୫୯ ମିନିଟରେ ମିଳିବ ରିଟେଲ ଋଣ

ନୂଆଦିଲ୍ଲୀ,୭-୮: ଦେଶର ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ଚାହିଦା ବୃଦ୍ଧି କରିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ସରକାର ମାତ୍ର ୫୯ ମିନିଟରେ ରିଟେଲ ଋଣ ପ୍ରଦାନ କରିବାକୁ ବିଚାର କରୁଛନ୍ତି। ଅର୍ଥ ମନ୍ତ୍ରଣାଳୟ ସହ ବ୍ୟାଙ୍କ ମୁଖ୍ୟମାନଙ୍କ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି। ତେବେ ଆଲୋଚନା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ନିଷ୍ପତ୍ତି ଘୋଷଣା ନେଇ ଏବେ ଅନିଶ୍ଚିତତା ଲାଗି ରହିଛି। କିନ୍ତୁ ସରକାର ଏ ଦିଗରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ଚାହିଦା ବୃଦ୍ଧି ପାଇଁ ଅର୍ଥ ଆବଶ୍ୟକ ହେଉଥିବା ବେଳେ ଖାଉଟି ଏବେ ପ୍ରଚଣ୍ଡ ଅର୍ଥ ସଙ୍କଟର ସମ୍ମୁଖୀନ ହେଉଛି। ଫଳସ୍ବରୂପ ରିଟେଲ ସେକ୍ଟର, ଅଟୋ ସେକ୍ଟର ଧିମା ହୋଇଛି। ଦେଶକୁ ମାନ୍ଦାବସ୍ଥାରୁ ଦୂରେଇ ରଖିବା ଲାଗି ରିଟେଲ ସେକ୍ଟରରେ ଋଣ ପ୍ରଦାନକୁ ତ୍ୱରାନ୍ବିତ କରିବାକୁ ହେବ ବୋଲି ବୈଠକରେ ମତପ୍ରକାଶ ପାଇଛି। ମିଡିଆ ରିପୋର୍ଟ ଅନୁଯାୟୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସହ ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ମୁଖ୍ୟମାନଙ୍କ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ମାତ୍ର ୫୯ ମିନିଟରେ ଋଣ ପ୍ରଦାନ ସଫଳ ହୋଇଥିବାରୁ ଏହି ଯୋଜନାକୁ ରିଟେଲ ସେକ୍ଟରରେ ଲାଗୁ କରିବାକୁ ବ୍ୟାଙ୍କ ମୁଖ୍ୟମାନଙ୍କ ପକ୍ଷରୁ ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି। ଏ ଦିଗରେ ବିଚାର କରାଯିବ ବୋଲି ସୀତାରାମନ୍‌ ପ୍ରତିଶ୍ରୁତି ଦେଇଛନ୍ତି। ୫୯ ମିନିଟରେ ଋଣ ପ୍ରଦାନ ବ୍ୟବସ୍ଥା ବର୍ତ୍ତମାନ ଏମଏସ୍‌ଏମ୍‌ଇ ସେକ୍ଟରରେ ଦିଆଯାଉଛି। ଯେକୌଣସି କ୍ଷୁଦ୍ର କମ୍ପାନୀ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପିଏସ୍‌ବିଲୋନ୍‌ସଇନ୍‌୫୯ମିନିଟ୍ସ ଡଟ୍‌ କମ୍‌ରେ ଆବେଦନ କରି ପାଇପାରୁଛନ୍ତି।
ରିଟେଲ ଗ୍ରାହକ ଯେପରି ଘର, କାର୍‌, ଟିଭି, ଫ୍ରିଜ୍‌ ଆଦି ସହଜରେ ଋଣ ନେଇ କିଣିପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ୫୯ ମିନିଟରେ ଋଣ ପ୍ରଦାନ ପାଇଁ ଏକ ଓ୍ବେବ୍‌ସାଇଟ ଆରମ୍ଭ କରାଯିବା ଦରକାର ବୋଲି ବ୍ୟାଙ୍କ ମୁଖ୍ୟମାନେ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ଚାହିଦା ବୃଦ୍ଧି ପାଇବ ଓ ଅର୍ଥନୀତିର ଗତି ଦ୍ରୁତ ହେବ। ଅଟୋ, ରିୟଲ ଇଷ୍ଟେଟ, କଞ୍ଜ୍ୟୁମର ଗୁଡ଼୍ସ ଓ ଇଲେକ୍ଟ୍ରୋନିକ୍ସ ଶିଳ୍ପକୁ ଫାଇଦା ମିଳିବ।
ଅଟୋ, ଏଫ୍‌ଏମ୍‌ସିଜି ସର୍ବାଧିକ ପ୍ରଭାବିତ
ଅର୍ଥନୀତି ଧିମା ହେବାର ପ୍ରଭାବ ଏବେ ଅଟୋ ଓ ଏଫ୍‌ଏମ୍‌ସିଜି ସେକ୍ଟରକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି। ଗାଡ଼ି ବିକ୍ରି ଦିନକୁ ଦିନ ହ୍ରାସ ପାଇବା କାରଣରୁ ଅଟୋ କମ୍ପାନୀ କର୍ମଚାରୀ ଛଟେଇ କରିବା ସହ ସୋ’ରୁମ୍‌ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ୍ସ(ଏଫ୍‌ଏମ୍‌ସିଜି) ସେକ୍ଟରରେ ଚାହିଦା ହ୍ରାସ ପାଇବା କାରଣରୁ ଉତ୍ପାଦନ ହ୍ରାସ ପାଇଚାଲିଛି। ସେମାନେ ମାର୍କେଟରେ ତିଷ୍ଠି ରହିବା ଲାଗି ଭିନ୍ନ ପନ୍ଥା ଆପଣାଉଛନ୍ତି। ବିକ୍ରି ହ୍ରାସ କାରଣରୁ କମ୍ପାନୀଗୁଡ଼ିକର ଲାଭ କମିବାରେ ଲାଗିଛି। ଆକ୍ସିସ ବ୍ୟାଙ୍କ ସିଇଓ ଅମିତାଭ ଚୌଧୁରୀଙ୍କ କହିବାନୁଯାୟୀ, ଅର୍ଥନୀତିର ଧିମାପଣ ଆଶାଠାରୁ ଅଧିକ ଅବଧି ପର୍ଯ୍ୟନ୍ତ ରହିବ ବୋଲି ମନେ ହେଉଛି। ତାଙ୍କର କହିବାନୁଯାୟୀ, ଅର୍ଥନୀତି ଧିମା ହେବାର ଲକ୍ଷଣ ପ୍ରଥମେ ଏନ୍‌ବିଏଫ୍‌ସିରୁ ଆରମ୍ଭ ହୋଇ ଅଟୋ ସେକ୍ଟରକୁ ମାଡିଥିଲା। ଏବେ ଏହା ଏଫ୍‌ଏମ୍‌ସିଜି ସେକ୍ଟରକୁ ମାଡିଗଲାଣି। ଗ୍ରାମାଞ୍ଚଳରେ ଆୟ କମିବା କାରଣରୁ ଚାହିଦା ହ୍ରାସ ପାଇବାରେ ଲାଗିଛି। ଶୀଘ୍ର ଏଥିରେ ପରିବର୍ତ୍ତନ ହେବାର ସମ୍ଭାବନା ଦେଖାଯାଉନାହିଁ। ଜୁନ୍‌ରେ କୋର୍‌ ସେକ୍ଟର ଅଭିବୃଦ୍ଧି ୦.୨%କୁ ହ୍ରାସ ପାଇଛି, ଯାହା କି ୨୦୧୫ ପରେ ସବୁଠାରୁ ଖରାପ ରହିଛି। ଚାହିଦା ହ୍ରାସ କାରଣରୁ ବହୁ କମ୍ପାନୀ ଉତ୍ପାଦାନ କମାଇଛନ୍ତି ନଚେତ କାରଖାନା ବନ୍ଦ କରିସାରିଲେଣି।
ଗେମ୍‌ ଚେଞ୍ଜର ହେବ ୫୯ ମିନିଟରେ ରିଟେଲ ଋଣ
ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ସରକାର ମାତ୍ର ୫୯ ମିନିଟରେ ଋଣ ପ୍ରଦାନ ବ୍ୟବସ୍ଥା ଗତବର୍ଷ ନଭେମ୍ବର ୨ରେ ଶୁଭାରମ୍ଭ କରିଥିଲେ। ଋଣ ପାଇଁ ବ୍ୟାଙ୍କକୁ ଧାଁଦୌଡ ନ କରି ପୋର୍ଟାଲ ମାଧ୍ୟମରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଆବେଦନ କରିବାକୁ ଛୋଟ ଉଦ୍ୟୋଗଗୁଡ଼ିକୁ ସୁବିଧା ପ୍ରଦାନ କରାଯାଇଛି। ସରକାରଙ୍କ ଏହି ଉଦ୍ୟମ ସଫଳ ମଧ୍ୟ ହୋଇଛି। ଚଳିତବର୍ଷ ଜୁଲାଇ ୧୭ ସୁଦ୍ଧା ମାତ୍ର ୫୯ ମିନିଟରେ ୧୩ ଲକ୍ଷ ଋଣ ମଞ୍ଜୁର କରାଯାଇଛି । ଏହି ଋଣ ପରିମାଣକୁ ୧ରୁ ୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଆଗତ ଏକ ପ୍ରସ୍ତାବ ବିଚାରଧୀନ ରହିଛି। ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ, ଉକ୍ତ ବ୍ୟବସ୍ଥାରେ ଋଣ ଚାହୁଁଥିବା ଛୋଟ କମ୍ପାନୀଙ୍କ ପାଇଁ ଆବେଦନ କରିବା ସହଜ ହୋଇଛି। ମାତ୍ର ୧ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଋଣ ଆବେଦନକୁ ଅନୁମୋଦନ କରାଯାଉଥିବା ବେଳେ ୮ ବ୍ୟବସାୟିକ ଦିବସ ମଧ୍ୟରେ ଆବଶ୍ୟକୀୟ ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ଆବେଦନକାରୀଙ୍କ ଆକାଉଣ୍ଟରେ ଋଣ ଅର୍ଥ ଚାଲିଆସୁଛି। ଯୋଜନାର ବିସ୍ତାର ଲାଗି ଏସ୍‌ବିଆଇ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ, କର୍ପୋରେଶନ ବ୍ୟାଙ୍କ ଏବଂ ଆନ୍ଧ୍ର ବ୍ୟାଙ୍କ ମଧ୍ୟରେ ଚୁକ୍ତି ହୋଇଛି। ରିଟେଲ କ୍ଷେତ୍ରରେ ଏହି ସୁବିଧା ପ୍ରଦାନ କରାଗଲେ ଏହା ଅର୍ଥନୀତି ପାଇଁ ଗେମ୍‌ଚେଞ୍ଜର ହେବ ବୋଲି ସେ କହିଛନ୍ତି। କାରଣ ଏହାଦ୍ୱାରା ପର୍ସନାଲ, ହାଉସିଂ ସେକ୍ଟରରେ ଚାହିଦା ବୃଦ୍ଧି ପାଇବ।
ବ୍ୟାଙ୍କ ଋଣ ପ୍ରଦାନ ସ୍ଥିତି ଖରାପ
ରିଜର୍ଭ ବ୍ୟାଙ୍କ ଡାଟା ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ୬ ମାସରେ ଦେଶର ବ୍ୟାଙ୍କଗୁଡ଼ିକ ପକ୍ଷରୁ ରିଟେଲ ଋଣ ପ୍ରଦାନ ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଗତ ୫ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଚାହିଦା କମିବା ତଥା ବେକାରି ବୃଦ୍ଧି କାରଣରୁ ଋଣ ପ୍ରଦାନ କମିଛି ବୋଲି ଆର୍‌ବିଆଇ ଡାଟାରୁ ସ୍ପଷ୍ଟ ହୋଇଛି। ଡାଟା ଅନୁଯାୟୀ ୨୦୧୪ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ରିଟେଲ ଋଣ ପ୍ରଦାନ ସର୍ବନିମ୍ନ ଥିଲା। ସେତେବେଳେ ମାତ୍ର ୬.୪% ରିଟେଲ ଋଣ ପ୍ରଦାନ କରାଯାଇଥିଲା ବୋଲି ଡାଟାରୁ ଜଣାପଡିଛି। ଚଳିତବର୍ଷର ପ୍ରଥମାର୍ଦ୍ଧ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ୭.୩% ରିଟେଲ ଋଣ ପ୍ରଦାନ କରାଯାଇଛି। ଗତବର୍ଷ ଏହି ସମୟରେ ଏହା ୭.୭% ଥିଲା। ୨୦୧୭ରେ ଏହା ୮.୬% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri