ଜାତିଭିତ୍ତିକ ଜନଗଣନା: ଆଶା ଓ ସଂଶୟ

ଶେଷରେ କେନ୍ଦ୍ର ସରକାର ଦେଶରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ଏକ ଅପ୍ରତ୍ୟାଶିତ ଘୋଷଣା। କାରଣ ପୂର୍ବରୁ କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା ସପକ୍ଷରେ ନାହାନ୍ତି ବୋଲି ଘୋଷଣା କରିଥିଲେ ଓ ସାଧାରଣ ଜନତା ଭାବି ନେଇଥିଲେ ଯେ ଏ ସରକାର ସମୟରେ ଆଉ ଜାତିଭିତ୍ତିକ ଜନଗଣନା ହେବାର ସମ୍ଭାବନା ନାହିଁ। ଏପରି ପରିସ୍ଥିତିରେ ହଠାତ ଜାତିଭିତ୍ତିକ ଜନଗଣନା କରିବାର ଘୋଷଣା ଅନେକଙ୍କୁ ଚକିତ କରିଛି। ଏହା ଉପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଦଳେ ଏହାକୁ ସ୍ବାଗତ କରୁଥିବା ବେଳେ ଆଉ କେତେକେ ଏହାକୁ ସମର୍ଥନ କରୁନାହାନ୍ତି। ଯେଉଁମାନେ ଦିନେ ଜାତିଭିତ୍ତିକ ଜନଗଣନା ବିରୋଧରେ କହୁଥିଲେ ସେମାନେ ଏବେ ଚୁପ। ବିରୋଧୀ ମେଣ୍ଟ ଜାତିଭିତ୍ତିକ ଜନଗଣନା ସପକ୍ଷରେ ଦାବିକରି ଆସୁଥିଲା। ଏବେ ଏ ଘୋଷଣାକୁ ବିରୋଧୀ ମେଣ୍ଟ ମଧ୍ୟ ସ୍ବାଗତ କରିଛି। ତେଣୁ ଜାତିଭିତ୍ତିକ ଜନଗଣନାର ସପକ୍ଷରେ ସମର୍ଥନ ମଜଭୁତ ଥିବା ବେଳେ ବିରୋଧୀ ସ୍ବର କ୍ଷୀଣ।
ଦେଶରେ ଜାତିଭିତ୍ତିକ ଜନଗଣନା ସାମାଜିକ ବିକାଶ କ୍ଷେତ୍ରରେ ଅପରିହାର୍ଯ୍ୟ ବୋଲି ଅନେକଙ୍କ ମତ। ଏହାଦ୍ୱାରା ପ୍ରତ୍ୟେକ ଜାତି ଓ ଜାତିକୁ ନେଇ ଗଠିତ ହୋଇଥିବା ବର୍ଗ ସମ୍ବନ୍ଧରେ ଠିକ୍‌ ତଥ୍ୟ ମିଳିପାରିବ। ଏହା କେବଳ ପରିସଂଖ୍ୟାନକୁ ସୂଚିତ କରିବ ତାହା ନୁହେଁ, ଏହା ସହିତ ପ୍ରତ୍ୟେକ ବର୍ଗ ଓ ଜାତିର ଆର୍ଥିକ ଓ ଶିକ୍ଷାଗତ ସ୍ଥିତିକୁ ମଧ୍ୟ ସୂଚିତ କରିବ। ଫଳରେ ବିକାଶର ଦୌଡ଼ରେ କେଉଁ ଜାତି କେତେ ଆଗେଇଛି ଓ କେଉଁ ଜାତି ପଛରେ ପଡ଼ିଯାଇଛି ତାହା ତଥ୍ୟ ସହିତ ଉପଲବ୍ଧ ହେବ। ଏପରି କ୍ଷେତ୍ରରେ ତୁଳନାତ୍ମକଭାବେ ପଛରେ ପଡ଼ିଥିବା ଜାତିଗୁଡ଼ିକର ବିକାଶ ପାଇଁ ସରକାର ସ୍ବତନ୍ତ୍ର ପଦକ୍ଷେପ ନେଇପାରିବେ। ସେହିପରି ବର୍ଗ କ୍ଷେତ୍ରରେ ମଧ୍ୟ ତଥ୍ୟଭିତ୍ତିକ ସ୍ଥିତି ଉପଲବ୍ଧ ହୋଇପାରିବ। ସାମାଜିକ ଓ ଆର୍ଥିକ ସ୍ଥିତିକୁ ନେଇ ଦେଶରେ ଚାରୋଟି ବର୍ଗ ରହିଛି। ଅନୁସୂଚିତ ଜାତି(ଏସ୍‌ସି), ଅନୁସୂଚିତ ଜନଜାତି(ଏସ୍‌ଟି), ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଓ ସାଧାରଣ ବର୍ଗ। ଓଡ଼ିଶାରେ ସାମାଜିକ ଓ ଆର୍ଥିକ ଭାବେ ପଛୁଆ ବର୍ଗ(ଏସ୍‌ଇବିସି) ଓବିସିର ଏକ ପରିବର୍ଦ୍ଧିତ ରୂପ। ଜାତିଭିତ୍ତିକ ଜନଗଣନା ହେଲେ କେଉଁ ବର୍ଗର ସଂଖ୍ୟା କେତେ ଏବଂ ସେମାନେ ଚାକିରି ଓ ପ୍ରଶାସନିକ ସେବାରେ କେତେ ଅଛନ୍ତି, ଜମି ମାଲିକାନା ଓ ବାଣିଜ୍ୟ ବ୍ୟବସାୟରେ କେତେ ଅଛନ୍ତି ଏବଂ ଶିକ୍ଷା ଦୃଷ୍ଟିକୋଣରୁ କେତେ ଆଗେଇଛନ୍ତି ତାହାର ସ୍ପଷ୍ଟ ଚିତ୍ର ମିଳିପାରିବ। କୌଣସି ବର୍ଗ ନିଜର ସଂଖ୍ୟା ଅନୁପାତଠାରୁ ତଳେ ଥିଲେ ଆନୁପାତିକ ପ୍ରତିନିଧିତ୍ ପାଇଁ ପଦକ୍ଷେପ ନିଆଯାଇପାରିବ।
ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତିଙ୍କ ପରିସଂଖ୍ୟାନ ନିର୍ଣ୍ଣୟ ହୋଇଆସିଛି। ଅର୍ଥାତ ତାଙ୍କ ସାମଗ୍ରିକ ସଂଖ୍ୟା କେତେ ପ୍ରତି ଜନଗଣନାରେ ତାହାର ହିସାବ ମିଳୁଛି। କିନ୍ତୁ ସାମଗ୍ରିକଭାବେ ଏମାନେ ଉଚ୍ଚଶିକ୍ଷା, ପ୍ରଶାସନିକ ସେବା, ବାଣିଜ୍ୟ ବ୍ୟବସାୟ, ଜମିଜମା ମାଲିକାନା ଇତ୍ୟାଦି କ୍ଷେତ୍ରରେ କେତେ ଭାଗୀଦାରି, ତାହାର ପରିସଂଖ୍ୟାନ ନାହିଁ। ପ୍ରସ୍ତାବିତ ଜାତିଭିତ୍ତିକ ଜନଗଣନାରେ ଏହା ଉପରେ ଏକ ସ୍ପଷ୍ଟ ଚିତ୍ର ଉପଲବ୍ଧ ହେବ। ବଡକଥା ହେଉଛି ଏସ୍‌ଟି ଓ ଏସ୍‌ସି ଅନ୍ତର୍ଭୁକ୍ତ ପ୍ରତ୍ୟେକ ଜାତିର ଏ ଦୃଷ୍ଟିରୁ ସ୍ଥିତିଗତ ଅବସ୍ଥା କ’ଣ ତାହାର ପ୍ରାଞ୍ଜଳ ରୂପ ସମ୍ମୁଖକୁ ଆସିବ। ଦେଖାଯାଉଛି ଏହି ବର୍ଗ ଅନ୍ତର୍ଗତ ଜାତିଗୁଡ଼ିକ ମଧ୍ୟରେ ବିକାଶର ତାରତମ୍ୟ ରହିଛି। କିଛି ଜାତି ତୁଳନାତ୍ମକ ଭାବେ ବହୁ ଆଗକୁ ଆଗେଇ ଯାଇଥିବା ବେଳେ ଆଉ କେତେକ ଜାତି ପୂର୍ବବତ ତଳେ ପଡ଼ିଛନ୍ତି। ତେଣୁ ତଳେ ପଡିଥିବା ଜାତିମାନଙ୍କର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଜାତିଭିତ୍ତିକ ଜନଗଣନା ସହାୟକ ହେବ। ସାମାଜିକ ସମତା ପ୍ରତିଷ୍ଠା ଦିଗରେ ଏହା ଉପାଦେୟ ହେବ।
ଦେଶରେ ସଂଖ୍ୟାଲଘୁମାନଙ୍କ ପରିସଂଖ୍ୟାନ ଜନଗଣନା ସମୟରେ କରାଯାଉଛି। କିନ୍ତୁ ତାଙ୍କ ସ୍ଥିତିଗତ ଅବସ୍ଥିତି ଉପରେ ତଥ୍ୟ ସଂଗ୍ରହ ହୁଏ ନାହିଁ। ଜାତିଭିତ୍ତିକ ଜନଗଣନା ହେଲେ ଏହା ମଧ୍ୟ ଉପଲବ୍ଧ ହେବ। ଭାରତବର୍ଷରେ ମୁଖ୍ୟ ସମସ୍ୟା ହେଉଛି ଓବିସି ପରିସଂଖ୍ୟାନକୁ ନେଇ। ସାଧୀନତା ପରେ ଜାତିଭିତ୍ତିକ ଜନଗଣନା ହୋଇନଥିବା ଯୋଗୁ ଏମାନଙ୍କ ସଂଖ୍ୟା କେତେ ଏବଂ ଆର୍ଥିକ ଓ ଶିକ୍ଷାଗତ ସ୍ଥିତି କ’ଣ, ଚାକିରି ଓ ପ୍ରଶାସନରେ ଭାଗୀଦାରି କେତେ, ତାହାର ତଥ୍ୟ ଉପଲବ୍ଧ ନୁହେଁ। ଦେଶରେ ଶେଷଥର ପାଇଁ ଜାତିଭିତ୍ତିକ ଜନଗଣନା ହୋଇଥିଲା ବ୍ରିଟିଶରାଜ ସମୟରେ ୧୯୩୧ ମସିହାରେ। ଏହାପରେ ୨୦୧୧ ମସିହାରେ ଜାତିଭିତ୍ତିକ ଜନଗଣନା ହୋଇଥିଲା, କିନ୍ତୁ ଏହାକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ସାର୍ବଜନୀନ କରାଗଲା ନାହିଁ। ମଣ୍ଡଳ ଆୟୋଗ ୧୯୩୧ ମସିହାର ପରିସଂଖ୍ୟାନ ଆଧାରରେ ୧୯୮୦ ମସିହାରେ ତାଙ୍କ ରିପୋର୍ଟରେ ଓବିସିଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ୫୨% ବୋଲି ଦର୍ଶାଇଥିଲେ। କିନ୍ତୁ ଏବେ ସର୍ବୋଚ୍ଚ ନ୍ୟାୟାଳୟ ଓବିସି ସମ୍ବନ୍ଧିତ କେସ୍‌ରେ ଏହି ପରିସଂଖ୍ୟାନକୁ ଗ୍ରହଣ କରୁନାହାନ୍ତି। ନିର୍ଦ୍ଦିଷ୍ଟ ସଂଖ୍ୟା ସହିତ ସ୍ଥିତିଗତ ତଥ୍ୟ ମାଗୁଛନ୍ତି। ତେଣୁ ଜାତିଭିତ୍ତିକ ଜନଗଣନା ଅପରିହାର୍ଯ୍ୟ ହୋଇପଡ଼ିଛି। ଏହା ବାଦ ଦେଶରେ ଅଗ୍ରସର ବା ସାଧାରଣ ବର୍ଗଙ୍କ ସଂଖ୍ୟା କେତେ ତାହାର ମଧ୍ୟ ତଥ୍ୟ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଏମାନଙ୍କ ଭାଗୀଦାରି କେତେ ତାହାର ମଧ୍ୟ ସ୍ପଷ୍ଟ ଚିତ୍ର ନାହିଁ। ଜାତିଭିତ୍ତିକ ଜନଗଣନାରେ ଏହା ମଧ୍ୟ ସ୍ପଷ୍ଟ ହେବ।
ଯେଉଁମାନେ ସାମାଜିକ ନ୍ୟାୟର ସମର୍ଥକ, ଯେଉଁମାନେ ସମତାଭିତ୍ତିକ ସମାଜ କଥା କହନ୍ତି, ଯେଉଁମାନେ ସମାଜକୁ ବିକାଶର ମାର୍ଗରେ ଆଗେଇ ନେବାକୁ ଚାହାନ୍ତି, ସେମାନେ ସର୍ବଦା ଜାତିଭିତ୍ତିକ ଜନଗଣନାର ସପକ୍ଷରେ ମତବ୍ୟକ୍ତ କରିଆସିଛନ୍ତି। ଏମାନଙ୍କ ମତରେ ଏକ ବିଷମ ସମାଜ କବେବି କ୍ଷୀପ୍ର ବେଗରେ ଆଗେଇ ପାରିବ ନାହିଁ। ସାମାଜିକ ସମାନତା ନଥିଲେ ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇପାରିବ ନାହିଁ। ସମାନତା, ସ୍ବତନ୍ତ୍ରତା, ଭ୍ରାତୃବିବାଦ ଓ ନ୍ୟାୟ ହୋଇଛି ଗଣତନ୍ତ୍ରର ଆଭୂଷଣ। ଜାତିବାଦ ହେଉଛି ଏ ସମସ୍ତର ପରିପନ୍ଥୀ। ଏଥିରୁ ମୁକ୍ତି ପାଇବା ପାଇଁ ହେଲେ ସମସ୍ତ ବର୍ଗର ସମାନ ଭାଗୀଦାରିକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଜାତି ଜାତି ମଧ୍ୟରେ ବିକାଶ ଦୃଷ୍ଟିରୁ ସମତୁଲ୍ୟତା ସ୍ଥାପନ କାରିବାକୁ ହେବ। ଯେଉଁଦିନ ସମସ୍ତ ଜାତି ବିକଶିତ ହୋଇ ପରସ୍ପରର ସମକକ୍ଷ ହୋଇଯିବେ ସେହିଦିନ ଜାତି ତାହାର ପ୍ରାସଙ୍ଗିକତା ହରାଇବ। ତେଣୁ ଏହି ଗୋଷ୍ଠୀଟି ଜାତିଭିତ୍ତିକ ଜନଗଣନା ସିଦ୍ଧାନ୍ତକୁ ସ୍ବାଗତ କରିଛନ୍ତି ଓ ଆଶା ରଖିଛନ୍ତି ଜନଗଣନା ପରେ ପ୍ରତ୍ୟେକ ବର୍ଗ ସଂଖ୍ୟାନୁପାତରେ ସଂରକ୍ଷଣ ସୁବିଧା ପାଇପାରିବେ, ବିଶେଷ କରି ଓବିସିମାନେ। ଏହା ସହିତ ପଛରେ ପଡ଼ିଥିବା ଜାତିମାନଙ୍କର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇପାରିବ। ରାଷ୍ଟ୍ରୀୟ ସ୍ବାର୍ଥ ଦୃଷ୍ଟିକୋଣରୁ ଏହା ଏକ ସକାରାତ୍ମକ ପଦକ୍ଷେପ।
ଯେଉଁମାନେ ଜାତିଭିତ୍ତିକ ଜନଗଣନାକୁ ବିରୋଧ କରୁଛନ୍ତି ତାଙ୍କ ସଂଶୟ ଯେ ଏହା ଦେଶରେ ଜାତିବାଦକୁ ବଢ଼ାଇବ ଓ ଜାତିବାଦୀ ରାଜନୀତିକୁ ପ୍ରସାରିତ କରିବ। ବେଳେବେଳେ ବିଭିନ୍ନ ସାମ୍ବିଧାନିକ ଗୋଷ୍ଠୀ, ଓବିସି, ଏସଟିଓ ଏସ୍‌ସିମାନେ ସଂଗଠିତ ହୋଇ ରାଜନୀତି ଆରମ୍ଭ କରିବେ। ସଂଖ୍ୟାବହୁଳ ଗୋଷ୍ଠୀ ସଂଖ୍ୟାନୂ୍ୟନଙ୍କ ଉପରେ ଅତ୍ୟାଚାର କରିବାର ସମ୍ଭାବନା ମଧ୍ୟ ରହିଛି। ଅଗ୍ରସର ଓ ଅନଗ୍ରସର ଜାତି ସମୂହ ମଧ୍ୟରେ ସଂଘର୍ଷର ବାତାବରଣ ତିଆରି ହେବ। ଜାତି ନାମରେ ଦକ୍ଷତାକୁ ଅଣଦେଖା କରାଯିବ। ଏପରି ଜନଗଣନା ଅନଗ୍ରସର ଜାତି ସମୂହକୁ ସଂଗଠିତ କରିଦେବ। ବର୍ତ୍ତମାନର ସାମାଜିକ ସ୍ଥିତାବସ୍ଥାକୁ ଭାଙ୍ଗିଦେବ। ବାସ୍ତବରେ ଏପରି ସଂଶୟ ଅମୂଳକ। ଭାରତ ଭାଇଚାରାର ଦେଶ। ସମସ୍ତେ ସମସ୍ତଙ୍କୁ ସମ୍ମାନ ଜଣାଇଲେ ଓ ସମସ୍ତେ ସମସ୍ତଙ୍କ ସମାନ ଅଧିକାରକୁ ସ୍ବୀକାର କଲେ କୌଣସି ବିଭ୍ରାଟ ସୃଷ୍ଟି ହେବ ନାହିଁ। ଯେଉଁମାନେ ସମାଜର ପଛ ଧାଡ଼ିରେ ରହିଛନ୍ତି ତାଙ୍କୁ ଆଗକୁ ଆଣିବା ହେଉଛି ଜାତିଭିତ୍ତିକ ଜନଗଣନାର ଅସଲ ଉଦ୍ଦେଶ୍ୟ। ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ସମସ୍ତ କ୍ଷେତ୍ରରେ ସମାନ ଭାଗୀଦାରି କରାଇ ରାଷ୍ଟ୍ରର ବିକାଶ ପ୍ରକ୍ରିୟାରେ ସାମିଲ କରିବା। ଏପରି ମହତ ପଦକ୍ଷେପକୁ ରାଜନୀତିର ଊର୍ଦ୍ଧରେ ରଖାଯାଉ ଓ ସରକାରଙ୍କ ନିଷ୍ପତ୍ତିକୁ ଆନ୍ତରିକତାର ସହିତ ସ୍ବାଗତ କରାଯାଉ।

ଅଧ୍ୟାପକ ଗୋପବନ୍ଧୁ…
ବାରିପଦା, ମୟୂରଭଞ୍ଜ, ମୋ:୭୦୦୮୯୭୬୧୮୦


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?