ବାଣିଜ୍ୟ

ବଜେଟ ପ୍ରସ୍ତୁତି ନେଇ ଜେଟ୍‌ଲୀଙ୍କ ବୈଠକ

ନୂଆଦିଲ୍ଲୀ,୨୬-୫: ଏନ୍‌ଡିଏ ସରକାର କ୍ଷମତାକୁ ଫେରିବା ପରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରାଯିବ। ଏଥିଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ସତ୍ତ୍ୱେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ…

ଜେଟ୍‌ଲୀଙ୍କ ସ୍ଥାନରେ ଗୋୟଲ ହୋଇପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୬-୫: କେନ୍ଦ୍ରରେ ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଅରୁଣ ଜେଟ୍‌ଲୀ ଅର୍ଥମନ୍ତ୍ରୀ ହେବାର ସମ୍ଭାବନା ନାହିଁ। ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ଅସୁସ୍ଥତା କାରଣରୁ ଅର୍ଥମନ୍ତ୍ରୀ ଭଳି ଏକ ଗୁରୁଦାୟିତ୍ୱ ସମ୍ପନ୍ନ ପଦ ପାଇଁ ସେ ଏଥର ଆଗ୍ରହୀ ନୁହନ୍ତି। ତାଙ୍କ ସ୍ଥାନରେ…

ଏନ୍‌ବିଏଫ୍‌ସିଙ୍କୁ ବଞ୍ଚାଇବାକୁ ଆର୍‌ବିଆଇର ପ୍ରୟାସ

ମୁମ୍ବାଇ,୨୬।୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଅଣ-ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା(ଏନ୍‌ବିଏଫ୍‌ସି)ଙ୍କୁ ନଗଦ ସଙ୍କଟରୁ ରକ୍ଷା କରିବା ଲାଗି ଏକ ରିସ୍କ ମ୍ୟାନେଜମେଣ୍ଟ ଡ୍ରାଫ୍‌ଟ ଜାରି କରିଛି। ଏନ୍‌ବିଏଫ୍‌ସି କମ୍ପାନୀଗୁଡ଼ିକ ସମ୍ଭାବ୍ୟ ବିପଦରୁ ମୁକ୍ତ ରହିବା ଲାଗି ସରକାରୀ ବଣ୍ଡ ଅଥବା ଜମା ଯୋଜନାରେ…

ରାଜ୍ୟଗୁଡ଼ିକର ଋଣ ୯୧%କୁ ବୃଦ୍ଧି

ମୁମ୍ବାଇ,୨୬-୫: ଆର୍ଥିକ ବର୍ଷ ୨୦୧୮-୧୯ରେ ନିଜର ବିତ୍ତୀୟ ନିଅଣ୍ଟକୁ କମାଇବାକୁ ଯାଇ ରାଜ୍ୟଗୁଡ଼ିକର ବଜାର ଋଣ ୯୧ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇଛି। କେୟାର ରେଟିଙ୍ଗ୍‌ସର ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ, ଗତ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକର…

ଶୁଳ୍କମୁକ୍ତ ଦୋକାନରେ ଜିଏସ୍‌ଟି ଲାଗୁ ହେବ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୨୬-୫: ଶୁଳ୍କମୁକ୍ତ ଦୋକାନରୁ ପରଫ୍ୟୁମ୍‌, ଚକୋଲେଟ ଆଦି ସାମଗ୍ରୀ କିଣାରେ ଜିଏସ୍‌ଟି ଆଦାୟକୁ ନେଇ ଏକାଧିକ କୋର୍ଟ ରାୟ ଶୁଣାଇ ଥିବା ବେଳେ ଏହାକୁ ନେଇ ଖାଉଟି ଦ୍ୱନ୍ଦ୍ୱରେ ପଡ଼ୁଛି। ନିକଟରେ ଆଲ୍ଲାହାବାଦ୍‌ ହାଇକୋର୍ଟ ଏ ସଂକ୍ରାନ୍ତରେ ଏକ ରାୟ ଶୁଣାଇଛନ୍ତି।…

ମାଲ୍ୟାଙ୍କୁ ୟୁକେ ହାଇକୋର୍ଟ ଝଟକା

ଲଣ୍ଡନ,୨୬।୫: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ଜୋର୍‌ ଝଟକା ଲାଗିଛି। ବ୍ରିଟେନର ଏକ ପାନୀୟ କମ୍ପାନୀ ଡିଆଜିଓକୁ ସେ ୧୩.୫ କୋଟି ଡଲାର ଅର୍ଥାତ୍‌ ପ୍ରାୟ ୯୪୫ କୋଟି ଟଙ୍କା ଦେବାକୁ ୟୁକେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାଲ୍ୟାଙ୍କ…

ମୋଦି ସରକାର ୨.୦; ମଧ୍ୟବିତ୍ତଙ୍କୁ ମିଳିପାରେ ଟିକସ ଛାଡ ଉପହାର

ନୂଆଦିଲ୍ଲୀ,୨୬-୫: ଏନ୍‌ଡିଏ ସରକାର ଆସନ୍ତା ଜୁଲାଇରେ ନିଜର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିପାରନ୍ତି। ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ସରକାର ମଧ୍ୟବିତ୍ତଙ୍କ ଲାଗି ଟିକସ ଛାଡ କରି ସେମାନଙ୍କୁ ଆଶ୍ୱସ୍ତ କରିପାରନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟ ଉପସ୍ଥାପନ…

୧୦,୦୦୦ରୁ ଉର୍ଦ୍ଧ୍ୱ ପ୍ରଭାବିତଙ୍କୁ ଏନ୍‌ଟିପିସିର ଚିକିତ୍ସା

ଭୁବନେଶ୍ୱର,୨୪।୫: ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି) ପକ୍ଷରୁ ଭ୍ରାମ୍ୟମାଣ ମେଡିକାଲ ମେଡିକାଲ ଚିକିତ୍ସା ଶିବିରରେ ୧୦,୦୦୦ରୁ ଉର୍ଦ୍ଧ୍ୱ ପ୍ରଭାବିତଙ୍କୁ ଚିକିତ୍ସା କରାଯାଇଛି। ଏହି ଶିବିରଗୁଡିକ ପୁରୀ, କୋଣାର୍କ, ବ୍ରହ୍ମଗିରି, ସାତପଡା ପଞ୍ଚାୟତ ଓ ବ୍ଲକ ସ୍ତରରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ…

ଆଇସିଆଇସିଆଇର ମୋବାଇଲ ଏଟିମ୍‌

ଭୁବନେଶ୍ୱର,୨୪।୫: ଫନୀ ପ୍ରଭାବିତ ପୁରୀ ଜିଲାରେ ଲୋକଙ୍କ ପାଖରେ ପ୍ରମୁଖ ବ୍ୟାଙ୍କିଙ୍ଗ ସେବାକୁ ଉପଲବ୍ଧ କରାଇବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମୋବାଇଲ ଏଟିଏମ୍‌ ଭ୍ୟାନ ନିୟୋଜିତ କରାଯାଇଛି। ଏହାକୁ ରାଜ୍ୟ ସଚ୍ଚିବାଳୟ ପରିସରରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରଶାଦ…

୫ବର୍ଷରେ ସମ୍ପତ୍ତି ବଢ଼ିଛି ୭୫ ଲକ୍ଷ କୋଟି

ମୁମ୍ବାଇ,୨୪-୫: ଏନ୍‌ଡିଏ ୨୦୧୪ରୁ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଷ୍ଟକ୍‌ ମାର୍କେଟ ସମ୍ପତ୍ତି ୭୫.୨୫ ଲକ୍ଷ କୋଟି ଟଙ୍କା ବଢ଼ିଛି। ଏହି ସମୟରେ ବେଞ୍ଚମାର୍କ ସେନ୍‌ସେକ୍ସ ୬୧ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୪ ମେ ୧୬ରୁ ଆଜି ସୁଦ୍ଧା ସେନ୍‌ସେକ୍ସ ୧୪,୬୮୯.୬୫…

ନିବେଶକଙ୍କ ୨.୮୭ଲକ୍ଷ କୋଟି ଲାଭ

ମୁମ୍ବାଇ,୨୪-୫: ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରିବା ଖୁସିରେ ଗୁରୁବାର ପୂର୍ବାହ୍ନରେ ଷ୍ଟକ୍‌ ମାର୍କେଟରେ ସେନ୍‌ସେକ୍ସ ୪୦ ହଜାର ଏବଂ ନିଫ୍ଟି ୧୨ ହଜାର ପଏଣ୍ଟ ପାର୍‌ କରିଥିଲା। ଏହା ଏକ ଐତିହାସିକ ଉପଲବ୍ଧି ଥିଲା। ଏଥିଯୋଗୁ ନିବେଶକ ୨.୮୭ ଲକ୍ଷ…

୪୨ ହଜାର ଟପିବ ସେନ୍‌ସେକ୍ସ: ରୟଟର୍ସ ପୋଲ୍‌

ମୁମ୍ବାଇ,୨୪-୫: ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରୁଥିବାରୁ ନିବେଶକଙ୍କ ଭରସା ବଢ଼ିଛି ଏବଂ ଚଳିତ ଆର୍ଥିକ ବର୍ଷରେ ସେନ୍‌ସେକ୍ସ ୪୨ ହଜାର ପଏଣ୍ଟ ଟପିଯିବ ବୋଲି ରୟଟର୍ସ ପୋଲ୍‌ରୁ ସ୍ପଷ୍ଟ ହୋଇଛି। ପ୍ରାୟ ୫୦ ଜଣେ ଆର୍ଥିକ ବିଶେଷଜ୍ଞଙ୍କ ମତାମତ ଆଧାରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri