ନିଶା ସାପ ଧରିବା

ସୋନପୁର,୯।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଅଞ୍ଚଳର ପ୍ରମୋଦ ଦାଶିଆ(୪୦) ପେସାରେ ଜଣେ କନ୍‌ଷ୍ଟେବଲ। କିନ୍ତୁ ନିଶା ତାଙ୍କର ବିଷଧର ସାପକୁ ଉଦ୍ଧାର କରି ବଣ ଜଙ୍ଗଲରେ ଛାଡ଼ିବା। ସେ ବର୍ତ୍ତମାନ ସୁବର୍ଣ୍ଣପୁର ରିଜର୍ଭ ପୋଲିସରେ କନ୍‌ଷ୍ଟେବଲ ଭାବେ କାର୍ଯ୍ୟରତ। କୌଣସି ସର୍ବସାଧାରଣ ଜାଗାରେ କିମ୍ବା କାହାରି ଘରେ ସାପ ବାହାରିଲେ ଲୋକେ ଖୋଜିଥାନ୍ତି ପ୍ରମୋଦଙ୍କୁ। ସେ ବି ନିଜ କାର୍ଯ୍ୟବ୍ୟସ୍ତତା ଭିତରେ ଟିକିଏ ଫୁର୍‌ସତ ମିଳିଲେ ଲାଗି ପଡନ୍ତି ଲୋକଙ୍କ ସେବାରେ। ସବୁବେଳେ ବାଇକ୍‌ରେ ହୁକ୍‌ ଧରି ବୁଲୁଥାନ୍ତି। ହୁକ୍‌ ଦ୍ୱାରା ହିଁ ସେ ବିଷଧର ସାପ ଧରନ୍ତି। ଜିଲା ସଦର ମହକୁମା ସୋନପୁର, ତରଭା, ଉଲୁଣ୍ଡା, ବୀରମହାରାଜପୁର, ଡୁଙ୍ଗୁରିପାଲି, ବିନିକା ହେଉ କି ବରଗଡ଼ ଜିଲାର ଭେଡେନ ଓ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳ ହେଉ ଯେକୌଣସି ଅଞ୍ଚଳରୁ ଫୋନ୍‌ ଆସିଲେ କାଳବିଳମ୍ବ ନ କରି ଧାଇଁ ଯାଆନ୍ତି ପ୍ରମୋଦ। ତେବେ ସାପ ଧରିବାକୁ ସାଙ୍ଗରେ ଗୋଟିଏ ସ୍ନେକ୍‌ କେଚର ବାଡି ଓ ଗୋଟିଏ ପ୍ଲାଷ୍ଟିକ୍‌ ଜାର ଧରି ପହଞ୍ଚତ୍ୟାନ୍ତି ସାପ ବାହାରିଥିବା ଘରେ। ତେବେ ଅତି ଚତୁରତା ଏବଂ ସତର୍କତାର ସହ ବିଷଧର ସାପକୁ କାବୁକରି ପ୍ଲାଷ୍ଟିକ୍‌ ଜାରରେ ଭର୍ତ୍ତିକରି ଫେରିଆସନ୍ତି। ପୁଣି ସେଇ ସାପକୁ ନେଇ ଛାଡି ଦିଅନ୍ତି ଘଞ୍ଚ ଜଙ୍ଗଲ ମଧ୍ୟରେ। ଅନେକ ସମୟରେ ସେ ସାପ ଧରିବା ଓ ତାକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିବା ଭିଡିଓ କରି ଲୋକଙ୍କୁ ସଚେତନ କରିବା ଲାଗି ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ କରନ୍ତି। ଏଥିପାଇଁ ସେ ସୋନପୁର ସ୍ନେକ୍‌ ନାମରେ ଏକ ୟୁଟ୍ୟୁବ୍‌ ଚାନେଲ ଖୋଲିଛନ୍ତି। ଏଥିରେ ସେ ସାପ ଧରିବାଠାରୁ ଆରମ୍ଭକରି ବିଭିନ୍ନ କୌଶଳ ପ୍ରଦର୍ଶିତ କରିଥାନ୍ତି। ଏପରି କି ଜନସାଧାରଣଙ୍କ ସୁବିଧା ପାଇଁ ନିଜର ଫୋନ ନମ୍ବର ପ୍ରଦାନ କରିଛନ୍ତି। ଘରେ କିମ୍ବା କୌଣସି ଜାଗାରେ ସାପ ବାହାରିଲେ ତାକୁ ନ ମାରି ତାଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରିଥାନ୍ତି। ତେବେ ଏ ନିଆରା ନିଶା ବିଷୟରେ ପଚାରିବାରୁ ସେ କହିଥିଲେ, ମଣିଷ ହୁଅନ୍ତୁ କି ସାପ ସମସ୍ତଙ୍କର ଏ ଜୀବଜଗତରେ ବଞ୍ଚତ୍ବାର ସମାନ ଅଧିକାର ଅଛି। ତେବେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଉଭୟେ ଉଭୟଙ୍କୁ ଶତ୍ରୁ ବୋଲି ଭାବି କ୍ଷତି କରିଥାନ୍ତି। କିନ୍ତୁ ଟିକିଏ ସାବଧାନତା ଅବଲମ୍ବନ କଲେ ଉଭୟେ ସୁରକ୍ଷିତ ରହିବେ। ଏଣୁ ମଣିଷ ଏବଂ ସାପ ଉଭୟଙ୍କୁ ସୁରକ୍ଷା ଦେବାର ଏକ ଛୋଟିଆ ପ୍ରୟାସ କରୁଛି। ଏହା ମୋତେ ଆତ୍ମସନ୍ତୋଷ ପ୍ରଦାନ କରୁଛି ବୋଲି ପ୍ରମୋଦ ନିଜର ମତ ରଖିଛନ୍ତି। ସାପ ଧରିବାର ପ୍ରେରଣା କେଉଁଠୁ ପାଇଲେ ବୋଲି ପଚାରିବାରୁ ସେ କହିଥିଲେ, ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ନିଜ ଗାଁ ରାମପୁରସ୍ଥିତ ଘରକୁ ଜଣେ ଭିକାରୀ ବେକରେ ଏକ ବିରାଟ ଅଜଗର ସାପ ଝୁଲାଇ ଭିକ୍ଷା ମାଗିବାକୁ ଆସିଥିଲେ। ମୁଁ ତାଙ୍କୁ ୫ ଟଙ୍କା ଦେଇ ସେଇ ଅଜଗର ସାପକୁ ମୋ ବେକରେ ଝୁଲାଇବାକୁ କହିବାରୁ ସେ ମୋ ବେକରେ ଅଜଗର ସାପକୁ ରଖି ଦେଇଥିଲେ। ମୁଁ ବହୁତ ଖୁସି ହୋଇଥିଲି। ତା’ପରେ ସେହିଦିନଠାରୁ ସାପ ପ୍ରତି ମୋ ମନରେ ଗୋଟେ ଭିନ୍ନ ଆକର୍ଷଣ ସୃଷ୍ଟି ହୋଇଥିଲା। ତେବେ ସେହି ଛୋଟ ବୟସରୁ ମୁଁ ସାପ ଧରିବାକୁ ପ୍ରୟାସ କରିଥିଲି। ଗତ ୧୦ ବର୍ଷ ହେଲା ହଜାର ହଜାର ବିଷଧର ସାପ ଧରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଛି। ତେବେ ଏହାକୁ ମୋର ଏକ ନିଶା କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ପ୍ରମୋଦ କହିଛନ୍ତି। ଏହି ଯୁବକଙ୍କ ସାପ ଧରା କୌଶଳକୁ ଦେଖିଲେ ଯେ କେହି କହିବ ଯେ ବିଷଧର ସାପଙ୍କୁ ବୋଲ ମନାଉଛନ୍ତି। ସୂଚନା ମିଳିଲେ ଦିନକୁ ୬ରୁ ୭ଟି ସାପ ଧରିଥାନ୍ତି। ସେ ନିଜେ ଚେଷ୍ଟାକରି ସାପ ଧରା କୌଶଳ ଶିଖିଥିବାରୁ ତାଙ୍କ ପାଖରେ ସାପ ଧରିବାର କୌଣସି ପ୍ରଶିକ୍ଷଣ ନେଇଥିବା ପ୍ରମାଣପତ୍ର ନାହିଁ। ଏଣୁ ବନ ବିଭାଗ ପକ୍ଷରୁ ତାଙ୍କୁ ସାପ ଧରାଳି ଭାବେ କୌଣସି ସ୍ବୀକୃତିପତ୍ର ମିଳିପାରୁ ନ ଥିବା କହିଛନ୍ତି ପ୍ରମୋଦ। ତେବେ ସାପ ଧରିବା ଓ ବଣ ଜଙ୍ଗଲରେ ଛାଡିବା ଏହା ବନ ବିଭାଗର କାମ। କିନ୍ତୁ ପରୋକ୍ଷରେ ହେଲେ ମଧ୍ୟ ପ୍ରମୋଦ ନିଜସ୍ବ ଉଦ୍ୟମରେ ବନ ବିଭାଗକୁ ଏକପ୍ରକାର ସହଯୋଗ କରୁଛନ୍ତି। ବନ୍ୟଜନ୍ତୁ ସୁରକ୍ଷା ପାଇଁ ତାଙ୍କୁ ୨୦୨୨ରେ ବିଜୁ ପଟ୍ଟନାୟକ ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ ଆଓ୍ବାର୍ଡ ସମ୍ମାନ ମିଳିଛି। ସେହିପରି ସୁବର୍ଣ୍ଣପୁର ଏସ୍‌ପି ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ମାନିତ କରାଯାଇଛି। ଏଣୁ ବନ ବିଭାଗ ପ୍ରମୋଦଙ୍କୁ ସ୍ବୀକୃତିପତ୍ର ପ୍ରଦାନ କରାଇବାକୁ ଦାବି ହେଉଛି। ଅପରପକ୍ଷରେ ସେ ଆଗ୍ରହୀ ଯୁବକଙ୍କୁ ସାପ ଧରା କଳାକୌଶଳ ଶିଖାଇବାକୁ ଇଚ୍ଛା ରଖିଥିବା କହିଛନ୍ତି।
ମୃତ୍ୟୁଞ୍ଜୟ ଶତପଥୀ,ସୋନପୁର


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri