ବଡ଼ ମାଛ ଧର

ଡ. ସା ସନ୍ତୋଷ କୁମାର ମହାପାତ୍ର

ଖବରକାଗଜ ଖୋଲିଲେ ବା ଟିଭି ଦେଖୁଲେ ବିଭିନ୍ନ ଶ୍ରେଣୀର ଲୋକ ବିଶେଷକରି ଉଚ୍ଚ ପଦବୀରେ ଅଧିଷ୍ଠିତ ବ୍ୟକ୍ତି ଦୁର୍ନୀତିକରି ଆୟ ବହିର୍ଭୂତ ବହୁ କୋଟି ଟଙ୍କାର କଳା ସମ୍ପତ୍ତି ଠୁଳକରିବା ଖବର ପଢ଼ିବାକୁ ବା ଶୁଣିବାକୁ ମିଳେ। ବେଶି ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ନାମ ପଢ଼ିବାକୁ ମିଳେ, ଯେଉଁମାନେ ଚାକିରି ପୂର୍ବରୁ ଜନତାଙ୍କ ସେବା କରିବେ ବୋଲି କହିଥାନ୍ତି।

ପ୍ରଶାସନିକ ସେବାରେ ଟପ୍ସର ହୋଇଥିବା ବ୍ୟକ୍ତି ମଧ୍ୟ ଏହି କଳାକାରନାମାରୁ ମୁକ୍ତ ନୁହନ୍ତି । ବାସ୍ତବରେ ଦୁର୍ନୀତିରେ ଲିପ୍ତ କିଛି ହାତଗଣତି ଯନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଧରିପକାଇଲେ ଦୁର୍ନୀତି ଦୂରହେବନାହିଁ। ଏହାର ମୂଳ କାରଣ ଖୋଜି ତାହାର ନିରାକରଣ ଆବଶ୍ୟକ ଅର୍ଥାତ୍ ଛୋଟ ମାଛ ଧରୁଛନ୍ତି, ବଡ଼ ମାଛ ଧରିବାକୁ ପ୍ରୟାସ କରିବା ଉଚିତ। ନିକଟରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଦୁର୍ନୀତିଗ୍ରସ୍ତଙ୍କୁ କେବଳ ଦଣ୍ଡ ଦେଇଦେଲେ ଦୁର୍ନୀତି ରୋକିହେବନାହିଁ ଏବଂ ଦୁର୍ନୀତିର ମୂଳ କାରଣ ଖୋଜି ପ୍ରଶାସନିକ, ଆଇନଗତ, ସାମାଜିକ, ଆର୍ଥକ ଓ ଶିକ୍ଷାମୂଳକ ପଦକ୍ଷେପ ମାଧ୍ଯମରେ ବ୍ୟବସ୍ଥାଗତ ପ୍ରଣାଳୀରେ ଦୂରକରିବାକୁ କଡ଼ା ପଦକ୍ଷେପ ନେବାକୁ ପଡ଼ିବ ବୋଲି ପରାମର୍ଶ ଦେଇଛନ୍ତି। ବାସ୍ତବରେ ଦୁର୍ନୀତି ଆଜି ଜୀବନଶୈଳୀରେ ପରିଣତ ହୋଇଛି। ଦୁର୍ନୀତିର ଏକ ବଡ଼ କାରଣ ହେଉଛି ଅବକ୍ଷୟମୁଖୀ ସମାଜ ଏବଂ ଜୀବନଚର୍ଯ୍ୟାରେ ନୈତିକତା, ମାନବିକତା ଓ ମୂଲ୍ୟବୋଧର ଦ୍ରୁତ ହ୍ରାସ ଘଟିବା ଓ ମଣିଷର ଚିନ୍ତାଧାରାରେ ପରିବର୍ତ୍ତନ ଘଟିବା। ସରକାର ଦେଶର ପ୍ରଗତିକୁ ଜିଡିପିରେ ଏବଂ ଲୋକ ଜୀବନର ସଫଳତାକୁ ଅର୍ଥ ଓ ସମ୍ପରିରେ ମାପିବା ଆଜିର ଦୁର୍ନୀତିର ଏକ ବଡ଼ କାରଣ। ନବ୍ୟ ଉଦାରୀକରଣ ଅର୍ଥନୀତି ତଜ୍ଜନିତ ଉଗ୍ର ଉପଭୋକ୍ତବାଦ ; ଜୀବନଚର୍ଯ୍ୟାରେ ତ୍ୟାଗ, ସେବା, ବଳିଦାନ ଅପେକ୍ଷା ଉପଭୋଗ, କଳେବଳେ ସମ୍ପରି ଠୁଳ କରିବା ମାନସିକତାରୁ ଦୁର୍ନୀତି ବୃଦ୍ଧି ପାଉଛି।

ଦୁର୍ନୀତିକରି ଦଣ୍ଡିତ ହେବା ଦେହସୁଆ ହୋଇଗଲାଣି। ଲାଜ, ସରମ ଟିକେ ବି ଲାଗୁନାହିଁ। ଆଜି ଦୁର୍ନୀତିର ମାନସିକତା ଅଧିକାଂଶକୁ ଗ୍ରାସକରିବାର କାରଣ ବଡ଼ ମାଛ ଧର ହେଉଛି ସମାଜ ଦିନକୁ ଦିନ ଅଧିକ କଳୁଷିତ ହେଉଛି ଏବଂ ଭଲ ଲୋକକୁ ଓ ଭଲ କାର୍ଯ୍ୟର ହତାଦର ନ ଥିଲେ କରାଯାଉଛି। ଅର୍ଥ, କ୍ଷମତା ଓ ପ୍ରତିପରି ନ ଥିଲେ ଣ୍ଡିତ ପଚାରିବେନାହିଁ। ଉଦାହରଣ ସ୍ୱର ସ୍ବରୂପ ଯଦି ଜଣେ କଳାଟଙ୍କାରୁ କେଉଁଠି ଚାନ୍ଦା ଦେଲେ, ଲୋକ ପ୍ରଶଂସାରେ ପୋତିଦେବେ, ନ ଦେଲେ କାମ୍ପି କହି ଘୃଣାକରିବେ। ଅନେକ ସମୟରେ ମୟରେ ଦୁର୍ନୀତି ଦୁର୍ନୀତିଗ୍ରସ୍ତ ହୋଇ ଦଣ୍ଡିତହେବା ପରେ ମଧ୍ୟ ଅନେକଙ୍କୁ ଗୌରବମଣ୍ଡିତ କରାଯାଉଛି। ଯଦି ଶାସକ ଦଳରେ ଯୋ ଯୋଗଦେଲା ବା ସମର୍ଥନ କଲା ତେବେ ସବୁ ଦୋଷ ମାପ।

ଦୁର୍ନୀତିର ମୂଳ ଉତ୍ସ ହେଉଛି ରାଜନୀତିର ଅପରାଧୀକରଣ, ବ୍ୟୟବହୁଳ ନିର୍ବାଚନ ପ୍ରକ୍ରିୟା ଓ କ୍ରୋନି କ୍ୟାପିଟାଲିଜମ୍ ଅନ୍ତରଙ୍ଗ ଆଜିର ବା ପୁଞ୍ଜିବାଦ। ସମାଜରେ ବିତ୍ତଶାଳୀ, କ୍ଷମତାଶାଳୀଙ୍କୁ ବେଶି ସମ୍ମାନ ମିଳୁଛି। ଅଧିକ କ୍ଷମତାଶାଳୀ ହେବାର ବଡ଼ ମାଧ୍ଯମ ରାଜନୀତିକରି ହେଲା ଜନପ୍ରତିନିଧ୍, ନେତା, ମନ୍ତ୍ରୀ ହେବା। ଏଥିପାଇଁ ନିର୍ବାଚନରେ ଜିତିବା ଦରକାର ଓ ସେଥ‌ିପାଇଁ ପ୍ରଚୁର ଅର୍ଥ ଆବଶ୍ୟକ। ଏଣୁ ସେଇଠୁ ଆରମ୍ଭ ହୁଏ କଳାଟଙ୍କା ଠୁଳକରିବା, ଲାଞ୍ଚ ନେବା ଓ ଚାନ୍ଦା ଆଦାୟ କରିବା, ଯାହା ଉପରୁ ତଳସ୍ତର ପର୍ଯ୍ୟନ୍ତ ବ୍ୟାପିଥାଏ। ନିର୍ବାଚନରେ ବିଭିନ୍ନ ଦଳ ଓ ପ୍ରାର୍ଥୀ ପ୍ରଚୁର କଳାଟଙ୍କା ଖର୍ଚ୍ଚ କରୁଛନ୍ତି। ବିନା କଳାଟଙ୍କାରେ ଜିତିବା ଅସମ୍ଭବ। ୨୦୨୪ ସାଧାରଣ ନିର୍ବାଚନ ସମୟରେ ୫ଟି ଜାତୀୟ ଏବଂ ୨୭ଟି ଆଞ୍ଚଳିକ ରାଜନୈତିକ ଦଳ ଦ୍ବାରା ସଂଗୃହୀତ ମୋଟ ପାଣ୍ଠି ପରିମାଣ ୭୪୪୫.୫୬୬ କୋଟି ଟଙ୍କା ଥିଲା। ସେଣ୍ଟର ଫର୍ ମିଡିଆ ଷ୍ଟଡିଜ୍ ଅନୁଯାୟୀ ୨୦୨୪ ଲୋକ ସଭା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳର ମୋଟ ଖର୍ଚ୍ଚ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଥିଲା। ପ୍ରାର୍ଥୀମାନେ ୧୯୫୧–୫୨ ମସିହାରେ ପ୍ରଥମ ସାଧାରଣ ନିର୍ବାଚନ ସମୟରେ ହାରାହାରି ୨୫,୦୦୦ ଟଙ୍କା ଖର୍ଚ୍ଚ କରିଥିଲେ ଯାହା ବର୍ତ୍ତମାନ ୭୫.୯୫ ଲକ୍ଷ ଟଙ୍କା (୩୦୦ ଗୁଣ ବୃଦ୍ଧି)କୁ ବୃଦ୍ଧିପାଇଛି। ସରପଞ୍ଚ ନିର୍ବାଚନରେ ଜଣେ ପ୍ରାର୍ଥୀ ପାଖାପାଖୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଆଜି ଲୋକମାନେ ସାମୂହିକ ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଛନ୍ତି। ଟଙ୍କା ନ ଦେଲେ କେହି ନେତାଙ୍କ ରାଲିରେ, ସଭାକୁ ଯିବେନାହିଁ। ଭୋଟ ଦେବା ପାଇଁ ନେତା ଅର୍ଥ ଦେଲାବେଳେ ଲୋକ ମଧ୍ୟ ଅର୍ଥ ଚାହୁଁଛନ୍ତି। ସାମୂହିକ ସ୍ବାର୍ଥ ଆଉ ଗୁରୁତ୍ବ ପାଉନାହିଁ । ଏଣୁ ନିର୍ବାଚନ ବ୍ୟ ବ୍ୟୟ ଭରଣା ରଣା ପାଇଁ ଏବଂ ନିଜ ଅନୁଗାମୀଙ୍କୁ ଆର୍ଥିକ ସାହାଯ୍ୟ ଦେବା ପାଇଁ ଅଧିକାଂଶ ନେତା ଅସତ୍ ଉପାୟରେ ପ୍ରଚୁର ଅର୍ଥ ଠୁଳ କରୁଛନ୍ତି। ପୁନଶ୍ଚ ଶ୍ଚ କ୍ଷମତା ଚାଲିଗଲେ କେହି ପଚାରିବେ। ନାହିଁ। ଜଣେ ନିର୍ବାଚନରେ ସବୁବେଳେ ଟିକେଟ ପାଇବ ବା ଜିତିବ ବୋଲି କେହି ଗାରେଣ୍ଟି ଦେଇପାରିବେ ନାହିଁ। ଭବିଷ୍ୟତର ଅନିଶ୍ଚିତତା ଯୋଗୁ ମଧ୍ଯ ଥରେ ନେତା ଓ ମନ୍ତ୍ରୀ ହେଲେ ଅଧିକାଂଶ ସାତପୁରୁଷ ପାଇଁ ସମ୍ପରି ଠୁଳ କରିଦେଉଛନ୍ତି। ସେମାନେ ସିଧା ଲାଞ୍ଚ ନେବେନାହିଁ। ଅନ୍ୟ ପ୍ରଶାସନିକ ଅଧିକାରୀ, ଯନ୍ତ୍ରୀ ତଥା ଅନ୍ୟମାନଙ୍କ ଜରିଆରେ ନେଉଛନ୍ତି। ଯିଏ ଉପରସ୍ତର ଲୋକଙ୍କୁ ଲାଞ୍ଚ ଦେବ, ସେ ଅନ୍ୟମାନଙ୍କଠାରୁ ଆଦାୟ କରିବ ଏବଂ ନିଜ ପାଇଁ ମଧ୍ୟ ରଖିବ, ଯାହା ସ୍ବାଭାବିକ। ଫଳରେ ଦୁର୍ନୀତି ବ୍ୟାପୁଛି। ପୁନଶ୍ଚ ଅଧିକାଂଶ ବଡ଼ କମ୍ପାନୀ, ବ୍ୟବସାୟୀ ଓ ଉଦ୍ୟୋଗୀ ନିଜ ବ୍ୟବସାୟ ପ୍ରତିଷ୍ଠା ଓ ସମ୍ପ୍ରସାରଣ ସାଙ୍ଗକୁ ସାଙ୍ଗ ଟିକସ ରିହାତି ଆଦି ସୁବିଧା ପାଇଁ ବିଭିନ୍ନ କ୍ଷମତାରେ ଥିବା ଦଳକୁ ରାଜନୈ ନୈତିକ ନେତା, ପ୍ରଶାସକ ଓ ବିଭିନ୍ନ ଦଳୀୟ ପାଣ୍ଠିକୁ ବିଶେଷକରି କ୍ଷମ ପ୍ରଚୁର ଅର୍ଥ ଦେଇଥାତି ଇଥାନ୍ତି । ଯେତିକି ଦିଅନ୍ତି, ତାହାର ୧୦୦୦୦ଗୁଣ ଫାଇଦା ଉଠାନ୍ତି । ସେମାନଙ୍କ ସ୍ବାର୍ଥ ସାଧନ ପାଇଁ ଆଇନରେ ପରିବର୍ତ୍ତନ କରାଯିବା ସହ ଟିକସ ହ୍ରାସ କୋଟି ଟଙ୍କା ଟିକସ ଟିକସ ଫାଙ୍କିଲେ ବା ବ୍ୟାଙ୍କ ଋଣ ନ ଶୁଝିଲେ ମୁଝିଲେ ମଧ୍ୟ ଆଇନ ତାଙ୍କୁ ସ୍ପର୍ଶ କରିପାରେନାହିଁ। ରଂ ସହଜରେ ବିଦେଶକୁ ପଳାନ୍ତି ଓ ଅୟସ କରନ୍ତି। ୨୦୨୩-୨୪ ସୁଦ୍ଧା ଅନାଦାୟ ଟିକସ ପରିମାଣ ୩୧.୧ କ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଗତ ୧୦ ବର୍ଷରେ ବ୍ୟ ବ୍ୟାଙ୍କଗୁଡ଼ିକର ଋଣ ରାଇଟ୍ ଅଫ୍ ପରିମାଣ ୧୬.୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚୁଛି, ଯାହାର ମାତ୍ର ୧୬ ପ୍ରତିଶତ ଆଦାୟ ହୋଇଛି। ଯେଉଁମାନେ ଏତେ ମାତ୍ରାରେ ଟିକସ ଫାଙ୍କୁଛନ୍ତି ବା ବ୍ୟାଙ୍କ ଋଣ ଶୁଝୁନାହାନ୍ତି, ସେମାନଙ୍କୁ କାହିଁକି ଦଣ୍ଡିତ କରାଯାଉନାହିଁ ? ପୁନଶ୍ଚ ବିଶ୍ବରେ ଅନେକ ଟାକ୍ସ ହାଭେନ୍ସ ବା ଟିକସ ଭୂସ୍ବର୍ଗ ରହିଛି, ଯେଉଁଠି ଟଙ୍କା ରଖିଲେ ଟିକସ ବହୁତ କମ୍ ପଡ଼େ କରାଯାଏ। ସେମାନେ ବହୁ ବଂ ନାମ ଲୁକ୍କାୟିତ ରୁହେ । ପାନାମା ପେପର୍ସ ଏବଂ ‘ପାଣ୍ଡୋରା ପେପର୍ସରୁ ମଧ୍ଯ ଜଣାପଡ଼ିଛି, ରତୀୟମାନେ କିପରି କଳାଟଙ୍କା ଟିକସ ଭୂତ୍ସର୍ଗରେ ରଖୁଛନ୍ତି ଏବଂ ଟିକସ ଫାଙ୍କୁଛନ୍ତି। କର୍ପୋରେଟମାନେ ସେଠି ପଞ୍ଜୀକୃତ ହୋଇ ଟିକସ ମଧ୍ୟ ଫାଙ୍କୁଛନ୍ତି। କଳାଟଙ୍କା ଆମ ଦେଶରୁ ଯାଇ ବିଭିନ୍ନ ଟିକସ ଭୂତ୍ସର୍ଗରେ ପଞ୍ଜୀକୃତ ହୋଇ ଆମ ଦେଶକୁ ଏଫ୍ ବା ଷ୍ଟକ୍ ମାର୍କେଟରେ ବିଦେଶୀ ଆନୁଷ୍ଠାନିକ ନିବେଶକ ଭାବେ ଆସୁଛନ୍ତି। ଏହାଦ୍ୱାରା କଳାଟଙ୍କା ଧଳା ହେଉଛି। ୨୦ ଜାନୁଆରୀ ୨୦୨୫ରେ ଅକ୍ସଫାମ୍‌ର ରିପୋର୍ଟ ‘ଟେକର୍ସ ନଟ୍ ମେକର୍ସ ରିପୋର୍ଟ ଅନୁସାରେ ଅଧିକାଂଶ କୋଟିପତି ସମ୍ପତ୍ତି ମ୍ପଭି ନିଜ ଦକ୍ଷ ଦକ୍ଷତା, ପରିଶ୍ରମ ଓ ପ୍ରତିଭା ଯୋଗୁ ଅର୍ଜନ କରି ନ ଥାନ୍ତି ନ ଥାନ୍ତି, ୬୦% ଉତ୍ତରାକାର, ସମ୍ପର୍କବା ବାଦ ଏବଂ ଦୁର୍ନୀତି କିମ୍ବା ଏକାଧ୍କାର ଶକ୍ତିରୁ ଆସିଥାଏ। ଏଣୁ ଦୁର୍ନୀତି ବି ବିଲୋପ ପାଇଁ ଉପର ସ୍ତରରୁ ପ୍ରକ୍ରିୟା ଆରମ୍ଭ ହେବା ଉଚିତ।

ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri