Posted inଫୁରସତ

୧୨୧ ଫୁଟର ବିଲେଇ, ଜାଣନ୍ତୁ କେଉଁଠି ଦେଖିବାକୁ ମିଳେ

ପିଲାଦିନେ ଆମେ ସମସ୍ତେ ରାତିରେ ତାରାମାନଙ୍କୁ ଦେଖୁଥିଲେ। ବେଳେବେଳେ ଏମାନଙ୍କୁ ଗଣୁ ମଧ୍ୟ ଥିଲେ। କେତେବେଳେ ଚଢ଼େଇ, ତ କେତେବେଳେ ମାଙ୍କଡ଼ । ଆଉ କେତେବେଳେ ଭିନ୍ନ ଭିନ୍ନ ଆକୃତିର ପଶୁପକ୍ଷୀ ଆକାଶରେ ଥିବା ପରି ଆମକୁ ଜଣାପଡ଼େ। କିନ୍ତୁ ଆମକୁ ଏକଥା ଜଣା ନ ଥିଲା କି ଏହା ପଛରେ ବିଶ୍ୱର ଏକ ବଡ଼ ରହସ୍ୟ ଲୁଚି ରହିଛି ବୋଲି। ପୃଥିବୀପୃଷ୍ଠରେ ଏମିତି ଅନେକ କଥା ଅଛି, ଯାହା ଆଜିଯାଏ ରହସ୍ୟମୟ ହୋଇ ରହିଛି। ସେମିତି ଏକ ସ୍ଥାନ ହେଉଛି ପେରୁର ନାଜ୍‌କା।
ଏଠାରେ ମରୁଭୂମି ଦେଖିବାକୁ ମିଳେ। ଏହି ସ୍ଥାନରେ ୧୨୧ ଫୁଟ ଲମ୍ବର ଏକ ବିଲେଇ ଦେଖିବାକୁ ମିଳିଛି। ବାସ୍ତବରେ ନୁହଁ ବିଲେଇର ଏକ ରେଖାଚିତ୍ର ଦେଖିବାକୁ ମିଳିଛି। ନାଜ୍‌କା ମରୁଭୂମି ଉପରେ ବିଶେଷଜ୍ଞମାନେ ସାମିଲ ହୋଇ ଏହା ଉପରେ ଏକ ଅନୁମାନ ଲଗାଇଛନ୍ତି। ଏଠାରେ ଥିବା ଏକ ବିଲେଇର ଚିତ୍ର ପ୍ରାୟ ୨୨୦୦ ବର୍ଷ ତଳର। ଏହି ରେଖାଚିତ୍ର ଆଲାସ୍କାରୁ ଆର୍ଜେଣ୍ଟିନା ଆସିବା ରାସ୍ତା ପାର୍ଶ୍ୱରେ ପଡ଼େ। ଏଠାରେ ଥିବା ଏକ ପାହାଡ଼ ଉପରେ ବିଲେଇର ଏକ ବିରାଟକାୟ ରେଖାଚିତ୍ର ଅଙ୍କନ କରାଯାଇଛି। ପାହାଡ଼ ଉପରେ ଅଙ୍କା ଯାଇଥିବା ଏହି ବିଲେଇଟିର ଲମ୍ବ ୧୨୧ ଫୁଟ। ଏହା ପୂର୍ବରୁ ଅନେକ ଜୀବଜନ୍ତୁଙ୍କ ରେଖାଚିତ୍ର ଦେଖିବାକୁ ମିଳିଛି, ମାତ୍ର ଏତେବଡ଼ ବିଲେଇ ଚିତ୍ର କେବେ ଦେଖିବାକୁ ମିଳି ନ ଥିଲା। କୌଣସି ଆଧୁନିକୀ ଉପାୟରେ ମଧ୍ୟ ଏହା ଅଙ୍କା ଯାଇନାହିଁ। ଯାହାକି ଆଶ୍ଚର୍ଯ୍ୟର ବିଷୟ। କିଛି ସପ୍ତାହ ପୂର୍ବରୁ ପାହାଡ଼ ସଂରକ୍ଷଣ ପାଇଁ ସଫା କରାଯିବା ସମୟରେ ଏହି ଦୃଶ୍ୟ ସାମ୍ନାକୁ ଆସିଛି। ଲୋକେ ବିଲେଇର ରେଖାଚିତ୍ରକୁ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ସରକାରଙ୍କ କସରତ

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବିଧାନସଭାରେ ବଜେଟ ଅଧିବେଶନ ୧୭ରୁ ଆରମ୍ଭ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କସରତ ଗତ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri