ପଟିଆ ମେନ୍‌ରୋଡଠାରେ ରେମଣ୍ଡର ନୂଆ ଶୋ’ରୁମ ଶୁଭାରମ୍ଭ

ଭୁବନେଶ୍ୱର,୨୫-୬(ବ୍ୟୁରୋ): କଳାମନ୍ଦିର ଗ୍ରୁପ ପକ୍ଷରୁ ପଟିଆ ମେନ୍‌ରୋଡଠାରେ ପ୍ରତିଷ୍ଠିତ ବ୍ରାଣ୍ଡ ରେମଣ୍ଡର ନୂଆ ପୋଷାକ ଷ୍ଟୋର ଶୁଭାରମ୍ଭ ହୋଇଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତି ଏହି ଶୋ’ରୁମକୁ ଉନ୍ମୋଚନ କରିଥିଲେ। ଷ୍ଟୋରଟି ୨,୫୦୦ ବର୍ଗଫୁଟରେ ଖୋଲିଛି। ନୂଆ ଶୋ’ରୁମରେ କପଡା ସହ ରେଡି ଟୁ ଓ୍ବେର ପୋଷାକ, ରେମଣ୍ଡ, ପାର୍କ ଆଭେନ୍ୟୁ,କଲର ପ୍ଲସ, ପାର୍କସ ଭଳି ବ୍ରାଣ୍ଡ ଉପଲବ୍ଧ ରହିଛି। ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ନୂଆ ଷ୍ଟୋର ଖୋଲାଯାଇଥିବା ଷ୍ଟୋରର ସ୍ବତ୍ୱାଧିକାରୀ ରାଜପାଲ ସିଂ ଅରୋରା କହିଛନ୍ତି। ଗ୍ରାହକମାନେ ଏଠାରେ ଶୁଭାରମ୍ଭ ଅଫର ଲାଭ କରିପାରିବେ। ୧୯୨୫ରୁ ରେମଣ୍ଡ ଏହାର ପ୍ରଡକ୍ଟ ବଜାରରେ ଉପଲବ୍ଧ କରାଉଛି। ୩୮୦ ସହରରେ ୧୧୦୦ରୁ ଅଧିକ ଷ୍ଟୋର ସହ ଏହା ସେବା ଯୋଗାଉଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। କାର୍ଯ୍ୟକ୍ରମରେ କଳାମନ୍ଦିରର ସ୍ବତ୍ୱାଧିକାରୀ ଗୁରୁ ଦୟାଲ ସିଂ ଅରୋରା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri