କାଜୁ ପ୍ଲାଣ୍ଟେଶନ,ଲେମନ ଗ୍ରାସ୍‌ ଚାଷ ବାଟବଣା

ଚିତ୍ରକୋଣ୍ଡା,୧୩ା୩(ଡି.ଏନ.ଏ.):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ, ପାପରମେଟଲା ଏବଂ ପଣଷପୁଟ ପଞ୍ଚାୟତ ଅଞ୍ଚଳରେ ବିକାଶ ନାମକ ଅନୁଷ୍ଠାନ ଆଦିବାସୀଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଦିଗରେ ଜିଲା ଆଇଟିଡିଏ ଆନୁକୂଲ୍ୟରେ ଓଟିଇଏଲ୍‌ପି ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟ କରୁଛି। ମାତ୍ର ଦୀର୍ଘ ଦିନ ହେଲା ଏହି ସଂସ୍ଥା ଆଦିବାସୀଙ୍କ ଉନ୍ନତି କରିବା ତ’ ଦୂରର କଥା ସେମାନଙ୍କ ନାମରେ ହରିଲୁଟ୍‌ କରିଚାଲିଥିବା ଅଭିଯୋଗ ହେଉଛି। ସେମାନଙ୍କ ପାଇଁ ଯୋଡ଼ାମ୍ବ ପଞ୍ଚାୟତର ବିହନଗୁଡ଼ି, ଖଜୁରିଗୁଡ଼ା, ସିନ୍ଧିପୁଟ ଏବଂ ପାପରମେଟଲା ପଞ୍ଚାୟତର ବହୁ ଗ୍ରାମରେ କରାଯାଇଥିବା କାଜୁ ପ୍ଲାଣ୍ଟେଶନ ଏବଂ ଲେମନ ଗ୍ରାସ ଚାଷରେ ବାଟମାରଣା କରାଯାଇଛି। ବିକାଶ ଅନୁଷ୍ଠାନ ସ୍ବାଭିମାନ ଅଞ୍ଚଳରେ ପୂର୍ବରୁ କୌଣସି ସାମାଜିକ ଉନ୍ନୟନମୂଳକ କାମ ନ କରି ଜିଲା ସ୍ତରରେ ଅଧିକାରୀଙ୍କୁ ହାତବାରିସି କରି ଓଟିଇଏଲ୍‌ପି ପ୍ରକଳ୍ପରେ ଆଦିବାସୀଙ୍କ ଜୀବନଜୀବିକାରେ ଉନ୍ନତି ଲାଗି ଉପରୋକ୍ତ କାର୍ଯ୍ୟ ପାଇଥିଲା। ଏହି ସଂସ୍ଥା କାର୍ଯ୍ୟ ହାତେଇବା ପରେ ତିନି ପଞ୍ଚାୟତ ଯୋଡ଼ାମ୍ବ, ପାପରମେଟଲା ଏବଂ ପଣଷପୁଟର ଶତାଧିକ ଚାଷୀଙ୍କୁ କାଜୁ ପ୍ଲାଣ୍ଟେସନ ଓ ଲେମନ ଗ୍ରାସ ଚାଷ ଆଳରେ ଚାଷୀଙ୍କୁ ଶୋଷଣ କରିଛି। କିଛି ଦିନ ତଳେ ଜିଲା ଓଟିଇଏଲ୍‌ପି କାର୍ଯ୍ୟର ସାମାଜିକ ସମୀକ୍ଷା ବେଳେ ଜିଲା ସାମାଜିକ ସମୀକ୍ଷକ ସୁବ୍ରତ ସାମଲ ଏବଂ ଚିତ୍ରକୋଣ୍ଡା ବ୍ଲକ ସାମାଜିକ ସମୀକ୍ଷକ ବେଲାଳସେନ ଗୁଣ୍ଠା ଉକ୍ତ ଯୋଡ଼ାମ୍ବ ପଞ୍ଚାୟତର ଖଜୁରିଗୁଡାରେ ହୋଇଥିବା ପ୍ଲାଣ୍ଟେଶନ କାର୍ଯ୍ୟ ଏବଂ ସିନ୍ଧିପୁଟରେ ଲ୍ୟାଣ୍ଡ ଡେଭେଲପମେଣ୍ଟ କାର୍ଯ୍ୟ ଦେଖିବାକୁ ଯାଇ ବହୁ ଜମିରେ କାଜୁ ଗଛ ନ ଥିବା ଦେଖିବାକୁ ପାଇଥିଲେ। କୌଣସି ଚାଷୀ ଗାତ ଖୋଳା, ପ୍ୟାକେଟିଂ ଓ ମେଣ୍ଟେନାନ୍ସ ଟଙ୍କା ପାଇ ନ ଥିବା ଜଣାପଡିଥିଲା। ବହୁ ଚାଷୀଙ୍କ ନାମରେ ଜାଲ୍‌ ଆକାଉଣ୍ଟ ଖୋଲାଯାଇ ଅର୍ଥ ଉଠାଯାଇଥିଲା। ଆକାଉଣ୍ଟ ଜଣଙ୍କ ନାମରେ ଥିବା ବେଳେ ଜବକାର୍ଡ ଆଉ ଜଣଙ୍କ ନାମରେ ଥିବା ଉଭୟ ସମୀକ୍ଷକ ଜାଣିବାକୁ ପାଇଥିଲେ। ଲ୍ୟାଣ୍ଡ ଡେଭେଲପମେଣ୍ଟ କାର୍ଯ୍ୟରେ ମଧ୍ୟ ଚାଷୀଙ୍କ ପାଇଁ କିଛି କାର୍ଯ୍ୟ ନ ହୋଇ ସେମାନଙ୍କ ନାମରେ ଅର୍ଥ ଉଠାଯାଇଥବା ଜିଲା ସାମାଜିକ ସମୀକ୍ଷକ ସାମଲ ଓ ବ୍ଲକ ସାମାଜିକ ସମୀକ୍ଷକ ଗୁଣ୍ଠା କହିଛନ୍ତି। ଉକ୍ତ ଦୁର୍ନୀତି ସମ୍ପର୍କରେ ସେମାନେ ଜିଲାପାଳଙ୍କୁ ଚିଠିଲେଖି ଜଣାଇଛନ୍ତି। ଏନେଇ ଜାଣିବା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ବୋଲି କହିଛନ୍ତି ପାପରମେଟେଲା ସରପଞ୍ଚ ନରସିଂହ ସିନ୍ଧେରୀ ଓ ଯୋଡ଼ାମ୍ବ ସରପଞ୍ଚ ପିଙ୍କି ହନ୍ତାଳଙ୍କ ସ୍ବାମୀ ପ୍ରହଲ୍ଲାଦ ହନ୍ତାଳ l ସ୍ବାଭିମାନ ଅଞ୍ଚଳର କୌଣସି ଚାଷୀଙ୍କ ଜମିରେ କାଜୁ ପ୍ଲାଣ୍ଟେସନ ଓ ଲେମନ ଗ୍ରାସ ଚାଷ ହୋଇନାହିଁ। ବାରମ୍ବାର ଏନେଇ ଚାଷୀମାନେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଶୁଣୁନାହାନ୍ତି ବୋଲି ସରପଞ୍ଚ ସିନ୍ଧେରି ଓ ହନ୍ତାଳ ପ୍ରକାଶ କରିଛନ୍ତି। ସେହିପରି କାଜୁ ପ୍ଲାଣ୍ଟେସନ ଫଳକରେ ଅନୁଦାନ ରାଶି ୧୮ ଲକ୍ଷ ଉଲ୍ଲେଖ ଥିବାବେଳେ ସେ ସ୍ଥାନରେ ୮୦ଟି କାଜୁ ଗଛ ମଧ୍ୟ ନାହିଁ। ବହୁ ଫଳକରେ ଆଗରୁ କିଛି ତଥ୍ୟ ଲେଖାଯାଇଥିବା ବେଳେ ଏବେ ତାକୁ କଟାକଟି କରି କିଛି ପରିବର୍ତ୍ତନ କରାଯାଇଥିବା ଉଭୟେ ମତ ରଖିଛନ୍ତି। ଜିଲା ପ୍ରଶାସନ ଏହାର ତଦନ୍ତ କରି ପଦକ୍ଷପ ନେବାକୁ ସ୍ବାଭିମାନ ଅଞ୍ଚଳବାସୀ ଦାବି କରିଛନ୍ତି। ଏସମ୍ପର୍କରେ ପଚାରିବା ଲାଗି ବିକାଶ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ତାଙ୍କ ମୋବାଇଲ ଫୋନ ନଂ. ୭୬୫୩୮୪୧୪୬୪ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା। ଏ ବିଷୟରେ ପିଏ ଆଇଟିଡିଏ ତ୍ରିନାଥ ମାଝିଙ୍କୁ ପଚାରିବାରୁ ସେ କହିଲେ, ସ୍ବାଭିମାନ ଅଞ୍ଚଳରେ ଲେମନ ଗ୍ରାସ ପ୍ରୋଜେକ୍ଟ ସଫଳ ହୋଇ ନ ଥିବାରୁ ସମ୍ପୃକ୍ତ ଅନୁଷ୍ଠାନକୁ ମିଳିବାକୁ ଥିବା ଆବଶ୍ୟକ ସହାୟତା ବନ୍ଦ କରାଯାଇଛି। କାଜୁ ପ୍ଲାଣ୍ଟେଶନ ଓ ଲେମନ ଗ୍ରାସ ଚାଷରେ ହୋଇଥିବା ଅନିୟମିତତାର ତଦନ୍ତ କରି ସେ ପଦକ୍ଷେପ ନେବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri