ଜାତିଭିତ୍ତିକ ଜନଗଣନା

ଇଂରେଜମାନେ ଯେବେ ଆମ ଦେଶର ଶାସକ ହେଲେ, ସେମାନେ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ ସୃଷ୍ଟିର ସବୁଠୁ ଅସଭ୍ୟ, ବର୍ବର, ଧର୍ମାନ୍ଧଙ୍କ ଦ୍ୱାରା କେଇ ଶତାବ୍ଦୀ ଶାସିତ ହୋଇ ମଧ୍ୟ ଏଠି ନବେଭାଗ ସନାତନୀ କିଭଳି ଅଛନ୍ତି? ସନାତନୀଙ୍କ ଭାଷା, ବେଶ ଓ ଭୋଜନରେ ବହୁ ଅସମାନତା ଥିଲେ ବି ସେମାନେ ଏକ ଅଦୃଶ୍ୟ କୁହୁକ ଶକ୍ତିରେ ହିମାଳୟରୁ କନ୍ୟାକୁମାରୀ ଏକ ହୋଇ ଅଛନ୍ତି। ପୂର୍ବ ଶାସକଙ୍କ ଭଳି ଇଂରେଜମାନେ ପଶୁବଳର ଅଧିକାରୀ ନ ଥିଲେ, ଛଳ ଓ ଭେଦ ନୀତିରେ ନିପୁଣ ଥିଲେ। ସେମାନେ ନିଜ ଶାସନର ସ୍ଥାୟିତ୍ୱ ଓ ସୁବିଧା ପାଇଁ ମୂଳ ଅଧିବାସୀଙ୍କୁ ଭାଗ ଭାଗ କରିବାକୁ ଚାହୁଁଥିଲେ। ବିବିଧତାକୁ ବିଭେଦର ରୂପ ଦେବାକୁ ଚାହୁଁଥିଲେ। ଏଇ ଅବଧିରେ ବିଦେଶୀ ବେଦ ପଣ୍ଡିତ ମେକ୍ସ ମୁଲର ବେଦରୁ ଦୁଇଟି ଶବ୍ଦ ‘ଆର୍ଯ୍ୟ ଓ ଅନାସ’ ସମ୍ପର୍କରେ କିଛି ଲେଖା ଲେଖିଲେ। ଏଇ ଲେଖାକୁ ଆଧାର କରି ଆର୍ଯ୍ୟ ଓ ଅନାସ ଶବ୍ଦକୁ ମୂଳକରି ଉଚ୍ଚ ଇଂରେଜ ଅଧିକାରୀ ସାର୍‌ ହରନ ହୋପ୍‌ ରିସ୍ଲେ ୧୯୧୦ରେ ଭାରତବର୍ଷକୁ ବିଭିନ୍ନ ସମୂହରେ ବାଣ୍ଟିଦେଲେ। ଏହା ହେଉଛି ଜାତିଭିତ୍ତିକ ଜନଗଣନାର ଜନ୍ମ କାହାଣୀ।
ଆଦ୍ୟକାଳରୁ ସଭ୍ୟତା ପ୍ରାରମ୍ଭରୁ ଏ ଭୂଖଣ୍ଡରେ ଗ୍ରାମ ଓ ନଗର ସବୁଠି ପଞ୍ଚଙ୍କ ଅର୍ଥାତ୍‌ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଓ ବନବାସୀଙ୍କ ଉପସ୍ଥିତିରେ ସଭା ବସୁଥିଲା। ଚତୁଃବର୍ଣ୍ଣ ଓ ବନବାସୀ ଏଇ ପାଞ୍ଚ ପ୍ରତିନିଧିଙ୍କୁ ନେଇ ସକଳ ନିଷ୍ପତ୍ତି ନିର୍ଦ୍ଧାରଣ ହେଉଥିଲା। ତାହାର ପ୍ରତିଧ୍ୱନି ଏବେର ପଞ୍ଚାୟତ ନାମ। ଦିନେ ଯାହାକୁ ପଶୁବଳ, ଧର୍ମାନ୍ଧ, ଜିଜିଆ କର କରିପାରି ନ ଥିଲା ଧୂର୍ତ୍ତ ଇଂରେଜଙ୍କ ଭେଦନୀତି-‘ବିଭାଜନ କର ଶାସନ କର’ କୌଶଳ ତାହା କରିପାରିଲା। ଭାରତରେ ବିଭେଦ ଚିରସ୍ଥାୟୀ ରହିବା ପାଇଁ ତନ୍ତ୍ରସବୁ ଲେଖାଗଲା। ସମୟ ପ୍ରବାହରେ ଦେଶ ସ୍ବାଧୀନ ହେଲା, ଇଂରେଜମାନେ ଦେଶରୁ ଗଲେ ସତ କିନ୍ତୁ ସେମାନଙ୍କ ନୀତିନିୟମ ଏଠି ସାଇତା ରହିଲା। ଆମେ ଆମକୁ ଶାସନ କଲୁ କିନ୍ତୁ ଗୋରାଙ୍କ ତନ୍ତ୍ର ଆମର ମାର୍ଗଦର୍ଶନ କଲା। ବିଭାଜନ ଓ ବିଭେଦ ବଞ୍ଚତ୍ରହିଲା ଏବଂ ବଢ଼ିଚାଲିଲା। ଏଇ ବିଭାଜନ ଓ ବିଭେଦ ଏ ଦେଶର ସାର୍ବଭୌମ୍ୟତା ଓ ଅଖଣ୍ଡତା ଉପରେ, ପ୍ରଗତି ପଥରେ କେବଳ ମୁଖ୍ୟ ବାଧକ ହୋଇ ଠିଆହୋଇନି ବରଂ ଏଇ ଭେଦ ଏବେ ସଭିଙ୍କ ଅକ୍ତିଆର ବାହାରେ ମହାବ୍ୟାଧି ହୋଇ ଆମକୁ ଗ୍ରାସ କରିବାକୁ ଅନାଇଛି।
ବେଦର ଦୁଇ ଶବ୍ଦ ‘ଆର୍ଯ୍ୟ ଓ ଅନାସ’କୁ ନେଇ ନୂଆ ସିଦ୍ଧାନ୍ତ ଏବଂ ଇତିହାସ ଲେଖାଗଲା। ଆର୍ଯ୍ୟ ଶବ୍ଦକୁ ଆଧାରକରି ଲେଖାହେଲା- ଆର୍ଯ୍ୟମାନେ ବାହାରୁ ଆସି ମୂଳ ନିବାସୀଙ୍କୁ ଦକ୍ଷିଣକୁ ଠେଲିଦେଲେ। ଏଇ ଭାବେ ଭାରତର ପ୍ରଥମ ସଭ୍ୟତାକୁ ଆର୍ଯ୍ୟ ଓ ଦ୍ରାବିଡ଼ ଦୁଇ ଭାଗରେ କେବଳ ବାଣ୍ଟିଲେ ନାହିଁ, କହିଲେ- ଦ୍ରାବିଡ଼ମାନେ ସନାତନୀ ନୁହନ୍ତି, ହିନ୍ଦୁ ନୁହନ୍ତି। ଅନାସ ଶବ୍ଦକୁ ନେଇ ନୂଆ ସିଦ୍ଧାନ୍ତ ଲେଖାଗଲା। ଅନାସ ଅର୍ଥ ନାକବିହୀନ ବା କମ୍‌ ଉଚ୍ଚା ନାକ ମଣିଷ। ତେଣୁ ଉଚ୍ଚା ନାକ, ଚେପ୍‌ଟା ନାକ, ଛୋଟ ନାକ … ଏଇ ଭାବେ ଶୂଦ୍ର ଓ ବନବାସୀ (ଆଜିର ନୂଆ ନାମ ଆଦିବାସୀ ) ଚିହ୍ନଟ ହେଲା ଏବଂ ଜାତି, ଉପଜାତି ଗଢ଼ାଗଲା। ଶୂଦ୍ର ଓ ଆଦିବାସୀ ହିନ୍ଦୁ ନୁହନ୍ତି ଚତୁରତା ସହ ଇତିହାସ ଲେଖି ପଢ଼ାଗଲା। ବିଶ୍ୱାସ ନ ହେଲେ ବି ଏଇ ନାକ ଓ ଖପୁରିର ଆକାରକୁ ଆଧାରକରି ଭାରତବର୍ଷକୁ ୪୩ଟି ବର୍ଣ୍ଣ ଓ ୨୩୭୮ଟି ଜାତି, ଉପଜାତିରେ ବାଣ୍ଟି ଦିଆଗଲା। ଏଇ କାର୍ଯ୍ୟ ରିସ୍ଲେ ସମ୍ପନ୍ନ କରିଥିବାରୁ ତାଙ୍କୁ ଇଂଲଣ୍ଡର ସର୍ବୋଚ୍ଚ ସମ୍ମାନ ‘ନାଇଟ୍‌’ ଉପାଧି ମିଳିଲା। କିନ୍ତୁ ତାଙ୍କ ସମକାଳୀନ କ୍ରୁକ୍‌ ଯୁକ୍ତି ରଖିଲେ ‘ବ୍ରାହ୍ମଣ ଓ ଦଳିତ ବା ଶୂଦ୍ର ମଧ୍ୟରେ କୌଣସି ନାସିକା ସମ୍ପର୍କିତ ପ୍ରଭେଦ ସେ ପାଇନାହାନ୍ତି ।’ଏହା ମଧ୍ୟ କ୍ରୁକ୍‌ କହିଲେ, ‘କର୍ମଭିତ୍ତିକ କୌଶଳ ଏବଂ ଆର୍ଥିକ ସ୍ଥିତି ଏଇ ଆଧାରରେ ବର୍ଗୀକରଣ ହେବା ଆବଶ୍ୟକ’। ସେ ଏଭଳି ସତ୍ୟ କହି ଧୃଷ୍ଟତା କରିଥିବାରୁ ତାଙ୍କ ପଦୋନ୍ନତି ରଦ୍ଦକରି ସ୍ବଦେଶ ଫେରାଇ ନିଆଗଲା। ମେକ୍ସ ମୁଲର ପରବର୍ତ୍ତୀ ସମୟରେ ତାଙ୍କ ଆଲେଖ୍ୟ ଆଧାରରେ ଏଭଳି ଭୟଙ୍କର ପରିଣାମ ଦେଖି ଦୁଃଖୀ ହୋଇଥିଲେ ଏବଂ ଭାଷାକୁ ଆଧାରକରି ଏଭଳି ଶ୍ରେଣୀ ବିଭାଗ ଉଚିତ୍‌ ନୁହେଁ ବୋଲି କହିଥିଲେ। ମୁଲରଙ୍କ ଏ କଥାକୁ ରୋନାଲ୍ଡ ଇଣ୍ତେନ୍‌ ପ୍ରତିବାଦ କରି କହିଲେ ‘ଭାଷା ଓ ନସଲ (ଜେନେଟିକ୍‌ ଦ୍ୱାରା ବିଭକ୍ତ ବିଭିନ୍ନ ଜାତି) ମଧ୍ୟରେ ସମ୍ପର୍କ ନାହିଁ, ଏଭଳି ଚେତାବନୀ ମୁଲରଙ୍କ ମୂଢ଼ତା’।
ଆଜି ବହୁ ଗବେଷଣା ଓ ପରୀକ୍ଷା, ବହୁ ସିଦ୍ଧାନ୍ତ ଓ ନାକ ଏବଂ ଖପୁରି ଆଧାରରେ ମଣିଷଙ୍କୁ ବର୍ଗୀକରଣ କରିବାକୁ ମୂଢ଼ତା କହୁଛନ୍ତି, ବୈଜ୍ଞାନିକ ଆଧାରବିହୀନ କହୁଛନ୍ତି, ମନଗଢ଼ା କାହାଣୀ ଦ୍ୱାରା ସମାଜରେ ମିଛ ପ୍ରଭେଦ ସୃଷ୍ଟି କରିବା କାରଣ କହୁଛନ୍ତି। ଏସବୁ ସତ୍ତ୍ୱେ ସ୍ବାଧୀନ ଭାରତରେ ରିସ୍ଲେଙ୍କ ବିଭେଦସର୍ବସ୍ବ ଜାତି ଆଧାରକୁ ବଳବତ୍ତର ରଖିବା ଏବଂ ରାଜନୈତିକ ସ୍ବାର୍ଥ ପାଇଁ ସେହି ଆଧାରରେ ପୁନଃ ଜାତିକୁ ଆଧାର କରି ଗଣନା କରିବା, ନୂଆ ପିଢ଼ିକୁ ସେଇ ଘୃଣ୍ୟ, ମିଥ୍ୟା, ବିଭେଦ ମଧ୍ୟକୁ ଠେଲିଦେବା ଭାରତକୁ ହତ୍ୟା କରିବା ସହ ସମାନ। ଆଜି ଆମ ଦେଶର ସର୍ବସାଧାରଣ ଏଇ ମିଥ୍ୟା ଗଣନାକୁ, କ୍ଷମତା ଅନ୍ଧ ରାଜନେତାଙ୍କ କୁଚକ୍ରକୁ ସମ୍ପୂର୍ଣ୍ଣ ବିରୋଧ କରିବା ଉଚିତ୍‌ ଏବଂ ଜାତି ଆଧାର ଗଣନାରେ ଭାଗ ନ ନେବା ଉଚିତ୍‌।
କେବେ ବି ଟିଭିରେ ଦେଖିନାହିଁ ‘ଆମେ ସବୁ ଏକ’। ଏଭଳି ବିଷୟବସ୍ତୁକୁ ନେଇ ଆଲୋଚନା ହେବା। କେବେ ବି ଖବରକାଗଜରେ ପଢ଼ିନାହିଁ ଏ ବିଭେଦସବୁ ମିଛ। ଏ ସମ୍ପର୍କରେ ଦୁଇପଦ ଲେଖି ଏ ଲେଖା ଶେଷ କରିବି। କଶ୍ୟପ, ଭରଦ୍ୱାଜ, ନାଗସ୍ୟ .. ପ୍ରତି ଗୋତ୍ରରେ ଚାରିବର୍ଣ୍ଣର ଲୋକ ଅଛନ୍ତି। ଜଣେ ବ୍ରାହ୍ମଣର କଶ୍ୟପ ଗୋତ୍ର ହେବା ସହ କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ମଧ୍ୟ କଶ୍ୟପ ଗୋତ୍ରଧାରୀ ଅଛନ୍ତି। ସେଇଭାବେ ଅନ୍ୟାନ୍ୟ ଗୋତ୍ର ମଧ୍ୟ ଚତୁଃବର୍ଣ୍ଣକୁ ଧାରଣ କରି ରହିଛି। ଏଇ କଥା ଏହା କହୁଛି ବଂଶ ଆଧାରରେ ନୁହେଁ, ଗୁଣ ବା ସ୍ବଧର୍ମ ଆଧାରରେ ବର୍ଣ୍ଣ ବ୍ୟବସ୍ଥା ଓ ଜାତି ଗଢ଼ି ହୋଇଥିଲା ଏବଂ କେହି ବଡ଼ ଅବା ଛୋଟ ନ ଥିଲେ। ଏଇଭଳି ବହୁ ବଳିଷ୍ଠ ପ୍ରମାଣସବୁ ଆଜି ବି ରହିଛି, ଯାହା ଆମକୁ ଏକତ୍ୱର କଥା କହେ। ହଁ ଏହା ସତ୍ୟ ମହାଭାରତ ଯୁଗ ପରେ ଏଇ ବ୍ୟବସ୍ଥାର ପତନ ଘଟିଲା ଏବଂ ଏହା ବଂଶବାଦର ରୂପ ନେଲା। ସମୟଚକ୍ରରେ ଦେଶ ବହୁ ବିପତ୍ତି ଦେଇ ଗତିକଲା ଏବଂ ଶେଷରେ ଇଂରେଜଙ୍କ ଭେଦନୀତିର ଶିକାର ହେଲା। ଚତୁଃବର୍ଣ୍ଣକୁ ଚାରୋଟି ଠେଙ୍ଗା ଏବଂ ବନବାସୀକୁ ଆଉ ଏକ ଠେଙ୍ଗା କରି ଆମକୁ ପରସ୍ପର ସହ ଲଢ଼ିବାକୁ ଆମ ଇତିହାସରେ କୁହାଗଲା।
ଚତୁଃବର୍ଣ୍ଣ ଚାରୋଟି ଠେଙ୍ଗା ନୁହେଁ। ଚତୁଃବର୍ଣ୍ଣ ଆମ ସମାଜ ରଥର ଚାରି ଚକ ଏବଂ ବନବାସୀଙ୍କ କାଠଦିଅଁ ସେଇ ରଥରେ ଜଗନ୍ନାଥ ହୋଇ ଆସୀନ ହୋଇଛନ୍ତି। ଆସ ଭାରତ ବର୍ଷକୁ, ସଭ୍ୟତାକୁ ଏଇ ଭାବେ ଦେଖିବା। କାରଣ ଏହା ହିଁ ସତ୍ୟ, ଏହା ହିଁ ଭାରତ।

  • ସୁଧିରାଜ ରାଉତ
    ଇନ୍ଦ୍ରାବତୀ, ମୋ:୯୮୬୧୯୬୯୬୭୮

Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri