ଏନ୍‌ବିଏଫ୍‌ସିଙ୍କୁ ବଞ୍ଚାଇବାକୁ ଆର୍‌ବିଆଇର ପ୍ରୟାସ

ମୁମ୍ବାଇ,୨୬।୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଅଣ-ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା(ଏନ୍‌ବିଏଫ୍‌ସି)ଙ୍କୁ ନଗଦ ସଙ୍କଟରୁ ରକ୍ଷା କରିବା ଲାଗି ଏକ ରିସ୍କ ମ୍ୟାନେଜମେଣ୍ଟ ଡ୍ରାଫ୍‌ଟ ଜାରି କରିଛି। ଏନ୍‌ବିଏଫ୍‌ସି କମ୍ପାନୀଗୁଡ଼ିକ ସମ୍ଭାବ୍ୟ ବିପଦରୁ ମୁକ୍ତ ରହିବା ଲାଗି ସରକାରୀ ବଣ୍ଡ ଅଥବା ଜମା ଯୋଜନାରେ ନିବେଶ କରିବା ଲାଗି ଆର୍‌ବିଆଇ ପ୍ରସ୍ତାବ ଦେଇଛି। ଏହାଦ୍ୱାରା ସଙ୍କଟ ସମୟରେ ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ପୁଞ୍ଜି ରହିବ। ଭାରି ନଗଦ ସଙ୍କଟ ଦେଇ ଗତି କରୁଥିବା ଏନ୍‌ବିଏଫ୍‌ସି କମ୍ପାନୀଗୁଡ଼ିକ ଏବେ ଅର୍ଥ ଯୋଗାଡ କରି ନ ପାରି ଅସୁବିଧାରେ ପଡିଯାଇଛନ୍ତି। ସେମାନଙ୍କ ଅଫିସ୍‌ରେ ଏବେ ତାଲା ଝୁଲିବାର ସମୟ ଆସିଯାଇଛି। ଆର୍‌ବିଆଇ ପ୍ରସ୍ତାବରେ କୁହାଯାଇଛି ଯେ, ୫ ହଜାର କୋଟି ଟଙ୍କା ଅଥବା ଏହାଠାରୁ ଅଧିକ ପରିସମ୍ପତ୍ତି ଜମା ରାଶି ସ୍ବୀକାର କରୁଥିବା ସମସ୍ତ ଏନ୍‌ବିଏଫ୍‌ସି ଏବଂ ଏଭଳି ଆର୍ଥିକ ସଂସ୍ଥା ଯିଏ କି ଜମା ସ୍ବୀକାର କରନ୍ତି ନାହିଁ ସେମାନଙ୍କ ଲାଗି ତରଳତା ପରିମାଣ ଅନୁପାତ(ଏଲ୍‌ସିଆର୍‌) ବ୍ୟବସ୍ଥା ଲାଗୁ କରାଯିବ। ଏହା ପର୍ଯ୍ୟାୟକ୍ରମେ ଲାଗୁ ହେବ। ୨୦୨୦ ଏପ୍ରିଲରୁ ୨୦୨୪ ଏପ୍ରିଲ ମଧ୍ୟରେ ଏହି ବ୍ୟବସ୍ଥାର କ୍ରିୟାନ୍ବୟନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୧୪ ଏବଂ ATF ଉପରେ ପ୍ରତି ଲିଟର ୧୨.୫ ଟଙ୍କା ବୃଦ୍ଧି, ଜାଣନ୍ତୁ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ଜୁନ ୧୬, ୨୦୨୬ ରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ସଂଶୋଧନ କରିଛନ୍ତି। ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ATF)…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri