Posted inଜାତୀୟ

କେନ୍ଦ୍ର ମନ୍ତ୍ରୀ ଗଡ଼କରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣାରେ ଆହତଙ୍କର ହେବ କ୍ୟାସଲେସ୍‌ ଚିକିତ୍ସା, ଜାଣନ୍ତୁ ଯୋଜନା ନେଇ ସବୁକିଛି…

ନୂଆଦିଲ୍ଲୀ,୯।୧: ମୋଦି ସରକାର ସଡକ ଦୁର୍ଘଟଣାରେ ପୀଡ଼ିତଙ୍କୁ ଆଶ୍ୱସ୍ତି ଦେବାର ଯୋଜନା କରୁଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ବଡ଼ ଘୋଷଣା କରିଛନ୍ତି। ସରକାର ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ଲାଗି କ୍ୟାଶଲେସ୍‌ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନା ଅଧିନରେ ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମାଗଣା ଚିକିତ୍ସା ମିଳିବ। ତେବେ ମାର୍ଚ୍ଚ ମଧ୍ୟରେ ସଂଶୋଧିତ ଯୋଜନା ଆଣିବାର ପ୍ରସ୍ତୁତି କରାଯାଉଥିବା ସେ କହିଛନ୍ତି।

ଗଡକରୀ କହିଛନ୍ତି, ଏହି ଯୋଜନା କୌଣସି ବାହନ ଦ୍ୱାରା ହୋଇଥିବା ସମସ୍ତ ସଡ଼କ ଦୁର୍ଘଟଣା ଉପରେ ଲାଗୁ ହେବ। ପାଇଲଟ କାର୍ଯ୍ୟକ୍ରମର ଯୋଜନା ମୁତାବକ, ଆହତମାନଙ୍କୁ ଦୁର୍ଘଟଣା ହେବା ତାରିଖରୁ ୭ ଦିନ ଅବଧି ଯାଏ ଅଧିକରୁ ଅଧିକ ୧.୫ ଲକ୍ଷ ଯାଏ କ୍ୟାଶଲେସ୍‌ ଚିକିତ୍ସାର ହକଦାର ଅଟନ୍ତି।

୧୪ ମାର୍ଚ୍ଚ, ୨୦୦୪ରେ ସଡକ ଦୁର୍ଘଟଣାରେ ଆହତମାନଙ୍କୁ କ୍ୟାଶଲେସ୍‌ ଚିକିତ୍ସା ପ୍ରଦାନ କରିବା ଲାଗି ଏକ ପାଇଲଟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଚଣ୍ଡିଗଡ଼ରେ ଆରମ୍ଭ କରାଯାଇଥିବା ପାଇଲଟ୍‌ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସମୟ ଥାଇ ଚିକିତ୍ସା ସୁବିଧା ପ୍ରଦାନ କରିବା ଲାଗି ଏକ ପରିବେଶ ସୃଷ୍ଟି କରିବା ଥିଲା। ଏହି ପ୍ରୋଜେକ୍ଟକୁ ପରେ ୬ ରାଜ୍ୟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

କେନ୍ଦ୍ର ସରକାର ଅଗଷ୍ଟ ୨୦୨୪ରେ ସୂଚନା ଦେଇଥିଲେ ଯେ, ଯୋଜନା ଅନ୍ତର୍ଗତ ଆସିବାକୁ ଥିବା ଆହତମାନଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧିନରେ ତାଲିକାଭୂକ୍ତ ଡାକ୍ତରଖଶନାରେ ଦୁର୍ଘଟଣା ଘଟିବା ତାରିଖରୁ ୭ ଦିନ ଅବଧି ଯାଏ ଟ୍ରମା ଏବଂ ପଲିଟ୍ରମା ଚିକିତ୍ସା ସମ୍ବନ୍ଧୀୟ ୧.୫ ଲକ୍ଷ ଟଙ୍କା ଯାଏ ସ୍ବାସ୍ଥ୍ୟ ଲାଭ ପ୍ୟାକେଜ୍‌ ଦିଆଯାଇଥାଏ।

PIB ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନ୍ତର୍ଗତ ଏନ୍‌ଏଚ୍‌ଏ, ସ୍ଥାନୀୟ ପୋଲିସ, ତାଲିକାଭୁକ୍ତ ଡାକ୍ତରଖାନା, ରାଜ୍ୟ ସ୍ବାସ୍ଥ୍ୟ ଏଜେନ୍ସି, ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଏବଂ ସାମାନ୍ୟ ବୀମା ପରିଷଦ ସହ ସମାନ ବ୍ୟୟ କାର୍ଯ୍ୟକ୍ରମ ଲାଗୁ କରିବା ଲାଗି ଦାୟୀ ଅଟନ୍ତି।

ଗଡ଼କରୀ କହିଛନ୍ତି, ଯଦି ପୋଲିସକୁ ଦୁର୍ଘଟଣା ହେବାର ୨୪ ଘଣ୍ଟା ମଧ୍ୟରେ ସୂଚୀତ କରାଯାଏ, ତେବେ ସରକାର ଚିକିତ୍ସା ଖର୍ଚ୍ଚ ଉଠାଇବେ। ସଡ଼କ ସୁରକ୍ଷା ସରକାରଙ୍କ ପ୍ରାଥମିକତା ଅଟେ। ୨୦୨୪ରେ ପ୍ରାୟ ୧.୮୦ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏଥିରୁ ୩୦ ହଜାର ମୃତ୍ୟୁ ହେଲମେଟ ନ ପିନ୍ଧିବା ଯୋଗୁ ହୋଇଛି। ହିଟ୍‌ ଆଣ୍ଡ ରନ୍‌ ସ୍ଥିତିରେ ମୃତ୍ୟୁ ହେଲେ ପୀଡ଼ିତ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri