ଟ୍ରେନରେ ଯାତ୍ରା କରିବେ ବିଲେଇ-କୁକୁର: ଅନଲାଇନରେ ଟିକଟ ବୁକିଂ…

ନୂଆଦିଲ୍ଲୀ,୩।୫ : ପ୍ରାଣୀପ୍ରେମୀଙ୍କ ପାଇଁ ଭାରତୀୟ ରେଳ ଏକ ଖୁସି ଖବର ଆଣିଛି। ରେଳ ମନ୍ତ୍ରଣାଳୟ ବର୍ତ୍ତମାନ କୁକୁର ଏବଂ ବିଲେଇଙ୍କ ପାଇଁ ଅନଲାଇନ ଟିକେଟ ବୁକିଂ ଲାଗି ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି। ରେଳବାଇର ଏହି ନୂତନ ସୁବିଧା ସହିତ ରେଳ ଯାତ୍ରୀମାନେ ନିଜ ଗୃହପାଳିତ ପ୍ରାଣରମାନଙ୍କୁ ସହଜରେ ଟ୍ରେନରେ ନେଇପାରିବେ। ପଶୁପ୍ରେମୀମାନେ ଏସି-୧ ଶ୍ରେଣୀରେ ସେମାନଙ୍କ ଗୃହପାଳିତ ପ୍ରାଣୀମାନଙ୍କ ପାଇଁ ଟିକେଟ ବୁକ କରିପାରିବେ। ଓଜନ ଏବଂ ଦୂରତା ଅନୁଯାୟୀ ଭଡା ପୂର୍ବ ନିର୍ଦ୍ଧାରିତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ସେମାନଙ୍କର ପୋଷା କୁକୁର କିମ୍ବା ବିଲେଇମାନଙ୍କୁ କୁକୁର ବାକ୍ସରେ ଦ୍ୱିତୀୟ ଶ୍ରେଣୀ ଲଗେଜ ଏବଂ ବ୍ରେକ ଭ୍ୟାନରେ ନେବାକୁ ଅନୁମତି ଦିଆଯାଇଥିଲା।

ରେଳ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଟିଟିଇଙ୍କୁୁ କୁକୁର-ବିଲେଇ ଟିକଟ ବୁକିଂ କରିବାର ଅଧିକାର ମଧ୍ୟ ଦିଆଯାଉଛି। ଏହାପୂର୍ବରୁ ଙ୍‌ଯାତ୍ରୀମାନଙ୍କୁ ଟ୍ରେନରେ ସେମାନଙ୍କ ପୋଷା ପ୍ରାଣୀ ନେବାକୁ ପ୍ଲାଟଫର୍ମରେ ଥିବା ପାର୍ସଲ ବୁକିଂ କାଉଣ୍ଟରରେ ଟିକଟ ବୁକ କରିବାକୁ ପଡୁଥିଲା। ଏହି ସମୟରେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ କୁକୁର ଏବଂ ବିଲେଇମାନଙ୍କ ପାଇଁ ଅନଲାଇନ ଟିକଟ ବୁକିଂ ସୁବିଧା ଆରମ୍ଭ କରିବାକୁ ଚିନ୍ତା କରୁଛି। ଏଥିପାଇଁ ରେଳ ବିଭାଗର ସଫ୍ଟୱେୟାରରେ ପରିବର୍ତ୍ତନ କରାଯାଉଛି, ଯାହା ଦ୍ୱାରା ପ୍ରାଣୀମାନଙ୍କ ପାଇଁ ଅନଲାଇନ ବୁକିଂର ସୁବିଧା ଆରମ୍ଭ ହୋଇପାରିବ। ଏହି ସଫ୍ଟୱେର୍‌ ପରିବର୍ତ୍ତନ ଆରମ୍ଭ ହେବା ମାତ୍ରେ ଏବଂ ି ପ୍ରସ୍ତାବ ଅନୁମୋଦନ ହେବା ମାତ୍ରେ, ଏହା କାର୍ଯ୍ୟକାରୀ ହେବ।

Share