ଜାତିପ୍ରଥା ଓ ଭଗବାନ୍‌ ବୁଦ୍ଧ

ଗୋଲଖ ଚନ୍ଦ୍ର ଦାସ

ଜାତିବାଦ ହିନ୍ଦୁ ସମାଜର ଅପାର କ୍ଷତି ପହଁଚାଇଛି। ଜାତି ପ୍ରଥାକୁ କେହି ମାନ୍ୟତା ଦେଇ ନାହାନ୍ତି। ବେଦଠାରୁ ଗୀତା ପର୍ଯ୍ୟନ୍ତ କୌଣସି ଧର୍ମଗ୍ରନ୍ଥରେ ଜାତି ପ୍ରଥାକୁ ମାନ୍ୟତା ଦିଆଯାଇନାହିଁ। ତଥାପି ଏହା ନିରନ୍ତର ଚାଲୁଅଛି। ତେଣୁ ଭଗବାନ୍‌ ବୁଦ୍ଧ ସଦାସର୍ବଦା କହୁଥିଲେ କାହାର କୋଉ ଜାତି ପଚାର ନାହିଁ। ଭଗବାନ୍‌ ବୁଦ୍ଧ ଜାତି ପ୍ରଥା ଦୂରକରିବା ପାଇଁ ଜନଜାଗରଣ ସୃ୍‌ଷ୍ଟି କରିଥିଲେ। ଭଗବାନ୍‌ ବୁଦ୍ଧ ଦିନେ ଇଚ୍ଛାନଗର ନାମକ ଗ୍ରାମରେ ଥିଲେ। ଏହି ଗାଁର ବଶିଷ୍ଠ ଏବଂ ଭରଦ୍ୱାଜ ନାମକ ଦୁଇ ଜଣ ବ୍ରାହ୍ମଣଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ବିବାଦର କାରଣ ହେଲା- ମନୁଷ୍ୟ ଜନ୍ମରୁ ଶ୍ରେଷ୍ଠ ନା କର୍ମ ଅନୁସାରେ ଶ୍ରେଷ୍ଠ? ଏହି ବିବାଦର ସମାଧାନ ପାଇଁ ସେମାନେ ଗୌତମ ବୁଦ୍ଧଙ୍କ ନିକଟରେ ପହଞ୍ଚତ୍ଲେ। ବଶିଷ୍ଠ କହିଲେ- ହେ ଭଗବାନ୍‌! ମନୁଷ୍ୟ ଜନ୍ମରୁ ବ୍ରାହ୍ମଣ ନା କର୍ମ ଅନୁସାରେ ବ୍ରାହ୍ମଣ? ଆପଣ ଏହି ପ୍ରଶ୍ନର ସଠିକ୍‌ ନିର୍ଣ୍ଣୟ ନିଅନ୍ତୁ।
ଭଗବାନ୍‌ ଗୌତମ ବୁଦ୍ଧ କହିଲେ- ହେ ବଶିଷ୍ଠ! ଜଙ୍ଗଲ ମଧ୍ୟରେ ଥିବା ଗଛଲତା ଭିନ୍ନ ଭିନ୍ନ ନାମରେ ପରିଚିତ। ସେହିପରି ପଶୁପକ୍ଷିମାନେ ମଧ୍ୟ ଭିନ୍ନ ଭିନ୍ନ ଅଟନ୍ତି। ଜଳରେ ବାସ କରୁଥିବା ମାଛ, ସରୀସୃପମାନଙ୍କର ମଧ୍ୟ ଅନେକ ଜାତି ଅଛି। ସେହିପରି ଆକାଶରେ ଉଡୁଥିବା ପକ୍ଷିମାନଙ୍କର ମଧ୍ୟ ଅଲଗା ଅଲଗା ଜାତି ଅଛି। ପଶୁ, ପକ୍ଷୀ, ବୃକ୍ଷ, ଲତା ଦେଖିବାକୁ ଅଲଗା ଅଲଗା। ସେଥିପାଇଁ ତାଙ୍କର ଜାତି ଅଲଗା। ମନୁଷ୍ୟ ଦେଖିବାକୁ ଏକ। କେଶ, ଆଖି, ମୁହଁ, ନାକ, ଓଠ, କାନ, ବେକ, ପେଟ, ପିଠି, ହାତ ପାଦ ଆଦି ଅବୟବ ଅନ୍ୟ ମନୁଷ୍ୟଠାରୁ ଅଲଗା ଦେଖାଯାଏ ନାହିଁ। କିନ୍ତୁ ପଶୁପକ୍ଷୀଙ୍କ ଆକାର ପ୍ରକାର ଦେଖି ତାଙ୍କର ଜାତି ଜାଣି ହୁଏ। ମନୁଷ୍ୟକୁ ଦେଖିଲେ ତା’ର ଜାତି ଜାଣି ହୁଏ ନାହିଁ। ମନୁଷ୍ୟର ଅବୟବ ପ୍ରାୟତଃ ସମାନ। ପରନ୍ତୁ ମନୁଷ୍ୟର ଜାତି କର୍ମ ଅନୁସାରେ ନିଶ୍ଚିତ କରାଯାଇପାରେ।
କୌଣସି ବ୍ରାହ୍ମଣ ଗାଇ ଚରାଇଲେ ତାକୁ ଗୋପାଳକ ବା ଗୌଡ଼ କୁହାଯାଏ, କିନ୍ତୁ ବ୍ରାହ୍ମଣ କୁହାଯାଇପାରିବ ନାହିଁ। ଯିଏ କଳାକୃତିକୁ ନେଇ ଜୀବନ ଚଳାଉଛି ସେ କାରିଗର। ଯିଏ ବେପାର କରୁଛି ସିଏ ବେପାରୀ। ଦୂତ କାମ କରୁଥିବା ବ୍ୟକ୍ତି ଦୂତ। ଚୋରି କରୁଥିବା ଲୋକ ଚୋର। ସେନା ବାହିନୀରେ ଯିଏ କାମ କରୁଛି ସିଏ ସୈନିକ। ଯାଗ ଯଜ୍ଞ କରୁଥିବା ବ୍ୟକ୍ତି ପୁରୋହିତ ବା ଯାଜକ ଏବଂ ଯିଏ ରାଷ୍ଟ୍ର ଚଳାଉଛନ୍ତି ସେ ରାଜା। କିନ୍ତୁ କେହି ଜନ୍ମରୁ ବ୍ରାହ୍ମଣ ହୋଇ ଜନ୍ମ ହୋଇ ନ ଥାଏ। ଯିଏ ସମସ୍ତ ସାଂସାରିକ ବନ୍ଧନରୁ ମୁକ୍ତ ହୋଇ ଦୁଃଖରେ ବିଚଳିତ ହୁଏନାହିଁ ବା କୌଣସିଥିରେ ଆସକ୍ତ ହୁଏ ନାହିଁ ସେ ହିଁ ବ୍ରାହ୍ମଣ। କେହି ଜନ୍ମରୁ ବ୍ରାହ୍ଣଣ ଅଥବା ଅବ୍ରାହ୍ମଣ ହୋଇ ନଥାଏ। କର୍ମ ଦ୍ୱାରା ବ୍ରାହ୍ମଣ ହୁଏ, ପୁଣି କର୍ମ ଦ୍ୱାରା ଅବ୍ରାହ୍ଣଣ ମଧ୍ୟ ହୁଏ। କୃଷକ, ସୈନିକ, ଚଣ୍ଡାଳ, ଡାକ୍ତର, ଶିକ୍ଷକ, ଧୋବା, ବେପାରୀ, କାରିଗର, ପଣ୍ଡିତ, ରାଜା ନିଜ ନିଜ କର୍ମ ଦ୍ୱାରା ହୋଇଥାନ୍ତି। କର୍ମ ଦ୍ୱାରା ସାରା ବିଶ୍ୱ ଚାଲୁଛି। କର୍ମ ଉପରେ ସବୁ ପ୍ରାଣୀ ନିର୍ଭର କରି ଚଳିଥାନ୍ତି।
ଭଗବାନ୍‌ ଗୌତମ ବୁଦ୍ଧ ସମାଜରେ ସମରସତା ଜାଗରଣ ଉଦ୍ଦେଶ୍ୟରେ ନିରନ୍ତର ଭ୍ରମଣ କରୁଥିଲେ। ସମସ୍ତଙ୍କ ମଧ୍ୟରେ ସେ ସ୍ନେହ ମୈତ୍ରୀର ଭାବ ବଣ୍ଟନ କରୁଥିଲେ। ଭିକ୍ଷା ମାଗି ଭୋଜନ କରୁଥିଲେ। ସେଥିପାଇଁ ସେ କାହାରି ଜାତି ପଚାରୁ ନଥିଲେ। କି କେହି ତାଙ୍କୁ ତାଙ୍କର ଜାତି ପଚାରୁ ନଥିଲେ। ଜୀବନର ଅନ୍ତିମ ଭିକ୍ଷା ଜଣେ କୁମ୍ଭାରଠାରୁ ଗ୍ରହଣ କରିଥିଲେ। ସେହି କୁମ୍ଭାର ଘରେ ଭୋଜନ ପରେ ତାଙ୍କର ମହାପରିନିର୍ବାଣ ହୋଇଥିଲା। ଜାତିଭେଦ ଦୂର କରିବା ପାଇଁ ସନ୍ଥ ମହାପୁରୁଷମାନେ ନିରନ୍ତର ଚେଷ୍ଟା ଚଳାଇଛନ୍ତି। ଶଙ୍କରାଚାର୍ଯ୍ୟ, କବୀର, ରବିଦାସ, ରାମାନନ୍ଦ, ନାନକ, ଗୁରୁ ତେଗ୍‌ବାହାଦୁର ପ୍ରମୁଖ ଜାତି ପ୍ରଥା ଦୂର ପାଇଁ ଜନଜାଗରଣ ସୃଷ୍ଟି କରିଥିଲେ। ଆମେ ସବୁ ଏକ। ଆମ ମଧ୍ୟରେ ଜାତି ଭେଦ ନାହିଁ। ସେହି ଆଧାରରେ ଜାତିଭେଦ ଦୂରକରିବାର ଆବା୍ୟକତା ରହିଛି। ଭଗବାନ୍‌ ଗୌତମ ବୁଦ୍ଧ ଯେଉଁ ଚିନ୍ତା ନେଇ ଭ୍ରମଣ କରୁଥିଲେ, ତାହାକୁ ସାକାର କରିବା ପାଇଁ ସଂଘ ଅଣ୍ଟା ଭିଡ଼ିଛି। ଗୌତମ ବୁଦ୍ଧଙ୍କ ସେହି ମହାନ୍‌ କାମକୁ ସାକାର କରିବା ପାଇଁ ପ୍ରୟାଗ କୁମ୍ଭମେଳାରେ ଘୋଷଣା କରାଯାଇଥିଲା- ହିନ୍ଦୁବଃ ସୋଦରା ସର୍ବେ, ନ ହିନ୍ଦୁ ପତିତୋ ଭବେତ୍‌। ସମସ୍ତ ଭାଇ-ଭାଇ। କେହି ପତିତ, ଦଳିତ ନୁହନ୍ତି। ତେଣୁ ଗୌତମ ବୁଦ୍ଧ କହୁଥିଲେ କେହି ଜାତି ପଚାର ନାହିଁ।
ଘିଗିଡିଆ, ବାରୁଅ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୨୮୫୫୩


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri