସ୍ବେଚ୍ଛାକୃତ ହେବ। ଏହି ଯୋଜନାରୁ ଉଚ୍ଚ ପ୍ରିମିୟମଯୁକ୍ତ ଫସଲଗୁଡ଼ିକୁ ବାଦ୍‌ ଦିଆଯିବ ବୋଲି…

ରପ୍ତାନି, ବାଣିଜ୍ୟ ନିଅଣ୍ଟ ହ୍ରାସ

ନୂଆଦିଲ୍ଲୀ,୧୬-୭: ଦେଶର ରପ୍ତାନୀ ଜୁନ୍‌ରେ ୯.୭୧% ହ୍ରାସ ପାଇ ୨୫.୦୧ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗତବର୍ଷ ଏହି ସମୟରେ ଏହା ୨୭.୭ ବିଲିୟନ ଡଲାର ଥିଲା। ଜେମ୍ସ ଆଣ୍ଡ ଜୁଏଲାରୀ, ଇଞ୍ଜିନିୟରିଂ ସାମଗ୍ରୀ, ପେଟ୍ରୋଲିୟମ ପଦାର୍ଥ ରପ୍ତାନି ହ୍ରାସ ପାଇଥିବା ସରକାରୀ…

ଇଣ୍ଡିଗୋ ବିବାଦରେ ନୂଆ ମୋଡ;ପ୍ରମୋଟର ଗଙ୍ଗଓ୍ବାଲଙ୍କୁ ଜେରା କରିବ ବୋର୍ଡ

ନୂଆଦିଲ୍ଲୀ,୧୬-୭: ଇଣ୍ଡିଗୋ ଏୟାରଲାଇନ୍‌ ପ୍ରମୋଟରଙ୍କ ବିବାଦ ଏବେ ନୂଆ ମୋଡ ନେଇଛି। ଅସନ୍ତୁଷ୍ଟ ଜଣେ ପ୍ରମୋଟରଙ୍କ ପତ୍ରରୁ ସୃଷ୍ଟି ହୋଇଥିବା ଏହି ବିବାଦ ଏବେ ଗମ୍ଭୀର ରୂପ ଧାରଣ କଲାଣି। କମ୍ପାନୀର ଦୁଇ ପ୍ରମୋଟର ରାକେଶ ଗଙ୍ଗଓ୍ବାଲ ଓ ରାହୁଲ ଭାଟିୟାଙ୍କ…

ବିମୁଦ୍ରୀକରଣ ପରେ ଫେରିଛି ୧୫ ଲକ୍ଷ କୋଟି

ନୂଆଦିଲ୍ଲୀ,୧୬-୭: ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବିମୁଦ୍ରୀକରଣ ଘୋଷଣା ହୋଇଥିଲା। ୨୦୧୬-୧୭ରେ ସେତେବେଳେ ବଜାରରେ ପ୍ରଚଳନରେ ଥିବା ୧୫,୩୧,୦୭୩ କୋଟି ନୋଟ୍‌ ଫେରି ଆସିଛି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଲୋକ ସଭାରେ ପ୍ରକାଶ କରିଛନ୍ତି। ସୂଚନାଥାଉ…

୨୩ ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୬-୭: ମୋଦି ସରକାରଙ୍କୁ ମୁଦ୍ରାସ୍ଫୀତି କ୍ଷେତ୍ରରେ ଆଶ୍ୱସ୍ତି ମିଳିଛି। ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ତଥ୍ୟ ସୋମବାର ଜାରି କରାଯାଇଛି। ଜୁନ୍‌ରେ ମୁଦ୍ରାସ୍ଫୀତି ୨.୦୨ ପ୍ରତିଶତ ରହିଛି। ଗତ ମାସରେ ଏହା ୨.୪୫% ରହିଥିଲା। ଏପରି ଦେଖିଲେ ଗୋଟିଏ ମାସ…

୫୬ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ସ୍ଥିତି ଅତ୍ୟଧିକ ଖରାପ

ନୂଆଦିଲ୍ଲୀ,୧୬-୭: ଆର୍ଥିକ ସ୍ଥିତି ଦୃଷ୍ଟିରୁ ଦେଶରେ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ସଂଖ୍ୟା ଗତ ୩ ବର୍ଷରେ ବଢ଼ିଚାଲିଛି। ୨୦୧୫-୧୬ରେ ଏହି ସଂଖ୍ୟା ୪୮ ଥିବା ବେଳେ ୨୦୧୭-୧୮ରେ ଏହା ବୃଦ୍ଧି ପାଇ ୫୬ରେ ପହଞ୍ଚତ୍ଲାଣି। ଏମାନଙ୍କ ମଧ୍ୟରେ ଏୟାର ଇଣ୍ଡିଆ ସର୍ବାଗ୍ରେ ରହିଛି।…

ଦୃଷ୍ଟିବାଧିତଙ୍କ ପାଇଁ ଆର୍‌ବିଆଇର ନୂଆ ଆପ୍‌;ନୋଟ ଚିହ୍ନିବା ହେବ ସହଜ

ନୂଆଦିଲ୍ଲୀ,୧୫-୭: ନୋଟ ଚିହ୍ନିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ନୂଆ ଆପ୍ଲିକେଶନ ଶୀଘ୍ର ଆଣିବ। ଏହା ଦ୍ୱାରା ଦୃଷ୍ଟିବାଧିତ ଲୋକମାନେ ବିଶେଷ ଭାବେ ଲାଭବାନ ହୋଇପାରିବେ। ବର୍ତ୍ତମାନ ନେଣଦେଣ କ୍ଷେତ୍ରରେ କ୍ୟାଶ ସିଂହଭାଗ ହାସଲ କରିଛି। ୧୦,୨୦,୫୦,୧୦୦, ୨୦୦,୨୦୦, ୫୦୦…

ସାରିକାଙ୍କୁ ବେଷ୍ଟ ଫାଇନାନ୍‌ସିଆଲ୍‌ ଆଡଭାଇଜର ଆଓ୍ବାର୍ଡ

ଭୁବନେଶ୍ୱର,୧୫-୭(ବ୍ୟୁରୋ): ୟୁଟିଆଇ ମ୍ୟୁଚୁଆଲ ଫଣ୍ଡ ଏବଂ ସିଏନ୍‌ବିସି ଟିଭି ୧୮ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ୧୦ ସଂସ୍କରଣ ଫାଇନାନ୍‌ସିଆଲ ଆଡଭାଇଜର ଆଓ୍ବାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶାର ସାରିକା ଅରୁଣ ସାହୁଙ୍କୁ ବେଷ୍ଟ ଫାଇନାନ୍‌ସିଆଲ ଆଡଭାଇଜର ଆଓ୍ବାର୍ଡ ପ୍ରଦାନ କରାଯାଇଛି।…

ସରକାରଙ୍କୁ ୫୦ ହଜାର କୋଟି ଦେଇ ପାରେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୧୫-୭: ସରକାର ରିଜର୍ଭ ବ୍ୟାଙ୍କଠାରୁ ୫୦ ହଜାର କୋଟି ଟଙ୍କା ଲାଭ କରି ପାରନ୍ତି। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ବିମଲ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସରକାରଙ୍କୁ ଏହି ଅର୍ଥ ପ୍ରଦାନ ନେଇ କେନ୍ଦ୍ରୀୟ ବ୍ୟାଙ୍କକୁ ସୁପାରିସ କରିପାରନ୍ତି। ରିଜର୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?