ନିଶା ସାପ ଧରିବା

ସୋନପୁର,୯।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଅଞ୍ଚଳର ପ୍ରମୋଦ ଦାଶିଆ(୪୦) ପେସାରେ ଜଣେ କନ୍‌ଷ୍ଟେବଲ। କିନ୍ତୁ ନିଶା ତାଙ୍କର ବିଷଧର ସାପକୁ ଉଦ୍ଧାର କରି ବଣ ଜଙ୍ଗଲରେ ଛାଡ଼ିବା। ସେ ବର୍ତ୍ତମାନ ସୁବର୍ଣ୍ଣପୁର ରିଜର୍ଭ ପୋଲିସରେ କନ୍‌ଷ୍ଟେବଲ ଭାବେ କାର୍ଯ୍ୟରତ। କୌଣସି ସର୍ବସାଧାରଣ ଜାଗାରେ କିମ୍ବା କାହାରି ଘରେ ସାପ ବାହାରିଲେ ଲୋକେ ଖୋଜିଥାନ୍ତି ପ୍ରମୋଦଙ୍କୁ। ସେ ବି ନିଜ କାର୍ଯ୍ୟବ୍ୟସ୍ତତା ଭିତରେ ଟିକିଏ ଫୁର୍‌ସତ ମିଳିଲେ ଲାଗି ପଡନ୍ତି ଲୋକଙ୍କ ସେବାରେ। ସବୁବେଳେ ବାଇକ୍‌ରେ ହୁକ୍‌ ଧରି ବୁଲୁଥାନ୍ତି। ହୁକ୍‌ ଦ୍ୱାରା ହିଁ ସେ ବିଷଧର ସାପ ଧରନ୍ତି। ଜିଲା ସଦର ମହକୁମା ସୋନପୁର, ତରଭା, ଉଲୁଣ୍ଡା, ବୀରମହାରାଜପୁର, ଡୁଙ୍ଗୁରିପାଲି, ବିନିକା ହେଉ କି ବରଗଡ଼ ଜିଲାର ଭେଡେନ ଓ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳ ହେଉ ଯେକୌଣସି ଅଞ୍ଚଳରୁ ଫୋନ୍‌ ଆସିଲେ କାଳବିଳମ୍ବ ନ କରି ଧାଇଁ ଯାଆନ୍ତି ପ୍ରମୋଦ। ତେବେ ସାପ ଧରିବାକୁ ସାଙ୍ଗରେ ଗୋଟିଏ ସ୍ନେକ୍‌ କେଚର ବାଡି ଓ ଗୋଟିଏ ପ୍ଲାଷ୍ଟିକ୍‌ ଜାର ଧରି ପହଞ୍ଚତ୍ୟାନ୍ତି ସାପ ବାହାରିଥିବା ଘରେ। ତେବେ ଅତି ଚତୁରତା ଏବଂ ସତର୍କତାର ସହ ବିଷଧର ସାପକୁ କାବୁକରି ପ୍ଲାଷ୍ଟିକ୍‌ ଜାରରେ ଭର୍ତ୍ତିକରି ଫେରିଆସନ୍ତି। ପୁଣି ସେଇ ସାପକୁ ନେଇ ଛାଡି ଦିଅନ୍ତି ଘଞ୍ଚ ଜଙ୍ଗଲ ମଧ୍ୟରେ। ଅନେକ ସମୟରେ ସେ ସାପ ଧରିବା ଓ ତାକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିବା ଭିଡିଓ କରି ଲୋକଙ୍କୁ ସଚେତନ କରିବା ଲାଗି ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ କରନ୍ତି। ଏଥିପାଇଁ ସେ ସୋନପୁର ସ୍ନେକ୍‌ ନାମରେ ଏକ ୟୁଟ୍ୟୁବ୍‌ ଚାନେଲ ଖୋଲିଛନ୍ତି। ଏଥିରେ ସେ ସାପ ଧରିବାଠାରୁ ଆରମ୍ଭକରି ବିଭିନ୍ନ କୌଶଳ ପ୍ରଦର୍ଶିତ କରିଥାନ୍ତି। ଏପରି କି ଜନସାଧାରଣଙ୍କ ସୁବିଧା ପାଇଁ ନିଜର ଫୋନ ନମ୍ବର ପ୍ରଦାନ କରିଛନ୍ତି। ଘରେ କିମ୍ବା କୌଣସି ଜାଗାରେ ସାପ ବାହାରିଲେ ତାକୁ ନ ମାରି ତାଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରିଥାନ୍ତି। ତେବେ ଏ ନିଆରା ନିଶା ବିଷୟରେ ପଚାରିବାରୁ ସେ କହିଥିଲେ, ମଣିଷ ହୁଅନ୍ତୁ କି ସାପ ସମସ୍ତଙ୍କର ଏ ଜୀବଜଗତରେ ବଞ୍ଚତ୍ବାର ସମାନ ଅଧିକାର ଅଛି। ତେବେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଉଭୟେ ଉଭୟଙ୍କୁ ଶତ୍ରୁ ବୋଲି ଭାବି କ୍ଷତି କରିଥାନ୍ତି। କିନ୍ତୁ ଟିକିଏ ସାବଧାନତା ଅବଲମ୍ବନ କଲେ ଉଭୟେ ସୁରକ୍ଷିତ ରହିବେ। ଏଣୁ ମଣିଷ ଏବଂ ସାପ ଉଭୟଙ୍କୁ ସୁରକ୍ଷା ଦେବାର ଏକ ଛୋଟିଆ ପ୍ରୟାସ କରୁଛି। ଏହା ମୋତେ ଆତ୍ମସନ୍ତୋଷ ପ୍ରଦାନ କରୁଛି ବୋଲି ପ୍ରମୋଦ ନିଜର ମତ ରଖିଛନ୍ତି। ସାପ ଧରିବାର ପ୍ରେରଣା କେଉଁଠୁ ପାଇଲେ ବୋଲି ପଚାରିବାରୁ ସେ କହିଥିଲେ, ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ନିଜ ଗାଁ ରାମପୁରସ୍ଥିତ ଘରକୁ ଜଣେ ଭିକାରୀ ବେକରେ ଏକ ବିରାଟ ଅଜଗର ସାପ ଝୁଲାଇ ଭିକ୍ଷା ମାଗିବାକୁ ଆସିଥିଲେ। ମୁଁ ତାଙ୍କୁ ୫ ଟଙ୍କା ଦେଇ ସେଇ ଅଜଗର ସାପକୁ ମୋ ବେକରେ ଝୁଲାଇବାକୁ କହିବାରୁ ସେ ମୋ ବେକରେ ଅଜଗର ସାପକୁ ରଖି ଦେଇଥିଲେ। ମୁଁ ବହୁତ ଖୁସି ହୋଇଥିଲି। ତା’ପରେ ସେହିଦିନଠାରୁ ସାପ ପ୍ରତି ମୋ ମନରେ ଗୋଟେ ଭିନ୍ନ ଆକର୍ଷଣ ସୃଷ୍ଟି ହୋଇଥିଲା। ତେବେ ସେହି ଛୋଟ ବୟସରୁ ମୁଁ ସାପ ଧରିବାକୁ ପ୍ରୟାସ କରିଥିଲି। ଗତ ୧୦ ବର୍ଷ ହେଲା ହଜାର ହଜାର ବିଷଧର ସାପ ଧରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଛି। ତେବେ ଏହାକୁ ମୋର ଏକ ନିଶା କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ପ୍ରମୋଦ କହିଛନ୍ତି। ଏହି ଯୁବକଙ୍କ ସାପ ଧରା କୌଶଳକୁ ଦେଖିଲେ ଯେ କେହି କହିବ ଯେ ବିଷଧର ସାପଙ୍କୁ ବୋଲ ମନାଉଛନ୍ତି। ସୂଚନା ମିଳିଲେ ଦିନକୁ ୬ରୁ ୭ଟି ସାପ ଧରିଥାନ୍ତି। ସେ ନିଜେ ଚେଷ୍ଟାକରି ସାପ ଧରା କୌଶଳ ଶିଖିଥିବାରୁ ତାଙ୍କ ପାଖରେ ସାପ ଧରିବାର କୌଣସି ପ୍ରଶିକ୍ଷଣ ନେଇଥିବା ପ୍ରମାଣପତ୍ର ନାହିଁ। ଏଣୁ ବନ ବିଭାଗ ପକ୍ଷରୁ ତାଙ୍କୁ ସାପ ଧରାଳି ଭାବେ କୌଣସି ସ୍ବୀକୃତିପତ୍ର ମିଳିପାରୁ ନ ଥିବା କହିଛନ୍ତି ପ୍ରମୋଦ। ତେବେ ସାପ ଧରିବା ଓ ବଣ ଜଙ୍ଗଲରେ ଛାଡିବା ଏହା ବନ ବିଭାଗର କାମ। କିନ୍ତୁ ପରୋକ୍ଷରେ ହେଲେ ମଧ୍ୟ ପ୍ରମୋଦ ନିଜସ୍ବ ଉଦ୍ୟମରେ ବନ ବିଭାଗକୁ ଏକପ୍ରକାର ସହଯୋଗ କରୁଛନ୍ତି। ବନ୍ୟଜନ୍ତୁ ସୁରକ୍ଷା ପାଇଁ ତାଙ୍କୁ ୨୦୨୨ରେ ବିଜୁ ପଟ୍ଟନାୟକ ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ ଆଓ୍ବାର୍ଡ ସମ୍ମାନ ମିଳିଛି। ସେହିପରି ସୁବର୍ଣ୍ଣପୁର ଏସ୍‌ପି ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ମାନିତ କରାଯାଇଛି। ଏଣୁ ବନ ବିଭାଗ ପ୍ରମୋଦଙ୍କୁ ସ୍ବୀକୃତିପତ୍ର ପ୍ରଦାନ କରାଇବାକୁ ଦାବି ହେଉଛି। ଅପରପକ୍ଷରେ ସେ ଆଗ୍ରହୀ ଯୁବକଙ୍କୁ ସାପ ଧରା କଳାକୌଶଳ ଶିଖାଇବାକୁ ଇଚ୍ଛା ରଖିଥିବା କହିଛନ୍ତି।
ମୃତ୍ୟୁଞ୍ଜୟ ଶତପଥୀ,ସୋନପୁର


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri