ଜାତିପ୍ରଥା ଓ ଭଗବାନ୍‌ ବୁଦ୍ଧ

ଗୋଲଖ ଚନ୍ଦ୍ର ଦାସ

ଜାତିବାଦ ହିନ୍ଦୁ ସମାଜର ଅପାର କ୍ଷତି ପହଁଚାଇଛି। ଜାତି ପ୍ରଥାକୁ କେହି ମାନ୍ୟତା ଦେଇ ନାହାନ୍ତି। ବେଦଠାରୁ ଗୀତା ପର୍ଯ୍ୟନ୍ତ କୌଣସି ଧର୍ମଗ୍ରନ୍ଥରେ ଜାତି ପ୍ରଥାକୁ ମାନ୍ୟତା ଦିଆଯାଇନାହିଁ। ତଥାପି ଏହା ନିରନ୍ତର ଚାଲୁଅଛି। ତେଣୁ ଭଗବାନ୍‌ ବୁଦ୍ଧ ସଦାସର୍ବଦା କହୁଥିଲେ କାହାର କୋଉ ଜାତି ପଚାର ନାହିଁ। ଭଗବାନ୍‌ ବୁଦ୍ଧ ଜାତି ପ୍ରଥା ଦୂରକରିବା ପାଇଁ ଜନଜାଗରଣ ସୃ୍‌ଷ୍ଟି କରିଥିଲେ। ଭଗବାନ୍‌ ବୁଦ୍ଧ ଦିନେ ଇଚ୍ଛାନଗର ନାମକ ଗ୍ରାମରେ ଥିଲେ। ଏହି ଗାଁର ବଶିଷ୍ଠ ଏବଂ ଭରଦ୍ୱାଜ ନାମକ ଦୁଇ ଜଣ ବ୍ରାହ୍ମଣଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ବିବାଦର କାରଣ ହେଲା- ମନୁଷ୍ୟ ଜନ୍ମରୁ ଶ୍ରେଷ୍ଠ ନା କର୍ମ ଅନୁସାରେ ଶ୍ରେଷ୍ଠ? ଏହି ବିବାଦର ସମାଧାନ ପାଇଁ ସେମାନେ ଗୌତମ ବୁଦ୍ଧଙ୍କ ନିକଟରେ ପହଞ୍ଚତ୍ଲେ। ବଶିଷ୍ଠ କହିଲେ- ହେ ଭଗବାନ୍‌! ମନୁଷ୍ୟ ଜନ୍ମରୁ ବ୍ରାହ୍ମଣ ନା କର୍ମ ଅନୁସାରେ ବ୍ରାହ୍ମଣ? ଆପଣ ଏହି ପ୍ରଶ୍ନର ସଠିକ୍‌ ନିର୍ଣ୍ଣୟ ନିଅନ୍ତୁ।
ଭଗବାନ୍‌ ଗୌତମ ବୁଦ୍ଧ କହିଲେ- ହେ ବଶିଷ୍ଠ! ଜଙ୍ଗଲ ମଧ୍ୟରେ ଥିବା ଗଛଲତା ଭିନ୍ନ ଭିନ୍ନ ନାମରେ ପରିଚିତ। ସେହିପରି ପଶୁପକ୍ଷିମାନେ ମଧ୍ୟ ଭିନ୍ନ ଭିନ୍ନ ଅଟନ୍ତି। ଜଳରେ ବାସ କରୁଥିବା ମାଛ, ସରୀସୃପମାନଙ୍କର ମଧ୍ୟ ଅନେକ ଜାତି ଅଛି। ସେହିପରି ଆକାଶରେ ଉଡୁଥିବା ପକ୍ଷିମାନଙ୍କର ମଧ୍ୟ ଅଲଗା ଅଲଗା ଜାତି ଅଛି। ପଶୁ, ପକ୍ଷୀ, ବୃକ୍ଷ, ଲତା ଦେଖିବାକୁ ଅଲଗା ଅଲଗା। ସେଥିପାଇଁ ତାଙ୍କର ଜାତି ଅଲଗା। ମନୁଷ୍ୟ ଦେଖିବାକୁ ଏକ। କେଶ, ଆଖି, ମୁହଁ, ନାକ, ଓଠ, କାନ, ବେକ, ପେଟ, ପିଠି, ହାତ ପାଦ ଆଦି ଅବୟବ ଅନ୍ୟ ମନୁଷ୍ୟଠାରୁ ଅଲଗା ଦେଖାଯାଏ ନାହିଁ। କିନ୍ତୁ ପଶୁପକ୍ଷୀଙ୍କ ଆକାର ପ୍ରକାର ଦେଖି ତାଙ୍କର ଜାତି ଜାଣି ହୁଏ। ମନୁଷ୍ୟକୁ ଦେଖିଲେ ତା’ର ଜାତି ଜାଣି ହୁଏ ନାହିଁ। ମନୁଷ୍ୟର ଅବୟବ ପ୍ରାୟତଃ ସମାନ। ପରନ୍ତୁ ମନୁଷ୍ୟର ଜାତି କର୍ମ ଅନୁସାରେ ନିଶ୍ଚିତ କରାଯାଇପାରେ।
କୌଣସି ବ୍ରାହ୍ମଣ ଗାଇ ଚରାଇଲେ ତାକୁ ଗୋପାଳକ ବା ଗୌଡ଼ କୁହାଯାଏ, କିନ୍ତୁ ବ୍ରାହ୍ମଣ କୁହାଯାଇପାରିବ ନାହିଁ। ଯିଏ କଳାକୃତିକୁ ନେଇ ଜୀବନ ଚଳାଉଛି ସେ କାରିଗର। ଯିଏ ବେପାର କରୁଛି ସିଏ ବେପାରୀ। ଦୂତ କାମ କରୁଥିବା ବ୍ୟକ୍ତି ଦୂତ। ଚୋରି କରୁଥିବା ଲୋକ ଚୋର। ସେନା ବାହିନୀରେ ଯିଏ କାମ କରୁଛି ସିଏ ସୈନିକ। ଯାଗ ଯଜ୍ଞ କରୁଥିବା ବ୍ୟକ୍ତି ପୁରୋହିତ ବା ଯାଜକ ଏବଂ ଯିଏ ରାଷ୍ଟ୍ର ଚଳାଉଛନ୍ତି ସେ ରାଜା। କିନ୍ତୁ କେହି ଜନ୍ମରୁ ବ୍ରାହ୍ମଣ ହୋଇ ଜନ୍ମ ହୋଇ ନ ଥାଏ। ଯିଏ ସମସ୍ତ ସାଂସାରିକ ବନ୍ଧନରୁ ମୁକ୍ତ ହୋଇ ଦୁଃଖରେ ବିଚଳିତ ହୁଏନାହିଁ ବା କୌଣସିଥିରେ ଆସକ୍ତ ହୁଏ ନାହିଁ ସେ ହିଁ ବ୍ରାହ୍ମଣ। କେହି ଜନ୍ମରୁ ବ୍ରାହ୍ଣଣ ଅଥବା ଅବ୍ରାହ୍ମଣ ହୋଇ ନଥାଏ। କର୍ମ ଦ୍ୱାରା ବ୍ରାହ୍ମଣ ହୁଏ, ପୁଣି କର୍ମ ଦ୍ୱାରା ଅବ୍ରାହ୍ଣଣ ମଧ୍ୟ ହୁଏ। କୃଷକ, ସୈନିକ, ଚଣ୍ଡାଳ, ଡାକ୍ତର, ଶିକ୍ଷକ, ଧୋବା, ବେପାରୀ, କାରିଗର, ପଣ୍ଡିତ, ରାଜା ନିଜ ନିଜ କର୍ମ ଦ୍ୱାରା ହୋଇଥାନ୍ତି। କର୍ମ ଦ୍ୱାରା ସାରା ବିଶ୍ୱ ଚାଲୁଛି। କର୍ମ ଉପରେ ସବୁ ପ୍ରାଣୀ ନିର୍ଭର କରି ଚଳିଥାନ୍ତି।
ଭଗବାନ୍‌ ଗୌତମ ବୁଦ୍ଧ ସମାଜରେ ସମରସତା ଜାଗରଣ ଉଦ୍ଦେଶ୍ୟରେ ନିରନ୍ତର ଭ୍ରମଣ କରୁଥିଲେ। ସମସ୍ତଙ୍କ ମଧ୍ୟରେ ସେ ସ୍ନେହ ମୈତ୍ରୀର ଭାବ ବଣ୍ଟନ କରୁଥିଲେ। ଭିକ୍ଷା ମାଗି ଭୋଜନ କରୁଥିଲେ। ସେଥିପାଇଁ ସେ କାହାରି ଜାତି ପଚାରୁ ନଥିଲେ। କି କେହି ତାଙ୍କୁ ତାଙ୍କର ଜାତି ପଚାରୁ ନଥିଲେ। ଜୀବନର ଅନ୍ତିମ ଭିକ୍ଷା ଜଣେ କୁମ୍ଭାରଠାରୁ ଗ୍ରହଣ କରିଥିଲେ। ସେହି କୁମ୍ଭାର ଘରେ ଭୋଜନ ପରେ ତାଙ୍କର ମହାପରିନିର୍ବାଣ ହୋଇଥିଲା। ଜାତିଭେଦ ଦୂର କରିବା ପାଇଁ ସନ୍ଥ ମହାପୁରୁଷମାନେ ନିରନ୍ତର ଚେଷ୍ଟା ଚଳାଇଛନ୍ତି। ଶଙ୍କରାଚାର୍ଯ୍ୟ, କବୀର, ରବିଦାସ, ରାମାନନ୍ଦ, ନାନକ, ଗୁରୁ ତେଗ୍‌ବାହାଦୁର ପ୍ରମୁଖ ଜାତି ପ୍ରଥା ଦୂର ପାଇଁ ଜନଜାଗରଣ ସୃଷ୍ଟି କରିଥିଲେ। ଆମେ ସବୁ ଏକ। ଆମ ମଧ୍ୟରେ ଜାତି ଭେଦ ନାହିଁ। ସେହି ଆଧାରରେ ଜାତିଭେଦ ଦୂରକରିବାର ଆବା୍ୟକତା ରହିଛି। ଭଗବାନ୍‌ ଗୌତମ ବୁଦ୍ଧ ଯେଉଁ ଚିନ୍ତା ନେଇ ଭ୍ରମଣ କରୁଥିଲେ, ତାହାକୁ ସାକାର କରିବା ପାଇଁ ସଂଘ ଅଣ୍ଟା ଭିଡ଼ିଛି। ଗୌତମ ବୁଦ୍ଧଙ୍କ ସେହି ମହାନ୍‌ କାମକୁ ସାକାର କରିବା ପାଇଁ ପ୍ରୟାଗ କୁମ୍ଭମେଳାରେ ଘୋଷଣା କରାଯାଇଥିଲା- ହିନ୍ଦୁବଃ ସୋଦରା ସର୍ବେ, ନ ହିନ୍ଦୁ ପତିତୋ ଭବେତ୍‌। ସମସ୍ତ ଭାଇ-ଭାଇ। କେହି ପତିତ, ଦଳିତ ନୁହନ୍ତି। ତେଣୁ ଗୌତମ ବୁଦ୍ଧ କହୁଥିଲେ କେହି ଜାତି ପଚାର ନାହିଁ।
ଘିଗିଡିଆ, ବାରୁଅ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୨୮୫୫୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri