ବାଣିଜ୍ୟ

ବ୍ୟାଙ୍କରେ କମିଛି ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଠକେଇ

ନୂଆଦିଲ୍ଲୀ,୨୬-୬: ବ୍ୟାଙ୍କରେ ୧ ଲକ୍ଷ ବା ତା’ଠାରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ପରିମାଣ ୨୦୧୬-୧୭ରୁ ହ୍ରାସ ପାଇଛି। ୨୦୧୬-୧୭ରେ କେବଳ ୨୫,୮୮୪ କୋଟି ଟଙ୍କାର ଏହି ପରିମାଣ ଠକେଇ ହୋଇଥିବା ଆର୍‌ବିଆଇ ନିକଟରେ ଅଭିଯୋଗ ହୋଇଛି। ତେବେ ଏହି ପରିମାଣ ୨୦୧୭-୧୮ରେ…

ବର୍ଷକ ଭିତରେ ଆସିବ ନୂଆ ଇ-କମର୍ସ ପଲିସି

ନୂଆଦିଲ୍ଲୀ,୨୬-୬: କେନ୍ଦ୍ର ସରକାର ଆସନ୍ତା ଏକ ବର୍ଷ ଭିତରେ ନୂଆ ରାଷ୍ଟ୍ରୀୟ ଇ-ବାଣିଜ୍ୟ (ଇ-କମର୍ସ) ନୀତି ଜାରି କରିବେ। ଏହାଦ୍ୱାରା ଇଣ୍ଟରନେଟ୍‌ ଜରିଆରେ ଅନ୍‌ଲାଇନରେ ହେଉଥିବା କାରବାରର ସମଗ୍ର ବିକାଶ ହୋଇପାରିବ ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ…

ଏଣିକି ବ୍ୟାଙ୍କ ବିରୋଧରେ ଅଭିଯୋଗ ଶୁଣିବ ଆର୍‌ବିଆଇ

ନୂଆଦିଲ୍ଲୀ,୨୬-୬: ସାଧାରଣତଃ ବ୍ୟାଙ୍କ ବିରୋଧରେ ଗ୍ରାହକଙ୍କ ବହୁ ଅଭିଯୋଗ ଥାଏ। କିନ୍ତୁ ସୂଚନା ଅଭାବରେ ସେମାନେ ସମ୍ପୃକ୍ତ ବ୍ୟାଙ୍କ ବିରୋଧରେ ଅଭିଯୋଗ କରିପାରନ୍ତି ନାହିଁ। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଏଭଳି ଏକ ଆପ୍‌ ଅଣାଯାଇଛି, ଯାହାଦ୍ୱାରା ଗ୍ରାହକ ସିଧାସଳଖ…

ଜଗତସିଂହପୁରରେ ହେବ ପ୍ଲାଷ୍ଟିକ ପାର୍କ

ନୂଆଦିଲ୍ଲୀ,୨୬-୬: ୨୦୧୯-୨୦ ଆର୍ଥତ୍କ ବର୍ଷରେ ଓଡ଼ିଶାର ଜଗତସିଂହପୁରରେ ଏକ ପ୍ଲାଷ୍ଟିକ ପାର୍କ ସ୍ଥାପନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପ୍ରସ୍ତାବିତ ପ୍ରକଳ୍ପର କାର୍ଯ୍ୟାନ୍ବୟନ,ପରିବେଶ ମଞ୍ଜୁରୀ ସମେତ ଅନ୍ୟ ଆବଶ୍ୟକୀୟ ପ୍ରସଙ୍ଗ ଉପରେ ରାଜ୍ୟ ସରକାରଗୁଡିକ ସମସ୍ତ ବୈଧାନିକ…

ପଟିଆ ମେନ୍‌ରୋଡଠାରେ ରେମଣ୍ଡର ନୂଆ ଶୋ’ରୁମ ଶୁଭାରମ୍ଭ

ଭୁବନେଶ୍ୱର,୨୫-୬(ବ୍ୟୁରୋ): କଳାମନ୍ଦିର ଗ୍ରୁପ ପକ୍ଷରୁ ପଟିଆ ମେନ୍‌ରୋଡଠାରେ ପ୍ରତିଷ୍ଠିତ ବ୍ରାଣ୍ଡ ରେମଣ୍ଡର ନୂଆ ପୋଷାକ ଷ୍ଟୋର ଶୁଭାରମ୍ଭ ହୋଇଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତି ଏହି ଶୋ’ରୁମକୁ ଉନ୍ମୋଚନ କରିଥିଲେ। ଷ୍ଟୋରଟି ୨,୫୦୦ ବର୍ଗଫୁଟରେ ଖୋଲିଛି। ନୂଆ ଶୋ’ରୁମରେ କପଡା ସହ…

ଇଛାକୃତ ଖିଲାପକାରୀଙ୍କୁ ନେଇ ଚିନ୍ତାରେ ବ୍ୟାଙ୍କ: ୫ ବର୍ଷରେ ବଢିଛନ୍ତି ୬୦%; ୨୦୧୪-୧୫ ପରଠାରୁ ବଢୁଛି

ନୂଆଦିଲ୍ଲୀ,୨୫-୬: ଗତ ୫ ବର୍ଷରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଇଛାକୃତ ଖିଲାପକାରୀଙ୍କ ସଂଖ୍ୟା ୬୦% ବଢି ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୮୫୮୨ ଛୁଇଁଛି। ୨୦୧୪-୧୫ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଏହା ୫,୩୪୯ ରହିଥିଲା ବୋଲି ସୋମବାର ଲୋକସଭାକୁ…

ମୋଟର ଯାନ ସଂଶୋଧନ ବିଲ୍‌କୁ କ୍ୟାବିନେଟ ମୋହର;ଦ୍ରୁତଗତିରେ ଗାଡ଼ି ଚଳାଇଲେ ୨୦୦୦ ଜରିମାନା

ନୂଆଦିଲ୍ଲୀ,୨୫-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟର ଭେହିକିଲ(ସଂଶୋଧନ) ବିଲ୍‌କୁ ଅନୁମୋଦନ କରାଯାଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଏଣିକି ଭାରି ମାତ୍ରାରେ ଜରିମାନା ଆଦାୟ କରାଯିବ। ସଂଶୋଧିତ ବିଲ୍‌ ଅନୁଯାୟୀ, ଦ୍ରୁତଗତିରେ ଗାଡ଼ି ଚଳାଇଲେ…

କର୍ମଚାରୀଙ୍କୁ ଜୁନର ବେତନ ଦେଇପାରିବନି ବିଏସ୍‌ଏନ୍‌ଏଲ

ନୂଆଦିଲ୍ଲୀ,୨୫-୬: ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) କେନ୍ଦ୍ର ସରକାରଙ୍କୁ ଜରୁରୀ ପତ୍ର ପଠାଇ କମ୍ପାନୀର ଅପରେଶନ ଜାରି ରଖିବାକୁ ଅସମର୍ଥ ବୋଲି ଜଣାଇଛି। କର୍ମଚାରୀଙ୍କୁ ଜୁନର ଦରମା ଦେବାକୁ କମ୍ପାନୀ ନିଜର ଅକ୍ଷମତା ପ୍ରକାଶ କରିଛି। ଦରମା…

ଆୟକର ବିଭାଗ ୬୪,୭୦୦ କୋଟି ରିଫଣ୍ଡ ଦେଲେ

ନୂଆଦିଲ୍ଲୀ,୨୫-୬: ଆୟକର ବିଭାଗ ଚଳିତ ଆର୍ଥିକ ବର୍ଷରେ ୬୪,୭୦୦ କୋଟି ଟଙ୍କା ରିଫଣ୍ଡ ପ୍ରଦାନ କରିଛି। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୧.୬୧ ଲକ୍ଷ କୋଟି ଟଙ୍କା ରିଫଣ୍ଡ କରାଯାଇଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର ଲୋକ ସଭାରେ ସୂଚନା…

ବିଦେଶରେ ୩୪ ଲକ୍ଷ କୋଟିର କଳାଧନ ରହିଛି

ନୂଆଦିଲ୍ଲୀ,୨୫-୬: ଭାରତୀୟମାନେ ୧୯୮୦ରୁ ୨୦୧୦ ମଧ୍ୟରେ ୩୦ ବର୍ଷର ଅବଧିରେ ପ୍ରାୟ ୨୪୬.୪୮ ବିଲିୟନ ଡଲାର(୧୭,୨୫,୩୦୦ କୋଟଇ ଟଙ୍କା)ରୁ ୪୯୦ ବିଲିୟନ ଡଲାର(୩୪, ୩୦,୦୦୦ କୋଟି ଟଙ୍କା) କଳାଧନ ଦେଶ ବାହାରକୁ ପଠାଇଛନ୍ତି। ତିନୋଟି ପ୍ରମୁଖ ସଂସ୍ଥାନ ଏନ୍‌ଆଇପିଏଫ୍‌ପି, ଏନ୍‌ସିଏଇଆର୍‌ ଏବଂ…

ବହୁଦୃଷ୍ଟିରୁ ବିରଳ ଥିଲେ ବିରଲ

ନୂଆଦିଲ୍ଲୀ,୨୫-୬: ଡ.ଉର୍ଜିତ ପଟେଲ ଆର୍‌ବିଆଇର ଡେପୁଟି ଗଭର୍ନର ପଦରୁ ଗଭର୍ନର ଭାବେ ପଦୋନ୍ନତି ପାଇବା ପରେ ଡ.ବିରଲ ଆଚାର୍ଯ୍ୟଙ୍କୁ ମଧ୍ୟ ପଦୋନ୍ନତି ମିଳିଥିଲା ଏବଂ ସେ ଡେପୁଟି ଗଭର୍ନର ହୋଇଥିଲେ। ପଟେଲ ଇସ୍ତଫା ଦେବା ପରେ ସମସ୍ତେ ଭାବିଥିଲେ ଯେ, ତାଙ୍କର…

ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ;ଚୋକ୍‌ସିଙ୍କ ମେଡିକାଲ ରିପୋର୍ଟ ଯାଞ୍ଚ କରିବେ ବିଶେଷଜ୍ଞ ଦଳ

ମୁମ୍ବାଇ,୨୫-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ମହାଠକେଇ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ମେଡିକାଲ ରିପୋର୍ଟ ପରୀକ୍ଷା ପାଇଁ ବମ୍ବେ ହାଇକୋର୍ଟ ସୋମବାର ଏକ ବିଶେଷଜ୍ଞ ଦଳ ଗଠନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri